ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ଉକ୍ତ ସ୍ଥାନରେ ଏକ ପାଠାଗାର କିମ୍ବା ସର୍ବସାଧାରଣଙ୍କ ସୁବିଧାରେ ଲାଗୁଥିବା ଅନୁଷ୍ଠାନ ତିଆରି କରି ତାର ରକ୍ଷଣାବେକ୍ଷଣ ଦାୟିତ୍ବ ବରଗଡ଼ ପୌର ପରିଷଦକୁ ଦିଆଯିବା ସହ ନୂତନ ଭବନକୁ ବାଲୁଙ୍କୀ ଦାଶଙ୍କ ସ୍ମୃତିରକ୍ଷା ପାଇଁ ତାଙ୍କ ନାମରେ ନାମିତ କରାଯିବା ପାଇଁ ନିବେଦନ କରାଯାଇଛି ।

ଅଗ୍ରଗାମୀ ଯୁବକ ସଂଘର ସଭାପତି ତଥା ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି, ୧୯୪୬ ମସିହାରେ ତତ୍କାଳୀନ ବରଗଡ଼ର ଭଦ୍ରବ୍ୟକ୍ତିମାନେ ସହରରେ ଏକ ପାଠାଗାରର ଆବଶ୍ୟକତା ଅନୁଭବ କରି ମାଫିଦାର ଏବଂ ଗୌନ୍ତିଆମାନଙ୍କୁ ଜଣାଇବାରୁ ସେମାନେ ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖ ଉକ୍ତ ୮ ଡ଼େସିମିଲ ଜମିଦାନ କରିଥିଲେ ଏବଂ ସେଠାରେ ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ନିର୍ମିତ ହୋଇଥିଲା । ଏହା ପାର୍ଶ୍ୱସ୍ଥ ଜମିକୁ ଭଡ଼ା ଦିଆଯାଇ ସେଥିରେ ପାଠାଗାର ରକ୍ଷଣାବେକ୍ଷଣ ହେଉଥିଲା। ପରବର୍ତ୍ତୀ ସମୟରେ ସହରର ଯୁବକମାନେ ଅଗ୍ରମାମୀ ଯୁବକ ସଂଘ ଗଠନ କରି ସେହି ଭବନରେ ଏକତ୍ରିତ ହେଉଥିଲେ । ୧୯୭୫ ମସିହାରେ ଅଗ୍ରମାମୀ ଯୁବକ ସଂଘର ନିଜସ୍ୱ ଭବନ ସ୍ଥାପନ ହେବା ପରେ ସେଠାରେ ଯୁବକ ସଂଘ ତରଫରୁ ବାଲୁଙ୍କୀ ଦାଶ ସ୍ମୃତି ପାଠାଗାରକୁ ନିୟମିତ ପରିଚାଳନା କରାଯାଉଥିଲା। କାଳକ୍ରମେ ଉକ୍ତ ଭବନଟି ମରାମତି ଅଭାବରୁ ବିପଦ ଶଙ୍କୁଳ ଅବସ୍ଥାକୁ ଆସିଯିବାରୁ ୨୦୧୦ ମସିହାରୁ ସେଠାରେ ଆଉ ପାଠାଗାର ଚାଲୁ ନ ଥିଲା। ଉକ୍ତ ଭବନର ପୁନରୁଦ୍ଧାର କିମ୍ବା ପୁନଃ ନିର୍ମାଣ ପାଇଁ ଯୁବକ ସଂଘର ଆର୍ଥିକ ସମ୍ବଳ ନ ଥିଲା । ସହରର ବିଭିନ୍ନ ଅନୁଷ୍ଠାନ, ଭଦ୍ରବ୍ୟକ୍ତି ତଥା ଗୌନ୍ତିଆ ଏବଂ ମାଫିଦାରମାନଙ୍କ ବଂଶଧରଙ୍କ ସହ ପରାମର୍ଶ ପରେ ଉକ୍ତ ସ୍ଥାନଟିକୁ ଜନ କଲ୍ୟାଣ ପାଇଁ ଜିଲା ପ୍ରଶାସନକୁ ହସ୍ତାନ୍ତରିତ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri