ବାଲିଆ ବାଣ ବିସ୍ଫୋରଣ ମାମଲା: ୪୦ ଆହତଙ୍କ ମଧ୍ୟରୁ ୨ ମୃତ, ୬ ସୁସ୍ଥ ହୋଇ ଫେରିଲେ

ଡେରାବିଶ,୧ା୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆ ବଜାରରେ ଗତ ୨୩ ତାରିଖରେ ଅନୁଷ୍ଠିତ କାର୍ତ୍ତିକେଶ୍ୱର ଭସାଣି ଉତ୍ସବରେ ବାଣ ବିସ୍ଫୋରଣ ଘଟି ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪୦ ଜଣ ଗୁରୁତର ହୋଇ କଟକ ବଡ ମେଡିକାଲ(ଏସ୍‌ସିବି)ରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ଆହତ ଉଦୟନାଥ ଭୋଇ ଓ ପିଣ୍ଟୁ ଖାଁଙ୍କର ମୃତ୍ୟୁ ହୋଇଛନ୍ତି। ଏବେବି ୧୨ ଜଣ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ସେଣ୍ଟ୍ରାଲ ଆଇସିୟୁରେ ୩ ଜଣ, ଟ୍ରୋମା ଆଇସିୟରୁ ୬ ଜଣ ଓ ବର୍ଣ୍ଣ ଆଇସିୟୁରେ ୩ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ୩ ଜଣ ଭେଣ୍ଟିଲେଟରରେ ଥିବା ବେଳ ୩ଜଣଙ୍କୁ ଅକ୍ସିଜେନ୍‌ ଦିଆଯାଇ ଚିକିତ୍ସା କରାଯାଉଛି। ସେଣ୍ଟ୍ରାଲ ଆଇସିୟୁରେ ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି ଆହତଙ୍କ ଚିକିତ୍ସାରେ ସହଯୋଗ କରୁଥିବା ସାମାଜିକ କର୍ମୀ ରାଜେଶ ପଣ୍ଡା କହିଛନ୍ତି। ସରକାରଙ୍କ ପକ୍ଷରୁ ରୋଗୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିଲେ ମଧ୍ୟ ଏସସିବି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସର୍ଜିକାଲ୍‌ ଓ ବର୍ଣ୍ଣ ୱାର୍ଡ଼ରେ ଥିବା ଆହତଙ୍କ ସମେତ ଆଇସିୟୁରେ ଚିକିତ୍ସାଧୀନ ରହିଛି। ସର୍ଜିକାଲ୍‌ ୱାର୍ଡ଼ରେ ବୁଧବାର ସୁଦ୍ଧା ୬ ଜଣ ଓ ବର୍ଣ୍ଣ ୱାର୍ଡରେ ୮ ଜଣ ଆହତ ଚିକିତ୍ସିତ ହେଉଛନ୍ତି। ମଙ୍ଗଳବାର ଆହତଙ୍କ ମଧ୍ୟରୁ ସୁସ୍ଥ ହୋଇ ୫ ଜଣ ରୋଗୀ ଘରକୁ ଫେରିଥିବା ବେଳେ ବୁଧବାର ଜଣେ ସୁସ୍ଥ ହୋଇ ଫେରିଛନ୍ତି। ସୁସ୍ଥ ହୋଇ ଫେରିଥିବା ୬ ଜଣ ହେଲେ କେନ୍ଦ୍ରାପଡ଼ା ବ୍ଲକ ଅଧୀନ ଚକ୍ରୋଡ଼ା ପଞ୍ଜାୟତ ପଦାଲୋ ଗାଁର ଚିତ୍ରସେନ ମଲିକ, ତାଙ୍କ ପୁଅ ଦେବେନ୍ଦ୍ର ଓ ଅନ୍ତାଳୋ ଗ୍ରାମର ହୃଷୀକେଶ ଜେନା, ଜମଧର ପଞ୍ଚାୟତ ଜମଧର ଗ୍ରାମର ଭାବଗ୍ରାହୀ ଜେନା ଓ କଣ୍ଟାଣିଆ ଗାଁର ନିତ୍ୟାନନ୍ଦ ବେହେରା, ଡେରାବିଶ ବ୍ଲକ ମଙ୍ଗଳପୁର ପଞ୍ଚାୟତ ହଳଦିଆ ପାଟଣା ଗାଁର ସଙ୍ଗୀତା ସାହୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମଙ୍ଗଳବାର କେନ୍ଦ୍ରାପଡ଼ା ଏସ୍‌ପି ମଡକର ସନ୍ଦୀପ ସମ୍ପଦ ମେଡ଼ିକାଲ୍‌ ଯାଇ ଚିକିତ୍ସାଧୀନ ସମସ୍ତ ଆହତଙ୍କୁ ଭେଟିବା ସହ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏସ୍‌ପିଙ୍କୁ ତାଙ୍କ ସମ୍ପର୍କୀୟମାନେ ଚିକିତ୍ସାରେ ଅବହେଳା ନେଇ ଅଭିଯୋଗ କରିଥିଲେ। ସମୟ ଗଡ଼ି ଚାଲିଥିବା ବେଳେ ଏବେବି ୧୨ ଜଣ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri