ବାଲେଶ୍ୱରରେ ୨୫ଶହ ବର୍ଷ ତଳର ସଭ୍ୟତା

ମାନସ ବିଶ୍ୱାଳ

ବାଲେଶ୍ୱର ଅଫିସ, ୧୮ା୫: ବାଲେଶ୍ୱର ରେମୁଣା ବ୍ଲକର ଦୁର୍ଗାଦେବୀ ଅଞ୍ଚଳରେ ୨୫ଶହ ବର୍ଷ ତଳର ସଭ୍ୟତା ଥିବା ଅନୁମାନ କରାଯାଉଛି। ଭାରତୀୟ ପ୍ରନତ୍ତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ)ର ଅନୁମତିକ୍ରମେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏହି ଅଞ୍ଚଳରେ ସର୍ଭେ କରାଯାଇ ଖନନ ଜାରି ରହିଛି। ମଙ୍ଗଳବାର ‘ପ୍ରତ୍ନତାତ୍ତ୍ୱିକ ଉତ୍‌ଖନନ ଦୁର୍ଗାଦେବୀ ରେମୁଣା’ ପ୍ରକଳ୍ପ ନିର୍ଦ୍ଦେଶକ ଡ. ସୁନୀଲ କୁମାର ପଟ୍ଟନାୟକ ଏବଂ ଦୁଇ ବିଭାଗୀୟ ବିଶେଷଜ୍ଞଙ୍କ ଏଠାରେ ପହଞ୍ଚତ୍ ଖନନ କାର୍ଯ୍ୟକୁ ତଦାରଖ କରିଥିଲେ। କେଉଁ ସ୍ଥାନରେ ଓ କିପରି ଖନନ କରାଯିବ ସେ ନେଇ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ସୀମାନ୍ତରେ ରହିଛି ଦୁର୍ଗାଦେବୀ ଅଞ୍ଚଳ। ୨୦୧୮-୧୯ରେ ସ୍ଥାନୀୟ ଐତିହାସିକଙ୍କ ଲେଖା ଆଧାରରେ ଏହି ଅଞ୍ଚଳରେ ପ୍ରନତ୍ତତ୍ତ୍ୱ ବିଭାଗ ପକ୍ଷରୁ ସର୍ଭେ କରାଯାଇଥିଲା। ଚାରି ପାଖରେ ଏକ ସୁଉଚ୍ଚ ମାଟି ନିର୍ମିତ ପରିବେଷ୍ଟନୀ ଥିବା ଜଣାପଡ଼ିବା ପରେ ଉକ୍ତ ସ୍ଥାନର ୨୦ କି.ମି. ପରିଧି ମଧ୍ୟରେ ବିଶ୍ଳେଷଣ କରାଯାଇ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୯-୨୦ରେ ବୁଢ଼ାବଳଙ୍ଗ ଓ ସୋନା ନଦୀର ଅବବାହିକା ଅଞ୍ଚଳରେ ହୋଇଥିବା ପ୍ରନତ୍ତାତ୍ତ୍ୱିକ ଖନନ କାର୍ଯ୍ୟର ତର୍ଜମା ପରେ ଦୁର୍ଗାଦେବୀରେ ସହର ଥିଲା ବୋଲି ପ୍ରମାଣ ମିଳିଥିଲା। ଏବେ ପୁଣି ଗତ ମାର୍ଚ୍ଚ ୨୨ତାରିଖରୁ ଖନନ କାର୍ଯ୍ୟ ଚାଲିଛି। ଖନନ ସମୟରେ ଦୁର୍ଗାଦେବୀରୁ ଖ୍ରୀଷ୍ଟପୂର୍ବ ୪୦୦ବର୍ଷ ତଳର ଲାଲ୍‌, କଳା ଓ ଧୂସର ରଙ୍ଗର ମାଟିପାତ୍ର, ମାଟି ନିର୍ମିତ ଅଳଙ୍କାର, ମାଳି, ଖେଳଣା, ଚକ ଆଦି ମିଳିଛି। ମାଙ୍କଡ଼ା ପଥରରେ ନିର୍ମିତ ପ୍ରାଚୀରର ସନ୍ଧାନ ସହ ଲୌହ ସାମଗ୍ରୀ ଏବଂ ତାମ୍ରଯୁଗୀୟ ଘରର
ନକ୍ସା ଆଦି ମଧ୍ୟ ମିଳିଛି। ଏ ସମ୍ପର୍କରେ ବିଶିଷ୍ଟ ଚିତ୍ରଶିଳ୍ପୀ କେଶୁ ଦାସ କହନ୍ତି, ବାଲେଶ୍ୱର ଜିଲା ରେମୁଣା ନିକଟସ୍ଥ ସୋନ, ଗଙ୍ଗାହାର ଓ ବୁଢ଼ାବଳଙ୍ଗର ତ୍ରିବେଣୀ ସଙ୍ଗମଠାରେ ବୈଦିକ ସଭ୍ୟତାର ବିକାଶ ହୋଇଥିବା ନେଇ ବହୁ ପ୍ରମାଣ ରହିଛି। ଦ୍ୱିତୀୟ ଶତାବ୍ଦୀରେ ଗ୍ରୀକ୍‌ ପରିବ୍ରାଜକ ଟଲେମୀ ସାର ପରିଭ୍ରମଣ କରି ତାଙ୍କ ନକ୍ସାରେ ବାଲେଶ୍ୱର ଅଞ୍ଚଳକୁ କୋଶମ୍ବ ବୋଲି ଅଭିହିତ କରିଛନ୍ତି। ଦୁର୍ଗାଦେବୀରେ ପ୍ରନତ୍ତତ୍ତ୍ୱ ବିଭାଗ ପକ୍ଷରୁ ଖନନ ଦ୍ୱାରା ଆବିଷ୍କୃତ ପ୍ରାଚୀନ ସଭ୍ୟତାକୁ କୋଶମ୍ବ ସଭ୍ୟତା ବୋଲି କୁହାଯାଇପାରେ ବୋଲି ଦାସ କହିଛନ୍ତି।
ସେହିପରି ଦୁର୍ଗାଦେବୀ ପ୍ରାଚୀନ ସଭ୍ୟତା ସମ୍ପର୍କରେ ପ୍ରକଳ୍ପ ନିର୍ଦ୍ଦେଶକ ଡ. ପଟ୍ଟନାୟକ କହନ୍ତି, କୌଣସି ଅଞ୍ଚଳର ଇତିହାସ ସମ୍ପୃକ୍ତ ରାଜ୍ୟ ଓ ଦେଶ ସାରା ବୁଲି ସମ୍ପର୍କ ଥିବା ସ୍ଥାନକୁୁ ନେଇ ଲେଖାଯାଇଥାଏ। କୃଷିର ତତ୍‌କାଳୀନ ତଥ୍ୟକୁ ନେଇ ତାମ୍ରଯୁଗ ସମ୍ପର୍କରେ ଜାଣିଥାଉ। ତେବେ ତାମ୍ରଯୁଗରେ ଘରର ନକ୍ସା ଗୋଲାକାର ସଦୃଶ। ଯାହା ଦୁର୍ଗାଦେବୀ ଅଞ୍ଚଳରେ ଦେଖିବାକୁ ମିଳିଛି। ସେହିଭଳି ସୁଆବରେଇ, ଭାରତୀଗୁଡ଼ାରେ ମଧ୍ୟ ଏଭଳି ଗୋଲାକାର ଘରର ନକ୍ସା ମିଳିଛି। ତେବେ କେବେଠୁ ଏଠାରେ ଚାଷ କାର୍ଯ୍ୟ ବଢିଥିଲା, ଚାଷର ଉପକରଣ କ’ଣ ଥିଲା, କାଠ ନା ଲୁହା। ଲୁହାର ଉଦ୍ଭାବନ କେବେ ହେଲା ଓ ବ୍ୟବହାର କେବେ ହେଲା। ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ କହିବା କଷ୍ଟକର। ଯାଜପୁର ଜିଲା ରାଧାନଗର ମହାନଦୀ ଉପକୂଳରେ କାମ କରୁଥିବା ବେଳେ ସେଠାରେ ମଧ୍ୟ ବଡ଼ ପ୍ରାଚୀର ମିଳିଥିଲା। ଏହା ମୌର୍ଯ୍ୟ ଯୁଗର ପ୍ରାଚୀର। ତା’ ସହିତ ଦୁର୍ଗାଦେବୀରେ ମିଳିଥିବା ପ୍ରାଚୀରର ସାମଞ୍ଜସ୍ୟକୁ ମିଶାଇବା ପରେ ଏଠାରେ କୌଣସି ଐତିହାସିକ ଯୁଗ ରହିଥିବା ଅନୁମାନ କରାଯାଉଛି ବୋଲି ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri