Posted inଜାତୀୟ

ଭାରତ ଧୈର୍ଯ୍ୟର ପରୀକ୍ଷା ନେଉଛି ବାଂଲାଦେଶ!

ନୂଆଦିଲ୍ଲୀ,୨୪।୮: ବାଂଲାଦେଶରେ ଶେଖ ହସିନା ସରକାରଙ୍କ ବିରୁଦ୍ଧରେ ବିଗୁଲ ବାଜିବା ଦିନଠାରୁ ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନାର ପରିସ୍ଥିତି ସ୍ପଷ୍ଟବାରି ହୋଇପଡୁଛି। ବର୍ତ୍ତମାନ ବର୍ଡର ଗାର୍ଡସ୍‌ ବାଂଲାଦେଶ (ବିଜିବି) ଭାରତ-ବାଂଲାଦେଶ ସୀମା ନିକଟରେ ପୂର୍ବରୁ ଚାଲିଥିବା କ୍ୟାଟେଲ ଫେସିଂ କାମ ବନ୍ଦ କରିଦେଇଛି। ଉଭୟ ଦେଶର କ୍ୟାଟେଲ ପରସ୍ପରର ଦେଶରେ ପ୍ରବେଶ ନକରିବା ପାଇଁ ଏହି ବାଡ଼ ବର୍ଷ ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା। ଏଭଳି ପରିସ୍ଥିତିରେ ବାଂଲାଦେଶ ସେନା ହଠାତ୍‌ କର୍ମଚାରୀଙ୍କ ନିକଟକୁ ଆସି ସେମାନଙ୍କୁ କାମ ବନ୍ଦ କରିବାକୁ କହି ଚୁପ ରହିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି ଏବଂ ଏହା ମଧ୍ୟ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି କରୁଛି। ସୂଚନାଯୋଗ୍ୟ ଯେ ଏହି ବାଡ ସୀମାରେ ନୁହେଁ ବରଂ ସୀମା ନିକଟରେ ନିର୍ମାଣ କରାଯାଉଥିଲା।

ବିଏସଏଫର ଜଣେ ବରିଷ୍ଠ ଅଧିକାରୀ ହିନ୍ଦୁସ୍ତାନ ଟାଇମ୍ସକୁ କହିଛନ୍ତି ଯେ ୨୦୧୨ରେ ଦୁଇ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଚୁକ୍ତି ଅନୁଯାୟୀ କ୍ୟାଟେଲ ଫେସିଂ ନିର୍ମାଣ କରାଯାଉଛି। ଅଧିକାରୀ କହିଛନ୍ତି ଯେ ଯେତେବେଳେ ଆମର କର୍ମଚାରୀମାନେ ଏହା ନିର୍ମାଣ ଉପରେ ନଜର ରଖିଥିଲେ, ସେତେବେଳେ ବିଜିବି କର୍ମଚାରୀ ସେଠାରେ ପହଞ୍ଚି ଆପତ୍ତି ଉଠାଇଥିଲେ। ସୀମାରେ ଏକ ବାଡ଼ ମଧ୍ୟ ନଥିଲା … ଗୋଟିଏ ଦେଶରୁ କ୍ୟାଟେଲ ଅନ୍ୟ ଦେଶକୁ ପ୍ରବେଶ ନକରିବା ପାଇଁ ଏହି ବାଡ ନିର୍ମାଣ କରାଯାଉଥିଲା କାରଣ ଏହା ଦ୍ୱାରା ଉଭୟ ପାର୍ଶ୍ୱରେ ଥିବା ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗି ରହିଥାଏ। ଜିବି ଏବଂ ବିଏସଏଫ ବାଟାଲିୟନର କମାଣ୍ଡାଣ୍ଟମାନେ ଏହି ସମସ୍ୟାର ସମାଧାନ ପାଇଁ ସୀମାରେ ଏକ ବୈଠକ କରିଥିଲେ କିନ୍ତୁ କୌଣସି ସମାଧାନ ହୋଇପାରିଲା ନାହିଁ ଏବଂ ଏହି ଖବର ମିଳିବା ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ସ୍ଥଗିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ ରହୁ, ସରକାରଙ୍କୁ OHRCଙ୍କ ସୁପାରିସ୍‌

ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri