ରାଜଧାନୀରେ ବଜ୍ରକାପ୍ତା ର଼୍ୟାକେଟ, ପାର୍କରେ ଡିଲ୍‌

ଭୁବନେଶ୍ୱର,୬।୧୦(ବ୍ୟୁରୋ): ରାଜଧାନୀରେ ବଜ୍ରକାପ୍ତା କାତି ର଼୍ୟାକେଟ। ପାର୍କରେ ହେଲା ଡିଲ୍‌। ଶେଷରେ ର଼୍ୟାକେଟରେ ସମ୍ପୃକ୍ତ ଦୁଇଜଣଙ୍କୁ କ୍ରାଇବ୍ରାଞ୍ଚ ଏସ୍‌ଟିଏଫ୍‌ ଓ ଓ୍ବାଇଲ୍ଡଲାଇଫ୍‌ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ(ଡବ୍ଲ୍ୟୁସିସିବି) ଗିରଫ କରିବା ସହ ସେମାନଙ୍କଠାରୁ ୨କେଜିରୁ ଉର୍ଦ୍ଧ୍ୱ କାତି ଜବତ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ବାଲିପାଟଣା ଅଞ୍ଚଳର ସୁକାନ୍ତ କୁମାର ମୁଦୁଲି ଓ ପିପିଲି ଅଞ୍ଚଳର ପ୍ରସନ୍ନ ରାୟ। ଏନେଇ ଅଧିକ ତଦନ୍ତ ଚାଲିଥିବା ଜଣେ ଅଧିକାରୀ କହିଛନ୍ତି।
ତାଙ୍କ ସୂଚନାନୁସାରେ, ଭୁବନେଶ୍ୱରରେ ବଜ୍ରକାପ୍ତା ର଼୍ୟାକେଟ ନେଇ ଖବର ମିଳିବା ପରେ ଡବ୍ଲ୍ୟୁସିସିବିର ଜଣେ ଅଧିକାରୀ ଗ୍ରାହକ ହୋଇ ପ୍ରଥମେ ସୁକାନ୍ତଙ୍କ ସହ ଯୋଗାଯୋଗ କରିଥିଲେ। ସୁକାନ୍ତ କାରବାରର ତରିକା ଜଣାଇ କେତେକ ସର୍ତ୍ତ ରଖିଥିଲେ। ପ୍ରଥମେ ୧୫ କାତିକୁ ୮୦ହଜାର ଟଙ୍କା ଦେଇ କିଣିବା ପରେ ଅଧିକ କାତି କିଣିବାକୁ କହିଥିଲେ। ଏପରିକି କଥାବାର୍ତ୍ତାବେଳେ ଅନ୍ୟଜଣଙ୍କ ପାଖରେ ୨ କେଜି କାତି ଥିବା ମଧ୍ୟ ସେ ଜଣାଇଥିଲେ। ଏଥିରେ ଅଧିକାରୀ ଜଣକ ରାଜି ହେବା ପରେ ସୁକାନ୍ତ ଇନ୍ଦିରା ଗାନ୍ଧୀ ପାର୍କକୁ ଡାକିଥିଲେ। ଏହାପରେ ଏସ୍‌ଟିଏଫ୍‌ ସହ ଯୋଗାଯୋଗ କରାଯାଇ ସେଠାରେ ଚଢ଼ାଉ ଯୋଜନା ହୋଇଥିଲା। ମଙ୍ଗଳବାର ସୁକାନ୍ତ ଇନ୍ଦିରା ଗାନ୍ଧୀ ପାର୍କରେ ୧୫ କାତି ଧରି ଅପେକ୍ଷା କରିଥିଲେ। ଏହି ସମୟରେ ମିଳିତ ଟିମ୍‌ ସେଠାରେ ଚଢ଼ାଉ କରି ତାଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୧୫ ବଜ୍ରକାପ୍ତା କାତି ଜବତ କରିଥିଲା। ପରେ ସୁକାନ୍ତଙ୍କୁ ଧରି ଟିମ୍‌ ର଼୍ୟାକେଟର ମାଷ୍ଟରମାଇଣ୍ଡ୍‌ ପ୍ରସନ୍ନଙ୍କୁ ପିପିଲି ଟୋଲ ଗେଟ୍‌ ନିକଟ ଜଇସିପାଟଣା ଛକରୁ ଧରିଥିଲା। ତାଙ୍କଠାରୁ ୨ କେଜିରୁ ଊର୍ଦ୍ଧ୍ୱ କାତି ଜବତ କରାଯାଇଥିଲା। ୨ ଅଭିଯୁକ୍ତଙ୍କ ପାଖରୁ ୨ଟି ବାଇକ୍‌ ଓ ୨ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି। ଉଭୟଙ୍କୁ ଭୁବନେଶ୍ୱର ଅଣାଯାଇ ପଚରାଉଚରା କରାଯାଉଥିବାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାପଡିଛି। ଏହି ଅପରେଶନରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ସହିତ ଡବ୍ଲ୍ୟୁସିସିବିର ଏକ ଦୁଇ ଜଣିଆ ଟିମ୍‌, ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ମଧ୍ୟ ସାମିଲ ଥିଲେ। ତେବେ ଏସ୍‌ଟିଏଫ୍‌ ଏହି ମାମଲାକୁ ନଗର ବନଖଣ୍ଡକୁ ହସ୍ତାନ୍ତର କରିଥିବାବେଳେ ବୁଧବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri