ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଥାନାଛକରେ ରହିଥିବା ଧନୁଯାତ୍ରାର ସ୍ଥାୟୀ ତୋରଣ ଭାଙ୍ଗିବା ଘଟଣାରେ ସ୍ଥାନୀୟ ଟାଉନ ଥାନା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀଙ୍କ ଏତଲାକ୍ରମେ ପୋଲିସ୍‌ ସ୍ଥାନୀୟ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଅରୁଣ ପାଣ୍ଡେ ଏବଂ ଅନ୍ୟମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଦଫା ୧୨୫(ଏ), ୧୨୫(ବି) ଏବଂ ୩(୫)ରେ ଏକ ମାମଲା(ନଂ-୨୮୧/୨୬) ରୁଜୁ କରିଛି।
ପ୍ରକାଶ ଥାଉ କି, ଗତ ୨୫ତାରିଖ ଝଡ଼ବତାସରେ ଧନୁଯାତ୍ରା ତୋରଣ ଭାଙ୍ଗି ଯାଇଥିଲା। ଏଥିରେ ୨ରିକ୍ସା ଚାଳକ ଆହତ ହୋଇଥିଲେ। ତେବେ ଘଟଣାଦିନ ପୌରାଧ୍ୟକ୍ଷା ମାଝି ଥାନାରେ ଏତଲା ଦେଇଥିଲେ। ଏତଲାରେ ସେ ଉଲ୍ଲେଖ କରିଥିଲେ, ତୋରଣ ନିର୍ମାଣ ହେବା ସ୍ଥାନ ବରଗଡ଼ ପୌର ପରିଷଦ ଅଧିନରେ ରହିଛି । ମାତ୍ର ତାହା ନିର୍ମାଣ ପାଇଁ ପୌର ପରିଷଦର ଏନ୍‌ଓସି(ନୋ ଅବଜେକ୍ସନ ସାର୍ଟିଫିକେଟ୍‌) କିମ୍ବା ଅନୁମତି ନିଆଯାଇ ନ ଥିଲା। ଫଳରେ ସେ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ।
Dharitri – Odisha’s No.1 Odia Daily

Share