Posted inଫୁରସତ

କୋଣାର୍କରେ ଶିଳ୍ପୀଙ୍କ ପାଇଁ ମହାଶ୍ରମ ଖଞ୍ଜିଥିଲେ ଗାଈଗୋଠ

ବର୍ଷକୁ ବର୍ଷ ଶିଳ୍ପୀମାନଙ୍କ ପାଇଁ ବିଭିନ୍ନ ଖମାରରୁ କିପରି ଶସ୍ୟ ଓ ନଡ଼ିଆ ଆସୁଥିଲା, ତାହା ଆମ ଜାତିର ସହଯୋଗ ମାନସିକତାକୁ ପ୍ରତିପାଦନ କରେ। ବର୍ଷ ବର୍ଷ ଧରି କୋଠଦେଶ ପ୍ରଗଣାର ବକ୍ରେଶ୍ୱର ଖମାରରୁ ସବୁଠାରୁ ବେଶି ଦ୍ରବ୍ୟ ଆସୁଥିଲା। କୋଠଦେଶ ପ୍ରଗଣା ପୁରୀ ଜିଲାର ନିମାପଡ଼ାକୁ କେନ୍ଦ୍ର କରି ଗଠିତ ହୋଇଥିଲା। ଏହାର ସୀମା ପଶ୍ଚିମରେ ଛଇତନା ଓ ପୂର୍ବରେ ଅସ୍ତରଙ୍ଗ ପର୍ଯ୍ୟନ୍ତ ଥିବାର ଜଣାଯାଏ। କୋଠଦେଶ ପ୍ରଗଣାରେ ବକ୍ରେଶ୍ୱର ମନ୍ଦିର ୨ଟି ଅଛି। ଲୋକ କଥାରେ କୁହାଯାଉଛି ବାଙ୍କେଶ୍ୱର ମନ୍ଦିର। ଆମେ ଯାଇ ଅନୁସନ୍ଧାନ କଲାପରେ ଜାଣିଲୁ ଯେ ଛଇତନା ଦେଇ ଯାଉଁଳି ପୋଖରୀଠାରୁ ପୂର୍ବ ଦିଗରେ ୨ କି.ମି. ଗଲେ ବକ୍ରେଶ୍ୱର ମହାଦେବଙ୍କ ମନ୍ଦିର ଅଛି। ଲୋକକଥାରେ ବାଙ୍କେଶ୍ୱର ନାମରେ ସେ ପ୍ରସିଦ୍ଧ ଥିଲେ ମଧ୍ୟ ବିଭିନ୍ନ ମଉଜାରେ ଥିବା ଜମି ଦଲିଲରେ ‘ବକ୍ରେଶ୍ୱର’ ନାମ ଦରଜ ଅଛି।
ଏହି ମନ୍ଦିର ଚାରିପଟେ ବଣିଆ ସାହି ବସ୍ତି ଗଢ଼ିଉଠିଛି। ବଣିଆ ସାହି ଏବେ ରାଜସ୍ବ ମୌଜା ଏବଂ ଏକ ପଞ୍ଚାୟତ। ମନ୍ଦିର ଦକ୍ଷିଣ ପଟକୁ ୧୧ ଏକର ଜମିରେ ଖମାର ଥିଲା। ରାଜା ପୁରୀର ଆଚାରୀ ମଠକୁ ସମୟ ସ୍ରୋତରେ ଖମାରର ମାର୍ଫତଦାର କରିଥିଲେ। ଏବେ ଭଗ୍ନ ଖମାର ଅଛି। ମଠର କେହି ନାହାନ୍ତି। ସେହିପରି ମନ୍ଦିରର ଉତ୍ତର ପଟେ ଏକ ସମୃଦ୍ଧ ଖମାର ଥିଲା। ମାର୍ଫତଦାର ଥିଲେ ପୁରୀର ରାଧାବଲ୍ଲଭ ମଠ। ସେ ଖମାର ଭଗ୍ନ।
ଏହି ଅଞ୍ଚଳ ପୂର୍ବେ ଯାଉଁଳି ପୋଖରୀ ନାମରେ ଚିହ୍ନିତ ହେଉଥିଲା। ଯାଉଁଳି କହିଲେ ଦୁଇଟି। ଦୁଇଟି ରାଜ ପ୍ରତିଷ୍ଠିତ ପୋଖରୀ ରାଜାଙ୍କର ଦୁଇଟି ହାତୀଙ୍କ ନାମରେ ପ୍ରସିଦ୍ଧ। ଗଙ୍ଗରାଜ ହାତୀ ଓ ମଙ୍ଗରାଜ ହାତୀ ପୋଖରୀ। ରାଜାଙ୍କ ହାତୀଶାଳ ଏଇଠି ଥିଲା। ବର୍ତ୍ତମାନ ଏହା ଋଷିପଡ଼ା ମୌଜାରେ। ଚନ୍ଦ୍ରଭାଗା ବୁଡ଼ ପକାଇବାକୁ ପାଦରେ ହେଉ, ଶଗଡ଼ରେ ହେଉ ଏହି ରାସ୍ତା ଦେଇ ଯିବାକୁ ହେଉଥିଲା। ଗଲାବେଳେ ଓ ଅଇଲାବେଳେ ବିଶ୍ରାମସ୍ଥଳୀ ଥିଲା ବକ୍ରେଶ୍ୱର ଖମାର ଓ ଶ୍ରୀବକ୍ରେଶ୍ୱର ମନ୍ଦିର ପରିସର।
ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ସମୟରେ ହାତୀ, ଘୋଡ଼ା, ବଳଦ, ମଇଁଷି ପ୍ରଭୃତିଙ୍କୁ ନିୟୋଜିତ କରାଯାଇ ସେମାନଙ୍କ ଦ୍ୱାରା ସମ୍ଭାବିତ କାର୍ଯ୍ୟ କିପରି ସମ୍ପାଦିତ ହେଉଥିଲା, ତା’ର କେତେକ ଚିତ୍ର ପୂର୍ବରୁ ଆମେ ଜାଣିଥିଲେ। କେହି କେହି ଭାବିପାରନ୍ତି ଏଗୁଡ଼ାକ କାହିଁ ଆଲୋଚନା କରିବା! ଆଲୋଚନା ଏଇଥିପାଇଁ କରୁଛେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବଳଦ ଓ ମଇଁଷି ଶଗଡ଼ ଆସୁଥିଲା ସତ, କୋଣାର୍କରେ ମଧ୍ୟ ଗୁହାଳ କରାଯାଇ, ସ୍ବତନ୍ତ୍ର ଲୋକ ନିଯୁକ୍ତ କରାଯାଇ ସେମାନଙ୍କ ଦେଖାରଖା କରାଯାଉଥିଲା। କେତେବେଳେ ରାତି ଅଧରେ ଆବଶ୍ୟକ ପଡ଼ିବ ଶଗଡ଼ରେ ଯାତ୍ରା କରିବା ପାଇଁ କିଏ କହିବ? କାମ ତ ଅଟକିବନି!! ଶଗଡ଼ କେବଳ ପଥରବୁହା କାର୍ଯ୍ୟରେ ଲାଗି ନ ଥିଲା, କାରିଗର ଓ ପଥୁରିଆଙ୍କୁ ନବାଆଣିବା କରିବା, ରୋଷେଇ ସାମଗ୍ରୀ ଆଣିବା, ବାଉଁଶଠାରୁ କାଠକଡ଼ି ପର୍ଯ୍ୟନ୍ତ ଆବଶ୍ୟକ ସାମଗ୍ରୀ ଆଣିବା, ଦେହ ଅସୁସ୍ଥ ହେଲେ ଶିଳ୍ପୀଙ୍କୁ ବିଶ୍ରାମ ପାଇଁ ତାଙ୍କ ଗଁାରେ ପହଞ୍ଚାଇବା କାର୍ଯ୍ୟରେ ଶଗଡ଼ର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ସେ କାଳ ଖଣ୍ଡରେ।
ସେହିପରି ମନ୍ଦିର ନିର୍ମାଣ ସମୟରେ ଗାଈଗୋଠ ବ୍ୟବସ୍ଥା ହୋଇଥିଲା। ଗାଈମାନଙ୍କ ଦାୟିତ୍ୱରେ ଯେଉଁମାନେ ଥିଲେ ତାଙ୍କୁ ‘ଗାଈଆଳ’ କୁହାଯାଉଥିଲା। ଗାଈଆଳଙ୍କ ମୁଖିଆଙ୍କୁ ‘ମହାଭୋଇ’ କୁହାଯାଉଥିଲା। ଗଜପତିଙ୍କ ଆଦେଶରେ ଗାଈଗୋଠ, ଗାଈଆଳ ଓ ତାଙ୍କର ମୁଖିଆଙ୍କୁ ନିଯୁକ୍ତି ମିଳିଥିଲା। ‘ମହାଭୋଇ’ ଶବ୍ଦ ଶ୍ରୀମନ୍ଦିର ଉପାସନାରେ ଆଜି ବି ପ୍ରଚଳିତ ଅଛି। ବର୍ଷସାରା ଶ୍ରୀମନ୍ଦିରରେ ମହାଭୋଇ ସେବକଙ୍କ ସେବା ରହିଛି। ଅତୀତରେ ଏମାନଙ୍କର ଏକ ‘ମହାଭୋଇ ନିଯୋଗ’ ଥିବାର ଜଣାଯାଏ। ଦୁଗ୍‌ଧ, ଛେନା, ଦହି, ଲହୁଣି ପ୍ରଭୃତି ଏଇମାନେ ଯୋଗାଉଥିଲେ। ସେଥିପାଇଁ ପୁରୀର ଆଖପାଖ ଅଞ୍ଚଳରେ ଗୋ-ପାଳନ ବ୍ୟବସ୍ଥା ବି ଗଜପତି ଭିଆଇଥିଲେ। ବ୍ରହ୍ମଗିରି ରାସ୍ତାରେ ଗୋରୁଙ୍କ ଆଳୟ ଥିଲା, ଯାହା ଏବେ ‘ଗୋରୁଆଳ’ ଗ୍ରାମ ଭାବରେ ପରିଚିତ ହେଉଅଛି। ଗୋ-ଜାତ ଦ୍ରବ୍ୟ ପଠାଇବାର ମାର୍ଫତଦାର ଥିଲେ ଶ୍ରୀଜଗନ୍ନାଥ ବଲ୍ଲଭ ମଠ। କୋଣାର୍କ ଯିବା ରାସ୍ତାରେ ବାଲିପନ୍ତରାରେ ଗୋରୁମାନଙ୍କ ପାଇଁ ଗୁହାଳ ଥିଲା। ତାହା ଏବେ ‘ବାଲିଗୁଆଳି’ ଭାବରେ ଆମେ ଜାଣୁଛେ। ବାଲିଗୁଆଳି ଓ ଗୋରୁଆଳର ମହାଭୋଇମାନେ ଶ୍ରୀମନ୍ଦିର ‘ମହାଭୋଇ ନିଯୋଗ’ର ଭାଇ ଥିଲେ।
ଆମେ ଦୁଇଟି ଗୋରୁଙ୍କ ପାଳନ ପ୍ରସଙ୍ଗ ଆଲୋଚନା କଲେ ଉଦାହରଣ ଦୃଷ୍ଟିରୁ। କିନ୍ତୁ କୋଣାର୍କରେ ତ ନୂତନ ମନ୍ଦିରରେ ଉପାସନା ଆରମ୍ଭ ହୋଇ ନ ଥିଲା, ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିଲା ମାତ୍ର, ତେବେ ଗାଈଗୋଠ ବ୍ୟବସ୍ଥା ଗଜପତି କରିଥିଲେ କାହିଁକି? ୟା’ ଭିତରେ ନ ପଶି କେତେକ ଲେଖକ ଲେଖିବାକୁ ଭୁଲିଲେ ନାହିଁ ଯେ ଶିଳ୍ପୀମାନଙ୍କୁ ନିର୍ଯାତନା ଦିଆଯାଉଥିଲା।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?