ବାଂଲାଦେଶରେ ଥମୁନି ହିନ୍ଦୁ ନିର୍ଯାତନା, ଆଉ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା

ନୂଆଦିଲ୍ଲୀ,୧୩।୧: ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ନିରନ୍ତର ଟାର୍ଗେଟ କରାଯାଉଛି। ହିନ୍ଦୁ ସମ୍ପ୍ରଦାୟ ବିରୁଦ୍ଧରେ ହିଂସା ଜାରି ରହିଛି । ଏହାରି ଭିତରେ ଆଉ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଦାଗାନଭୂଇଁଆନରେ ୨୮ ବର୍ଷୀୟ ହିନ୍ଦୁ ଯୁବକ ସମୀର କୁମାର ଦାସଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ସେ ଦାସ ରାମାନନ୍ଦପୁର ଗ୍ରାମର ବାସିନ୍ଦା ଥିଲେ ଏବଂ ବ୍ୟାଟେରୀ ଚାଳିତ ଅଟୋ-ରିକ୍ସା ଚଲାଇ ତାଙ୍କ ପରିବାର ପ୍ରତିପାଳନ କରୁଥିଲେ ।

ରବିବାର ରାତିରେ ସମୀର ଘରକୁ ନ ଫେରିବାରୁ ତାଙ୍କ ପରିବାର ସହରର ବିଭିନ୍ନ ଅଞ୍ଚଳରେ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। କୌଣସି ସନ୍ଧାନ ନମିଳିବାରୁ ପୋଲିସକୁ ସୂଚନା ଦିଆଯାଇଥିଲା। ପ୍ରାୟ ରାତି ୨ଟା ସମୟରେ ସ୍ଥାନୀୟ ଲୋକମାନେ ଦକ୍ଷିଣ କରିମପୁର ମୁହୁରି ବାରି ନିକଟରେ ତାଙ୍କ ରକ୍ତାକ୍ତ ମୃତଦେହ ଦେଖିଥିଲେ। ସୂଚନା ପାଇ ଦାଗନଭୂଇଁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇଥିଲା।

ପୋଲିସର କହିବା ଅନୁଯାୟୀ, ଘଟଣାସ୍ଥଳର ପରିସ୍ଥିତି ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମନେ ହେଉଛି। ଦାଗାନଭୂଇଁଆ ପୋଲିସ ଷ୍ଟେସନର ପୋଲିସ ଅଧିକାରୀ ଫୟାଜୁଲ ଅଜିମ ନୋମାନ କହିଛନ୍ତି ଯେ ସମୀରଙ୍କୁ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରାଯାଇ ପିଟି ପିଟି ହତ୍ୟା କରାଯାଇଥିଲା। ହତ୍ୟା ପରେ ଅପରାଧୀମାନେ ତାଙ୍କ ଅଟୋ-ରିକ୍ସା ମଧ୍ୟ ଲୁଟି ନେଇ ପଳାଇ ଯାଇଥିଲେ। ପରିବାର ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ତେବେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି କରିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସଦିଚ୍ଛା ଥିଲେ ସଫଳତା ନିଶ୍ଚୟ ମିଳେ

ଓସିରିସ୍‌ ଏଗ୍ରିଟେଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଅଧୀନ ‘ଓଡ଼ିଶା କଫି’ର ପ୍ରତିଷ୍ଠାତା ହେଉଛନ୍ତି ପ୍ରୀତି ପଲ୍ଲବୀ ପଟ୍ଟନାୟକ। କୋରାପୁଟ କଫିର ପ୍ରଚାରପ୍ରସାର କ୍ଷେତ୍ରରେ ‘ଓଡ଼ିଶା କଫି’ର ଯଥେଷ୍ଟ ଅବଦାନ…

‘ଫେମିନା ମିସ୍‌ ଇଣ୍ଡିଆ’ ମୁକୁଟ ପିନ୍ଧିଲେ ସାଧ୍‌ଭୀ ସୈଲ୍‌

ଭୁବନେଶ୍ୱର,୧୯ା୪ (ଅନୁରାଧା ମହାରଣା): ଭୁବନେଶ୍ୱରସ୍ଥିତ କିଟ୍‌ ବିଶ୍ୱବିଦ୍ୟାଳୟରେ ଶନିବାର ‘ଫେମିନା ମିସ୍‌ ଇଣ୍ଡିଆ ୨୦୨୬’ର ୬୧ତମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ଏହି…

ଚଢ଼ାଉ ବେଳେ ଟ୍ରାକ୍ଟର ଚଢ଼ାଇ ଦେଲେ: ତହସିଲଦାର ଗୁରୁତର

ଯାଜପୁର/ବ୍ୟାସନଗର (ହର୍ଷବର୍ଦ୍ଧନ ବେହେରା/ ପବିତ୍ର ରଞ୍ଜନ ମହାନ୍ତି), ୧୯ା୪ : ମାଟି ଚୋରାଚାଲାଣ ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଯାଜପୁର ଜିଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ…

ଅସ୍ତ୍ରବିରତି ସତ୍ତ୍ୱେ ଲେବାନନ୍‌ରେ ଇସ୍ରାଏଲ୍‌ର ଆକ୍ରମଣ

ନବାତିହ,୧୮ା୪: ଲେବାନନ୍‌ ସହ ଇସ୍ରାଏଲ୍‌ର ୧୦ ଦିନିଆ ଅସ୍ତ୍ରବିରତି ଘୋଷଣା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ର ମେଫାଡାଉନ୍‌ ଗ୍ରାମ ବାହାରେ ୨ଟି ଆମ୍ବୁଲାନ୍ସ ଉପରେ…

ଅନିୟମିତତା ଅଭିଯୋଗ ପ୍ରମାଣିତ ହେଲେ ବନ୍ଦ ହେବ ଅଧିକାରୀଙ୍କ ଦରମା

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଶନିବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଏବଂ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାମାଜିକ…

ଜିଲାର ବିକାଶ ଉପରେ ମନ୍ତ୍ରୀଙ୍କ ଫୋକସ୍‌

ଛତ୍ରପୁର,୧୮ା୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସାମାଜିକ ଭିତିଭୂମିର ଉନ୍ନତି ପାଇଁ ସରକାରୀସ୍ତରରେ ବିଭିନ୍ନ ଯୋଜନାକୁ ତ୍ୱରାନ୍ବିତ କରାଯାଉଛି । ସ୍ବାସ୍ଥ୍ୟ ସେବା, ଶିକ୍ଷା ଏବଂ ପାନୀୟ ଜଳ…

ଶୁଖିଲା ପଡ଼ିଲାଣି ନଈ, ନାଳ: ଗୃହପାଳିତ ପ୍ରାଣୀଙ୍କ ପାଇଁ ଜଳକୁଣ୍ଡ ନିର୍ମାଣ କରାଯାଉ

କେସିଙ୍ଗା,୧୮ା୪(ତୁମେଶ୍ୱର ସାହୁ)- ଗ୍ରୀଷ୍ମତାତିକୁ ଦୃଷ୍ଟିରେ ରଖି କେସିଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ବିଭିନ୍ନ ପ୍ରାଣୀ ଚିକିତ୍ସାଳୟ ଓ ପ୍ରାଣୀସମ୍ପଦ ସହାୟକ କେନ୍ଦ୍ରରେ ଗୃହପାଳିତ…

ଏମିତି କାମ କଲେ ଦିବ୍ୟାଙ୍ଗ ଶିକ୍ଷକ, ଛୁଟୁଛି ପ୍ରଶଂସାର ସୁଅ

ଗଞ୍ଜାମ,୧୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ନିପଟ ମଫସଲ ତାରିଣୀ ପଲ୍ଲୀ ଗ୍ରାମରେ ରୁହନ୍ତି ଶିକ୍ଷକ ରବୀନ୍ଦ୍ର ସେଠୀ ଓ ତାଙ୍କ ପରିବାର। ରବୀନ୍ଦ୍ର ଜଣେ ଦିବ୍ୟାଙ୍ଗ ହୋଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri