ବଳଦ ବିନା ବଳଦଯାତ୍ରା

ଭୁବନ, ୭।୧୦:  ମେଲାଣି ନେଉଥିବେ ଜଗଜ୍ଜନନୀ, ଅଥଚ ସାଥିରେ ନ ଥିବେ ପରମ୍ପରାର ବାହକ ବଳଦ। ସୁସଜ୍ଜିତ ବଳଦ ବିନା ସରିବ ମା’ ଦୁର୍ଗାଙ୍କ ଭସାଣି। କରୋନା କଟକଣା ପାଇଁ ଦୁଇବର୍ଷ ହେଲା ପଶୁ-ମଣିଷ ସମ୍ପର୍କର ମୂକସାକ୍ଷୀ ଭୁବନର ଐତିହାସିକ ବଳଦଯାତ୍ରା ଫିକା ପଡ଼ିଥିବାବେଳେ ଚଳିତବର୍ଷ ମଧ୍ୟ ଏହାର ପୁନରାବୃତ୍ତି ହେବାକୁ ଯାଉଛି। ଶାନ୍ତି କମିଟି ବୈଠକ ଏବଂ ପ୍ରଶାସନିକ ନିଷ୍ପତ୍ତି ପରେ କେବଳ ପରମ୍ପରା ରକ୍ଷା ଲାଗି ନିରାଡମ୍ବରରେ ପୂଜା ସମ୍ପନ୍ନ କରିବାକୁ ପ୍ରସ୍ତୁତ ହେଉଛନ୍ତି ପୂଜା ପ୍ରତିଷ୍ଠାନ।

ପାର୍ବଣ ଗାଇଡ୍‌ଲାଇନ୍‌ ପାଇଁ ଚଳିତବର୍ଷ ନିରାଡ଼ମ୍ବରରେ ପାଳନ ହେବ ଢେଙ୍କାନାଳ ଜିଲା ଭୁବନର ଐତିହ୍ୟସମ୍ପନ୍ନ ଦଶହରା ପର୍ବ ଏବଂ ବଳଦଯାତ୍ରା। ପରମ୍ପରା ରକ୍ଷା ଲାଗି କେବଳ ବଣିଆ ଏବଂ ଥୋରିଆ ସମ୍ପ୍ରଦାୟର ୨ ସୁସଜ୍ଜିତ ବଳଦ ଅନୁକୂଳ ଯାତ୍ରାରେ ସାମିଲ ହେବେ। ବିନା ବଳଦ, ବାଜାବାଣରେ ଭସାଣି ସମ୍ପନ୍ନ ହେବ ବୋଲି ପ୍ରଶାସନିକ ନିଷ୍ପତ୍ତି ହୋଇଥିବାବେଳେ ବିଗତ ଦୁଇବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରସିଦ୍ଧ ଦଶହରା ପର୍ବ ଫିକା ପଡ଼ିବ ବୋଲି ଅଞ୍ଚଳବାସୀ କହିଛନ୍ତି।
ଭାରବାହୀ ପ୍ରାଣୀ ବଳଦ ଏବଂ ମଣିଷ ମଧ୍ୟରେ ଦୀର୍ଘଦିନରୁ ରହି ଆସିଥିବା ସମ୍ପର୍କର ନିଦର୍ଶନ ହେଉଛି ବଳଦଯାତ୍ରା। କାହିଁ କେଉଁ କାଳରୁ ଭୁବନରେ ଏହା ପାଳିତ ହୋଇଆସୁଛି। ହେଲେ କରୋନା କବଳିତ ଜିଲାରେ ବଳଦଯାତ୍ରାକୁ ଲାଗିଛି ଗ୍ରହଣ। ଚଳିତବର୍ଷ ମଧ୍ୟ କଡ଼ା କଟକଣା ମଧ୍ୟରେ ପୂଜା ପାଳନ ହେବ ବୋଲି ମିଳିତ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ତଦନୁଯାୟୀ ଅଞ୍ଚଳର ୧୦ ପୂଜା ପ୍ରତିଷ୍ଠାନ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ପ୍ରତିବର୍ଷ ବିଜୟା ଦଶମୀ (ଅନୁକୂଳ ଯାତ୍ରା) ଏବଂ ଏକାଦଶୀ (ଭସାଣି ଯାତ୍ରା) ଦୁଇଦିନ ଧରି ମହାସମାରୋହରେ ବଳଦଯାତ୍ରା ପାଳନ ହେଉଥିଲା। ଏଥିରେ ସାମିଲ ହେଉଥିଲେ ବିଭିନ୍ନ ସମ୍ପ୍ରଦାୟର ୬୦ରୁ ଊର୍ଦ୍ଧ୍ୱ ବଳଦ। ବଳଦଙ୍କୁ ମାସାଧିକ କାଳ ପ୍ରଶିକ୍ଷଣ ଦିଆଯାଉଥିଲା। ଅନୁକୂଳ ଯାତ୍ରା ଏବଂ ଭସାଣିରେ ସାମିଲ ହେଉଥିବା ସୁସଜ୍ଜିତ ବଳଦଙ୍କୁ ଦେଖିବା ଲାଗି ଲକ୍ଷାଧିକ ଲୋକଙ୍କ ସମାଗମ ହେଉଥିଲା। ହେଲେ କରୋନା ପାଇଁ ସବୁକିଛି ବଦଳି ଯାଇଛି। ଅନ୍ୟପଟେ ବର୍ଷ ବର୍ଷ ଧରି ଚାଲି ଆସିଥିବା ପରମ୍ପରା ପ୍ରଭାବିତ ହେଉଥିବାରୁ ଏହାକୁ ନେଇ ମନକଷ୍ଟ କରିଛନ୍ତି ଅଞ୍ଚଳର ବଦଳିଆ ଏବଂ ପୂଜା ପ୍ରତିଷ୍ଠାନ। କଟକଣା ମଧ୍ୟରେ ଉପନିର୍ବାଚନ ହୋଇପାରୁ ଥିବାବେଳେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ସମସ୍ତ ବଳଦଙ୍କୁ ଯାତ୍ରାରେ ସାମିଲ କରିବା ଲାଗି ଅନୁମତି ଦେବାକୁ ସେମାନେ ଦାବି କରିଛନ୍ତି।
ଅବମାନନା କଲେ କାର୍ଯ୍ୟାନୁଷ୍ଠାନ
ଭୁବନ ଦଶହରା ପର୍ବ ଏବଂ ବଳଦଯାତ୍ରାରେ ପାର୍ବଣ ଗାଇଡ୍‌ଲାଇନ୍‌ କଡ଼ାକଡ଼ି କରାଯିବ। ନିଷ୍ପତ୍ତିର ଅବମାନନା କରାଗଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ପ୍ରଭାସ କୁମାର ବେଉରିଆ, ତହସିଲଦାର
ନିରାଡ଼ମ୍ବରରେ ହେବ ପୂଜାକାର୍ଯ୍ୟ
ସରକାରୀ ଗାଇଡ୍‌ଲାଇନ୍‌ ପୂଜା ପ୍ରତିଷ୍ଠାନ କର୍ମକର୍ତ୍ତାଙ୍କୁ ଯଦିଓ ନିରାଶ କରିଛି, ତଥାପି କଟକଣା ଏବଂ ନିରାଡମ୍ବରରେ ପୂଜା କରିବାକୁ ସମସ୍ତେ ବାଧ୍ୟ। ଏହାକୁ ପାଳନ କରାଯିବ।
-ବାସୁଦେବ ବେହେରା, ସହର ସଙ୍ଗଠନ ସଭାପତି
ହେବନାହିଁ ରାବଣ ପୋଡ଼ି
ଭୁବନର ଦଶହରା ଯାତ୍ରାର ଅନ୍ୟତମ ଆକର୍ଷଣ ରାବଣପୋଡ଼ି। ଦୀର୍ଘ ୨୨ବର୍ଷ ଧରି ଏହି କାର୍ଯ୍ୟକ୍ରମ ହେଉଥିଲା। ତେବେ କରୋନା ପାଇଁ ୩ ବର୍ଷ ହେଲା ଏହା ବନ୍ଦ ରହିଛି।
-ତ୍ରିଲୋଚନ ସାହୁ, ରାବଣପୋଡ଼ି କ୍ରିୟାନୁଷ୍ଠାନ କମିଟି ମୁଖ୍ୟ
ଭାଇଚାରା ପ୍ରଭାବିତ ହେଉଛି
ବଳଦଯାତ୍ରାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସାମିଲ ହୋଇଥାଆନ୍ତି। କରୋନା ପାଇଁ ଭଲ ଭାବେ ଯାତ୍ରା ହୋଇପାରୁ ନ ଥିବାରୁ ଭାଇଚାରା ପ୍ରଭାବିତ ହେଉଛି।
-ଶ୍ରୀଧର ବେହେରା, ବଳଦିଆ କମିଟି ମୁଖ୍ୟ, ସେଣସାହି


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri