ବ୍ୟାଙ୍କ୍‌ ମ୍ୟାନେଜର, କେ.ପି. ସଲ୍ୟୁଶନ୍ସ ମୁଖ୍ୟ ଗିରଫ

ଭୁବନେଶ୍ୱର,୧୬।୯ (ବ୍ୟୁରୋ):ଜୟଦେବ ବିହାରସ୍ଥିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୨.୫ କୋଟି ଋଣ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାପୁଜୀ ନଗର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ୍‌ ମ୍ୟାନେଜର ତଥା ଆସେସ୍‌ମେଣ୍ଟ ଅଫିସର ଶ୍ରୀକାନ୍ତ ପ୍ରସାଦ ପୃଷ୍ଟି ଏବଂ କେ.ପି. ସଲ୍ୟୁଶନ୍ସ ମୁଖ୍ୟ ନାଗେଶ୍ୱର ଟାଙ୍ଗୀରେ ରହୁଥିବା କାଳି ପ୍ରସାଦ ମିଶ୍ର। ଉଭୟଙ୍କ ନାମରେ ଇଓଡବ୍ଲ୍ୟୁ କେସ୍‌ ନଂ.୭/୨୦ ଦଫା ୪୦୬, ୪୨୦, ୪୬୭, ୪୬୮, ୪୭୧, ୧୨୦(ବି) ଲଗାଇ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୂଯାୟୀ, ଅଭିଯୁକ୍ତ କାଳୀ ପ୍ରସାଦ ମିଶ୍ର ସାନିଟାଇଜର ଓ ଇଲେକ୍ଟ୍ରିକାଲ ବ୍ୟବସାୟ କରିବା ପାଇଁ ଜୟଦେବ ବିହାରସ୍ଥିତ ବ୍ୟାଙ୍କ୍‌ରୁ ୨୦୧୭ରେ ୨.୫ କୋଟି ଋଣ ନେଇଥିଲେ। ଏଥିପାଇଁ ସେ କଟକ ମଧୁପାଟଣାରେ ଥିବା କେତେକ ଜମିକୁ ବନ୍ଧକ ଦେଇଥିଲେ। ଆବେଦନ ସମୟରେ ସେ ୩ଜଣଙ୍କୁ ଗ୍ୟାରେଣ୍ଟର ରଖିବା ସହ ବ୍ୟାଙ୍କ୍‌କୁ ଇଲେକ୍ଟ୍ରି ବିଲ୍‌, ଭୋଟର କାର୍ଡ ଓ ଜମିର କାଗଜପତ୍ର ଦେଇଥିଲେ। ତେବେ କାଳୀପ୍ରସାଦ ବନ୍ଧକ ରଖିଥିବା ଜମିର କାଗଜପତ୍ର ଜାଲ୍‌ ରହିଥିଲା। ଅନ୍ୟ ନାମରେ ଥିବା ଉକ୍ତ ଜମିକୁ ନିଜ ନାମରେ ଜାଲିଆତି କରି ବ୍ୟାଙ୍କ୍‌ରେ ବନ୍ଧକ ରଖିଥିଲେ। ସବୁଠୁ ବଡ଼ କଥା ହେଲା ୩ଜଣ ଗ୍ୟାରେଣ୍ଟରଙ୍କ ମଧ୍ୟରୁ ଜଣେ ୨୦୧୪ରୁ ମୃତ୍ୟୁବରଣ କରିଥିଲେ। କିନ୍ତୁ କାଳୀପ୍ରସାଦ ତାଙ୍କୁ ଜୀବିତ ଦର୍ଶାଇ ଜାଲ ଦସ୍ତଖତ କରି ଋଣ ନେଇଥିଲେ। ସେତେବେଳେ ଉକ୍ତ ବ୍ୟାଙ୍କ୍‌ର ସିନିୟର ମ୍ୟାନେଜର ଥିଲେ ଶ୍ରୀକାନ୍ତ ପ୍ରସାଦ ପୃଷ୍ଟି। ପରବର୍ତ୍ତୀ ସମୟରେ ସେ ସେଠାରୁ ବଦଳି ହୋଇ ଏବେ ବାପୁଜୀନଗର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ୍‌ରେ କାର୍ଯ୍ୟ କରୁଥିଲେ। ହେଲେ ତାଙ୍କ ବଦଳି ପରେ ଜୟଦେବବିହାର ବ୍ୟାଙ୍କ୍‌କୁ ଅନ୍ୟଜଣେ ମ୍ୟାନେଜର ଆସିଥିଲେ। ସେ ପଡ଼ି ରହିଥିବା ଋଣ ସମ୍ପର୍କରେ ଯାଞ୍ଚ କରିବାବେଳେ ଏହି ଠକେଇ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବ୍ୟାଙ୍କ୍‌ର ସର୍କଲ ହେଡ୍‌ ପରେଶ କୁମାର ଦାଶ ଏନେଇ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ତତ୍କାଳୀନ ସିନିୟର ମ୍ୟାନେଜର ଶ୍ରୀକାନ୍ତ ଗ୍ୟାରେଣ୍ଟର ଓ ଅନ୍ୟ କାଗଜପତ୍ର ଠିକ୍‌ ଭାବେ ଯାଞ୍ଚ ନ କରି ଋଣ ଦେଇଥିବାରୁ ସେ ଏହି ଠକେଇରେ ସାମିଲ ଥିବା ଇଓଡବ୍ଲ୍ୟ ତଦନ୍ତରୁ ଜାଣିବାକୁ ପାଇଥିଲା। ଏହାପରେ ପଦକ୍ଷେପ ଗ୍ରହଣ କରିଥିଲା ଇଓଡବ୍ଲ୍ୟୁ। ତେବେ ବର୍ତ୍ତମାନ ଉକ୍ତ ଋଣ ଟଙ୍କା ସୁଧମୂଳ ମିଶି ୨ କୋଟି ୬୭ଲକ୍ଷ ୩୩ ହଜାରରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri