ବ୍ୟାଙ୍କ ଋଣ ଶୁଝିବା ଆଳରେ ଠକେଇ, ୨ ଗିରଫ

ବ୍ରହ୍ମପୁର ଅଫିସ,୨୭ା୫: ମାଲିକଙ୍କ ମୃତ୍ୟୁ ପରେ ବ୍ୟାଙ୍କ ଋଣ ଶୁଝିବା ଆଳରେ ଗ୍ୟାରେଜ ଓ ସ୍ପେୟାର ପାର୍ଟସ ଦୋକାନର ଚାବି ନେଇ ୬୦ଲକ୍ଷ ଟଙ୍କାର ସାମଗ୍ରୀ ବିକ୍ରି କରି ଟଙ୍କା ଠକି ନେଇଥିବା ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଆସ୍କାରୋଡ ପାଣିଗ୍ରାହୀପେଣ୍ଠର ଅରୁଣ କୁମାର ପାଣିଗ୍ରାହୀ ଓ ଗୋଷାଣି ନୂଆଗଁାର କିରଣ କୁମାର ଦଳାଇ। ମାମଲା ନଂ.୧୨୭/୨୨ରେ ଟାଉନ ଥାନା ପୋଲିସ ଉଭୟଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଥିଲା। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛିି। ପ୍ରକାଶ ଯେ, ଗଞ୍ଜାମ ବୁଢାମ୍ବ ଗ୍ରାମର ସୁଦର୍ଶନ ମହାରଣା ବ୍ୟବସାୟ ପାଇଁ ବ୍ରହ୍ମପୁର ଆସି ବ୍ୟାଙ୍କ କଲୋନୀରେ ଏକ ଘର ଭଡା ନେଇ ପରିବାର ସହ ରହୁଥିଲେ। ସେ ଗେଟ୍‌ବଜାର ଅଞ୍ଚଳରେ ଏକ ଗ୍ୟାରେଜ ଓ ସ୍ପେୟାର ପାର୍ଟସ ଦୋକାନ କରିଥିଲେ। ଉକ୍ତ ଦୋକାନରେ ଅରୁଣ ଓ କିରଣ କାମ କରୁଥିଲେ। ଗତବର୍ଷ ମେ ୩ରେ ସୁଦର୍ଶନଙ୍କ ମୃତ୍ୟୁ ଘଟିଥିଲା। ୧୪ ଦିନ ପରେ ୧୭ ତାରିଖରେ ଅଭିଯୁକ୍ତ ଦ୍ୱୟ ବ୍ୟାଙ୍କ କଲୋନୀକୁ ଆସି ଦୋକାନ ମାଲିକାଣି ସାଗରିକା ମହାରଣାଙ୍କୁ ଭେଟି ଗ୍ୟାରେଜ ଓ ସ୍ପେୟାର ପାର୍ଟସ ଦୋକାନ ଚାବି ମାଗିଥିଲେ। ବ୍ୟବସାୟ ପାଇଁ ମାଲିକ ପୂର୍ବରୁ ବ୍ୟାଙ୍କରୁ ଆଣିଥିବା ୧୭ଲକ୍ଷ ଟଙ୍କା ଋଣ ଶୁଝିବୁ ବୋଲି ପ୍ରତିଶ୍ରୁତି ଦେଇ ସେମାନେ ଚାବି ନେଇଥିଲେ। କିଛିମାସ ପରେ ଜିଏସ୍‌ଟି ଓ ବ୍ୟାଙ୍କ ଋଣ ଶୁଝାଯିବ କହି ଏକ ସାଦା କାଗଜରେ ମାଲିକାଣିଙ୍କ ଦସ୍ତଖତ ମଧ୍ୟ ନେଇଥିଲେ। ବ୍ୟାଙ୍କ ଋଣ ଶୁଝିବା ପରିବର୍ତ୍ତେ ଉଭୟେ ଦୋକାନରୁ ସମସ୍ତ ସ୍ପେୟାର ପାର୍ଟସ ଓ ଗ୍ୟାରେଜରେ ଥିବା ଗାଡିଗୁଡିକୁ ବିକ୍ରି କରି ପ୍ରାୟ ୬୦ ଲକ୍ଷ ଟଙ୍କା ହଡପ କରିନେଇଥିଲେ। ଷଡ଼ଯନ୍ତ୍ର କରି ଟଙ୍କା ଠକେଇ ହୋଇଥିବା ଜାଣିବା ପରେ ସାଗରିକା ଏନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri