ଘରେ ରହିବାକୁ ବାଧ୍ୟ କରିବାରୁ ପିଟି ମାରିଥିଲେ ବାନ୍ଧବୀ

ବାଳକାଟୀ,(ମନୋଜ ମଣ୍ଡଳ)/ ଭୁବନେଶ୍ୱର,୧୭।୧ (ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ବାଳକାଟୀ ସାଗୁଆ ଗ୍ରାମର ହୋଟେଲ ବ୍ୟବସାୟୀ ବିଶ୍ୱଜିତ୍‌ ନାୟକ ହତ୍ୟା ଘଟଣାର ୫ଦିନ ପରେ ମଙ୍ଗଳବାର କମିଶନରେଟ୍‌ ପୋଲିସ ରହସ୍ୟ ଉନ୍ମୋଚନ କରିଛି। ହତ୍ୟାକରି ଫେରାର ଥିବା ବାନ୍ଧବୀ ସୁଙ୍କି ରାଣା (୩୬)ଙ୍କୁ ପୋଲିସ ପୁରୀରୁ ଗିରଫ କରିଛି। ପୁରୀର ଏକ ଆଶ୍ରମରେ ରହୁଥିବା ସୁଙ୍କିି କିଛିଦିନ ହେଲା ଏକାକୀ ରହୁଥିବା ବିଶ୍ୱଜିତ୍‌ଙ୍କ ପାଖକୁ ଆସିଥିଲେ। ହେଲେ ପୁଣି ସେହି ଆଶ୍ରମକୁ ଫେରିଯିବାକୁ ସୁଙ୍କିି ଚାହୁଁଥିବାରୁ ବିଶ୍ୱଜିତ୍‌ ବାରଣ କରୁଥିଲେ। ଏଥିପାଇଁ ଶୁକ୍ରବାର ଉଭୟଙ୍କ ଭିତରେ ହୋଇଥିବା ଭୀଷଣ ଝଗଡ଼ା ବେଳେ ସୁଙ୍କିି ଅତ୍ୟଧିକ ରାଗିଯାଇ ବିଶ୍ୱଜିତ୍‌ଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିଥିଲେ ବୋଲି ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି। ପୋଲିସ ଟଙ୍କପାଣି ସେତୁ
ଘରେ ରହିବାକୁ ବାଧ୍ୟ କରିବାରୁ ପିଟି ମାରିଥିଲେ ବାନ୍ଧବୀ
ନିକଟରୁ ହତ୍ୟାରେ ବ୍ୟବହୃତ କାଠଫାଳିଆ, ରକ୍ତଭିଜା ଲୁଗା ଓ ମୋବାଇଲ ଫୋନ୍‌ ଜବତ କରିଛି। ସୁଙ୍କିିଙ୍କ ଘର ଝାରସୁଗୁଡ଼ା ଜିଲା ସଦର ଥାନା ଅଞ୍ଚଳରେ। ଗିରଫ ପରେ ତାଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୁଙ୍କିିଙ୍କୁ ରିମାଣ୍ଡରେ ଆଣି ଏହି ମାମଲାରେ ଅଧିକ ତଥ୍ୟ ହାସଲ କରିବାକୁ ପୋଲିସ ଯୋଜନା କରିଥିବା ସୂଚନା ମିଳିଛି।
ଏମିତି ଗଢ଼ି ଉଠିଥିଲା ବିଶ୍ୱଜିତ-ସୁଙ୍କିିଙ୍କ ଅବୈଧ ସମ୍ପର୍କ
ବିଶ୍ୱଜିତ୍‌ଙ୍କ ବାପା ବିପିନ ନାୟକ ଗଁାରେ ଅନ୍ୟ ଏକ ଘରେ ଦ୍ୱିତୀୟ ସ୍ତ୍ରୀ ଓ ୨ ପୁଅଙ୍କ ସହ ରୁହନ୍ତି। ବିଶ୍ୱଜିତ ଭୁବନେଶ୍ୱର ଭିଏସ୍‌ଏସ୍‌ ନଗରରେ ଏକ ହୋଟେଲ କରିଥିଲେ। ବିପିନଙ୍କ ପ୍ରଥମ ସ୍ତ୍ରୀ ଅର୍ଥାତ୍‌ ବିଶ୍ୱଜିତଙ୍କ ମା’ ସରକାରୀ ଚାକିରିରୁ ଅବସର ପରେ ପୁରୀରେ ଏକ ଘର କିଣି ରହୁଛନ୍ତି। ବିଶ୍ୱଜିତଙ୍କ ସ୍ତ୍ରୀ ଅନ୍ୟ ଜଣେ ଯୁବକଙ୍କ ସହ ଚାଲିଯାଇଥିବା ବେଳେ ୧୪ ବର୍ଷର ପୁଅ ପୁରୀରେ ରହି ପାଠ ପଢୁଛନ୍ତି। ତେବେ ମା’ଙ୍କ ଦ୍ୱାରା ହିଁ ସୁଙ୍କିିଙ୍କ ସହ ଅନୈତିକ ସମ୍ପର୍କରେ ଆସିଥିଲେ ବିଶ୍ୱଜିତ। ସୁଙ୍କିି ରହୁଥିବା ପୁରୀର ଉକ୍ତ ଆଶ୍ରମକୁ ବିଶ୍ୱଜିତଙ୍କ ମା’ ଯାଆନ୍ତି। ବିଶ୍ୱଜିତଙ୍କ ମା’ ଓ ସୁଙ୍କିିଙ୍କ ମଧ୍ୟରେ ଅଧିକ ମିଳାମିଶା ହୋଇଥିଲା। ପରେ ବିଶ୍ୱଜିତ ସେଠାକୁ ଯିବାରୁ ସୁଙ୍କିିଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସ୍ତ୍ରୀ ବିନା ଏକା ଥିବା ବିଶ୍ୱଜିତ ସୁଙ୍କିିଙ୍କ ସହ ଅଧିକ ଘନିଷ୍ଠ ହୋଇଥିଲେ।
ଗାଁକୁ ଯିବା ଅନୁମତି ଆଣି ବିଶ୍ୱଜିତଙ୍କ ପାଖକୁ ଆସି ରହୁଥିଲେ
ସୁଙ୍କିି ଓ ବିଶ୍ୱଜିତଙ୍କ ସମ୍ପର୍କକୁ ନେଇ ଆଶ୍ରମରେ ରହୁଥିବା ଅନ୍ୟମାନେ ଅଜ୍ଞ ଥିଲେ। ସୁଙ୍କିି ବିଭିନ୍ନ ସମୟରେ ବିଶ୍ୱଜିତଙ୍କ ସହ ମୋବାଇଲରେ କଥା ହେଉଥିଲେ। ଏପରି କି ସୁଙ୍କିି ତାଙ୍କ ପୈତୃକ ଗାଁକୁ ଯାଉଥିବା କଥା ମିଛରେ କହି ଆଶ୍ରମ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ଆଣୁଥିଲେ। ସୁଙ୍କିି ଗାଁକୁ ନ ଯାଇ ବିଶ୍ୱଜିତଙ୍କ ବାଳକାଟୀସ୍ଥିତ ଘରେ ରହିଯାଉଥିଲେ।
ସେଦିନ ଏମିତି ଘଟିଥିଲା…..
ପ୍ରତିଥର ପରି ସୁଙ୍କିି ମଧ୍ୟ ଡିିସେମ୍ବର ୩୦ରୁ ଆଶ୍ରମରୁ ଆସି ବିଶ୍ୱଜିତଙ୍କ ଘରେ ରହିଥିଲେ। ହେଲେ ଆଶ୍ରମ କର୍ତ୍ତୃପକ୍ଷ ନିୟମିତ କଲ୍‌ କରି ଆସିବାକୁ କହୁଥିବାରୁ ସୁଙ୍କିି ଦୋଛକିରେ ପଡ଼ିଯାଇଥିଲେ। ଏପଟେ ସୁଙ୍କିିଙ୍କୁ ବିଶ୍ୱଜିତ ତାଙ୍କ ପାଖରେ ରହିବାକୁ ବାଧ୍ୟ କରୁଥିଲେ। ୧୨ ତାରିଖ ଅପରାହ୍ନ ପ୍ରାୟ ୩ଟା ବେଳେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ସୁଙ୍କିି ରାଗିଯାଇ ବିଶ୍ୱଜିତଙ୍କୁ ହତ୍ୟା କରିଥିଲେ। ଏହାପରେ ସୁଯୋଗ ଦେଖି ସାରେ ସୁଙ୍କିି ଉକ୍ତ କାଠଫାଳିଆକୁ ଲୁଗାରେ ଗୁଡ଼ାଇ ଏକ ଅଟୋରେ ପୁରୀସ୍ଥିତ ଆଶ୍ରମକୁ ଚାଲିଯାଇଥିଲେ। ସେ ସେହି କାଠଫାଳିଆକୁ ଟଙ୍କପାଣି ସେତୁ ନିକଟ ରାସ୍ତା ପାର୍ଶ୍ୱରେ ଫିଙ୍ଗିଦେଇଥିଲେ। ୧୩ ତାରିଖରେ ଏହି ଘଟଣା ଜଣାପଡ଼ିଥିଲା। ବିଶ୍ୱଜିତଙ୍କ ଭାଇ ପୂର୍ଣ୍ଣପ୍ରକାଶଙ୍କ ଏତଲା ଭିତ୍ତିରେ ପୋଲିସ ଏକ ହତ୍ୟା ମାମଲା (ନଂ.୨୯/୨୦୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ଯା’ଙ୍କୁ ହତ୍ୟାକରି ୧୨ ବର୍ଷ ଜେଲରେ ରହିଥିଲେ ସୁଙ୍କିି
ସୁଙ୍କିି ଏହା ପୂର୍ବରୁ ନିଜ ଯା’ଙ୍କୁ ହତ୍ୟାକରି ୧୨ ବର୍ଷ ଜେଲରେ ରହିଥିଲେ ବୋଲି ପୋଲିସ ସୂଚନା ଦେଇଛି। ୨୦୦୫ରେ ସ୍ବାମୀଙ୍କ ସହ ଯା’ଙ୍କ ଅନୈତିକ ସମ୍ପର୍କ ରହିଥିବା ସନ୍ଦେହ କରି ସୁଙ୍କିି ଏହି ହତ୍ୟାକାଣ୍ଡ ଘଟାଇଥିଲେ। ସୁଙ୍କିି ସର୍ତ୍ତମୂଳକ ଜାମିନରେ ଆସି ଜେଲର୍‌ଙ୍କ ସହାୟତାରେ ଉକ୍ତ ଆଶ୍ରମରେ ରହୁଥିଲେ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

ଆକାଉଣ୍ଟଧାରୀ ସାବଧାନ! ୨୫ ସେପ୍ଟେମ୍ୱର ସୁଦ୍ଧା ସାରନ୍ତୁ ବ୍ୟାଙ୍କ୍‌ କାମ, ନହେଲେ ଉଠାଇପାରିବେନି ଟଙ୍କା?

ନୂଆଦିଲ୍ଲୀ,୨୨।୮: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡ଼ିତ କୌଣସି ଜରୁରୀ କାର୍ଯ୍ୟ ବାକି ଅଛି, ତେବେ ତାହାକୁ ଯଥାଶୀଘ୍ର ସାରିଦେବା ହିଁ ଆପଣଙ୍କ ପାଇଁ ଲାଭଦାୟକ ହେବ।…

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?