ବାଂଲାଦେଶର ବଡ଼ ଚାଲ୍‌, ସୀମାରେ କରୁଛି…

ଢାକା/ନୂଆଦିଲ୍ଲୀ, ୧୩।୫: ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମୁହମ୍ମଦ ୟୁନୁସ ପୁଣି ଥରେ ଭାରତକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ନେପାଳର ସଂସଦ ଅଧ୍ୟକ୍ଷ ଇନ୍ଦିରା ରାଣାଙ୍କ ସହ ଏକ ବୈଠକରେ ୟୁନୁସ ବାଂଲାଦେଶ, ନେପାଳ, ଭୂଟାନ ଏବଂ ଭାରତର ସାତୋଟି ଉତ୍ତର-ପୂର୍ବ ରାଜ୍ୟ (ସେଭେନ ସିଷ୍ଟର୍ସ) ମିଳିତ ଭାବେ ଏକ ଅର୍ଥନୈତିକ ଯୋଜନା ପ୍ରସ୍ତୁତ କରିବାକୁ ଆହ୍ବାନ ଦେଇଛନ୍ତି। ଏହି ବୟାନକୁ ଅନେକେ ଭାରତର ଉତ୍ତର-ପୂର୍ବାଞ୍ଚଳକୁ ସ୍ବାଧୀନ ଅଞ୍ଚଳ ଭାବେ ଚିତ୍ରଣ କରିବାର ଚେଷ୍ଟା ବୋଲି ଦେଖୁଛନ୍ତି, ଯାହା ଭାରତ-ବାଂଲାଦେଶ ସମ୍ପର୍କକୁ ଆହୁରି ଜଟିଳ କରିପାରେ।

ୟୁନୁସ କହିଛନ୍ତି ଯେ ଏହି ଅଞ୍ଚଳଗୁଡିକ ମିଳିତ ଭାବେ ଜଳବିଦ୍ୟୁତ, ସ୍ବାସ୍ଥ୍ୟସେବା ଓ ସଡକ ଯୋଗାଯୋଗ କ୍ଷେତ୍ରରେ ସହଯୋଗ କରିପାରିବେ। ଏହା ପୂର୍ବରୁ ସେ ମାର୍ଚ୍ଚ ମାସରେ ଚୀନ ଗସ୍ତ ସମୟରେ ଉତ୍ତର-ପୂର୍ବ ଭାରତକୁ ଭୂମିବେଷ୍ଟିତ ବୋଲି ଅଭିହିତ କରି ବାଂଲାଦେଶକୁ ଏହାର ସାମୁଦ୍ରିକ ପ୍ରବେଶର ଏକମାତ୍ର ରକ୍ଷକ ବୋଲି କହିଥିଲେ। ଏହି ମନ୍ତବ୍ୟ ଭାରତରେ ତୀବ୍ର ପ୍ରତିକ୍ରିୟାର ସୃଷ୍ଟି କରିଥିଲା। ଭାରତ ସରକାର ଏହାର ପ୍ରତିକ୍ରିୟାରେ କଡ଼ା ପଦକ୍ଷେପ ନେଇଛନ୍ତି। ଏପ୍ରିଲ ମାସରେ ଭାରତ ବାଂଲାଦେଶକୁ ଦିଆଯାଉଥିବା ଟ୍ରାନ୍ସଶିପମେଣ୍ଟ ସୁବିଧା ବାତିଲ କରିଥିଲା, ଯାହା ବାଂଲାଦେଶର ରପ୍ତାନି ବ୍ୟୟକୁ ବୃଦ୍ଧି କରିପାରେ। ଏହାକୁ ଅନେକେ ୟୁନୁସଙ୍କ ମନ୍ତବ୍ୟର ପ୍ରତିଶୋଧ ଭାବେ ଦେଖୁଛନ୍ତି।

ରାଜନୈତିକ ବିବାଦ ଓ ଅଭିଯୋଗ
ୟୁନୁସଙ୍କ ଏହି ବୟାନ ଭାରତରେ ରାଜନୈତିକ ବିବାଦର ଜନ୍ମ ଦେଇଛି। ଆସମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହାକୁ ଆପତ୍ତିଜନକ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ ଏହା ଭାରତର କୌଶଳଗତ ଚିକେନ ନେକ କରିଡରର ଦୁର୍ବଳତାକୁ ଆହୁରି ଉଜାଗର କରୁଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କହିଛନ୍ତି, ଭାରତର ନରେନ୍ଦ୍ର ମୋଦୀ ସରକାର କାହାକୁ ଭାରତର ଏକ ଇଞ୍ଚ ଜମି ଉପରେ ନଜର ରଖିବାକୁ ଦେବେ ନାହିଁ।

ଏହା ପୂର୍ବରୁ ୟୁନୁସଙ୍କ ଜଣେ ଘନିଷ୍ଠ ସହଯୋଗୀ ଓ ଅବସରପ୍ରାପ୍ତ ମେଜର ଜେନେରାଲ ଏଏଲଏମ ଫଜଲୁର ରହମାନ ମଧ୍ୟ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରେ, ତେବେ ବାଂଲାଦେଶ ଚୀନ ସହଯୋଗରେ ଉତ୍ତର-ପୂର୍ବ ଭାରତର ସାତୋଟି ରାଜ୍ୟ ଦଖଲ କରିବ। ଯଦିଓ ବାଂଲାଦେଶ ସରକାର ଏହାକୁ ରହମାନଙ୍କ ବ୍ୟକ୍ତିଗତ ମତ ବୋଲି କହି ଏହାଠାରୁ ନିଜକୁ ଦୂରେଇ ରଖିଥିଲା, ଏହା ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢାଇଥିଲା।

ବାଂଲାଦେଶର ଚୀନ ଓ ପାକିସ୍ତାନ ସହ ସମ୍ପର୍କ
ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶ ଚୀନ ଓ ପାକିସ୍ତାନ ସହ ସମ୍ପର୍କ ମଜବୁତ କରୁଥିବା ଦେଖାଯାଉଛି। ମାର୍ଚ୍ଚରେ ଚୀନ ଗସ୍ତ ସମୟରେ ୟୁନୁସ ଚୀନୀ ଅର୍ଥନୀତିକୁ ଉତ୍ତର-ପୂର୍ବ ଭାରତରେ ପ୍ରସାର କରିବାକୁ ଆହୱାନ ଦେଇଥିଲେ। ଏହା ସହିତ ସେ ପାକିସ୍ତାନ ସହ ମଜବୁତ ସମ୍ପର୍କ ଗଢିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି, ଯାହା ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି।

ଭାରତ-ବାଂଲାଦେଶ ସମ୍ପର୍କରେ ଉତ୍ତେଜନା
ଶେଖ ହସିନାଙ୍କ ସରକାର ପତନ ଓ ୟୁନୁସଙ୍କ ଅନ୍ତରୀଣ ସରକାର ଗଠନ ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଛି। ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଆକ୍ରମଣ ବୃଦ୍ଧି ଏବଂ ୟୁନୁସଙ୍କ ଭାରତ-ବିରୋଧୀ ମନ୍ତବ୍ୟ ଏହାକୁ ଆହୁରି ଜଟିଳ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୪ରେ ବାଙ୍କକରେ ବିମଷ୍ଟେକ ଶିଖର ବୈଠକ ଅବସରରେ ୟୁନୁସଙ୍କୁ ଭେଟି ବିବାଦୀୟ ବୟାନରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ମୋଦୀ ସଂଖ୍ୟାଲଘୁଙ୍କ ନିରାପତ୍ତା ଓ ସୀମାନ୍ତ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ।

ବିଶେଷଜ୍ଞମାନେ କହୁଛନ୍ତି ଯେ ୟୁନୁସଙ୍କ ଏହି ବୟାନ ଭାରତ-ବାଂଲାଦେଶ ସମ୍ପର୍କକୁ ଆହୁରି ଖରାପ କରିପାରେ। ବାଂଲାଦେଶରେ ର୍ନିବାଚନ ନ ହେବା ଓ ୟୁନୁସଙ୍କ ଅନ୍ତରୀଣ ସରକାରର ଚୀନ ଓ ପାକିସ୍ତାନ ସହ ବୁଥିବା ସମ୍ପର୍କ ଭାରତ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଭାରତ ଏହାର ଉତ୍ତର-ପୂର୍ବାଞ୍ଚଳରେ ଯୋଗାଯୋଗ ଓ ଅବସଂରଚନା ବିକାଶ ପାଇଁ ଜୋରଦାର ପ୍ରୟାସ ଜାରି ରଖିଛି। ବିମଷ୍ଟେକ ମାଧ୍ୟମରେ ଏହା ଏହି ଅଞ୍ଚଳକୁ ଏକ ସଂଯୋଗ କେନ୍ଦ୍ର ଭାବେ ଗଢିବାକୁ ଚାହୁଁଛି। ଏହି ପରିପ୍ରେକ୍ଷୀରେ ୟୁନୁସଙ୍କ ବୟାନ ଏକ କୂଟନୈତିକ ବାଧା ସୃଷ୍ଟି କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?