ବରାଦରଙ୍କୁ ହକ୍କାନି ଗୁଳି

କାବୁଲ,୬।୯: ପଡ଼ୋଶୀ ଆଫଗାନିସ୍ତାନରେ ପାଶ୍ଚାତ୍ୟ ସମର୍ଥତ୍ତ ଅଶ୍ରଫ୍‌ ଗନିଙ୍କ ନାଗରିକ ସରକାରଙ୍କୁ କ୍ଷମତାଚ୍ୟୁତ କରିଦେଲା ସିନା, ନିଜେ ସରକାର ଗଠନ କରିପାରି ନାହିଁ ତାଲିବାନ୍‌। ଦୁଇ ସପ୍ତାହ ବିତିଯାଇଥିଲେ ସୁଦ୍ଧା ତାଲିବାନ୍‌ ଓ ହକ୍କାନି ନେଟ୍‌ଓ୍ବର୍କ ମଧ୍ୟରେ ଭାଗବଣ୍ଟା ଛିଣ୍ଡି ନ ଥିବାରୁ ଅଚଳାବସ୍ଥା ଜାରି ରହିଛି। ଇତିମଧ୍ୟରେ ରାଷ୍ଟ୍ରପତି ହେବାକୁ ଯାଉଥିବା ତାଲିବାନ୍‌ ସହପ୍ରତିଷ୍ଠାତା ତଥା ପଲିଟିକାଲ ଅଫିସ ମୁଖ୍ୟ ମୁଲ୍ଲା ଅବ୍‌ଦୁଲ ଗନି ବରାଦର ଏବଂ ଅନସ୍‌ ହକ୍କାନିଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ହକ୍କାନି ପକ୍ଷର ଗୁଳିମାଡ଼ରେ ମୁଲ୍ଲା ବରାଦର ଆହତ ହୋଇଥିବା ପଞ୍ଜଶିର ଅବ୍‌ଜର୍ଭର ଓ୍ବେବ୍‌ସାଇଟ୍‌ରେ ଏକ ରିପୋର୍ଟ ପ୍ରକାଶ ପାଇଛି। ସେହିପରି ପଞ୍ଜଶିର ଉପତ୍ୟକାରେ ତାଲିବାନ୍‌କୁ କଡ଼ା ଟକ୍କର ଦେଉଥିବା ଅହମଦ ମାସୁଦ୍‌ଙ୍କ ନେତୃତ୍ୱାଧୀନ ନର୍ଦ୍ଦର୍ନ ଆଲାଏନ୍ସ ପକ୍ଷରୁ କୁହାଯାଇଛି ଯେ, ମୁଲ୍ଲା ବରାଦର ତାଲିବାନ୍‌ ୨.୦ ସରକାରର ନେତୃତ୍ୱ ନିଅନ୍ତୁ ବୋଲି ପାକିସ୍ତାନ ଚାହୁଁନାହିଁ। ପାକିସ୍ତାନର କୁଖ୍ୟାତ୍‌ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ଛତ୍ରଛାୟାରେ ପରିଚାଳିତ ହକ୍କାନି ନେଟ୍‌ଓ୍ବର୍କ ମଧ୍ୟ ବରାଦରଙ୍କୁ ବିରୋଧ କରୁଛି। ଅନସ୍‌ ହକ୍କାନି ଓ ଖଲିଲ ହକ୍କାନି ପ୍ରତିରକ୍ଷା ମନ୍ତ୍ରୀ ପଦ ସହ ସରକାରରେ ବଡ଼ ଭୂମିକା ଚାହୁଁଛନ୍ତି। କିନ୍ତୁ ତାଲିବାନ୍‌ ତାହା ଦେବା ପାଇଁ ଆଦୌ ପ୍ରସ୍ତୁତ ନୁହେଁ। ତେଣୁ ଅନସ୍‌ ଓ ଖଲିଲଙ୍କ ସହ ମୁଲ୍ଲା ବରାଦରଙ୍କ ମତଭେଦ ସଂଘର୍ଷର ରୂପ ନେଇଛି। ଗୁଳିମାଡ଼ରେ ମୁଲ୍ଲା ବରାଦର ଆହତ ହୋଇଛନ୍ତି। ତାଙ୍କୁ ପାକିସ୍ତାନର ଏକ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି। ଏହି ବିବାଦର ସମାଧାନ ପାଇଁ ଆଇଏସ୍‌ଆଇ ମୁଖ୍ୟ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଫୈଜ୍‌ ହମିଦ୍‌ କାବୁଲରେ ପହଞ୍ଚତ୍ ଦୁଇ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ମଧ୍ୟସ୍ଥତା କରୁଛନ୍ତି। ତେବେ କ୍ଷମତା ଭାଗବଣ୍ଟାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରିବାରେ ସେ ବିଫଳ ହୋଇଛନ୍ତି। ଅନ୍ୟପକ୍ଷେ ମୁଲ୍ଲା ଉମରଙ୍କ ପୁଅ ମୁଲ୍ଲା ୟାକୁବ୍‌ ଶକ୍ତିଶାଳୀ ତାଲିବାନ୍‌ ସୈନ୍ୟ ଆୟୋଗର ମୁଖ୍ୟ ପଦବୀ ଚାହୁଁଛନ୍ତି। ତାଲିବାନ୍‌ ସରକାରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଭାବଶାଳୀ ବିବେଚନା କରାଯାଉଥିବା ଏହି ପଦବୀକୁ ନେଇ ମଧ୍ୟ ସଙ୍ଗଠନରେ ମତାନ୍ତର ସୃଷ୍ଟି ହୋଇଛି। ଏହି ସବୁ କାରଣରୁ ସରକାର ଗଠନ କରିବାରେ ବିଳମ୍ବ ହୋଇଥିବା କୁହାଯାଉଛି। ପ୍ରକାଶ ଯେ, ତାଲିବାନ୍‌ ୨.୦ ସରକାର ଶୁକ୍ରବାର ଗଠନ କରାଯିବ ବୋଲି ପୂର୍ବରୁ କୁହାଯାଇଥିଲା। ପରେ ଏହାକୁ ଦିନକ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ଫଳରେ ଅନ୍ତର୍ଜାତୀୟ ସମୁଦାୟ ଶନିବାରକୁ ଅପେକ୍ଷା କରିଥିଲା। ହେଲେ ନିଜ ନିଜ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଯୋଗୁ ଏହାକୁ ଆହୁରି କିଛି ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି। ତାଲିବାନ୍‌ କେବେ ସରକାର ଗଠନ କରୁଛି ତା’ ଉପରେ ଏବେ ସମସ୍ତଙ୍କ ନଜର।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri