ବାଂଲାଦେଶର ବଡ଼ ଚାଲ୍‌, ସୀମାରେ କରୁଛି…

ଢାକା/ନୂଆଦିଲ୍ଲୀ, ୧୩।୫: ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମୁହମ୍ମଦ ୟୁନୁସ ପୁଣି ଥରେ ଭାରତକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ନେପାଳର ସଂସଦ ଅଧ୍ୟକ୍ଷ ଇନ୍ଦିରା ରାଣାଙ୍କ ସହ ଏକ ବୈଠକରେ ୟୁନୁସ ବାଂଲାଦେଶ, ନେପାଳ, ଭୂଟାନ ଏବଂ ଭାରତର ସାତୋଟି ଉତ୍ତର-ପୂର୍ବ ରାଜ୍ୟ (ସେଭେନ ସିଷ୍ଟର୍ସ) ମିଳିତ ଭାବେ ଏକ ଅର୍ଥନୈତିକ ଯୋଜନା ପ୍ରସ୍ତୁତ କରିବାକୁ ଆହ୍ବାନ ଦେଇଛନ୍ତି। ଏହି ବୟାନକୁ ଅନେକେ ଭାରତର ଉତ୍ତର-ପୂର୍ବାଞ୍ଚଳକୁ ସ୍ବାଧୀନ ଅଞ୍ଚଳ ଭାବେ ଚିତ୍ରଣ କରିବାର ଚେଷ୍ଟା ବୋଲି ଦେଖୁଛନ୍ତି, ଯାହା ଭାରତ-ବାଂଲାଦେଶ ସମ୍ପର୍କକୁ ଆହୁରି ଜଟିଳ କରିପାରେ।

ୟୁନୁସ କହିଛନ୍ତି ଯେ ଏହି ଅଞ୍ଚଳଗୁଡିକ ମିଳିତ ଭାବେ ଜଳବିଦ୍ୟୁତ, ସ୍ବାସ୍ଥ୍ୟସେବା ଓ ସଡକ ଯୋଗାଯୋଗ କ୍ଷେତ୍ରରେ ସହଯୋଗ କରିପାରିବେ। ଏହା ପୂର୍ବରୁ ସେ ମାର୍ଚ୍ଚ ମାସରେ ଚୀନ ଗସ୍ତ ସମୟରେ ଉତ୍ତର-ପୂର୍ବ ଭାରତକୁ ଭୂମିବେଷ୍ଟିତ ବୋଲି ଅଭିହିତ କରି ବାଂଲାଦେଶକୁ ଏହାର ସାମୁଦ୍ରିକ ପ୍ରବେଶର ଏକମାତ୍ର ରକ୍ଷକ ବୋଲି କହିଥିଲେ। ଏହି ମନ୍ତବ୍ୟ ଭାରତରେ ତୀବ୍ର ପ୍ରତିକ୍ରିୟାର ସୃଷ୍ଟି କରିଥିଲା। ଭାରତ ସରକାର ଏହାର ପ୍ରତିକ୍ରିୟାରେ କଡ଼ା ପଦକ୍ଷେପ ନେଇଛନ୍ତି। ଏପ୍ରିଲ ମାସରେ ଭାରତ ବାଂଲାଦେଶକୁ ଦିଆଯାଉଥିବା ଟ୍ରାନ୍ସଶିପମେଣ୍ଟ ସୁବିଧା ବାତିଲ କରିଥିଲା, ଯାହା ବାଂଲାଦେଶର ରପ୍ତାନି ବ୍ୟୟକୁ ବୃଦ୍ଧି କରିପାରେ। ଏହାକୁ ଅନେକେ ୟୁନୁସଙ୍କ ମନ୍ତବ୍ୟର ପ୍ରତିଶୋଧ ଭାବେ ଦେଖୁଛନ୍ତି।

ରାଜନୈତିକ ବିବାଦ ଓ ଅଭିଯୋଗ
ୟୁନୁସଙ୍କ ଏହି ବୟାନ ଭାରତରେ ରାଜନୈତିକ ବିବାଦର ଜନ୍ମ ଦେଇଛି। ଆସମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହାକୁ ଆପତ୍ତିଜନକ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ ଏହା ଭାରତର କୌଶଳଗତ ଚିକେନ ନେକ କରିଡରର ଦୁର୍ବଳତାକୁ ଆହୁରି ଉଜାଗର କରୁଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କହିଛନ୍ତି, ଭାରତର ନରେନ୍ଦ୍ର ମୋଦୀ ସରକାର କାହାକୁ ଭାରତର ଏକ ଇଞ୍ଚ ଜମି ଉପରେ ନଜର ରଖିବାକୁ ଦେବେ ନାହିଁ।

ଏହା ପୂର୍ବରୁ ୟୁନୁସଙ୍କ ଜଣେ ଘନିଷ୍ଠ ସହଯୋଗୀ ଓ ଅବସରପ୍ରାପ୍ତ ମେଜର ଜେନେରାଲ ଏଏଲଏମ ଫଜଲୁର ରହମାନ ମଧ୍ୟ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରେ, ତେବେ ବାଂଲାଦେଶ ଚୀନ ସହଯୋଗରେ ଉତ୍ତର-ପୂର୍ବ ଭାରତର ସାତୋଟି ରାଜ୍ୟ ଦଖଲ କରିବ। ଯଦିଓ ବାଂଲାଦେଶ ସରକାର ଏହାକୁ ରହମାନଙ୍କ ବ୍ୟକ୍ତିଗତ ମତ ବୋଲି କହି ଏହାଠାରୁ ନିଜକୁ ଦୂରେଇ ରଖିଥିଲା, ଏହା ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢାଇଥିଲା।

ବାଂଲାଦେଶର ଚୀନ ଓ ପାକିସ୍ତାନ ସହ ସମ୍ପର୍କ
ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶ ଚୀନ ଓ ପାକିସ୍ତାନ ସହ ସମ୍ପର୍କ ମଜବୁତ କରୁଥିବା ଦେଖାଯାଉଛି। ମାର୍ଚ୍ଚରେ ଚୀନ ଗସ୍ତ ସମୟରେ ୟୁନୁସ ଚୀନୀ ଅର୍ଥନୀତିକୁ ଉତ୍ତର-ପୂର୍ବ ଭାରତରେ ପ୍ରସାର କରିବାକୁ ଆହୱାନ ଦେଇଥିଲେ। ଏହା ସହିତ ସେ ପାକିସ୍ତାନ ସହ ମଜବୁତ ସମ୍ପର୍କ ଗଢିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି, ଯାହା ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି।

ଭାରତ-ବାଂଲାଦେଶ ସମ୍ପର୍କରେ ଉତ୍ତେଜନା
ଶେଖ ହସିନାଙ୍କ ସରକାର ପତନ ଓ ୟୁନୁସଙ୍କ ଅନ୍ତରୀଣ ସରକାର ଗଠନ ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଛି। ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଆକ୍ରମଣ ବୃଦ୍ଧି ଏବଂ ୟୁନୁସଙ୍କ ଭାରତ-ବିରୋଧୀ ମନ୍ତବ୍ୟ ଏହାକୁ ଆହୁରି ଜଟିଳ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୪ରେ ବାଙ୍କକରେ ବିମଷ୍ଟେକ ଶିଖର ବୈଠକ ଅବସରରେ ୟୁନୁସଙ୍କୁ ଭେଟି ବିବାଦୀୟ ବୟାନରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ମୋଦୀ ସଂଖ୍ୟାଲଘୁଙ୍କ ନିରାପତ୍ତା ଓ ସୀମାନ୍ତ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ।

ବିଶେଷଜ୍ଞମାନେ କହୁଛନ୍ତି ଯେ ୟୁନୁସଙ୍କ ଏହି ବୟାନ ଭାରତ-ବାଂଲାଦେଶ ସମ୍ପର୍କକୁ ଆହୁରି ଖରାପ କରିପାରେ। ବାଂଲାଦେଶରେ ର୍ନିବାଚନ ନ ହେବା ଓ ୟୁନୁସଙ୍କ ଅନ୍ତରୀଣ ସରକାରର ଚୀନ ଓ ପାକିସ୍ତାନ ସହ ବୁଥିବା ସମ୍ପର୍କ ଭାରତ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଭାରତ ଏହାର ଉତ୍ତର-ପୂର୍ବାଞ୍ଚଳରେ ଯୋଗାଯୋଗ ଓ ଅବସଂରଚନା ବିକାଶ ପାଇଁ ଜୋରଦାର ପ୍ରୟାସ ଜାରି ରଖିଛି। ବିମଷ୍ଟେକ ମାଧ୍ୟମରେ ଏହା ଏହି ଅଞ୍ଚଳକୁ ଏକ ସଂଯୋଗ କେନ୍ଦ୍ର ଭାବେ ଗଢିବାକୁ ଚାହୁଁଛି। ଏହି ପରିପ୍ରେକ୍ଷୀରେ ୟୁନୁସଙ୍କ ବୟାନ ଏକ କୂଟନୈତିକ ବାଧା ସୃଷ୍ଟି କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

ଝାଡ଼ଖଣ୍ଡ-ରାଉରକେଲା ପୋଲିସର ବଡ଼ ଅପରେଶନ, ଜଙ୍ଗଲରୁ ଜବତ ହେଲା ବିପୁଳ ବିସ୍ଫୋରକ

ରାଉରକେଲା,୨୪।୮: ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ନିକଟ ଜଙ୍ଗଲରୁ ସୋମବାର ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ମାଓବାଦୀମାନେ ଜଙ୍ଗଲରେ ଏହି ବିସ୍ଫୋରକ ଲୁଚାଇ ରଖିଥିବା ଜଣାପଡିଛି।…

ଗଞ୍ଜାମ ତହସିଲରେ କର୍ମଚାରୀ ଅଭାବ : ଏକାଥରକେ ୬ କର୍ମଚାରୀଙ୍କ ବଦଳି, କାର୍ଯ୍ୟ ବାଧାପ୍ରାପ୍ତ

ଗଞ୍ଜାମ, ୨୪।୮ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ ରାସ୍ତାରେ ଅବସ୍ଥିତ ଗଞ୍ଜାମ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ…

୨,୨୪୮ କୋଟି ତୁରନ୍ତ ଫେରାଅ, ୨୧ ବିଭାଗକୁ ଅର୍ଥ ବିଭାଗର ପତ୍ର

ଭୁବନେଶ୍ୱର,୨୪ା୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ୨୧ଟି ବିଭାଗ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥ ଖର୍ଚ୍ଚ କରିପାରି ନ ଥିବାରୁ ଏବେ ସମସ୍ୟା ସୃଷ୍ଟି ହୋଇଛି। ୨୦୨୫-୨୬ ଆର୍ଥିକବର୍ଷର…

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ଟ୍ରେନରେ ସୁଟକେସ, ରୋଷେଇ ଘରେ ମଣିଷ ଶରୀରର ଅଙ୍ଗ, ସିସିଟିଭି ଖୋଲିଦେଲା ରହସ୍ୟ

ଆଗ୍ରା,୨୪।୮: କିଛି ଦିନ ପୂର୍ବରୁ, ଆଗ୍ରାରେ ଏକ ଟ୍ରେନରେ ଏକ ସୁଟକେସ ଭିତରେ ପଚିଯାଇଥିବା ଶରୀରର ଅଂଶ ମିଳିବା ସହିତ ଏକ ମାମଲା ସାମ୍ନାକୁ ଆସିଥିଲା। ଏବେ,…

ମାନବିକତା ଦେଖାଇଲେ ଶିଶୁରୋଗ ବିଶେଷଜ୍ଞ: ବାଟେଘାଟେ କରୁଛନ୍ତି ଶିଶୁଙ୍କ ଚିକିତ୍ସା

କେସିଙ୍ଗା, ୨୪/୮ (ତୁମେଶ୍ୱର ସାହୁ): ଶି ଶୁଙ୍କ ପ୍ରତି ଜଣେ ଡାକ୍ତରଙ୍କ ଅନାବିଳ ମାନବିକତା ଏବେ କେସିଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କଳାହାଣ୍ଡି ଜିଲାକେସିଙ୍ଗା ସହରସ୍ଥିତ…

ସରକାରୀ ସେବାରେ ବିଳମ୍ବ ହେଲେ ଅଧିକାରୀଙ୍କୁ ଜରିମାନା, ଦିନକୁ କଟିବ ୨୫୦ ଟଙ୍କା

ଭୁବନେଶ୍ବର,୨୪।୮: ସରକାରୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଏଣିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri