ବାଲେଶ୍ୱରରେ ୨୫ଶହ ବର୍ଷ ତଳର ସଭ୍ୟତା

ମାନସ ବିଶ୍ୱାଳ

ବାଲେଶ୍ୱର ଅଫିସ, ୧୮ା୫: ବାଲେଶ୍ୱର ରେମୁଣା ବ୍ଲକର ଦୁର୍ଗାଦେବୀ ଅଞ୍ଚଳରେ ୨୫ଶହ ବର୍ଷ ତଳର ସଭ୍ୟତା ଥିବା ଅନୁମାନ କରାଯାଉଛି। ଭାରତୀୟ ପ୍ରନତ୍ତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ)ର ଅନୁମତିକ୍ରମେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏହି ଅଞ୍ଚଳରେ ସର୍ଭେ କରାଯାଇ ଖନନ ଜାରି ରହିଛି। ମଙ୍ଗଳବାର ‘ପ୍ରତ୍ନତାତ୍ତ୍ୱିକ ଉତ୍‌ଖନନ ଦୁର୍ଗାଦେବୀ ରେମୁଣା’ ପ୍ରକଳ୍ପ ନିର୍ଦ୍ଦେଶକ ଡ. ସୁନୀଲ କୁମାର ପଟ୍ଟନାୟକ ଏବଂ ଦୁଇ ବିଭାଗୀୟ ବିଶେଷଜ୍ଞଙ୍କ ଏଠାରେ ପହଞ୍ଚତ୍ ଖନନ କାର୍ଯ୍ୟକୁ ତଦାରଖ କରିଥିଲେ। କେଉଁ ସ୍ଥାନରେ ଓ କିପରି ଖନନ କରାଯିବ ସେ ନେଇ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ସୀମାନ୍ତରେ ରହିଛି ଦୁର୍ଗାଦେବୀ ଅଞ୍ଚଳ। ୨୦୧୮-୧୯ରେ ସ୍ଥାନୀୟ ଐତିହାସିକଙ୍କ ଲେଖା ଆଧାରରେ ଏହି ଅଞ୍ଚଳରେ ପ୍ରନତ୍ତତ୍ତ୍ୱ ବିଭାଗ ପକ୍ଷରୁ ସର୍ଭେ କରାଯାଇଥିଲା। ଚାରି ପାଖରେ ଏକ ସୁଉଚ୍ଚ ମାଟି ନିର୍ମିତ ପରିବେଷ୍ଟନୀ ଥିବା ଜଣାପଡ଼ିବା ପରେ ଉକ୍ତ ସ୍ଥାନର ୨୦ କି.ମି. ପରିଧି ମଧ୍ୟରେ ବିଶ୍ଳେଷଣ କରାଯାଇ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୯-୨୦ରେ ବୁଢ଼ାବଳଙ୍ଗ ଓ ସୋନା ନଦୀର ଅବବାହିକା ଅଞ୍ଚଳରେ ହୋଇଥିବା ପ୍ରନତ୍ତାତ୍ତ୍ୱିକ ଖନନ କାର୍ଯ୍ୟର ତର୍ଜମା ପରେ ଦୁର୍ଗାଦେବୀରେ ସହର ଥିଲା ବୋଲି ପ୍ରମାଣ ମିଳିଥିଲା। ଏବେ ପୁଣି ଗତ ମାର୍ଚ୍ଚ ୨୨ତାରିଖରୁ ଖନନ କାର୍ଯ୍ୟ ଚାଲିଛି। ଖନନ ସମୟରେ ଦୁର୍ଗାଦେବୀରୁ ଖ୍ରୀଷ୍ଟପୂର୍ବ ୪୦୦ବର୍ଷ ତଳର ଲାଲ୍‌, କଳା ଓ ଧୂସର ରଙ୍ଗର ମାଟିପାତ୍ର, ମାଟି ନିର୍ମିତ ଅଳଙ୍କାର, ମାଳି, ଖେଳଣା, ଚକ ଆଦି ମିଳିଛି। ମାଙ୍କଡ଼ା ପଥରରେ ନିର୍ମିତ ପ୍ରାଚୀରର ସନ୍ଧାନ ସହ ଲୌହ ସାମଗ୍ରୀ ଏବଂ ତାମ୍ରଯୁଗୀୟ ଘରର
ନକ୍ସା ଆଦି ମଧ୍ୟ ମିଳିଛି। ଏ ସମ୍ପର୍କରେ ବିଶିଷ୍ଟ ଚିତ୍ରଶିଳ୍ପୀ କେଶୁ ଦାସ କହନ୍ତି, ବାଲେଶ୍ୱର ଜିଲା ରେମୁଣା ନିକଟସ୍ଥ ସୋନ, ଗଙ୍ଗାହାର ଓ ବୁଢ଼ାବଳଙ୍ଗର ତ୍ରିବେଣୀ ସଙ୍ଗମଠାରେ ବୈଦିକ ସଭ୍ୟତାର ବିକାଶ ହୋଇଥିବା ନେଇ ବହୁ ପ୍ରମାଣ ରହିଛି। ଦ୍ୱିତୀୟ ଶତାବ୍ଦୀରେ ଗ୍ରୀକ୍‌ ପରିବ୍ରାଜକ ଟଲେମୀ ସାର ପରିଭ୍ରମଣ କରି ତାଙ୍କ ନକ୍ସାରେ ବାଲେଶ୍ୱର ଅଞ୍ଚଳକୁ କୋଶମ୍ବ ବୋଲି ଅଭିହିତ କରିଛନ୍ତି। ଦୁର୍ଗାଦେବୀରେ ପ୍ରନତ୍ତତ୍ତ୍ୱ ବିଭାଗ ପକ୍ଷରୁ ଖନନ ଦ୍ୱାରା ଆବିଷ୍କୃତ ପ୍ରାଚୀନ ସଭ୍ୟତାକୁ କୋଶମ୍ବ ସଭ୍ୟତା ବୋଲି କୁହାଯାଇପାରେ ବୋଲି ଦାସ କହିଛନ୍ତି।
ସେହିପରି ଦୁର୍ଗାଦେବୀ ପ୍ରାଚୀନ ସଭ୍ୟତା ସମ୍ପର୍କରେ ପ୍ରକଳ୍ପ ନିର୍ଦ୍ଦେଶକ ଡ. ପଟ୍ଟନାୟକ କହନ୍ତି, କୌଣସି ଅଞ୍ଚଳର ଇତିହାସ ସମ୍ପୃକ୍ତ ରାଜ୍ୟ ଓ ଦେଶ ସାରା ବୁଲି ସମ୍ପର୍କ ଥିବା ସ୍ଥାନକୁୁ ନେଇ ଲେଖାଯାଇଥାଏ। କୃଷିର ତତ୍‌କାଳୀନ ତଥ୍ୟକୁ ନେଇ ତାମ୍ରଯୁଗ ସମ୍ପର୍କରେ ଜାଣିଥାଉ। ତେବେ ତାମ୍ରଯୁଗରେ ଘରର ନକ୍ସା ଗୋଲାକାର ସଦୃଶ। ଯାହା ଦୁର୍ଗାଦେବୀ ଅଞ୍ଚଳରେ ଦେଖିବାକୁ ମିଳିଛି। ସେହିଭଳି ସୁଆବରେଇ, ଭାରତୀଗୁଡ଼ାରେ ମଧ୍ୟ ଏଭଳି ଗୋଲାକାର ଘରର ନକ୍ସା ମିଳିଛି। ତେବେ କେବେଠୁ ଏଠାରେ ଚାଷ କାର୍ଯ୍ୟ ବଢିଥିଲା, ଚାଷର ଉପକରଣ କ’ଣ ଥିଲା, କାଠ ନା ଲୁହା। ଲୁହାର ଉଦ୍ଭାବନ କେବେ ହେଲା ଓ ବ୍ୟବହାର କେବେ ହେଲା। ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ କହିବା କଷ୍ଟକର। ଯାଜପୁର ଜିଲା ରାଧାନଗର ମହାନଦୀ ଉପକୂଳରେ କାମ କରୁଥିବା ବେଳେ ସେଠାରେ ମଧ୍ୟ ବଡ଼ ପ୍ରାଚୀର ମିଳିଥିଲା। ଏହା ମୌର୍ଯ୍ୟ ଯୁଗର ପ୍ରାଚୀର। ତା’ ସହିତ ଦୁର୍ଗାଦେବୀରେ ମିଳିଥିବା ପ୍ରାଚୀରର ସାମଞ୍ଜସ୍ୟକୁ ମିଶାଇବା ପରେ ଏଠାରେ କୌଣସି ଐତିହାସିକ ଯୁଗ ରହିଥିବା ଅନୁମାନ କରାଯାଉଛି ବୋଲି ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri