ସୁନା କପ୍‌ରେ ଚା’ ପିଉଥିଲେ ବାପି

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କ ୬୯ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର ଜୁହୁର କ୍ରିଟି କେୟାର ହସ୍ପିଟାଲରେ ସେ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ବାପି ଲାହିରୀ ବଲିଉଡ୍‌ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ଏକ ବଡ଼ ଇନିଂସ ଖେଳିଥିଲେ। ସେ ତାଙ୍କ କ୍ୟାରିଅରରେ ୫୦୦ରୁ ଅଧିକ ଗୀତ ରଚନା କରିଥିଲେ। ସେ ଇଣ୍ଡଷ୍ଟ୍ରିରେ ବାପି ଦା’ ନାମରେ ବେଶ୍‌ ଜଣାଶୁଣା। ଗୀତ ବ୍ୟତୀତ ବାପି ଦା’ ସୁନା ଅଳଙ୍କାର ପିନ୍ଧିବାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ସୁନା ଅଳଙ୍କାର ପ୍ରତି ତାଙ୍କର ବେଶ୍‌ ରୁଚି ରହିଥିବା ବେଳେ ପ୍ରାୟ ସମୟରେ ତାଙ୍କୁ ବେକରେ ମୋଟା ସୁନା ଚେନ୍‌ ଏବଂ ହାତରେ ବଡ଼ ବଡ଼ ମୁଦି ସମେତ ଅନେକ ସୁନା ଅଳଙ୍କାର ପିନ୍ଧୁଥିବାର ଦେଖିବାକୁ ମିଳେ। ବାପି ଦା’ ଏକମାତ୍ର ଗାୟକ ଯିଏ ବହୁତ ସୁନା ପିନ୍ଧୁଥିବାର ଦେଖାଯାଏ।

କିନ୍ତୁ ବାପି ଲାହିରୀ କେବେ ଏବଂ କାହିଁକି ସୁନା ପିନ୍ଧିବା ଆରମ୍ଭ କଲେ ଜାଣିଛନ୍ତି କି। ଏକ ସାକ୍ଷାତକାରରେ ବାପି ଲାହିରୀ ଏହି ରହସ୍ୟ ଉପରୁ ପରଦା ଉଠାଇଥିଲେ। ସେ କହିଥିଲେ, ହଲିଉଡ୍‌ର ଜଣେ କଳାକାର ଯୋଗୁ ସେ ସୁନା ପିନ୍ଧିବା ଆରମ୍ଭ କରିଥିଲେ। ହଲିଉଡ୍‌ର ଗାୟକ ଏଲ୍‌ଭିସ ପ୍ରେସ୍‌ଲେର ଜଣେ ବଡ଼ ପ୍ରଶଂସକ ଥିଲେ ବାପି ଦା’। ଏଲ୍‌ଭିସ ସବୁବେଳେ ବେକରେ ସୁନା ଚେନ୍‌ ପିନ୍ଧୁଥିଲେ। ତାଙ୍କର ଏହି ଶୈଳୀ ବାପି ଦା’ଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା। ଏହାପରଠାରୁ ବାପି ଲାହିରୀ ଅଧିକ ସଫଳ ହେବା ପାଇଁ ନିଷ୍ପତ୍ତି ନେବା ସହ ସୁନା ପିନ୍ଧିବା ଆରମ୍ଭ କରିଥିଲେ। ଏହି ସୁନା ମଧ୍ୟ ତାଙ୍କ ପାଇଁ ସଫଳତା ଆଣିଦେଇଥିଲା। ସେ ସୁନା ଏତିକି ପିନ୍ଧିବାକୁ ଚାହୁଁଥିଲେ ଯେତିକି ସେ ଇଣ୍ଡଷ୍ଟ୍ରିରେ ସଫଳ ହୋଇଛନ୍ତି। ସୁନା ପ୍ରତି ବାପି ଲାହିରୀଙ୍କ ପ୍ରେମ ଏତେ ଥିଲା ଯେ, ୨୦୨୧ରେ ଧନତେରାସରେ ତାଙ୍କ ପତ୍ନୀ ତାଙ୍କୁ ଏକ ସୁନା ଚା’ ସେଟ୍‌ ଉପହାର ଦେଇଥିଲେ।

କାରଣ ପୂର୍ବରୁ ବାପି ଦା’ଙ୍କ ନିକଟରେ ଅନେକ ଭିନ୍ନ ସୁନା ଅଳଙ୍କାର ଥିଲା। ତେଣୁ ତାଙ୍କ ପତ୍ନୀଙ୍କୁ ଧନତେରାସରେ ଏକ ସୁନାର ଚା ’ସେଟ ଆଣିବାକୁ ସେ କହିଥିଲେ। କୌଣସି ଏକ ସ୍ଥାନରେ ସୁନ୍ଦର ଚା’ ସେଟ ଦେଖି ବାପି ଦା’ଙ୍କ ମନ ଲାଖିଯାଇଥିଲା। ତେଣୁ ସେ ଏହି ଚା’ସେଟ ଉପହାର ନେଇଥିଲେ। ଅନ୍ୟପଟେ ଏକ ସାକ୍ଷାତକାରରେ ସେ କହିଥିଲେ, ମୁଁ ଗୋଲ୍ଡ ମେନ ବୋଲି ଗର୍ବିତ। ସୁନା ମୋ ପାଇଁ ଭାଗ୍ୟବାନ। ଯେତେବେଳେ ମୁଁ ସୁନା ପିନ୍ଧିବା ଆରମ୍ଭ କରିଲିି ମୋର ଗୀତଗୁଡ଼ିକ ହିଟ୍‌ ହୋଇଥିଲା। ଜାଣିଛନ୍ତି, ବାପି ଲାହିରୀ କେତେ ସୁନା ପିନ୍ଧୁଥିଲେ। ୨୦୧୪ରେ ବାପି ଲାହିରୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେହି ସମୟରେ ସେ ସୂଚନା ଦେଇଥିଲେ ଯେ, ତାଙ୍କ ନିକଟରେ ୭୫୪ ଗ୍ରାମ ସୁନା ଏବଂ ୪.୬୨ ଗ୍ରାମ ରୂପା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri