ବରଗଡ଼ ଧନୁଯାତ୍ରା: ଗୋପପୁରରେ ଶୁଭଧ୍ବଜା ସ୍ଥାପିତ

ବରଗଡ ଅଫିସ,୩।୧୨: ବରଗଡ଼ ଧନୁଯାତ୍ରା ପାଇଁ ଗୋପପୁରରେ ଶୁଭଧ୍ୱଜା ସ୍ଥାପିତ ହୋଇଛି। ଶୁକ୍ରବାର ଅପରାହ୍ନ ୩ଟାରେ ଅମ୍ବାପାଲିର ଦେବୀ ମାଁ ସମଲେଶ୍ୱରୀଙ୍କଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ଗୋପପୁର ଗାଁର ସମସ୍ତ ଛୋଟବଡ଼ ମନ୍ଦିରରେ ଧ୍ବଜା ପରିବର୍ତ୍ତନ କରାଯାଇଥିଲା। ଏହାପରେ ଶୋଭାଯାତ୍ରା ଜିରା ନଦୀ କୂଳ କଦମ୍ବ ପଡିଆରେ ପହଞ୍ଚତ୍ଥିଲା। ଶୋଭାଯାତ୍ରାରେ ବିଭିନ୍ନ ପ୍ରକାର ଲୋକବାଦ୍ୟ ସଞ୍ଚାର, ସଂକୀର୍ତନ ସହ ବ୍ୟାଣ୍ଡବାଦ୍ୟ ସାମିଲ ହୋଇଥିଲା। ରାଜପୁରୋହିତ ପଣ୍ଡିତ ଭଗବାନ ବିର୍ତ୍ତିଆ ପୂଜାର୍ଚ୍ଚନା କରିଥିଲେ। ପୂଜାରେ ଧନୁଯାତ୍ରା ମହୋତ୍ସବ ଗୋପପୁର କମିଟିର ସହ ଆବାହକ ତଥା ପୌର ପରିଷଦ ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସନା କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ଯାତ୍ରାରେ କୌଣସି ବାଧାବିଘ୍ନ ନ ଘଟିବା ପାଇଁ ରାଜପୁରୋହିତ ଦଶ ଦିଗପାଳ ସହ ଅଷ୍ଟଗୁଳା ନାଗକୁ ପୂଜା କରି ୭୫ତମ ଧନୁଯାତ୍ରା ପାଇଁ ଶୁଭଧ୍ବଜା ସ୍ଥାପନ କରିଥିଲେ। ଏହି ଅବସରରେ ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ୱର ଶତପଥୀ, ଉପଜିଲାପାଳ ଲଲାଟ ଲୁହା, ଗୋପପୁର କମିଟିର ଦୀପାଞ୍ଜଳି ବାଗ, ମହାଦେବ ର୍ବିତ୍ତିଆ, କୃଷ୍ଣ ମହାପାତ୍ର, ହାଡୁ ମଲ୍ଲିକ, ଗୁଲଠୁ ପ୍ରଧାନ, ରାକେଶ ବୁଡେକ, ଅଗ୍ନି ଥପା, ଦିଲୀପ ପ୍ରଧାନ, ଶେଷ ବିର୍ତ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଶୋଭାଯାତ୍ରାରେ କୃଷ୍ଣ ଅଭିନେତା ସମ୍ରାଟ ମହାପାତ୍ର, ବଳରାମ ଶ୍ରେୟସ ପୂଜାରୀ, ରାଧା ବୈଷ୍ଣବୀ ର୍ବିତ୍ତିଆ, ମଧୁମଙ୍ଗଳ ସତ୍ୟନାରାୟଣ ଷଡ଼ଙ୍ଗୀ, ନନ୍ଦରାଜା ସତ୍ୟନାରାୟଣ ପୋଢ଼, ରାଜେନ୍ଦ୍ର ପ୍ରସାଦ ସିଂ, ଦୟାନିଧି ପ୍ରଧାନ, ସୁଖଦେବ ଭୋଇ ସମେତ ଗୋପପୁର କମିଟିର ସଦସ୍ୟମାନେ ସାମିଲ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri