ଭାଜପା-ବିଜେଡି କର୍ମୀ ମୁହାଁମୁହିଁ: ଭାଜପା କର୍ମୀଙ୍କ ବିରୋଧରେ ନିଆଯାଉନି…

ପାଟଣାଗଡ଼,୪।୯(ସଚ୍ଚିଦାନନ୍ଦ ମହାକୁର/ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକ ପରିସରରେ ଗଣ୍ଡଗୋଳ ଘଟଣାରେ ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ପୋଲିସ ଗିରଫ କରଛି। ତେବେ ଏହି ଘଟଣାରେ ଭାଜପା କର୍ମୀଙ୍କ ବିରୋଧରେ ପୋଲିସ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି। ତେଣୁ ଭାଜପା କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପାଟଣାଗଡ ଥାନା ଅଧିକାରୀଣୀଙ୍କୁ ଭେଟି ବିଜେଡିି ସମର୍ଥିତ ନିର୍ବାଚିତ ପ୍ରତିନିଧି ଦାବିପତ୍ର ପ୍ରଦାନ କରିଛନ୍ତି। ପାଟଣାଗଡ ଥାନା ଅଧିକାରୀଣୀ ତାରାବତୀ ପଧାନଙ୍କୁ ଭେଟି ଦାବିପତ୍ର ଦେଇଥିବାବେଳେ ପୋଲିସ ଆଇନ ଅନୁସାରେ କାର୍ଯ୍ୟକରୁଛି ବୋଲି କହିଛନ୍ତି ପାଟଣାଗଡ ଏସ୍‌ଡିପିଓ ସଦାନନ୍ଦ ପୁଝାରୀ କହିଛନ୍ତି।

ସୂଚନାଯୋଗ୍ୟ,  ପାଟଣାଗଡ଼ ବିଡିଓଙ୍କ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗଙ୍କ ସହ ତାଙ୍କର ୪ଜଣ ସହଯୋଗୀ ମରୁଆଁ ସରପଞ୍ଚଙ୍କ ସ୍ବାମୀ ସ୍ବରୂପ ପରୁଆଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ପାଟଣାଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୋଲିସ ରବିବାର ବ୍ଲକ ଅଧ୍ୟକ୍ଷ ବାଗଙ୍କୁ ଗିରଫ କରିଥିବା ଜଣାପଡିଛି।

ଶନିବାର ଅପରାହ୍ନରେ ସରପଞ୍ଚଙ୍କ ସ୍ବାମୀ ଓ ତାଙ୍କ ସହ ଯାଇଥିବା ରଞ୍ଜିତ କୁମ୍ଭାର ଓ ଶିଶୁଦେବ ପଟେଲ କୌଣସି କାମକୁ ନେଇ ବିଡିଓଙ୍କ ସହ ଆଲୋଚନା କରୁଥିଲେ । ଏହି ସମୟରେ ବ୍ଲକ ଅଧ୍ୟକ୍ଷ ନୀଳାକାନ୍ତ ବାଗ, ରିଙ୍କୁ ମେହେର, ଜୟଚନ୍ଦ୍ର ନାଗ, ମାଧବ ବାଗ ଓ ଜୟନ୍ତ କୁମ୍ଭାର କାର୍ଯ୍ୟାଳୟକୁ ଆସି ସ୍ବରୂପଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ସେ ଅଭିଯୋଗ କରିଥିଲେ।
ଅପରପକ୍ଷରେ ଜୟଚନ୍ଦ୍ର ନାଗଙ୍କ ଅଭିଯୋଗ ଅନୁସାରେ ସରପଞ୍ଚଙ୍କ ସ୍ବାମୀ ଅନେକ ସମୟରେ ବ୍ଲକ କାର୍ଯ୍ୟାଳୟକୁ ଆସି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବାରୁ ଏହାକୁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପାଟଣାଗଡ଼ ଥାନରେ ଲିଖିତ ଅଭିଯୋଗ ପରେ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ ଓ ମାଧବ ବାଗଙ୍କୁ ଥାନାରେ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଥିଲା। ଜୟଚନ୍ଦ୍ର ବାଗ ମଧ୍ୟ ତାଙ୍କୁ ମରଣାନ୍ତକ ଆକ୍ରମଣ ସହିତ ଗାଳିଗୁଲଜ ହୋଇଥିବା ନେଇ ଥାନରେ ପାଲଟା ଅଭିଯୋଗ କରିଥିଲେ ।
ଆକ୍ରମଣକୁ ନେଇ ଭାଜପା ଓ ବିଜେଡି କର୍ମୀ ମୁହାଁ ମୁହିଁ ହୋଇଥିଲେ l ରବିବାର ବ୍ଲକ ଆଧ୍ୟକ୍ଷଙ୍କ ସମେତ ଦୁଇ ବିଜେଡି କର୍ମୀଙ୍କୁ ପୋଲିସ ଗିରଫ କରିଥିବା ଥାନା ପକ୍ଷରୁ କୁହାଯାଇଛି।

 

Enter your email to get our daily news in your inbo


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri