ଓଡ଼ିଶା ଉପକୂଳରେ ବାଂଲାଦେଶୀ ବୋଟ୍‌

ପାରାଦୀପ,୨୭।୧୨(ସ୍ବ.ପ୍ର.): ପାରାଦୀପ-ଅସ୍ତରଙ୍ଗ ସମୁଦ୍ର ସୀମା ମଧ୍ୟରେ ବୁଲୁଥିବା ଏକ ଅଣ ପଞ୍ଜୀକୃତ ବାଂଲାଦେଶୀ ବୋଟ୍‌କୁ ରବିବାର ସ୍ଥାନୀୟ ମତ୍ସ୍ୟଜୀବୀ ଠାବକରି ମେରାଇନ ପୋଲିସ ଜିମା ଦେଇଛନ୍ତି। ଉକ୍ତ ବୋଟ୍‌ରେ ଥିବା ୨୦ଜଣ ମତ୍ସ୍ୟଜୀବୀଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରିଛି। ମତ୍ସ୍ୟବିଭାଗ ପକ୍ଷରୁ ଏସମ୍ପର୍କରେ ଯାଞ୍ଚ ସରିଥିବାବେଳେ ସୋମବାର କୋଷ୍ଟଗାର୍ଡ ପକ୍ଷରୁ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି। ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ମହାପାତ୍ରଙ୍କ କହିବାନୁଯାୟୀ, ଉକ୍ତ ବାଂଲାଦେଶ ବୋଟ୍‌ ଗତ ୭ ତାରିଖରେ ମାଛ ଧରିବା ପାଇଁ ସମୁଦ୍ରକୁ ବାହାରିଥିଲା। ୧୦ ତାରିଖରେ ବୋଟର ଇଞ୍ଜିନ ଖରାପ ହୋଇଯାଇଥିଲା। ସେବେଠାରୁ ସେମାନେ ସମୁଦ୍ରରେ ଭାସୁଥିବାବେଳେ ଏବେ ଓଡ଼ିଶା ଉପକୂଳ ସୀମାରେ ପହଞ୍ଚତ୍ଛନ୍ତି। ପାରାଦୀପ ଅସ୍ତରଙ୍ଗ ମଝିରେ ଷଣ୍ଡକୁଦର ୨ଟି ଯନ୍ତ୍ରଚାଳିତ ବୋଟ୍‌ ସେମାନଙ୍କୁ ଟାଣି ପାରାଦୀପ ମାଛଧରା ବନ୍ଦର ଭିତରେ ପୂରାଇ ଆମକୁ ସୂଚନା ଦେଇଥିଲା। ଏହାପରେ ମେରାଇନ ପୋଲିସକୁ ଅବଗତ କରାଯାଇଥିଲା। ଗତ ନଭେମ୍ବର ୧ରୁ କଇଁଛଙ୍କ ଆଗମନ ପାଇଁ ସାମୁଦ୍ରିକ କଟକଣା ଲାଗୁ କରାଯାଇଛି। ଏହି ସମୟରେ ବନ ବିଭାଗ, ମତ୍ସ୍ୟ ବିଭାଗ, କୋଷ୍ଟଗାର୍ଡ, ମେରାଇନ ପୋଲିସ ଏବଂ ନୌସେନା ପକ୍ଷରୁ ସମୁଦ୍ର ଉପକୂଳରେ ଅନବରତ ପାଟ୍ରୋଲିଂ କରାଯାଉଛି। ଏହାସତ୍ତ୍ୱେ ୨୦ ଦିନ ଧରି ଏକ ଅଣପଞ୍ଜୀକୃତ ବିଦେଶୀ ବୋଟ୍‌କୁ କେହି ଦେଖି ନ ପାରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଏଏସପି ନିମାଇଁ ସେଠୀ କହିଛନ୍ତି, ଘଟଣା ସମ୍ପର୍କରେ ଯାଞ୍ଚ ଚାଲିଛି। ବୈଦେଶିକ ନିୟମାନୁସାରେ ସମସ୍ତ ଦିଗ ଉପରେ ତର୍ଜମା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧ କୁଇଣ୍ଟାଲର ଘଡ଼ିଆଳ କୁମ୍ଭୀର ଉଦ୍ଧାର: ସାତକୋଶିଆରେ ଛାଡିଲା ବନବିଭାଗ

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ବ୍ଲକ ଭାଲୁବୁଟୁରା ଗ୍ରାମର ଏକ କେନାଳରୁ ସୋମବାର ଅପରାହ୍ନରେ ଏକ ଘଡ଼ିଆଳ କୁମ୍ଭୀର ବନ ବିଭାଗ ପକ୍ଷରୁ ଉଦ୍ଧାର…

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତଙ୍କୁ ମିଳିଲା ଏହି ଦଣ୍ଡ

ଜୟପୁର,୧୩ା୭(ପବନ ପାଣିଗ୍ରାହୀ): ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ଜୟପୁର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ପୋକ୍ସୋ…

ପ୍ରଶାନ୍ତ କିଶୋରଙ୍କ ମୋଟ ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌

ପାଟନା,୧୩।୭: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟରେ ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ସମ୍ପତ୍ତି ସମ୍ପର୍କିତ ବିବରଣୀ ପ୍ରକାଶ…

ସ୍କୁଲରୁ ଫେରୁଥିବାବେଳେ ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ: ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ

ଲାଞ୍ଜିଗଡ,୧୩।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ଅନର୍ଗତ…

ପ୍ରଭାତଙ୍କୁ ବିଶ୍ୱାସଘାତକ କହିଲେ ନବୀନ, ଜବାବରେ ପ୍ରଭାତ ବିଶ୍ବାଳ କହିଲେ ଏମିତି…ରାଜନୀତିରେ ଚହଳ

ଭୁବନେଶ୍ୱର, ୧୩।୭: ପ୍ରଭାତ ବିଶ୍ୱାଳଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ। ପ୍ରଭାତଙ୍କୁ ବିଶ୍ୱାସଘାତକ କହି ଟାର୍ଗେଟ୍‌ କରିଛନ୍ତି। ଚୌଦ୍ବାର ବିଜେଡି କର୍ମୀଙ୍କୁ ସମ୍ବୋଧନ ବେଳେ ଏପରି କହିଛନ୍ତି…

ଶୃଙ୍ଖଳିତ ରଥ ଯାତ୍ରା ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ: ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଦିଗପହଣ୍ଡି, ୧୩।୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଅପରାହ୍ନରେ ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଦୁର୍ଘଟଣାରେ ଆହାତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ: ଥାନାରେ ପହଞ୍ଚି ଝିଅ ଦେଲେ ଏତଲା

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁୁବୁଡ଼ି ଗ୍ରାମର ଲବ ନାଇକ(୬୬) ଗତ ୭ ତାରିଖ ଅପରାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri