ବାଲିଆ ବାଣ ବିସ୍ଫୋରଣ ମାମଲା, ସଙ୍କଟାପନ୍ନ ଅବସ୍ଥାରେ ୧୨ ଜଣ, ଗୁରୁତରଙ୍କ ମଧ୍ୟରେ ଡେରାବିଶର ୬ ଜଣ…

ଡେରାବିଶ, ୨୬ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର ବାଲିଆ ବଜାରରେ ଗତ ବୁଧବାର ରାତିରେ ଅନୁଷ୍ଠିତ କାର୍ତ୍ତିକେଶ୍ୱର ଭସାଣି ଉତ୍ସବର ବାଣ ବିସ୍ଫୋରଣରେ ୪୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକ ଗୁରୁତର ଥିବା ୩୪ ଜଣ କଟକ ବଡ଼ ମେଡିକାଲ(ଏସ୍‌ସିବି)ରେ ଚିକିତ୍ସିତ ହେଉଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଗୁରୁତରଙ୍କ ମଧ୍ୟରୁ ଉଦୟନାଥ ଭୋଇଙ୍କ ମୃତ୍ୟୁ ହୋଇଥିବାବେଳେ ୩୩ ଗୁରୁତରଙ୍କ ମଧ୍ୟରୁ ୧୨ଜଣ ଏବେ ବି ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଟ୍ରମା ଆଇସିୟୁରେ ୫ ଜଣ, ସେଣ୍ଟ୍ରାଲ ଆଇସିୟୁରେ ୩ ଜଣ ଓ ବର୍ନ ଆଇସିୟୁରେ ୪ ଜଣ ଶନିବାର ସନ୍ଧ୍ୟା ସୁଦ୍ଧା ଚିକିତ୍ସିତ ହେଉଥିବା ଜଣାଯାଇଛି। ତେବେ ଆଇସିୟୁରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ତେବେ ଜେନେରାଲ ସର୍ଜରି ୱାର୍ଡରେ ଥିବା ୧୪ ଜଣଙ୍କ ମଧ୍ୟରୁ ୮ ଜଣଙ୍କର ୫୦ ପ୍ରତିଶତରୁ ଅଧିକ ପୋଡ଼ିଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଛି। ଆହତଙ୍କ ଚିକିତ୍ସା ଲାଗି ସହାୟତା କରୁଥିବା ବିଜେଡି ଯୁବନେତା ରାଜେଶ ପଣ୍ଡା କହିଛନ୍ତି, ଏମାନଙ୍କୁ ତୁରନ୍ତ ବର୍ନ ୱାର୍ଡକୁ ସ୍ଥାନାନ୍ତର କରାଯାଉ। ସରକାରଙ୍କ ପକ୍ଷରୁ ଆହତ ରୋଗୀଙ୍କ ପାଇଁ ମାଗଣାରେ ସମସ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି। ବାଣ ବିସ୍ଫୋରଣରେ ପୋଡ଼ିଯାଇଥିବା ରୋଗୀଙ୍କୁ ସର୍ଜରି ୱାର୍ଡରେ ରଖାଯାଇ ଚିକିତ୍ସାରେ ଅବହେଳା କରାଯାଉଛି। ଅଧିକ ଗୁରୁତରଙ୍କୁ ବର୍ନ ୱାର୍ଡକୁ ନ ନେବା ଓ କ୍ୟାବିନରେ ଥିବା ରୋଗୀଙ୍କୁ ଚିକିତ୍ସାରେ ଅବହେଳା କରାଯାଉଥିବା ନେଇ ପଣ୍ଡା ପ୍ରକାଶ କରିଛନ୍ତି। ସେ ଏ ବିଷୟରେ ଏସ୍‌ସିବିର ମୁଖ୍ୟ ପ୍ରଶାସକଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଆହତଙ୍କ ମଧ୍ୟରୁ ଡେରାବିଶ ବ୍ଲକ ଅଞ୍ଚଳର ୬ ଜଣ କାର୍ତ୍ତିକେଶ୍ୱର ଭସାଣି ଦେଖିବାକୁ ଯାଇଥିବାବେଳେ ଏହି ବିସ୍ଫୋରଣରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଆହତମାନେ ହେଲେ କାଉପଡ଼ା ପଞ୍ଚାୟତ ନିଳିକଣା ଗଁାର ରମେଶ ଲେଙ୍କା ଓ ତାଙ୍କ ପୁଅ ମହେଶ, ଚାଟରାଚକଡ଼ା ପଞ୍ଚାୟତ ଗୋପାଳଜୀଉ ପାଟଣା ଗଁାର ଅଜୟ ସାହୁଙ୍କ ପୁଅ ବରଦା ପ୍ରସନ୍ନ, ମଙ୍ଗଳପୁର ପଞ୍ଚାୟତର ହଳଦିଆପାଟଣା ଗଁାର ନନ୍ଦକିଶୋର ପ୍ରଧାନଙ୍କ ଝିଅ ଚିନ୍ମୟୀ ଓ କନ୍ଦରପୁର ଗଁାର ବଂଶୀଧର ସାହୁଙ୍କ ଝିଅ ସଙ୍ଗୀତା ଏବଂ ରତାଦିଆ ଖଣ୍ଡସାହି ପଞ୍ଚାୟତର କମିଲୋ ଦାସପୁର ଗଁାର ଉମାକାନ୍ତ ସାହୁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଶନିବାର କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ରବି ସାମଲ ଏସ୍‌ସିବି ଯାଇ ଆହତମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କୁ ପଚାରି ବୁଝିଥିଲେ।

ସୂଚନା ଅନୁଯାୟୀ, ବାଲିଆ ବଜାରରେ ଅନୁଷ୍ଠିତ କାର୍ତ୍ତିକେଶ୍ୱର ଭସାଣି ବହୁ ପୁରୁଣା। ଏହି ଭସାଣିରେ ବହୁ ଦର୍ଶକଙ୍କ ସମାଗମ ହୋଇଥାଏ। ଚଳିତବର୍ଷ ୨୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ଏହି ଭସାଣିରେ ଯୋଗଦେଇଥିଲେ। ତେବେ ବଜାର ଶାନ୍ତି କମିଟି ଦ୍ୱାରା ଆୟୋଜିତ ଏହି ପୂଜା ପାଇଁ ପ୍ରଶାସନର ଅନୁମତି ନ ଥାଇ ଭସାଣି ଉତ୍ସବରେ ବହୁ ପରିମାଣରେ ବାଣ ଫୁଟାଯାଇଥିଲା। ତେବେ ଉତ୍ସବରେ ଯୋଗଦେଇଥିବା ବିଭିନ୍ନ ବାଣୁଆଙ୍କ ମଧ୍ୟରେ ବାଣ ପ୍ରତିଯୋଗିତା ହେଉଥିବା ବେଳେ ଗୋଟିଏ ସ୍ଥାନରେ ଗଦା ହୋଇଥିବା ବାଣ ଉପରେ ନିଆଁଝୁଲ ପଡ଼ି ଏକ ସମୟରେ ଫୁଟିବା ଦ୍ୱାରା ଭୟଙ୍କର ବିସ୍ଫୋରଣ ହୋଇଥିଲା। ଅନୁମତି ନ ଥାଇ ପୋଲିସ ଉପସ୍ଥିତିରେ ଏତେ ପରିମାଣର ବାଣ ଫୁଟାଯିବା ଓ ବାରଣ ସତ୍ତ୍ୱେ ଡିଜେ ବାଜିବା ନେଇ ପ୍ରଶାସନର ଦାୟିତ୍ୱହୀନତାକୁ ବୁଦ୍ଧିଜୀବୀ ଏବଂ ବିଭିନ୍ନ ରାଜନୈତିକ ମହଲରେ ନିନ୍ଦା କରାଯାଇଛି। ତେବେ ପ୍ରଶାସନର ଦାୟିତ୍ୱହୀନତା ପାଇଁ ଏଭଳି ଘଟଣା ଘଟିଥିବା ଓ ଏହାର ନିରପେକ୍ଷ ତଦନ୍ତ କରାଯାଇ ସାର୍ବଜନୀନ କରିବାକୁ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ଓ ରତିକାନ୍ତ କାନୁନ୍‌ଗୋ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ କମିଟିର ୩ ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ସଦସ୍ୟ ଓ ବାଣୁଆଙ୍କୁ ଗିରଫ ଲାଗି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri