ବନ୍ଦାଳୋ-ଏଣ୍ଡରପଦା ରାସ୍ତା ଅବସ୍ଥା ସୁଧୁରୁନି

ଚଣ୍ଡିଖୋଲ,୨।୭(ପ୍ରଦୀପ୍ତ କୁମାର ପୃଷ୍ଟି):କଟକ ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନର ବଡ଼ଚଣା ଉପଖଣ୍ଡ ଅଧୀନରେ ରହିଛି ବନ୍ଦାଳୋ-ଏଣ୍ଡରପଦା ରାସ୍ତା। ଏହି ରାସ୍ତାଟି ବଡ଼ଚଣା ବ୍ଲକରେ ଅବସ୍ଥିତ ହୋଇଥିବାବେଳେ ଢେଙ୍କାନାଳ ଜିଲାକୁ ଗମନାଗମନ ପାଇଁ ସ୍ପର୍ଶ କରିଛି। ହେଲେ ରାସ୍ତାର ଅବସ୍ଥା ଦିନକୁ ଦିନ ଅତ୍ୟନ୍ତ ଖରାପ ଆଡ଼କୁ ଗତିକରୁଛି। ଯେଉଁଥି ପାଇଁ ଗତ ମାସ ୧୨ ତାରିଖରେ ବଡ଼ଚଣା ପୂର୍ତ୍ତ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ୩ ପଞ୍ଚାୟତର ଅଧିବାସୀ ଆନ୍ଦୋଳନ କରିଥିଲେ। ବନ୍ଦାଳୋ-ଏଣ୍ଡରପଦା ରାସ୍ତା ଉନ୍ନୟନ କମିଟି ତରଫରୁ ଗଣଧାରଣା ଦିଆଯାଇଥିବାବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ସ୍ନିଗ୍ଧା ଦାସ ଖୁବ୍‌ଶୀଘ୍ର ରାସ୍ତା ମରାମତି ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଅଦ୍ୟାବଧି କୌଣସି ପ୍ରତିଶ୍ରୁତି ପାଳନ କରାଯାଇନାହିଁ।
୧୮ କିଲୋମିଟର ଲମ୍ବ ଏହି ରାସ୍ତା କାର୍ଯ୍ୟ ପାଇଁ ୨୦୧୮ରେ ୨ଟି ପର୍ଯ୍ୟାୟରେ ଟେଣ୍ଡର କରାଯାଇଥିଲା। ୨୦୧୮ ଡିସେମ୍ବରରେ ୭ କିଲୋମିଟର ରାସ୍ତା ପାଇଁ ୪ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟବରାଦହେବ ବୋଲି ବିଭାଗ ତରଫରୁ କୁହାଯାଇଥିଲା। ସେହିପରି ଏହାର ୨ୟ ଭାଗକୁ ୬ କୋଟି ୫୭ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଟେଣ୍ଡର କରାଯାଇଥିଲା। ରାସ୍ତା ନିର୍ମାଣ ପରେ ଏହା ଖାଲଖମାରେ ଭର୍ତ୍ତି ହୋଇ ଯାଇଥିଲା। ପରେ ପୂର୍ତ୍ତ ବିଭାଗ ତରଫରୁ ରାସ୍ତା ମରାମତି ଆଳରେ ଗୁପ୍ତ ଟେଣ୍ଡର କରାଯାଇଥିଲା। ନିର୍ଦ୍ଦିଷ୍ଟ ଠିକାଦାରଙ୍କ ନାମରେ ଗୁପ୍ତ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏପରି କି ଜଣେ ଜଣେ ଠିକାଦାରଙ୍କ ନାମରେ ଏକାଧିକ ଟେଣ୍ଡର ହୋଇଥିବା ସୂଚନା ଅଧିକାର ଆଇନବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି।
ତଥ୍ୟ ମୁତାବକ, ୧୫ା୨ା୨୦୨୧ରେ ଠିକାଦାର ସସ୍ମିତା ସିଂହଙ୍କ ନାମରେ ୪ଲକ୍ଷ ୩୬ ହଜାର ୬୯ ଟଙ୍କା, ୨୫ା୦୨ା୨୧ରେ ୩ ଲକ୍ଷ ୮୯ ହଜାର ୭୧୮ ଟଙ୍କା, ୧୫ା୦୭ା୨୦୨୧ରେ ୪ ଲକ୍ଷ ୯୭ ହଜାର ଟଙ୍କା, ୧୪ା୧୨ା୨୦୨୧ରେ ୪ଲକ୍ଷ ୮୭ହଜାର ୪୮୨ ଟଙ୍କା, ୧୫ା୧୨ା୨୦୨୧ରେ ୪ଲକ୍ଷ ୮୫ହଜାର ୧୧୭ ଟଙ୍କା ବିଲ୍‌ ହୋଇଥିବା ଦର୍ଶାଯାଇଛି। ସେହିପରି ଦିବାକର ସାହୁଙ୍କ ନାମରେ ୧୫ା୦୨ା୨୦୨୧ରେ ୨ଲକ୍ଷ ୨ ହଜାର ୮୩୧ ଟଙ୍କା, ୧୨ା୦୩ା୨୦୨୧ରେ ୪ଲକ୍ଷ ୨୭ହଜାର ୭୨୨ ଟଙ୍କା, ୧୩ା୦୩ା୨୦୨୧ରେ ୧ ଲକ୍ଷ ୮୮ହଜାର ୫୭୨ ଟଙ୍କା, ୧ା୧୧ା୨୦୨୧ରେ ୯୬ ହଜାର ୪୧୩ ଟଙ୍କା, ୧୦ା୧୧ା୨୦୨୧ରେ ୪ ଲକ୍ଷ ୭୯ ହଜାର ୬୩୨ଟଙ୍କା, ୨୫ା୧୧ା୨୦୨୧ରେ ୨ ଲକ୍ଷ ୧୯ ହଜାର ୫୫୪ ଟଙ୍କା, ୧୦ା୧୨ା୨୦୨୧ରେ ୯୬ହଜାର ୭୨୧ ଟଙ୍କା, ୧୦ା୦୧ା୨୦୨୨ରେ ୪ଲକ୍ଷ ୮୭ହଜାର ୮୦ଟଙ୍କା ବିଲ୍‌ ହୋଇଥବା ଦର୍ଶାଯାଇଛି। ଶିଶିର କୁମାର ସ୍ବାଇଁଙ୍କ ନାମରେ ୨୪ା୦୨ା୨୦୨୧ରେ ୧୧ଲକ୍ଷ ୪୭ହଜାର ୬୪୮ଟଙ୍କା, ଶ୍ରୀବତ୍ସ ବିଶ୍ୱାଳଙ୍କ ନାମରେ ୧୨ା୦୩ା୨୦୨୧ରେ ୨ଲକ୍ଷ ୮ହଜାର ୨୮୩ ଟଙ୍କା, ଅକ୍ଷୟ କୁମାର ଦାସଙ୍କ ନାମରେ ୦୭ା୦୧ା୨୦୨୨ରେ ୪ଲକ୍ଷ ୪୪ହଜାର ୯୪୨ ଟଙ୍କା, ୧୦ା୦୧ା୨୦୨୨ରେ ୪ଲକ୍ଷ ୭୬ହଜାର ୮୮୪ଟଙ୍କା, ୧୫ା୦୩ା୨୦୨୨ରେ ୪ଲକ୍ଷ ୮୨ହଜାର ୩୩୮ଟଙ୍କା, ସେହିଭଳି ପ୍ରଦୀପ୍ତ କୁମାର ବଳଙ୍କ ନାମରେ ୮ା୦୭ା୨୦୨୧ରେ ୪ ଲକ୍ଷ ୯୭ ହଜାର ଟଙ୍କା ଓ ୦୭ା୦୧ା୨୦୨୨ରେ ୪ଲକ୍ଷ ୮୦ହଜାର ୫୮୧ ଟଙ୍କା ବିଲ୍‌ ହୋଇଥିବା ଦର୍ଶାଯାଇଛି। ତେବେ ଏତେଟଙ୍କା ଖର୍ଚ୍ଚ ପରେବି ରାସ୍ତାର ୫ କିଲୋମିଟର ଯାତାୟାତ ପାଇଁ ଅନୁପଯୁକ୍ତ ହୋଇପଡ଼ିଛି, ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେଣୁ ଶୀଘ୍ର ଏହି ରାସ୍ତା ମରାମତି କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ପ୍ରଦୀପ୍ତ କୁମାର ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି, ଖୁବ୍‌ଶୀଘ୍ର ରାସ୍ତା ମରାମତି କରାଯାଇ ଗମନାଗମନ ସୁବିଧା କରାଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri