ବରାଦରଙ୍କୁ ହକ୍କାନି ଗୁଳି

କାବୁଲ,୬।୯: ପଡ଼ୋଶୀ ଆଫଗାନିସ୍ତାନରେ ପାଶ୍ଚାତ୍ୟ ସମର୍ଥତ୍ତ ଅଶ୍ରଫ୍‌ ଗନିଙ୍କ ନାଗରିକ ସରକାରଙ୍କୁ କ୍ଷମତାଚ୍ୟୁତ କରିଦେଲା ସିନା, ନିଜେ ସରକାର ଗଠନ କରିପାରି ନାହିଁ ତାଲିବାନ୍‌। ଦୁଇ ସପ୍ତାହ ବିତିଯାଇଥିଲେ ସୁଦ୍ଧା ତାଲିବାନ୍‌ ଓ ହକ୍କାନି ନେଟ୍‌ଓ୍ବର୍କ ମଧ୍ୟରେ ଭାଗବଣ୍ଟା ଛିଣ୍ଡି ନ ଥିବାରୁ ଅଚଳାବସ୍ଥା ଜାରି ରହିଛି। ଇତିମଧ୍ୟରେ ରାଷ୍ଟ୍ରପତି ହେବାକୁ ଯାଉଥିବା ତାଲିବାନ୍‌ ସହପ୍ରତିଷ୍ଠାତା ତଥା ପଲିଟିକାଲ ଅଫିସ ମୁଖ୍ୟ ମୁଲ୍ଲା ଅବ୍‌ଦୁଲ ଗନି ବରାଦର ଏବଂ ଅନସ୍‌ ହକ୍କାନିଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ହକ୍କାନି ପକ୍ଷର ଗୁଳିମାଡ଼ରେ ମୁଲ୍ଲା ବରାଦର ଆହତ ହୋଇଥିବା ପଞ୍ଜଶିର ଅବ୍‌ଜର୍ଭର ଓ୍ବେବ୍‌ସାଇଟ୍‌ରେ ଏକ ରିପୋର୍ଟ ପ୍ରକାଶ ପାଇଛି। ସେହିପରି ପଞ୍ଜଶିର ଉପତ୍ୟକାରେ ତାଲିବାନ୍‌କୁ କଡ଼ା ଟକ୍କର ଦେଉଥିବା ଅହମଦ ମାସୁଦ୍‌ଙ୍କ ନେତୃତ୍ୱାଧୀନ ନର୍ଦ୍ଦର୍ନ ଆଲାଏନ୍ସ ପକ୍ଷରୁ କୁହାଯାଇଛି ଯେ, ମୁଲ୍ଲା ବରାଦର ତାଲିବାନ୍‌ ୨.୦ ସରକାରର ନେତୃତ୍ୱ ନିଅନ୍ତୁ ବୋଲି ପାକିସ୍ତାନ ଚାହୁଁନାହିଁ। ପାକିସ୍ତାନର କୁଖ୍ୟାତ୍‌ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ଛତ୍ରଛାୟାରେ ପରିଚାଳିତ ହକ୍କାନି ନେଟ୍‌ଓ୍ବର୍କ ମଧ୍ୟ ବରାଦରଙ୍କୁ ବିରୋଧ କରୁଛି। ଅନସ୍‌ ହକ୍କାନି ଓ ଖଲିଲ ହକ୍କାନି ପ୍ରତିରକ୍ଷା ମନ୍ତ୍ରୀ ପଦ ସହ ସରକାରରେ ବଡ଼ ଭୂମିକା ଚାହୁଁଛନ୍ତି। କିନ୍ତୁ ତାଲିବାନ୍‌ ତାହା ଦେବା ପାଇଁ ଆଦୌ ପ୍ରସ୍ତୁତ ନୁହେଁ। ତେଣୁ ଅନସ୍‌ ଓ ଖଲିଲଙ୍କ ସହ ମୁଲ୍ଲା ବରାଦରଙ୍କ ମତଭେଦ ସଂଘର୍ଷର ରୂପ ନେଇଛି। ଗୁଳିମାଡ଼ରେ ମୁଲ୍ଲା ବରାଦର ଆହତ ହୋଇଛନ୍ତି। ତାଙ୍କୁ ପାକିସ୍ତାନର ଏକ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି। ଏହି ବିବାଦର ସମାଧାନ ପାଇଁ ଆଇଏସ୍‌ଆଇ ମୁଖ୍ୟ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଫୈଜ୍‌ ହମିଦ୍‌ କାବୁଲରେ ପହଞ୍ଚତ୍ ଦୁଇ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ମଧ୍ୟସ୍ଥତା କରୁଛନ୍ତି। ତେବେ କ୍ଷମତା ଭାଗବଣ୍ଟାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରିବାରେ ସେ ବିଫଳ ହୋଇଛନ୍ତି। ଅନ୍ୟପକ୍ଷେ ମୁଲ୍ଲା ଉମରଙ୍କ ପୁଅ ମୁଲ୍ଲା ୟାକୁବ୍‌ ଶକ୍ତିଶାଳୀ ତାଲିବାନ୍‌ ସୈନ୍ୟ ଆୟୋଗର ମୁଖ୍ୟ ପଦବୀ ଚାହୁଁଛନ୍ତି। ତାଲିବାନ୍‌ ସରକାରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଭାବଶାଳୀ ବିବେଚନା କରାଯାଉଥିବା ଏହି ପଦବୀକୁ ନେଇ ମଧ୍ୟ ସଙ୍ଗଠନରେ ମତାନ୍ତର ସୃଷ୍ଟି ହୋଇଛି। ଏହି ସବୁ କାରଣରୁ ସରକାର ଗଠନ କରିବାରେ ବିଳମ୍ବ ହୋଇଥିବା କୁହାଯାଉଛି। ପ୍ରକାଶ ଯେ, ତାଲିବାନ୍‌ ୨.୦ ସରକାର ଶୁକ୍ରବାର ଗଠନ କରାଯିବ ବୋଲି ପୂର୍ବରୁ କୁହାଯାଇଥିଲା। ପରେ ଏହାକୁ ଦିନକ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ଫଳରେ ଅନ୍ତର୍ଜାତୀୟ ସମୁଦାୟ ଶନିବାରକୁ ଅପେକ୍ଷା କରିଥିଲା। ହେଲେ ନିଜ ନିଜ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଯୋଗୁ ଏହାକୁ ଆହୁରି କିଛି ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି। ତାଲିବାନ୍‌ କେବେ ସରକାର ଗଠନ କରୁଛି ତା’ ଉପରେ ଏବେ ସମସ୍ତଙ୍କ ନଜର।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?