Posted inଖେଳ

ପାକିସ୍ତାନକୁ ଧୂଳି ଚଟେଇଲା ବାଂଲାଦେଶ

ରାଓ୍ବଲପିଣ୍ଡି,୪ା୯: ପାକିସ୍ତାନ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ ୬ ଉଇକେଟରେ ଜିତି ନେଇଛି ବାଂଲାଦେଶ। ଏଥିସହିତ ଦଳ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ୨-୦ରେ କ୍ଲିନ୍‌ ସୁଇପ୍‌ ବିଜୟ ହାସଲ କରିଛି। ମ୍ୟାଚ ଜିତିବା ଲାଗି ମଙ୍ଗଳବାର ମ୍ୟାଚର ୫ମ ତଥା ଅନ୍ତିମ ଦିବସରେ ବାଂଲାଦେଶ ହାତରେ ୧୦ ଉଇକେଟ ଥିବାବେଳେ ବିଜୟ ପାଇଁ ୧୪୩ ରନ ଆବଶ୍ୟକ କରୁଥିଲା। ଭ୍ରମଣକାରୀ ଦଳ ୪ ଉଇକେଟ ବିନିମୟରେ ମ୍ୟାଚ ଜିତି ନେଇଥିଲା। ଶକିବ ଅଲ ହସନ ଚୌକା ମାରି ଦଳକୁ ବିଜୟୀ କରାଇଥିଲେ। ବାଂଲାଦେଶର ଏହା ହେଉଛି ଦ୍ୱିତୀୟ ଦ୍ୱିପାକ୍ଷିକ ଟେଷ୍ଟ ସିରିଜ ବିଜୟ। ପୂର୍ବରୁ ୨୦୦୯ରେ ଦଳ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା। ଭ୍ରମଣକାରୀ ଦଳ ପ୍ରଥମ ଟେଷ୍ଟ ମ୍ୟାଚ ୧୦ ଉଇକେଟରେ ବିଜୟୀ ହୋଇଥିଲା। ରାଓ୍ବଲପିଣ୍ଡିଠାରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିବସ ଖେଳ ବର୍ଷା ଯୋଗୁ ସମ୍ଭବ ହୋଇ ନ ଥିଲା। ଫଳରେ ମ୍ୟାଚ ୪ଦିନ ବିଶିଷ୍ଟ ହୋଇଯାଇଥିଲା। ବାଂଲାଦେଶ ଏହାର ଦ୍ୱିତୀୟ ଇନିଂସରେ ୪ ଉଇକେଟ ବିନିମୟରେ ୧୮୫ ରନ କରିଥିଲା। ଶକିବ ୨୧ ରନ ଏବଂ ମୁସ୍‌ଫିର ରହିମ ୨୨ରନ କରି ଅପରାଜିତ ରହିଥିଲେ। ପ୍ରଥମ ଇନିଂସରେ ବାଂଲାଦେଶ ଏକଦା ମାତ୍ର ୨୬ରନରେ ଏହାର ୬ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ମାତ୍ର ଲିଟନ ଦାସ ଓ ମେହିଦି ହସନ ମିରାଜଙ୍କ ପ୍ରଭାବୀ ବ୍ୟାଟିଂ ଯୋଗୁ ଦଳ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା। ପରେ ଫାଷ୍ଟ ବୋଲର ହସନ ମେହମୁଦ, ନାହିଦ ରାଣା ଓ ତସ୍କିନ ଅହମ୍ମଦଙ୍କ ଚମତ୍କାର ବୋଲିଂ ଯୋଗୁ ଦଳ ପାକିସ୍ତାନକୁ ଦ୍ୱିତୀୟ ଇନିଂସରେ ୧୭୨ରନରେ ଅଲଆଉଟ କରିଦେଇଥିଲା। ବାଂଲାଦେଶ ପାଇଁ ୪ଟି ସେସନରେ ୧୮୪ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମ୍ୟାଚରେ ନାଟକୀୟ ପ୍ରତ୍ୟାବର୍ତ୍ତନ ପାଇଁ ପାକିସ୍ତାନ ପ୍ରୟାସ କରିଥିଲା। ମାତ୍ର ଜାକିର ହସନ (୪୦ରନ), ଅଧିନାୟକ ନଜମୁଲ ହୋନେସ ସାନ୍ତୋ (୩୮) ଏବଂ ମୋମିନୁଲ ହକ୍‌ (୩୪) ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରି ସେମାନଙ୍କ ଦଳକୁ ଆଗେଇ ନେଇଥିଲେ। ସୂଚନାଯୋଗ୍ୟ, ପାକିସ୍ତାନ ଘରୋଇ ଗ୍ରାଉଣ୍ଡରେ ଖେଳିଥିବା ଗତ ୧୦ଟି ମ୍ୟାଚ ମଧ୍ୟରେ ଗୋଟିଏ ହେଲେ ବିଜୟ ହାସଲ କରିପାରି ନାହିଁ। ଶେଷଥର ପାଇଁ ୨୦୨୧ ଡିସେମ୍ବରରେ ରାଓ୍ବଲପିଣ୍ଡିଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ହାସଲ କରିଥିଲା। ମଙ୍ଗଳବାର ଲିଟନ ଦାସ ପ୍ଲେୟର ଅଫ୍‌ ଦି ମ୍ୟାଚ ଏବଂ ମେହିଦି ହସନ ମିରାଜ ପ୍ଲେୟର ଅଫ୍‌ ଦି ସିରିଜ ବିବେଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri