ବଣ୍ଡା ଜନଜାତିର ଚଳଣି

ମାଲକାନଗିରି(ଦୁର୍ଯ୍ୟୋଧନ ପାତ୍ର): ଓଡ଼ିଶାର ବିଭିନ୍ନ ପାର୍ବତ୍ୟାଞ୍ଚଳରେ ବହୁ ସଂଖ୍ୟାରେ ଅନୁସୂଚିତ ଜନଜାତି ଆଦିବାସୀ ସମ୍ପ୍ରଦାୟ ଦୀର୍ଘ ବର୍ଷ ଧରି ବାସ କରି ଆସୁଛନ୍ତି। ଭାରତରେ ୮୨ ଆଦିବାସୀ ସମ୍ପ୍ରଦାୟ ଥିବାବେଳେ ଓଡ଼ିଶାରେ ୬୦ ପ୍ରକାର ଆଦିବାସୀ ଜନଜାତି ଦେଖିବାକୁ ମିଳିଥାଏ । ସେମାନଙ୍କ ମଧ୍ୟରୁ ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡ଼ା ବଣ୍ଡାଘାଟିରେ ୫ଟି ପଞ୍ଚାୟତରେ ରାଜସ୍ବ ଏବଂ ପଡ଼ାଗ୍ରାମକୁ ନେଇ ୩୪ଟି ବଣ୍ଡା ବସ୍ତି ରହିଛି। ମୁଦୁଲିପଡ଼ା, ଅଣ୍ଡ୍ରାହାଲ, ବଡ଼ଡୁରାଲ, କଦମଗୁଡା ଓ ରାସବେଡା ପଞ୍ଚାୟତରେ ଥିବା ବଣ୍ଡା ଅଞ୍ଚଳକୁ ୨ ଭାଗରେ ବିଭକ୍ତ କରାଯାଇଛି। ଏହା ଉପର ବଣ୍ଡା ଓ ତଳ ବଣ୍ଡା ରୂପେ ପରିଚିତ। ଜିଲାରେ ୧୯୯୨ରେ ବଣ୍ଡାଘାଟିରେ ୫୫୦୦ ବଣ୍ଡା ଜନଜାତି ବାସ କରୁଥିବା ବେଳେ ବର୍ତ୍ତମାନ ସେମାନଙ୍କ ସଂଖ୍ୟା ୭ ହଜାରରୁ ଊର୍ଦ୍ଧ୍ୱ ହୋଇଛି। ବଣ୍ଡାମାନଙ୍କ ଭାଷାରେ ଏହି ଘାଟିକୁ ବାର୍‌ ଜଙ୍ଗଲ ବୋଲି କୁହାଯାଏ। ଘାଟି ଉପରେ ରହୁଥିବା ଗ୍ରାମଗୁଡ଼ିକ ହେଲା ମୁଦୁଲିପଡ଼ା, ଉଙ୍ଗେଲପଦର, ବେଲଗୁଡ଼ା, ବିର୍ସାପାଡ଼ା, ନୂଆଗୁଡ଼ା, ତୁସେଇପାଡ଼ା, ଗଇଲକେନ୍ଦା, ପାତ୍ରପୁଟ, ବାଲିଆପଦର, କାଦଗୁଡ଼ା, କିରାମ, ବଣ୍ଡାପାଡ଼ା, ଗୋପୁରପାଡ଼ା, କିନ୍ଦ୍ରାଗୁଡ଼ା, କାତଙ୍ଗଗୁଡ଼ା, ପଡ଼େଇଗୁଡ଼ା, କନ୍ଧଗୁଡ଼ା, ସେଲେଇଗୁଡା, ବାଉଁଲିଗୁଡା, ଦୁଲାଗୁରୁମ, ଉଡାଙ୍ଗଗୁଡା, ଗୋଇଗୁଡା, କାନ୍ତିପାଡା, ଦାଗାବାଡ଼ା, କିଚପାଡ଼ା, ଚାଲାନପାଡ଼ା, ବଡ଼ବେଲ, ଡୁଙ୍ଗୁରୁପାଡ଼ା, ଅଣ୍ଡ୍ରାହାଲ, ଗୋରଗୁଡ଼ା, ବଡ଼ପାଡ଼ା, ବାଉଁଶପଡ଼ା ଇତ୍ୟାଦି। କିମ୍ବଦନ୍ତୀ ଏବଂ ପୁରାତନ କାହାଣୀ ଅନୁଯାୟୀ ଅଗନାଅଗନି ବନସ୍ତ ମଧ୍ୟରେ ଏକ ମଣିଷ ତା’ର ୫ପୁଅ ଓ ଗୋଟିଏ ଝିଅ ସହିତ ପତ୍ରକୁଡିଆ କରି ଜଙ୍ଗଲରୁ ଜନ୍ତୁ ଶିକାର କରି ସେହି ମାଂସ ଖାଇ ଜୀବନ ବିତାଉଥିଲେ। ବଣର ଶିକାର ଓ ଫଳମୂଳ ଏମାନଙ୍କ ମୁଖ୍ୟ ଖାଦ୍ୟ ଥିଲା। ଗଛର ଛାଲି ଓ ପତ୍ରକୁ ପୋଷାକ ରୂପେ ବ୍ୟବହାର କରୁଥିଲେ। ସମୟକ୍ରମେ ଏହି ସମ୍ପ୍ରଦାୟର ବଂଶବୃଦ୍ଧି ହୋଇଥିଲା। ବଣ୍ଡା ଜନଜାତି ପ୍ରାୟତଃ ବର୍ଷାଦିନେ ଶିଆଳିପତ୍ରରେ ଟୋପି ବ୍ୟବହାର କରି ବର୍ଷାରୁ ରକ୍ଷା ପାଇଥାନ୍ତି। ଅଗ୍ନିର ବ୍ୟବହାର ଅକସ୍ମାତ ଶିଖି ବିଭିନ୍ନ ସ୍ଥାନରେ ନିଆଁ ଲଗାଇ କଞ୍ଚାମାଂସକୁ ନିଆଁରେ ସେକି ଖାଦ୍ୟ ରୂପେ ଖାଉଥିଲେ। ଏବେ ବି ବୟସ୍କ ବଣ୍ଡାମାନେ ଏକଥାକୁ ସ୍ବୀକାର କରନ୍ତି। ବଣ୍ଡାଘାଟିର ପୂର୍ବ ଦିଗରେ ବାଲି ପର୍ବତ ଥିବାବେଳେ ପଶ୍ଚିମ କୋଣରେ ରହିଛି ବାଲି ଡଙ୍ଗର। ବଣ୍ଡା ରମଣୀମାନଙ୍କ ବେଶଭୂଷା ବେଶ୍‌ ଆକର୍ଷଣୀୟ। ସେମାନେ ସର୍ବଦା ମୁଣ୍ଡକୁ ଲଣ୍ଡା ରଖିବା ସହ ମୁଣ୍ଡରେ ଗୋଲେଇ ତାଳପତ୍ର ବାନ୍ଧି ସେଥିରେ ନାନା ପ୍ରକାର ପକ୍ଷୀଙ୍କ ପର, ଧାରୁଆ ଛୁରି ଲଗାଇଥାନ୍ତି। ବେକରେ ମାଳି, ଲୁହାର ବଳା ପିନ୍ଧିଥାନ୍ତି। ପ୍ରତ୍ୟେକ ବଣ୍ଡା ଗ୍ରାମରେ ସଲପ, ମହୁଲ ଗଛ ପ୍ରଚୁର ପରିମାଣରେ ଦେଖିବାକୁ ମିଳିଥାଏ । ପୋଡୁଚାଷ ଏମାନଙ୍କର ମୁଖ୍ୟ ଜୀବିକା । ଜଙ୍ଗଲ ସଫାକରି ମାଣ୍ଡିଆ, ଶୁଆଁ, ବାଜରା, କାଙ୍ଗୁ, ଚାଷ କରି ଚଳିଥାନ୍ତି। ଅଳ୍ପ ସମତଳ ଅଞ୍ଚଳରେ ଧାନଚାଷ କରି ସେହି ଧାନରୁ ଚାଉଳକୁ ତରଳ ଜାଉ (ପେଯ) କରି କିମ୍ବା ମାଣ୍ଡିଆ ଜାଉରେ ମିଶାଇ ଖାଇଥାନ୍ତି। ଠାକୁର ପାଟଖଣ୍ଡା ହେଉଛି ସେମାନଙ୍କ ବଡ଼ପର୍ବ। ପାଟଖଣ୍ଡା ହେଉଛନ୍ତି ସେମାନଙ୍କ ମୁଖ୍ୟ ଦେବତା। ପାହାଡ଼ ଶିଖରରେ ଏକ ବଡ଼ ବଟ
ବୃକ୍ଷରେ ରହି ପୂଜା ପାଉଛନ୍ତି ପାଟଖଣ୍ଡା ଠାକୁର । ପ୍ରତି ନୂଆ ଖାଦ୍ୟଶସ୍ୟ ଅମଳ ପରେ ସେମାନେ ସେହି ଶସ୍ୟକୁ ପୂଜାକରି ନୂଆଖାଇ ପାଳନ କରନ୍ତି। ଶ୍ରାବଣ ମାସରେ ଟାଙ୍କୁଗରବ, ଆଶ୍ୱିନ ମାସରେ ମୁଣ୍ଡଧ୍ୱନି ପରବ, ପୌଷ ମାସରେ ପୁଷ୍‌ ପରବ୍‌, ମାଘ ମାସରେ ପାଟଖଣ୍ଡା ଯାତ୍ରା, ଚୈତ୍ର ମାସରେ ଉଲ୍ଲି ପର୍ବ ବଣ୍ଡାମାନଙ୍କ ବିଶେଷ ପର୍ବ ଭାବେ ପରିଚିତ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri