Posted inଫୁରସତ

ପ୍ରଦୂଷଣ କମାଇବ ବାଉଁଶ

ମଣିଷ ସଭ୍ୟତା ଆରମ୍ଭରୁ ବାଉଁଶର ଯାତ୍ରା ଆରମ୍ଭ ହୋଇଛି। ଯେବେଠୁଁ ମଣିଷ ସ୍ଥାୟୀ ଭାବେ ଘର କରି ରହିବା ଆରମ୍ଭ କଲା, ସେବେଠାରୁ ବାଉଁଶ ଆବଶ୍ୟକ ସାମଗ୍ରୀ ମଧ୍ୟରେ ସାମିଲ ହୋଇ ଯାଇଥିଲା। ଶିକାର କରିବାରେ ବାଉଁଶ ଧନୁତୀର ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ ହୋଇଥିଲା, ଯାହାକି ମନୁଷ୍ୟର ଖାଦ୍ୟ ଆବଶ୍ୟକତା ମେଣ୍ଟାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଭେଳା ତିଆରି କରି ନଦୀ ପାର କରିବାରେ ବାଉଁଶର ବ୍ୟବହାର ମଧ୍ୟ କରାଯାଉଥିଲା। ସେହିପରି ବାସସ୍ଥାନ ନିର୍ମାଣର ବହୁ କ୍ଷେତ୍ରରେ ବାଉଁଶକୁ ବ୍ୟବହାର କରିବା ଆରମ୍ଭ ହୋଇଥିଲା। ଏବେ ବି ଗାଁ ଗଣ୍ଡାରେ ନଡ଼ାଛପର ଘରେ ବାଉଁଶର ଉପଯୋଗ କରାଯାଉଛି। ବାଉଁଶ ବିନା ନଡ଼ାଛପର ଘର ତିଆରି କରିବା ସମ୍ଭବ ନୁହେଁ। ସେହିପରି ବନ୍ୟାରେ ନଦୀବନ୍ଧରେ ଅତଡ଼ା ଖସିଲେ ବାଉଁଶ ବାଡ଼ରେ ବାଲିବସ୍ତା ପକାଇ ଏହାକୁ ରୋକାଯାଏ। ବାଉଁଶ ଖାଦ୍ୟ, ବାସଗୃହ, ସୁରକ୍ଷା ପ୍ରଦାନ କରିବା ସହିତ ଏକ ଅର୍ଥକରୀ ଗଛର ଭୂମିକା ଗ୍ରହଣରେ ଅତୁଳନୀୟ ସାବ୍ୟସ୍ତ ହୋଇପାରିଛି। ପ୍ରାଚୀନ କାଳରୁ ଆରମ୍ଭ କରି ଏପର୍ଯ୍ୟନ୍ତ ବାଉଁଶ ମଣିଷର ଅତି ଆପଣାର ହୋଇ ରହିଛି। ତେଣୁ ବାଉଁଶ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଓ୍ବାଲର୍‌ଡ ବାମ୍ବୋ ଅର୍ଗାନାଇଜେଶନ ଗଠନ କରାଯାଇଥିଲା। ଏହାର ସଂରକ୍ଷଣ ଲାଗି ୨୦୦୯ ବ୍ୟାଙ୍କକର ୮ମ ଓ୍ବାଲର୍‌ଡ ବାମ୍ବୋ ସମ୍ମିଳନୀରେ ସେପ୍ଟେମ୍ବର ୧୮କୁ ‘ବିଶ୍ୱ ବାଉଁଶ ଦିବସ’ ଭାବେ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି। ପରିବେଶ ବିଜ୍ଞାନୀଙ୍କ ମତାନୁସାରେ, ବାଉଁଶରୁ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରାଗଲେ ପ୍ରଦୂଷଣ ମାତ୍ରା ହ୍ରାସ ପାଇପାରିବ। ଏହା ସହିତ ବାଉଁଶ ଦ୍ୱାରା ଭାରତ ଭଳି ଦେଶର ଆର୍ଥିକ ବିକାଶ ମଧ୍ୟ ସମ୍ଭବ ହୋଇପାରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri