Posted inଫୁରସତ

ପ୍ରଦୂଷଣ କମାଇବ ବାଉଁଶ

ମଣିଷ ସଭ୍ୟତା ଆରମ୍ଭରୁ ବାଉଁଶର ଯାତ୍ରା ଆରମ୍ଭ ହୋଇଛି। ଯେବେଠୁଁ ମଣିଷ ସ୍ଥାୟୀ ଭାବେ ଘର କରି ରହିବା ଆରମ୍ଭ କଲା, ସେବେଠାରୁ ବାଉଁଶ ଆବଶ୍ୟକ ସାମଗ୍ରୀ ମଧ୍ୟରେ ସାମିଲ ହୋଇ ଯାଇଥିଲା। ଶିକାର କରିବାରେ ବାଉଁଶ ଧନୁତୀର ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ ହୋଇଥିଲା, ଯାହାକି ମନୁଷ୍ୟର ଖାଦ୍ୟ ଆବଶ୍ୟକତା ମେଣ୍ଟାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଭେଳା ତିଆରି କରି ନଦୀ ପାର କରିବାରେ ବାଉଁଶର ବ୍ୟବହାର ମଧ୍ୟ କରାଯାଉଥିଲା। ସେହିପରି ବାସସ୍ଥାନ ନିର୍ମାଣର ବହୁ କ୍ଷେତ୍ରରେ ବାଉଁଶକୁ ବ୍ୟବହାର କରିବା ଆରମ୍ଭ ହୋଇଥିଲା। ଏବେ ବି ଗାଁ ଗଣ୍ଡାରେ ନଡ଼ାଛପର ଘରେ ବାଉଁଶର ଉପଯୋଗ କରାଯାଉଛି। ବାଉଁଶ ବିନା ନଡ଼ାଛପର ଘର ତିଆରି କରିବା ସମ୍ଭବ ନୁହେଁ। ସେହିପରି ବନ୍ୟାରେ ନଦୀବନ୍ଧରେ ଅତଡ଼ା ଖସିଲେ ବାଉଁଶ ବାଡ଼ରେ ବାଲିବସ୍ତା ପକାଇ ଏହାକୁ ରୋକାଯାଏ। ବାଉଁଶ ଖାଦ୍ୟ, ବାସଗୃହ, ସୁରକ୍ଷା ପ୍ରଦାନ କରିବା ସହିତ ଏକ ଅର୍ଥକରୀ ଗଛର ଭୂମିକା ଗ୍ରହଣରେ ଅତୁଳନୀୟ ସାବ୍ୟସ୍ତ ହୋଇପାରିଛି। ପ୍ରାଚୀନ କାଳରୁ ଆରମ୍ଭ କରି ଏପର୍ଯ୍ୟନ୍ତ ବାଉଁଶ ମଣିଷର ଅତି ଆପଣାର ହୋଇ ରହିଛି। ତେଣୁ ବାଉଁଶ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଓ୍ବାଲର୍‌ଡ ବାମ୍ବୋ ଅର୍ଗାନାଇଜେଶନ ଗଠନ କରାଯାଇଥିଲା। ଏହାର ସଂରକ୍ଷଣ ଲାଗି ୨୦୦୯ ବ୍ୟାଙ୍କକର ୮ମ ଓ୍ବାଲର୍‌ଡ ବାମ୍ବୋ ସମ୍ମିଳନୀରେ ସେପ୍ଟେମ୍ବର ୧୮କୁ ‘ବିଶ୍ୱ ବାଉଁଶ ଦିବସ’ ଭାବେ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି। ପରିବେଶ ବିଜ୍ଞାନୀଙ୍କ ମତାନୁସାରେ, ବାଉଁଶରୁ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରାଗଲେ ପ୍ରଦୂଷଣ ମାତ୍ରା ହ୍ରାସ ପାଇପାରିବ। ଏହା ସହିତ ବାଉଁଶ ଦ୍ୱାରା ଭାରତ ଭଳି ଦେଶର ଆର୍ଥିକ ବିକାଶ ମଧ୍ୟ ସମ୍ଭବ ହୋଇପାରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?