Categories: ଖେଳ

ବଜରଙ୍ଗ ରୁଷିଆରେ ଟ୍ରେନିଂ ନେବେ

ନୂଆଦିଲ୍ଲୀ, ୩୦ା୫ (ପି.ଟି.)- ଭାରତର ଟପ୍‌ ରେସ୍‌ଲର ବଜରଙ୍ଗ ପୁନିଆ ପୋଲାଣ୍ଡରେ ହେବାକୁଥିବା ର଼୍ୟାଙ୍କିଙ୍ଗ ସିରିଜ ଇଭେଣ୍ଟରେ ଭାଗ ନ ନେବା ଲାଗି ସ୍ଥିର କରିଛନ୍ତି। ସେ କହିଛନ୍ତି ଏହି ଟୁର୍ନାମେଣ୍ଟରେ ଭାଗ ନେଲେ ତାଙ୍କୁ ଅବଶ୍ୟ ର଼୍ୟାଙ୍କିଙ୍ଗ ପଏଣ୍ଟ ମିଳିବ। ହେଲେ ଟୋକିଓ ଅଲିମ୍ପିକ୍ସ ୬୫କେଜି କାଟେଗୋରିରେ ତାଙ୍କୁ ବିଶ୍ୱର ଟପ୍‌ ରେସଲରମାନଙ୍କ ସହ ତାଙ୍କୁ ମୁକାବିଲା କରିବାକୁ ପଡ଼ିବ। ତେଣୁ ଏହା ପୂର୍ବରୁ ସେ ମ୍ୟାଟ ଟ୍ରେନିଂ ନିହାତି ଆବଶ୍ୟକ କରୁଛନ୍ତି। ୨୭ବର୍ଷୀୟ ଏହି ରେସ୍‌ଲର କହିଛନ୍ତି ମହାମାରୀ ତାଙ୍କ ଟ୍ରେନିଂ କାର୍ଯ୍ୟକ୍ରମରେ ପ୍ରତିକୂଳ ପ୍ରଭାବ ପକାଇଛି। ଅଭ୍ୟାସ ପାଇଁ ସେ ବିଦେଶ ଯାଇପାରିଲେନି କିମ୍ବା ଭାରତକୁ କାହାରିକୁ ଆମନ୍ତ୍ରଣ କରିପାରିଲେନି। ଅଲିମ୍ପିକ ଯୋଗ୍ୟତା ହାସଲ କରିଥିବା ଭାରତର ଅନ୍ୟ ରେସ୍‌ଲରମାନେ କିନ୍ତୁ ପୋଲାଣ୍ଡ ଗସ୍ତ କରିବେ। ଅନ୍ୟପକ୍ଷରେ ବଜରଙ୍ଗ ତାଙ୍କ ଜର୍ଜିଆନ କୋଚ୍‌ ଶାକୋ ବେନ୍‌ଟିନିଡିସ୍‌ଙ୍କ ସହ ଟ୍ରେନିଂ ପାଇଁ ରୁଷିଆ ଯିବେ। ଅଲିମ୍ପିକ୍ସ ପୂର୍ବରୁ ଜୁନ୍‌ ୮ରୁ ୧୩ ପର୍ଯ୍ୟନ୍ତ ଓାର୍‌ସ ହେଉଛି ଶେଷ ର଼୍ୟାଙ୍କିଙ୍ଗ ସିରିଜ ଇଭେଣ୍ଟ। ଟୁର୍ନାମେଣ୍ଟ ପରେ ଭାରତୀୟ ଦଳ ଅବଶ୍ୟ ଏକ ଟ୍ରେନିଂ କ୍ୟାମ୍ପ ପାଇଁ ଓ୍ବାର୍‌ସରେ ରହିବ। ବଜରଙ୍ଗ କହିଛନ୍ତି, ଅଲିମ୍ପିକ୍ସ ପୂର୍ବରୁ ସେ ଅଧିକ ଟ୍ରେନିଂ ଆବଶ୍ୟକ କରୁଛନ୍ତି। ଗତ ୧୮ ମାସ ତାଙ୍କ ପାଇଁ କଠିନ ଥିଲା। ସେ ସମୟରେ ବିଦେଶରେ କୌଣସି ପ୍ରତିଯୋଗିତା ଅବା ଟ୍ରେନିଂ ସମ୍ଭବ ନ ଥିଲା। ଅଲିମ୍ପିକ୍ସ ପାଇଁ ଫିଟ୍‌ ରହିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

Share