Posted inଜାତୀୟ

ଛେଳି ବ୍ୟାଙ୍କ, ଜାଣନ୍ତୁ କେମିତି ହୁଏ ଏହାର ପରିଚାଳନା

ମୁମ୍ବାଇ,୩।୨: ଛେଳିମାନଙ୍କର ବ୍ୟାଙ୍କ ଶୁଣିଲେ ନିଶ୍ଚିତ ଅଡୁଆ ଲାଗେ। କିନ୍ତୁ ଏପରି ଏକ ବ୍ୟାଙ୍କ ରହିଛି ମହାରାଷ୍ଟ୍ରରେ। ଏହି ବ୍ୟାଙ୍କକୁ ମହାରାଷ୍ଟ୍ରର ଅକୋଲା ଜିଲାରେ ଜଣେ କୃଷକ ଖୋଲିଛନ୍ତି। ଏହାର ପରିଚାଳନା ସାଂଘଭୀ ମୋହାଲି ଗାଁରୁ କରାଯାଉଛି। ଏହି ବ୍ୟାଙ୍କର ନାମ ’ଗୋଟ୍‌ ବ୍ୟାଙ୍କ ଅଫ୍‌ କରଖେଡା’।

୫୨ ବର୍ଷୀୟ ନରେଶ ଦେଶମୁଖ ଏପରି ସ୍ବତନ୍ତ୍ର ଛେଳି ବ୍ୟାଙ୍କ ଦୁଇବର୍ଷ ତଳେ ଖୋଲିଥିଲେ। ଏବେ ଏହି ବ୍ୟାଙ୍କରେ ୧୨୦୦ରୁ ଅଧିକ ଜମାକାରୀ ଅଛନ୍ତି। ୧୨୦୦ ଟଙ୍କାର ଅଗ୍ରୀମ ଋଣ ଆକାରରେ ଗର୍ଭବତୀ ଛେଳି ମିଳିଥାଏ। ଋଣ ଚୁକ୍ତି ଅନୁଯାୟୀ ପୁଣି ୪୦ ମାସ ପରେ ୪ ଛୁଆ ସହ ଛେଳିକୁ ଫେରାଇବାକୁ ପଡ଼ିଥାଏ। ନରେଶ କୁହନ୍ତି, ଛେଳି ପାଳନ ପାଇଁ ତାଙ୍କର ଆଗ୍ରହ ଥିଲା। ତେଣୁ ସେ ଏପରି ବ୍ୟାଙ୍କ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ଏଥିନିମନ୍ତେ ଧାରଣା ତାଙ୍କ ପରିବାରଠାରୁ ପାଇଥିଲେ। ପ୍ରଥମେ ନିଜେ ଛେଳି ପାଳନ କରୁଥିଲେ। ଏହି ଛେଳିପାଳନରୁ ତାଙ୍କର ବେଶ୍‌ ଆର୍ଥିକ ରୋଜଗାର ହେଲା। ପରିବାର ଚଳାଇବା ସହ ଦୁଇ ପିଲାଙ୍କୁ ପାଠ ପଢ଼ାଇ ବାହା ମଧ୍ୟ କରାଇଛନ୍ତି। ଏଥିରୁ ଲାଭ ହେଉଥିବାରୁ ସେ ଛେଳି ବ୍ୟାଙ୍କ ଖୋଲିବାକୁ ମନସ୍ଥ କଲେ।
୨୦୧୮ ଜୁଲାଇ ୪ରେ ସେ ୪୦ ଲକ୍ଷ ଟଙ୍କା ଏଥିରେ ବିନିଯୋଗ କରିଥିଲେ। ପ୍ରଥମେ ସେ ୩୪୦ ଛେଳି କିଣିଥିଲେ। ୩୪୦ ଶ୍ରମିକଙ୍କୁ ନିଯୁକ୍ତି ଦେଇଥିଲେ। ସେ ପ୍ରତ୍ୟେକ ମହିଳାଙ୍କୁ ସେ ୧୧୦୦ ଟଙ୍କାରେ ଗର୍ଭବତୀ ଛେଳି ଋଣ ଆକାରରେ ଦେଉଥିଲେ। ସର୍ତ୍ତ ରଖିଥିଲେ ୪୦ ମାସ ପରେ ୪ ଛୁଆଙ୍କ ସହ ଛେଳ ଫେରାଇବାକୁ। ୪୦ ମାସରେ ତାଙ୍କ ପାଖକୁ ପ୍ରାୟ ୩୦ ଛେଳିଛୁଆ ଆସୁଥିଲେ। ତାଙ୍କର ମାସକୁ ଅଢ଼େଇ ଲକ୍ଷରୁ ଅଧିକ ଲାଭ ହେଲା। ସେ କୁହନ୍ତି, ଏପରି ବ୍ୟାଙ୍କ ଯୋଗୁ ମହିଳାମାନଙ୍କର ଆର୍ଥିକ ବିକାଶ ହୋଇପାରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri