କୌଣସି ବ୍ୟକ୍ତିଙ୍କଠାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇନାହିଁ: ମନ୍ତ୍ରୀ

ଭୁବନେଶ୍ୱର,୨୯ା୮(ଅନୁରାଧା ମହାରଣା): ରାଜ୍ୟରେ ବାର୍ଡ ଫ୍ଲୁକୁ ନେଇ ଚିନ୍ତା ବଢ଼ିଛି। ଏହି ଭୂତାଣୁ କୁକୁଡ଼ାଠାରୁ ଲୋକଙ୍କୁ ବ୍ୟାପିଥିବା ନେଇ ଚର୍ଚ୍ଚା ଚାଲିଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଏହାକୁ ଖଣ୍ଡନ କରିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଓଡ଼ିଶାର କୌଣସି ବ୍ୟକ୍ତିଙ୍କଠାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇନାହିଁ। ତେଣୁ ଏହାକୁ ନେଇ ଆତଙ୍କିତ ନ ହେବାକୁ ସେ ଅନୁରୋଧ କରିଛନ୍ତି। ସେହିପରି ବାର୍ଡ ଫ୍ଲୁକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି। ପୁରୀ ଜିଲାର ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ରାଈଚକ୍ରଧରପୁର ଏବଂ ପିପିଲି ବ୍ଲକ ଅନ୍ତର୍ଗତ ଅବଲପୁରଠାରେ ଅଗଷ୍ଟ ୨୩ରେ ବାର୍ଡ ଫ୍ଲୁ ବ୍ୟାପିଥିବା ଖବର ପାଇବା ପରେ ରାପିଡ୍‌ ରେସ୍‌ପନ୍ସ ଟିମ୍‌ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। କୁକୁଡ଼ାଙ୍କଠାରୁ ନମୁନା ସଂଗ୍ରହ କରାଯାଇ ଭୋପାଳସ୍ଥିତ ଏନ୍‌ଆଇଏଚ୍‌ଏସ୍‌ଏଡିକୁ ପଠାଯାଇଥିଲା। ଫ୍ଲୁ ଥିବା ଜଣାପଡ଼ିବା ପରେ ଉକ୍ତ ଅଞ୍ଚଳରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ କୁକୁଡ଼ାମରା ଅଭିଯାନ ଆରମ୍ଭ କରାଯାଇ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ଜାରି ଆଭିଏନ୍‌ ଇନ୍‌ଫ୍ଲୁଏଞ୍ଜା ପ୍ରୋଟୋକଲ ଅନୁଯାୟୀ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ବାସ୍ଥ୍ୟ ବିଭାଗ ଉପରୋକ୍ତ ଦୁଇଟି ସ୍ଥାନର ମାଇକ୍ରୋ ପ୍ଲାନ ପ୍ରସ୍ତୁତ କରିଛନ୍ତି। ତଦନୁଯାୟୀ ସ୍ବାସ୍ଥ୍ୟକର୍ମୀମାନେ ପ୍ରତିଦିନ ଘରକୁ ଘର ଯାଇ ଥଣ୍ଡା, କାଶ, ଜର ରୋଗୀଙ୍କ ସର୍ବେକ୍ଷଣ କରୁଛନ୍ତି। ଟିମ୍‌ ମୁଖ୍ୟ ଏହିସବୁ ସ୍ଥାନକୁ ଯାଇ ସମସ୍ତ ପଦକ୍ଷେପର ଅନୁଧ୍ୟାନ କରୁଛନ୍ତି। ପ୍ରତ୍ୟେକ ଦିନ କୁକୁଡ଼ା କଟାଳି, ଫାର୍ମ ମାଲିକ ଓ କର୍ମଚାରୀଙ୍କ ସାସ୍ଥ୍ୟ ପରୀକ୍ଷା କରାଯିବା ସହ ପ୍ରତିଷେଧକ ଭାବେ ସେମାନଙ୍କୁ ଓସେଲ୍ଟାମିର୍ଭି ଔଷଧ ପ୍ରଦାନ କରାଯାଉଛି। ବ୍ୟାପକ ସଚେତନତା ସୃଷ୍ଟି କରାଯିବା ସହ ସଂପୃକ୍ତ ଗ୍ରାମଗୁଡିକର ସାସ୍ଥ୍ୟ କାନ୍ଥଗୁଡ଼ିକରେ ବାର୍ଡ ଫ୍ଲୁ ନିରାକରଣ ବାର୍ତ୍ତା ପ୍ରଦାନ କରାଯାଉଛି। ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବାର୍ଡ ଫ୍ଲୁ ରୋଗର ଲକ୍ଷଣ ଥିବା ବ୍ୟକ୍ତିଙ୍କ ପାଇଁ ସଂଘରୋଧ ବ୍ୟବସ୍ଥା ସହ ଚିକିତ୍ସା ପାଇଁ ପୃଥକ କକ୍ଷ ପ୍ରସ୍ତୁତ କରାଯାଇଛି। କୁକୁଡ଼ା କଟାଳିଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କର ଥଣ୍ଡା, କାଶ ଓ ଜର ଲକ୍ଷଣ ଥିବାରୁ ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପୃଥକ କକ୍ଷରେ ରଖାଯାଇ ତାଙ୍କ ନମୁନାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରକୁ ପଠାଯାଇଛି। ତାଙ୍କୁ ଓସେଲ୍ଟାମିର୍ଭି ଔଷଧ ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri