ବନ୍ଦାଳୋ-ଏଣ୍ଡରପଦା ରାସ୍ତା ଅବସ୍ଥା ସୁଧୁରୁନି

ଚଣ୍ଡିଖୋଲ,୨।୭(ପ୍ରଦୀପ୍ତ କୁମାର ପୃଷ୍ଟି):କଟକ ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନର ବଡ଼ଚଣା ଉପଖଣ୍ଡ ଅଧୀନରେ ରହିଛି ବନ୍ଦାଳୋ-ଏଣ୍ଡରପଦା ରାସ୍ତା। ଏହି ରାସ୍ତାଟି ବଡ଼ଚଣା ବ୍ଲକରେ ଅବସ୍ଥିତ ହୋଇଥିବାବେଳେ ଢେଙ୍କାନାଳ ଜିଲାକୁ ଗମନାଗମନ ପାଇଁ ସ୍ପର୍ଶ କରିଛି। ହେଲେ ରାସ୍ତାର ଅବସ୍ଥା ଦିନକୁ ଦିନ ଅତ୍ୟନ୍ତ ଖରାପ ଆଡ଼କୁ ଗତିକରୁଛି। ଯେଉଁଥି ପାଇଁ ଗତ ମାସ ୧୨ ତାରିଖରେ ବଡ଼ଚଣା ପୂର୍ତ୍ତ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ୩ ପଞ୍ଚାୟତର ଅଧିବାସୀ ଆନ୍ଦୋଳନ କରିଥିଲେ। ବନ୍ଦାଳୋ-ଏଣ୍ଡରପଦା ରାସ୍ତା ଉନ୍ନୟନ କମିଟି ତରଫରୁ ଗଣଧାରଣା ଦିଆଯାଇଥିବାବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ସ୍ନିଗ୍ଧା ଦାସ ଖୁବ୍‌ଶୀଘ୍ର ରାସ୍ତା ମରାମତି ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଅଦ୍ୟାବଧି କୌଣସି ପ୍ରତିଶ୍ରୁତି ପାଳନ କରାଯାଇନାହିଁ।
୧୮ କିଲୋମିଟର ଲମ୍ବ ଏହି ରାସ୍ତା କାର୍ଯ୍ୟ ପାଇଁ ୨୦୧୮ରେ ୨ଟି ପର୍ଯ୍ୟାୟରେ ଟେଣ୍ଡର କରାଯାଇଥିଲା। ୨୦୧୮ ଡିସେମ୍ବରରେ ୭ କିଲୋମିଟର ରାସ୍ତା ପାଇଁ ୪ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟବରାଦହେବ ବୋଲି ବିଭାଗ ତରଫରୁ କୁହାଯାଇଥିଲା। ସେହିପରି ଏହାର ୨ୟ ଭାଗକୁ ୬ କୋଟି ୫୭ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଟେଣ୍ଡର କରାଯାଇଥିଲା। ରାସ୍ତା ନିର୍ମାଣ ପରେ ଏହା ଖାଲଖମାରେ ଭର୍ତ୍ତି ହୋଇ ଯାଇଥିଲା। ପରେ ପୂର୍ତ୍ତ ବିଭାଗ ତରଫରୁ ରାସ୍ତା ମରାମତି ଆଳରେ ଗୁପ୍ତ ଟେଣ୍ଡର କରାଯାଇଥିଲା। ନିର୍ଦ୍ଦିଷ୍ଟ ଠିକାଦାରଙ୍କ ନାମରେ ଗୁପ୍ତ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏପରି କି ଜଣେ ଜଣେ ଠିକାଦାରଙ୍କ ନାମରେ ଏକାଧିକ ଟେଣ୍ଡର ହୋଇଥିବା ସୂଚନା ଅଧିକାର ଆଇନବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି।
ତଥ୍ୟ ମୁତାବକ, ୧୫ା୨ା୨୦୨୧ରେ ଠିକାଦାର ସସ୍ମିତା ସିଂହଙ୍କ ନାମରେ ୪ଲକ୍ଷ ୩୬ ହଜାର ୬୯ ଟଙ୍କା, ୨୫ା୦୨ା୨୧ରେ ୩ ଲକ୍ଷ ୮୯ ହଜାର ୭୧୮ ଟଙ୍କା, ୧୫ା୦୭ା୨୦୨୧ରେ ୪ ଲକ୍ଷ ୯୭ ହଜାର ଟଙ୍କା, ୧୪ା୧୨ା୨୦୨୧ରେ ୪ଲକ୍ଷ ୮୭ହଜାର ୪୮୨ ଟଙ୍କା, ୧୫ା୧୨ା୨୦୨୧ରେ ୪ଲକ୍ଷ ୮୫ହଜାର ୧୧୭ ଟଙ୍କା ବିଲ୍‌ ହୋଇଥିବା ଦର୍ଶାଯାଇଛି। ସେହିପରି ଦିବାକର ସାହୁଙ୍କ ନାମରେ ୧୫ା୦୨ା୨୦୨୧ରେ ୨ଲକ୍ଷ ୨ ହଜାର ୮୩୧ ଟଙ୍କା, ୧୨ା୦୩ା୨୦୨୧ରେ ୪ଲକ୍ଷ ୨୭ହଜାର ୭୨୨ ଟଙ୍କା, ୧୩ା୦୩ା୨୦୨୧ରେ ୧ ଲକ୍ଷ ୮୮ହଜାର ୫୭୨ ଟଙ୍କା, ୧ା୧୧ା୨୦୨୧ରେ ୯୬ ହଜାର ୪୧୩ ଟଙ୍କା, ୧୦ା୧୧ା୨୦୨୧ରେ ୪ ଲକ୍ଷ ୭୯ ହଜାର ୬୩୨ଟଙ୍କା, ୨୫ା୧୧ା୨୦୨୧ରେ ୨ ଲକ୍ଷ ୧୯ ହଜାର ୫୫୪ ଟଙ୍କା, ୧୦ା୧୨ା୨୦୨୧ରେ ୯୬ହଜାର ୭୨୧ ଟଙ୍କା, ୧୦ା୦୧ା୨୦୨୨ରେ ୪ଲକ୍ଷ ୮୭ହଜାର ୮୦ଟଙ୍କା ବିଲ୍‌ ହୋଇଥବା ଦର୍ଶାଯାଇଛି। ଶିଶିର କୁମାର ସ୍ବାଇଁଙ୍କ ନାମରେ ୨୪ା୦୨ା୨୦୨୧ରେ ୧୧ଲକ୍ଷ ୪୭ହଜାର ୬୪୮ଟଙ୍କା, ଶ୍ରୀବତ୍ସ ବିଶ୍ୱାଳଙ୍କ ନାମରେ ୧୨ା୦୩ା୨୦୨୧ରେ ୨ଲକ୍ଷ ୮ହଜାର ୨୮୩ ଟଙ୍କା, ଅକ୍ଷୟ କୁମାର ଦାସଙ୍କ ନାମରେ ୦୭ା୦୧ା୨୦୨୨ରେ ୪ଲକ୍ଷ ୪୪ହଜାର ୯୪୨ ଟଙ୍କା, ୧୦ା୦୧ା୨୦୨୨ରେ ୪ଲକ୍ଷ ୭୬ହଜାର ୮୮୪ଟଙ୍କା, ୧୫ା୦୩ା୨୦୨୨ରେ ୪ଲକ୍ଷ ୮୨ହଜାର ୩୩୮ଟଙ୍କା, ସେହିଭଳି ପ୍ରଦୀପ୍ତ କୁମାର ବଳଙ୍କ ନାମରେ ୮ା୦୭ା୨୦୨୧ରେ ୪ ଲକ୍ଷ ୯୭ ହଜାର ଟଙ୍କା ଓ ୦୭ା୦୧ା୨୦୨୨ରେ ୪ଲକ୍ଷ ୮୦ହଜାର ୫୮୧ ଟଙ୍କା ବିଲ୍‌ ହୋଇଥିବା ଦର୍ଶାଯାଇଛି। ତେବେ ଏତେଟଙ୍କା ଖର୍ଚ୍ଚ ପରେବି ରାସ୍ତାର ୫ କିଲୋମିଟର ଯାତାୟାତ ପାଇଁ ଅନୁପଯୁକ୍ତ ହୋଇପଡ଼ିଛି, ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେଣୁ ଶୀଘ୍ର ଏହି ରାସ୍ତା ମରାମତି କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ପ୍ରଦୀପ୍ତ କୁମାର ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି, ଖୁବ୍‌ଶୀଘ୍ର ରାସ୍ତା ମରାମତି କରାଯାଇ ଗମନାଗମନ ସୁବିଧା କରାଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?