ଧନୁଯାତ୍ରାରେ ବାଲିଯାତ୍ରା ଟିକେଟ୍: ବିରୋଧ କରିବାରୁ ସଂଘବଦ୍ଧ ଆକ୍ରମଣ

ମଥୁରାନଗରୀ, ୧୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ଉପଲକ୍ଷେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡିଆରେ ମୀନାବଜାର ସମେତ ବିଭିନ୍ନ ଷ୍ଟଲ ଚାଲିଛି। ତେବେ ପଡିଆର କେନ୍ଦ୍ରଭାଗରେ ଚାଲିଥିବା ଏକ ଟିକେଟ୍ ଶୋରେ ଦର୍ଶକଙ୍କୁ ଯେଉଁ ଟିକେଟ୍ ଦିଆଯାଉଛି, ତାହା ସମସ୍ତଙ୍କୁ ଚକିତ କରି ପକାଇଛି।

ଓଡିଶାରେ ପ୍ରଥମ ବୋଲି ସେଠାରେ ଶୋ’ ଚାଲିଛି, ହେଲେ ଦର୍ଶକଙ୍କୁ ଯେଉଁ ଟିକେଟ୍ ଦିଆଯାଇଛି, ସେଥିରେ ବାଲିଯାତ୍ରା, କଟକ ଲେଖାଯାଇଛି। ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ମୀନାବଜାର ପଡିଆରେ ଚାଲିଥିବା ସେହି ଶୋ’ରେ କଟକ ବାଲିଯାତ୍ରା ନାମରେ ଟିକଟ୍ ଦିଆଯାଉଥିବା ଜାଣି ପଶ୍ଚିମ ଓଡ଼ିଶା ଯୁବାମଞ୍ଚର ଏକ ପ୍ରତିନିଧି ଦଳ ସେଠାକୁ ପହଞ୍ଚି ଥିଲେ ଏବଂ କେଉଁ ଉଦ୍ଦେଶ୍ୟ ରଖି ଟିକେଟରେ ସେଭଳି କରାଯାଇଥିବା ନେଇ ଟିକେଟ୍ କାଉଣ୍ଟରରେ ପଚାରି ବୁଝିଥିଲେ।

ଏହି ସମୟରେ ସେଠାରେ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ କର୍ମୀଙ୍କୁ ଅତର୍କିତ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହା ପ୍ରଘଟ ହେବା ପରେ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏହା ସହିତ ବିଭିନ୍ନ ସଂଗଠନ ସଂଗଠିତ ହୋଇ ଏହାର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ନେଇ ପ୍ରସ୍ତୁତି ଚଲାଇଥିବା ସୂଚନା ମିଳିଛି। ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗମନାଗମନରେ ଘୋଡ଼ାଘାଟ ନଦୀ ବାଧକ

ନୂଆପଡ଼ା,୭ା୫ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଚୁଲାଭାଟ ପଞ୍ଚାୟତ ଭଇଷାଦାଦର ଗଁାର ବରପଦର ପଡ଼ାବାସୀଙ୍କ ଗମନାଗମନରେ ଘୋଡ଼ାଘାଟ ନଦୀ ବାଧକ ସାଜିଛି। ବରପଦର ପଡ଼ାରେ ୨୦ରୁ ଊର୍ଦ୍ଧ୍ୱ…

ଉଚ୍ଛେଦ ହେଉଛି, ଥଇଥାନ ହେଉନି: ଜୀବନ ଜୀବିକା ଦୁର୍ବିଷହ

ବରଗଡ଼,୭।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ସହରରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଏହି ଉଚ୍ଛେଦ ଅଭିଯାନରେ ପର୍ଯ୍ୟାୟକ୍ରମେ ସହରର ବିଭିନ୍ନ ୱାର୍ଡରେ ଜବରଦଖଲକୁ…

କର୍ମଫଳର ଜୀବନଚକ୍ର

ମଣିଷର ଭାବନା ଏବଂ ଜ୍ଞାନର ଗହନ କଥାକୁ ବୁଝାଇବା ପାଇଁ ପୁରାଣରେ ଅନେକ ଅବଧାରଣା ରହିଛି। ମଣିଷ ଚିନ୍ତାଧାରାରେ ଈଶ୍ୱର ଅଛନ୍ତି ଏବଂ ତାହାର ଧାରଣା ଅଛି…

ପାଣିପାଗ ବିଭାଗର ଆଲର୍ଟ, ୧୦ରେ ବଙ୍ଗୋପସାଗରରେ ବଡ଼ ଲଘୁଚାପ!

ଭୁବନେଶ୍ୱର,୭ା୫(ବନ୍ଦନା ସେଠୀ): ଆସନ୍ତା ୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏନେଇ ୟୁରୋପିଆନ୍‌ ମଡେଲ ଆକଳନ କରିଛି। ସେହିଭଳି ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ…

କଫି ଚାଷ ସମ୍ୱନ୍ଧୀୟ ବ୍ଲକ ସ୍ତରୀୟ କର୍ମଶାଳା , ଯୋଗଦେଲେ ଚାଷୀ

ଦାରିଙ୍ଗବାଡି, ୭।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି କଫି ବଗିଚା ପରିସର ମଧ୍ୟରେ କଫି ଚାଷ ସମ୍ୱନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ବ୍ଲକର…

ରାଜ୍ୟରେ ଘନେଇଲାଣି ପେଟ୍ରୋଲ, ଡିଜେଲ ଅଭାବ

ଗତ ଫେବୃଆରୀ ୨୮ରୁ ଇରାନ୍‌ ସହ ଆମେରିକାର ଓ ଇସ୍ରାଏଲର ଯୁଦ୍ଧ ପରଠାରୁ ସାରା ବିଶ୍ୱରେ ଅର୍ଥନୈତିକ ସଙ୍କଟ ଜଟିଳ ହେବାରେ ଲାଗିଛି। ବିଶେଷକରି ଆରବ ଦେଶଗୁଡ଼ିକରୁ…

କାଗଜ କଲମରେ ସୀମିତ ‘ଜଙ୍ଗଲ ଅଧିକାର’: ସେମେଳପଦର ଗ୍ରାମବାସୀଙ୍କୁ ମିଳୁନି ହକ୍, ପ୍ରଶାସନିକ ଅବହେଳାରୁ ବଢୁଛି ଅସନ୍ତୋଷ

ଥୁଆମୂଳ ରାମପୁର, ୬ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ପଞ୍ଚାୟତର ସେମେଳପଦର ଗ୍ରାମରେ ଜଙ୍ଗଲ ଅଧିକାର ଆଇନ କେବଳ ପ୍ରହସନ…

କୁଟ୍ରୁମାଳି ଜନଶୁଣାଣି ସ୍ଥଗିତ: “ମା’-ମାଟି-ମାଳି” ରକ୍ଷା ପାଇଁ କଳାହାଣ୍ଡି ଓ ରାୟଗଡ଼ାରେ ଗର୍ଜୁଛି ଆନ୍ଦୋଳନ

ଥୁଆମୂଳ ରାମପୁର, ୬।୫ (ଦୁର୍ଗା କୀର୍ତ୍ତି): କୁଟ୍ରୁମାଳି ବକ୍ସାଇଟ୍ ଖଣି ପ୍ରକଳ୍ପକୁ ନେଇ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri