ବିଜେଡି ହାତରେ ବାଲେଶ୍ୱର, ତିର୍ତ୍ତୋଲ

ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): ବାଲେଶ୍ୱର ଏବଂ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜେଡି ବାଜିମାତ୍‌ କରିଛି। ଉଭୟ ଆସନରେ ବିଜୟୀ ହୋଇ ଦଳ ନିଜର ପ୍ରତିିପତ୍ତି ପୁଣି ଜାହିର କରିଛି। ବାଲେଶ୍ୱର ଆସନକୁ ବିଜେଡି ଭାଜପା ହାତରୁ ଛଡ଼ାଇ ଆଣିଛି। ଭାଜପାର ଅନୁକମ୍ପା ଭୋଟ ହାତେଇବାର ସବୁ ରଣନୀତି ଫେଲ୍‌ ମାରିଛି। ଅନ୍ୟପକ୍ଷରେ ତିର୍ତ୍ତୋଲ ଆସନରେ ବିଜେଡି ନିଜ ଆସନକୁ ସୁରକ୍ଷିତ ରଖିବାରେ ମଧ୍ୟ ସଫଳ ହୋଇଛି। ତିର୍ତ୍ତୋଲରେ ଭାଜପା ଦ୍ୱିତୀୟ ଆସନରେ ଥିବାବେଳେ କଂଗ୍ରେସ ଉଭୟ ଆସନରେ ତୃତୀୟ ସ୍ଥାନରେ ରହିଛି। ଏହି ଉପନିର୍ବାଚନରେ ବାଲେଶ୍ୱରରେ ବିଜେଡି ଏବଂ ଭାଜପା ମଧ୍ୟରେ କଡା ଟକ୍କର ହୋଇଥିବା ଦେଖିବାକୁ ମିଳିଛି। ଭାରତର ନିର୍ବାଚନ କମିଶନ(ଇସିଆଇ) କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ତାଙ୍କର ନିକଟତମ ଭାଜପା ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କୁ ୧୩,୩୫୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ସ୍ବରୂପଙ୍କୁ ୮୪,୦୯୭ ଖଣ୍ଡ ଭୋଟ ମିଳିଥିବା ବେଳେ ମାନସଙ୍କୁ ୭୦,୭୪୬ ଖଣ୍ଡ ଭୋଟ ମିଳିଛି। ସେହପିରି ତୃତୀୟ ସ୍ଥାନରେ ରହିଥିବା କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ୪,୯୮୩ ଖଣ୍ଡ ଭୋଟ ମିଳିଥିବାବେଳେ ନୋଟାକୁ ୭୦୦ଖଣ୍ଡ ଭୋଟ ଯାଇଛି। ସେହିପରି ତିର୍ତ୍ତୋଲ ବିଧାନସଭା ଆସନରେପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁ ଚରଣ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ରାଜ କିଶୋର ବେହେରାଙ୍କୁ ୪୧,୭୦୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ବିଜୟ ୮୮,୩୧୦ ଖଣ୍ଡ ଭୋଟ ପାଇଥିବା ବେଳେ ଭାଜପା ପ୍ରାର୍ଥୀ ରାଜକିଶୋର ୪୬,୬୦୭ଖଣ୍ଡ ଏବଂ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ୨୮,୭୭୮ ଖଣ୍ଡ ଭୋଟ ମିଳିଛି। ନୋଟାକୁ ୭୮୬ଖଣ୍ଡ ଭୋଟ ଯାଇଛି।
୨୦୦୯ ଏବଂ ୨୦୧୪ରେ ବିଜେଡି ଦଖଲରେ ଥିବା ବାଲେଶ୍ୱର ସିଟ୍‌କୁ ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ଛଡାଇ ନେବାରେ ସକ୍ଷମ ହୋଇଥିଲା। ହେଲେ ବର୍ଷକ ପରେ ବିଜେଡି ବାଲେଶ୍ୱର ସିଟ୍‌କୁ ଭାଜପା ନିକଟରୁ ପୁଣି ଛଡାଇ ନେବାରେ ସଫଳ ହୋଇଛି। ଭାଜପା ବିଧାୟକ ମଦନ ମୋହନ ଦତ୍ତଙ୍କ ଅକାଳ ବିୟୋଗ ଯୋଗୁ ଏହି ଆସନରେ ଉପନିର୍ବାଚନ କରାଯାଇଥିଲା। ତାଙ୍କ ପୁଅ ମାନସ ଭାଜପା ପ୍ରାର୍ଥୀ ହୋଇଥିଲେ ମଧ୍ୟ ପିତାଙ୍କ ମୃତ୍ୟୁର ଅନୁକମ୍ପା ଭୋଟ ହାତେଇବାରେ ସଫଳ ହୋଇପାରିଲେ ନାହିଁ। ଫଳରେ ଭାଜପାକୁ ବାଲେଶ୍ୱର ସିଟ୍‌ ହରାଇବାକୁ ପଡିଛି। ବିଜେଡିର ରଣ କୌଶଳ ଆଗରେ ଭାଜପାର ସମସ୍ତ ଉଦ୍ୟମ ବିଫଳ ହୋଇଛି।
ଉଲ୍ଲେଖ ଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ପ୍ରାର୍ଥୀ ମଦନ ମୋହନ ଦତ୍ତ ବାଲେଶ୍ୱର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ସେ ତାଙ୍କର ନିକଟତମ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାସଙ୍କୁ ପ୍ରାୟ ୧୨ ହଜାର ଭୋଟରେ ପରାସ୍ତ କରିଥିଲେ। ମଦନଙ୍କୁ ୭୪ ହଜାର ୮୧୫ ଖଣ୍ଡ ଭୋଟ ମିଳିଥିବା ବେଳେ ଜୀବନଙ୍କୁ ୬୧ ହଜାର ୪୦୯ ଖଣ୍ଡ ଭୋଟ ମିଳିଥିଲା। ସେହିପରି କଂଗ୍ରେସ ପ୍ରାର୍ଥୀ ମାନସ ରଞ୍ଜନ ଦାସପଟ୍ଟନାୟକ ୧୯ ହଜାର ୭୦୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଭାଜାପା ୪୭.୨୬ ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେଡି ୩୮.୨୯ ଏବଂ କଂଗ୍ରେସ ୧୨.୪୫ ପ୍ରତିଶତ ଭୋଟ ପାଇଥିଲା। ଅନ୍ୟ ପକ୍ଷରେ ତିର୍ତ୍ତୋଲ ବିଧାନସଭା ଆସନକୁ ବିଜେଡି ନିଜ କବ୍‌ଜାରେ ରଖିଛି। ୨୦୧୯ରେ ବିଜେଡି ପ୍ରାର୍ଥୀ ବିଷ୍ଣୁ ଦାସ ଏହି ସିଟ୍‌ରେ ବିଜୟୀ ହୋଇଥିଲେ। ତାଙ୍କ ବିୟୋଗ ପରେ ଉକ୍ତ ଆସନରେ ହୋଇଥିବା ଉପନିର୍ବାଚନରେ ପୁତ୍ର ତଥା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିଜୟୀ ହୋଇଛନ୍ତି। ବିଜେଡି ରଣନୀତି ଏବଂ ପିତାଙ୍କ ମୃତ୍ୟୁଜନିତ ଅନୁକମ୍ପା ତାଙ୍କୁ ବିଜୟୀ କରିବାରେ ସକ୍ଷମ ହୋଇଛି। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଷ୍ଣୁ ଚରଣ ଦାସ ନିକଟତମ ଭାଜପା ପ୍ରାର୍ଥୀ ରମାକାନ୍ତ ଭୋଇଙ୍କୁ ପ୍ରାୟ ୪୦ ହଜାର ଭୋଟରେ ପରାସ୍ତ କରିଥିଲେ। ବିଷ୍ଣୁ ୯୩ ହଜାର ୯୬୩ ଖଣ୍ଡ ଭୋଟ ପାଇଥିବାବେଳେ ରମାକାନ୍ତ ୫୩ ହଜାର ୫୮୧ ଏବଂ କଂଗ୍ରେସ ପ୍ରାର୍ଥୀ ଦେବୀ ପ୍ରସାଦ ମଲ୍ଲିକ ୨୩ ହଜାର ୮୦୯ ଖଣ୍ଡ ଭୋଟ ପାଇଥିଲେ। ଉକ୍ତ ନିର୍ବାଚନରେ ବିଜେଡିକୁ ୫୪.୧୮ ପ୍ରତିଶତ ଭୋଟ ମିଳିଥିବା ବେଳେ ଭାଜପାକୁ ୩୦.୯ ଏବଂ କଂଗ୍ରେସକୁ ୧୩.୭୩ ପ୍ରତିଶତ ଭୋଟ ମିଳିଥିଲା।
କରୋନା କଟକଣା ଯୋଗୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିବାକୁ ଯାଇ ନ ଥିଲେ। ଭର୍ଚୁଆଲ ମଞ୍ଚ ମାଧ୍ୟମରେ ନବୀନ ଉଭୟ ଉପନିର୍ବାଚନ ପାଇଁ ପ୍ରଚାର କରିଥିଲେ। ଏହା ସତ୍ତ୍ୱେ ଉଭୟ ଆସନରେ ବିଜୟୀ ହେବା ବିଜେଡିର ଲୋକପ୍ରିୟତାକୁ ପୁଣି ପ୍ରମାଣିତ କରିଛି। ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଦଳକୁ ବିଜୟୀ କରିବାରେ ସହାୟକ ହେଉଛି ବୋଲି ରାଜନୈତିକ ବିଶାରଦ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri