Posted inଫୁରସତ

ବାପୁଙ୍କ ପ୍ରିୟ ଖାଦ୍ୟ

ଜାତିର ପିତା ମହାତ୍ମା ଗାନ୍ଧୀ ‘ସିମ୍ପୁଲ ଲିଭିଂ ହାଇ ଥିଙ୍କିଙ୍ଗ’ ଉପରେ ବିଶ୍ୱାସ ରଖୁଥିଲେ। ତା’ସହ ସେ ଏହା ବି କହୁଥିଲେ ଯେ, ‘ବି ଦ ଚେଞ୍ଜ ଦ୍ୟାଟ୍‌ ୟୁ ଓ୍ବାଣ୍ଟ ଇନ୍‌ ଦ ଓ୍ବାର୍ଲଡ’। ତେଣୁ ସେ ପ୍ରଥମେ ନିଜ ଜୀବନଶୈଳୀକୁ ଏଭଳି କରୁଥିଲେ ଯେପରିକି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବେ। ଏମିତିକି ସେ ଖାଦ୍ୟ କ୍ଷେତ୍ରରେ ବି ପ୍ରଥମେ ନିଜେ ଏକ ଉଦାହରଣ ହେବାକୁ ଚାହୁଁଥିଲେ। ତେଣୁ ଖାଦ୍ୟ ଉପରେ ସେ ଅନେକ ଗବେଷଣା କରୁଥିଲେ। ଆଉ ମାପିଚୁପି ଅର୍ଗାନିକ ଖାଇବା ଅର୍ଥାତ୍‌ ଆଜିକାଲିର ଡାଏଟ୍‌ କଣ୍ଟ୍ରୋଲ ତ ପ୍ରଥମେ ତାଙ୍କଠାରୁ ହିଁ ଆରମ୍ଭ ହୋଇଥିଲା। ଏହାଛଡା ବାପୁଜୀ ସ୍ବାସ୍ଥ୍ୟ ଓ ଖାଦ୍ୟପେୟ ଉପରେ ‘ଡାଏଟ୍‌ ଆଣ୍ଡ ଡାଏଟ୍‌ ରିଫର୍ମସ୍‌’, ‘ଦ ମୋରାଲ ବେସିସ୍‌ ଅଫ୍‌ ଭେଜିଟେରିଆନିଜମ୍‌’, ‘କି ଟୁ ହେଲ୍ଥ’ ଭଳି ପୁସ୍ତକ ବି ଲେଖିଥିଲେ। ତେବେ ଆସନ୍ତୁ ଜାଣିବା ତାଙ୍କ ପସନ୍ଦର ଖାଦ୍ୟ ସବୁ କ’ଣ ଥିଲା…

ଭାତ ଓ ଡାଲି: ଗାନ୍ଧିଜୀ ଶାକାହାରୀ ଥିଲେ। ବ୍ରାଉନ୍‌ ରାଇସ୍‌ ସହ ଡାଲି ଓ ସ୍ଥାନୀୟ ପନିପରିବାରେ ତିଆରି ତରକାରି ତାଙ୍କର ନିତିଦିନିଆ ଖାଦ୍ୟ ଥିଲା।

ରୁଟି: ଦ୍ୱିପ୍ରହରରେ ଗହମ ଓ ଚଣା ଡାଲିର ଅଟାରେ ତିଆରି ରୁଟି ସହ ଡାଲି ଖାଉଥିଲେ।

ସିଝା ବାଇଗଣ: ସମସ୍ତେ ସିଝା ବାଇଗଣର ଭର୍ତ୍ତା ଖାଇଥିବେ। ହେଲେ କେହି ଖାଲି ସିଝା ବାଇଗଣ ଖାଇ ନ ଥିବେ। ବାପୁଜୀଙ୍କ ଖାଦ୍ୟରେ କିନ୍ତୁ ସିଝା ବାଇଗଣ ସାମିଲ ରହୁଥିଲା। ଆଉ ଏହା ତାଙ୍କର ବହୁତ ପ୍ରିୟ ଥିଲା। ଖାଲି ବାଇଗଣ ନୁହେଁ ଅନ୍ୟ ବହୁ ପନିପରିବାକୁ ବି ସେ ସିଝା ଖାଇବା ପସନ୍ଦ କରୁଥିଲେ। ଏମିତିକି ଲୁଣ ବି ବ୍ୟବହାର କରୁ ନ ଥିଲେ।

ଚିନି ନୁହେଁ ଗୁଡ: ବାପୁଙ୍କ ମତ ଥିଲା ଚିନି ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ ସେ ଏହା ବଦଳରେ ଗୁଡ ବ୍ୟବହାର କରୁଥିଲେ।

ଅରନ୍ଧା ଖାଦ୍ୟ: ବାପୁଜୀ ଅରନ୍ଧା ଖାଦ୍ୟ ଖାଇବା ଉପରେ ଗବେଷଣା କରି ଅନେକ ଦିନ ପର୍ଯ୍ୟନ୍ତ ଅରନ୍ଧା ଖାଦ୍ୟ ଯେମିତିକି କଞ୍ଚା ପନିପରିବା, ଫଳମୂଳ ଆଦି ଖାଉଥିଲେ। ଏହାଦ୍ୱାରା ଅନେକ ସମୟରେ ଦୁର୍ବଳ ଅନୁଭବ ବି କରୁଥିଲେ। ଆଉ ଏହି ଦୁର୍ବଳତାକୁ ଦୂର କରିବା ପାଇଁ ବାପୁଜୀ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ, କ୍ଷୀର ଓ ଘିଅ ଅରନ୍ଧା ଖାଦ୍ୟରେ ସାମିଲ କଲେ ଶରୀରରେ ଶକ୍ତି ଆସେ ଓ ମସ୍ତିଷ୍କ ଶାନ୍ତ ହୁଏ। ତାଙ୍କ ମତରେ ଅରନ୍ଧା ଖାଦ୍ୟ ହେଉଛି ଶୁଦ୍ଧ ଏବଂ ସ୍ବାସ୍ଥ୍ୟକର। ସେ ମସଲାଯୁକ୍ତ ଖାଦ୍ୟ ଆଦୌ ଖାଉ ନ ଥିଲେ। କେବଳ ସିଝା ଅବା କଞ୍ଚା ଖାଦ୍ୟ ଖାଉଥିଲେ।

ଅଙ୍କୁରିତ ଗହମ: ଦିନରେ ଥରେ ଯେମିତି ବି ହେଉ ବାପୁଜୀ ଅଙ୍କୁରିତ ଗହମ ଖାଉଥିଲେ।

ଛେଳି କ୍ଷୀର: ଗାନ୍ଧିଜୀ ଯେବେ ଲଣ୍ଡନ ଯାଇଥିଲେ ସେଠାରେ ଭେଜିଟେରିଆନ୍‌ ସୋସାଇଟିର ସଦସ୍ୟ ହୋଇଥିଲେ। କେବଳ ସେତିକି ନୁହେଁ ପରେ ସେ କ୍ଷୀର ଓ କ୍ଷୀରରେ ପ୍ରସ୍ତୁତ ସାମଗ୍ରୀ ଖାଇବା ଛାଡି ଦେଇ ଭେଗାନ ପାଲଟିଯାଇଥିଲେ। ତାଙ୍କର ଚିନ୍ତାଧାରା ଥିଲା ଯେ, ମଣିଷର କେବଳ ନିଜ ମା’ କ୍ଷୀର ପିଇବା ଅଧିକାର ଅଛି। ଆଉ କାହାର ନୁହେଁ। କିନ୍ତୁ ପରବର୍ତ୍ତୀ ସମୟରେ ଦୀର୍ଘଦିନର ଉପବାସ ଫଳରେ ଥରେ ବାପୁଜୀ ଦୁର୍ବଳ ହୋଇଯିବା ଯୋଗୁ ଡାକ୍ତର ତାଙ୍କୁ କ୍ଷୀର ପିଇବାକୁ ପରାମର୍ଶ ଦେଇଥିଲେ। ଆଉ ସେ ଛେଳି କ୍ଷୀର ପିଇବା ଆରମ୍ଭ କରିଥିଲେ। ଏହାବାଦ ସେ ନିଜ ପାଇଁ ବାଦାମ କ୍ଷୀର ବି ତିଆରି କରୁଥିଲେ।

ପଖାଳ ଭାତ: ୧୯୩୪ରେ ପୁରୀରୁ ହରିଜନ ପଦଯାତ୍ରା ଆରମ୍ଭ କରିବା ପାଇଁ ଯେବେ ଗାନ୍ଧିଜୀ ଓଡିଶା ଆସିଥିଲେ, ସେତେବେଳେ ସେ ଓଡ଼ିଶାର ଲୋକପ୍ରିୟ ଖାଦ୍ୟ ପଖାଳ ସମ୍ପର୍କରେ ଜାଣିବାକୁ ପାଇଥିଲେ। ପ୍ରସିଦ୍ଧ ଲେଖକ ଦାସ ବେନହୁର ଏକ ସାକ୍ଷାତକାରରେ କହିଥିଲେ, ‘ପଦଯାତ୍ରାବେଳେ ଥରେ ଉତ୍ତପ୍ତ ମେ’ ମାସର ଦ୍ୱିପ୍ରହରରେ ରମା ଦେବୀ ଅନୁଗାମୀଙ୍କୁ ପଖାଳ ବାଢ଼ିଥିଲେ। ବହୁତ ଉତ୍ସୁକତାର ସହ ବାପୁ ପଖାଳ ସମ୍ପର୍କରେ ପଚାରିଥିଲେ। ଏହାର ପ୍ରସ୍ତୁତି ପ୍ରଣାଳୀ ବି ବୁଝିଥିଲେ। କହିବାକୁ ଗଲେ ବାପୁଜୀ ପଖାଳ ପ୍ରେମରେ ପଡ଼ିଯାଇଥିଲେ। ଆଉ ବହୁତ ପ୍ରଶଂସା କରିଥିଲେ।’


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri