ପୂଜାକୁ ଫେରିଲା ବାଜା

ବଅଁରପାଳ,୧୮ା୧(ଉପେନ୍ଦ୍ର ରାଉତ): ଆଧ୍ୟାତ୍ମିକ ଆୟୋଜନ ହେଉ କି ସାଂସ୍କୃତିକ ଅବା ମାଙ୍ଗଳିକ, ବାଦ୍ୟ ବିନା ଏହାର କଳ୍ପନା କଷ୍ଟକର। ଶାସ୍ତ୍ରରେ ମଧ୍ୟ ବାଦ୍ୟକୁ ସର୍ବଦା ଶୁଭର ସୂଚନା ବୋଲି ମାନ୍ୟ କରାଯାଇଛି। ସେଥିପାଇଁ ପୂଜା, ବିବାହ, ବ୍ରତ ଆଦିରେ ପ୍ରଥମେ ଖୋଜାପଡ଼େ ବାଜା। କିନ୍ତୁ ମହାମାରୀ କୋଭିଡ୍‌-୧୯ କାରଣରୁ ଦୀର୍ଘ ୯ ମାସ ହେଲା ଏହି ବାଦ୍ୟକୁ ଏସବୁ କାର୍ଯ୍ୟରେ ସାମିଲ ପାଇଁ ଅନୁମତି ନ ଥିଲା। ଏପରି କି ଗତ ପୂଜା ଋତୁରେ ବିନା ବାଜାରେ ଦେବଦେବୀଙ୍କ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। କିନ୍ତୁ ବିଳମ୍ବ ହେଲେ ବି ଚଳିତମାସରେ ସରକାର ଅନୁମତି ଦେବା ପରେ ବାଜା ତା’ର ପୂର୍ବ ସମ୍ମାନ ଫେରିପାଇଛି। ଆଗକୁ ସରସ୍ବତୀ ପୂଜା ସହ ବିବାହ ଋତୁ ଆସୁଥିବାରୁ ଅନୁଗୋଳ ଜିଲା ବଅଁରପାଳ ବ୍ଲକର ବାଦ୍ୟକାର, ଡିଜେ, ବ୍ରାସପାର୍ଟି ମାଲିକ ଓ କର୍ମଚାରୀ ମହଲରେ ଖୁସିର ଲହରି ଖେଳିଯାଇଛି।
ବଅଁରପାଳ ବ୍ଲକର ନାଲ୍‌କୋ, କାଣ୍ଡସର, କୁରୁଡୁଲୁ, ତୁରଙ୍ଗ, କୁଲାଡ଼, ଗିରାଙ୍ଗ, ଗୋତମରା, ବଅଁରପାଳ, ବୁଢ଼ାପଙ୍କ, ବନ୍ଦା, ନୂଆହତା, ଗଡ଼ସନ୍ତ୍ରୀ, ତଳମୂଳ, ମହୀଧରପୁର ଓ ଫୁଲୁପଡ଼ା ଆଦି ଅଞ୍ଚଳରେ ୨୫ରୁ ଅଧିକ ଡିଜେ, ବ୍ରାସ ଓ ଢୋଲପାର୍ଟି ଅଛନ୍ତି। ବଅଁରପାଳ ସହ ଅନୁଗୋଳ ଓ ଢେଙ୍କାନାଳ ଜିଲାର ବିଭିନ୍ନ ପୂଜା ଉତ୍ସବ ଏବଂ ବିବାହ ଶୋଭାଯାତ୍ରା ପାଇଁ ଏମାନଙ୍କ ନିକଟକୁ ବରାଦ ଆସେ। ଗୋଟିଏ କାର୍ଯ୍ୟକ୍ରମ ପାଇଁ ୨୫ରୁ ୩୦ ହଜାର ଟଙ୍କା ମିଳେ। ତେଣୁ ପ୍ରତିବର୍ଷ ପୂଜା ଓ ବିବାହ ଋତୁରେ ଲକ୍ଷାଧିକ ଟଙ୍କାର ଆୟ ହୋଇଥାଏ। ଗୋଟିଏ ଦଳରେ ୨୦ରୁ ୩୦ ସଦସ୍ୟ ସାମିଲ ଥିବାରୁ ଶତାଧିକ ପରିବାର ଏହି ରୋଜଗାର ଉପରେ ନିର୍ଭର କରନ୍ତି। କିନ୍ତୁ କରୋନା ପାଇଁ ଦୀର୍ଘ ୯ ମାସ ବାଦ୍ୟ ପରିବେଷଣ ବନ୍ଦ ରହିଥିବାରୁ ଏଥିରୁ ଆୟ କରୁଥିବା ଲୋକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ସେହିପରି ଋଣ କରି ମ୍ୟୁଜିକ ସିଷ୍ଟମ ବ୍ୟବସାୟ କରୁଥିବା ଡିଜେ, ବ୍ରସ୍‌ପାର୍ଟି ମାଲିକମାନେ ବିପୁଳ କ୍ଷତି ସହିବାକୁ ବାଧ୍ୟ ହୋଇଥିଲେ। ତେବେ କରୋନା ସଂକ୍ରମଣ ତଳମୁହଁା ହେବା ପରେ ସରକାର ଏବେ ସାଂସ୍କୃତିକ କାର୍ଯ୍ୟକ୍ରମ, ବିବାହ ଶୋଭାଯାତ୍ରାରେ ୨ଶହରୁ ଅଧିକ ଲୋକଙ୍କୁ ସାମିଲ ଅନୁମତି ଦେଇଛନ୍ତି। ସେହିପରି ଡିଜେ, ବ୍ରାସ୍‌ପାର୍ଟି ଉପରେ ଲଗାଯାଇଥିବା କଟକଣାକୁ ମଧ୍ୟ ହଟାଇ ଦେଇଛନ୍ତି। ସରକାରଙ୍କ

୫ଟି ସ୍ଥାନରୁ ଅଗ୍ରିମ ମିଳିଲାଣି
ବ୍ୟାଙ୍କରୁ ଋଣ କରି ସାଉଣ୍ଡ ସିଷ୍ଟମ ବ୍ୟବସାୟ କରିଛି। କରୋନା ପୂର୍ବରୁ ବେପାର ଖୁବ୍‌ ହେଉଥିଲା। ବିବାହ ଋତୁରେ ଗୋଟିଏ ଦିନରେ ଏକାଧିକ ଶୋଭାଯାତ୍ରା ପାଇଁ ବରାଦ ମିଳୁଥିଲା। କିନ୍ତୁ କରୋନା ପାଇଁ ବର୍ଷେ ବେକାର ହୋଇଗଲା। ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡ଼ିଲା। ହେଲେ ସାଉଣ୍ଡ ସିଷ୍ଟମକୁ ଅନୁମତି ମିଳିଥିବାରୁ ବେପାର ଆରମ୍ଭ ହୋଇଛି। ଗତ ୮ ଦିନ ମଧ୍ୟରେ ୫ଟି ସ୍ଥାନରୁ ଅଗ୍ରିମ ଆସିଲାଣି।
-ରଶ୍ମିରଞ୍ଜନ ସାହୁ, ସାଉଣ୍ଡ ସିଷ୍ଟମ ମାଲିକ, ବନ୍ଦା

ବହୁ ପରିବାର ଉପକୃତ ହେବେ
ସରକାରଙ୍କ କଡ଼ା କଟକଣା ଯୋଗୁ ଲକ୍‌ଡାଉନ୍‌ ସମୟରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ପାଇଁ କେହି ଆଗ୍ରହ ପ୍ରକାଶ କରୁ ନ ଥିଲେ। ତେଣୁ ଡିଜେ, ଢୋଲ ଓ ବ୍ରାସ ପରିବେଷଣର ଅନୁମତି କି ସୁଯୋଗ ନ ଥିଲା। ଏହାଦ୍ୱାରା ବାଦ୍ୟକାରଙ୍କଠାରୁ ଆରମ୍ଭ କରି ଗାୟିକା, ଗାୟକ, ନୃତ୍ୟଶିଳ୍ପୀ, ଲାଇଟ୍‌, ସାଉଣ୍ଡ ଓ ଟ୍ରଲି ଚାଳକଙ୍କ ସହ ୩୦ରୁ ଅଧିକ ପରିବାର ରୋଜଗାର ହରାଇଥିଲେ। ଅନୁମତି ପରେ ଏସବୁ ସଦସ୍ୟଙ୍କ ପରିବାର ଉପକୃତ ହେବେ।
-ଈଶ୍ୱର ବେହେରା, ଗିରାଙ୍ଗ ମ୍ୟୁଜିକ ସିଷ୍ଟମ ମ୍ୟାନେଜର

ଦୁର୍ବଳ ସ୍ଥିତିକୁ ବଳ ମିଳିଛି
କିଛିମାସ ହେଲା ଲକ୍‌ଡାଉନ୍‌ କୋହଳ କରାଯାଇଥିଲେ ମଧ୍ୟ ବେପାର ନ ଥିଲା। ସରକାର କଟକଣା ଲଗାଇଥିବାରୁ ବିନା ବାଜା, ବାଣ ଓ ଶୋଭାଯାତ୍ରାରେ କେହି ବିବାହ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରୁ ନ ଥିଲେ। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ନ ଥିଲା। ତେଣୁ ଏସବୁ କାର୍ଯ୍ୟକ୍ରମ ପାଇଁ ପ୍ରଥମେ ଖୋଜାପଡ଼ୁଥିବା ଟେଣ୍ଟହାଉସ୍‌ ଏକପ୍ରକାର ଅଛୁଅଁା ହୋଇଯାଇଥିଲା। କଟକଣା ହଟିବା ବେପାରର ଦୁର୍ବଳ ସ୍ଥିତିକୁ ବଳ ଯୋଗାଇଛି।
-ଦୁଷ୍ମନ୍ତ ସାହୁ, ଟେଣ୍ଟ ହାଉସ ମାଲିକ, କନ୍ୟାବେଡ଼ା

ବରଗାଡ଼ି ସଜାଇବା ପାଇଁ ବଇନା ପାଇଛି
ସରକାର ଅଧିକ ସଂଖ୍ୟକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦେଉ ନ ଥିବାରୁ ପୂର୍ବରୁ ବିବାହ, ବ୍ରତୋପନୟନ ଆଦି କାର୍ଯ୍ୟକୁ ଘୁଞ୍ଚାଇ ଦିଆଯାଉଥିଲା। ଫଳରେ ବରଗାଡ଼ିଠାରୁ ବିବାହ ବେଦି ଯାଏ ସାଜସଜ୍ଜା ପାଇଁ ଫୁଲ ଆବଶ୍ୟକ ପଡ଼ୁ ନ ଥିଲା। ଏହା ବ୍ୟବସାୟୀଙ୍କୁ କ୍ଷତି ପହଞ୍ଚାଉଥିଲା। ସରକାରଙ୍କ ଅନୁମତି ମିଳୁ ମିଳୁ ବରଗାଡ଼ି ପାଇଁ ବଇନା ପାଇଛି।
-ଅଭିଜିତି ମାଝି, ଫୁଲ ଦୋକାନୀ, ନାଲ୍‌କୋ


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri