Posted inଫୁରସତ

କୋଣାର୍କରେ ଶିଳ୍ପୀଙ୍କ ପାଇଁ ମହାଶ୍ରମ ଖଞ୍ଜିଥିଲେ ଗାଈଗୋଠ

ବର୍ଷକୁ ବର୍ଷ ଶିଳ୍ପୀମାନଙ୍କ ପାଇଁ ବିଭିନ୍ନ ଖମାରରୁ କିପରି ଶସ୍ୟ ଓ ନଡ଼ିଆ ଆସୁଥିଲା, ତାହା ଆମ ଜାତିର ସହଯୋଗ ମାନସିକତାକୁ ପ୍ରତିପାଦନ କରେ। ବର୍ଷ ବର୍ଷ ଧରି କୋଠଦେଶ ପ୍ରଗଣାର ବକ୍ରେଶ୍ୱର ଖମାରରୁ ସବୁଠାରୁ ବେଶି ଦ୍ରବ୍ୟ ଆସୁଥିଲା। କୋଠଦେଶ ପ୍ରଗଣା ପୁରୀ ଜିଲାର ନିମାପଡ଼ାକୁ କେନ୍ଦ୍ର କରି ଗଠିତ ହୋଇଥିଲା। ଏହାର ସୀମା ପଶ୍ଚିମରେ ଛଇତନା ଓ ପୂର୍ବରେ ଅସ୍ତରଙ୍ଗ ପର୍ଯ୍ୟନ୍ତ ଥିବାର ଜଣାଯାଏ। କୋଠଦେଶ ପ୍ରଗଣାରେ ବକ୍ରେଶ୍ୱର ମନ୍ଦିର ୨ଟି ଅଛି। ଲୋକ କଥାରେ କୁହାଯାଉଛି ବାଙ୍କେଶ୍ୱର ମନ୍ଦିର। ଆମେ ଯାଇ ଅନୁସନ୍ଧାନ କଲାପରେ ଜାଣିଲୁ ଯେ ଛଇତନା ଦେଇ ଯାଉଁଳି ପୋଖରୀଠାରୁ ପୂର୍ବ ଦିଗରେ ୨ କି.ମି. ଗଲେ ବକ୍ରେଶ୍ୱର ମହାଦେବଙ୍କ ମନ୍ଦିର ଅଛି। ଲୋକକଥାରେ ବାଙ୍କେଶ୍ୱର ନାମରେ ସେ ପ୍ରସିଦ୍ଧ ଥିଲେ ମଧ୍ୟ ବିଭିନ୍ନ ମଉଜାରେ ଥିବା ଜମି ଦଲିଲରେ ‘ବକ୍ରେଶ୍ୱର’ ନାମ ଦରଜ ଅଛି।
ଏହି ମନ୍ଦିର ଚାରିପଟେ ବଣିଆ ସାହି ବସ୍ତି ଗଢ଼ିଉଠିଛି। ବଣିଆ ସାହି ଏବେ ରାଜସ୍ବ ମୌଜା ଏବଂ ଏକ ପଞ୍ଚାୟତ। ମନ୍ଦିର ଦକ୍ଷିଣ ପଟକୁ ୧୧ ଏକର ଜମିରେ ଖମାର ଥିଲା। ରାଜା ପୁରୀର ଆଚାରୀ ମଠକୁ ସମୟ ସ୍ରୋତରେ ଖମାରର ମାର୍ଫତଦାର କରିଥିଲେ। ଏବେ ଭଗ୍ନ ଖମାର ଅଛି। ମଠର କେହି ନାହାନ୍ତି। ସେହିପରି ମନ୍ଦିରର ଉତ୍ତର ପଟେ ଏକ ସମୃଦ୍ଧ ଖମାର ଥିଲା। ମାର୍ଫତଦାର ଥିଲେ ପୁରୀର ରାଧାବଲ୍ଲଭ ମଠ। ସେ ଖମାର ଭଗ୍ନ।
ଏହି ଅଞ୍ଚଳ ପୂର୍ବେ ଯାଉଁଳି ପୋଖରୀ ନାମରେ ଚିହ୍ନିତ ହେଉଥିଲା। ଯାଉଁଳି କହିଲେ ଦୁଇଟି। ଦୁଇଟି ରାଜ ପ୍ରତିଷ୍ଠିତ ପୋଖରୀ ରାଜାଙ୍କର ଦୁଇଟି ହାତୀଙ୍କ ନାମରେ ପ୍ରସିଦ୍ଧ। ଗଙ୍ଗରାଜ ହାତୀ ଓ ମଙ୍ଗରାଜ ହାତୀ ପୋଖରୀ। ରାଜାଙ୍କ ହାତୀଶାଳ ଏଇଠି ଥିଲା। ବର୍ତ୍ତମାନ ଏହା ଋଷିପଡ଼ା ମୌଜାରେ। ଚନ୍ଦ୍ରଭାଗା ବୁଡ଼ ପକାଇବାକୁ ପାଦରେ ହେଉ, ଶଗଡ଼ରେ ହେଉ ଏହି ରାସ୍ତା ଦେଇ ଯିବାକୁ ହେଉଥିଲା। ଗଲାବେଳେ ଓ ଅଇଲାବେଳେ ବିଶ୍ରାମସ୍ଥଳୀ ଥିଲା ବକ୍ରେଶ୍ୱର ଖମାର ଓ ଶ୍ରୀବକ୍ରେଶ୍ୱର ମନ୍ଦିର ପରିସର।
ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ସମୟରେ ହାତୀ, ଘୋଡ଼ା, ବଳଦ, ମଇଁଷି ପ୍ରଭୃତିଙ୍କୁ ନିୟୋଜିତ କରାଯାଇ ସେମାନଙ୍କ ଦ୍ୱାରା ସମ୍ଭାବିତ କାର୍ଯ୍ୟ କିପରି ସମ୍ପାଦିତ ହେଉଥିଲା, ତା’ର କେତେକ ଚିତ୍ର ପୂର୍ବରୁ ଆମେ ଜାଣିଥିଲେ। କେହି କେହି ଭାବିପାରନ୍ତି ଏଗୁଡ଼ାକ କାହିଁ ଆଲୋଚନା କରିବା! ଆଲୋଚନା ଏଇଥିପାଇଁ କରୁଛେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବଳଦ ଓ ମଇଁଷି ଶଗଡ଼ ଆସୁଥିଲା ସତ, କୋଣାର୍କରେ ମଧ୍ୟ ଗୁହାଳ କରାଯାଇ, ସ୍ବତନ୍ତ୍ର ଲୋକ ନିଯୁକ୍ତ କରାଯାଇ ସେମାନଙ୍କ ଦେଖାରଖା କରାଯାଉଥିଲା। କେତେବେଳେ ରାତି ଅଧରେ ଆବଶ୍ୟକ ପଡ଼ିବ ଶଗଡ଼ରେ ଯାତ୍ରା କରିବା ପାଇଁ କିଏ କହିବ? କାମ ତ ଅଟକିବନି!! ଶଗଡ଼ କେବଳ ପଥରବୁହା କାର୍ଯ୍ୟରେ ଲାଗି ନ ଥିଲା, କାରିଗର ଓ ପଥୁରିଆଙ୍କୁ ନବାଆଣିବା କରିବା, ରୋଷେଇ ସାମଗ୍ରୀ ଆଣିବା, ବାଉଁଶଠାରୁ କାଠକଡ଼ି ପର୍ଯ୍ୟନ୍ତ ଆବଶ୍ୟକ ସାମଗ୍ରୀ ଆଣିବା, ଦେହ ଅସୁସ୍ଥ ହେଲେ ଶିଳ୍ପୀଙ୍କୁ ବିଶ୍ରାମ ପାଇଁ ତାଙ୍କ ଗଁାରେ ପହଞ୍ଚାଇବା କାର୍ଯ୍ୟରେ ଶଗଡ଼ର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ସେ କାଳ ଖଣ୍ଡରେ।
ସେହିପରି ମନ୍ଦିର ନିର୍ମାଣ ସମୟରେ ଗାଈଗୋଠ ବ୍ୟବସ୍ଥା ହୋଇଥିଲା। ଗାଈମାନଙ୍କ ଦାୟିତ୍ୱରେ ଯେଉଁମାନେ ଥିଲେ ତାଙ୍କୁ ‘ଗାଈଆଳ’ କୁହାଯାଉଥିଲା। ଗାଈଆଳଙ୍କ ମୁଖିଆଙ୍କୁ ‘ମହାଭୋଇ’ କୁହାଯାଉଥିଲା। ଗଜପତିଙ୍କ ଆଦେଶରେ ଗାଈଗୋଠ, ଗାଈଆଳ ଓ ତାଙ୍କର ମୁଖିଆଙ୍କୁ ନିଯୁକ୍ତି ମିଳିଥିଲା। ‘ମହାଭୋଇ’ ଶବ୍ଦ ଶ୍ରୀମନ୍ଦିର ଉପାସନାରେ ଆଜି ବି ପ୍ରଚଳିତ ଅଛି। ବର୍ଷସାରା ଶ୍ରୀମନ୍ଦିରରେ ମହାଭୋଇ ସେବକଙ୍କ ସେବା ରହିଛି। ଅତୀତରେ ଏମାନଙ୍କର ଏକ ‘ମହାଭୋଇ ନିଯୋଗ’ ଥିବାର ଜଣାଯାଏ। ଦୁଗ୍‌ଧ, ଛେନା, ଦହି, ଲହୁଣି ପ୍ରଭୃତି ଏଇମାନେ ଯୋଗାଉଥିଲେ। ସେଥିପାଇଁ ପୁରୀର ଆଖପାଖ ଅଞ୍ଚଳରେ ଗୋ-ପାଳନ ବ୍ୟବସ୍ଥା ବି ଗଜପତି ଭିଆଇଥିଲେ। ବ୍ରହ୍ମଗିରି ରାସ୍ତାରେ ଗୋରୁଙ୍କ ଆଳୟ ଥିଲା, ଯାହା ଏବେ ‘ଗୋରୁଆଳ’ ଗ୍ରାମ ଭାବରେ ପରିଚିତ ହେଉଅଛି। ଗୋ-ଜାତ ଦ୍ରବ୍ୟ ପଠାଇବାର ମାର୍ଫତଦାର ଥିଲେ ଶ୍ରୀଜଗନ୍ନାଥ ବଲ୍ଲଭ ମଠ। କୋଣାର୍କ ଯିବା ରାସ୍ତାରେ ବାଲିପନ୍ତରାରେ ଗୋରୁମାନଙ୍କ ପାଇଁ ଗୁହାଳ ଥିଲା। ତାହା ଏବେ ‘ବାଲିଗୁଆଳି’ ଭାବରେ ଆମେ ଜାଣୁଛେ। ବାଲିଗୁଆଳି ଓ ଗୋରୁଆଳର ମହାଭୋଇମାନେ ଶ୍ରୀମନ୍ଦିର ‘ମହାଭୋଇ ନିଯୋଗ’ର ଭାଇ ଥିଲେ।
ଆମେ ଦୁଇଟି ଗୋରୁଙ୍କ ପାଳନ ପ୍ରସଙ୍ଗ ଆଲୋଚନା କଲେ ଉଦାହରଣ ଦୃଷ୍ଟିରୁ। କିନ୍ତୁ କୋଣାର୍କରେ ତ ନୂତନ ମନ୍ଦିରରେ ଉପାସନା ଆରମ୍ଭ ହୋଇ ନ ଥିଲା, ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିଲା ମାତ୍ର, ତେବେ ଗାଈଗୋଠ ବ୍ୟବସ୍ଥା ଗଜପତି କରିଥିଲେ କାହିଁକି? ୟା’ ଭିତରେ ନ ପଶି କେତେକ ଲେଖକ ଲେଖିବାକୁ ଭୁଲିଲେ ନାହିଁ ଯେ ଶିଳ୍ପୀମାନଙ୍କୁ ନିର୍ଯାତନା ଦିଆଯାଉଥିଲା।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri