Posted inଜାତୀୟ

ଚାଇନା ସୈନ୍ୟଙ୍କ ମୁକାବିଲା ପାଇଁ ବଜ୍ର, ତ୍ରିଶୂଳ

ନୂଆଦିଲ୍ଲୀ, ୧୯।୧୦: ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଗତବର୍ଷ ଜୁନ୍‌ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା, ଯେଉଁଥିରେ ଭାରତର ୨୦ ଯବାନ ଶହୀଦ ହୋଇଥିଲେ। ଏହି ସଂଘର୍ଷରେ ଚାଇନା ସୈନ୍ୟ ଅଣମାରାତ୍ମକ ଅସ୍ତ୍ର ବ୍ୟବହାର କରିଥିଲେ। ଆଗାମୀ ଦିନରେ ଏଭଳି ସଂଘର୍ଷ ହେଲେ ଚାଇନା ସୈନ୍ୟଙ୍କୁ ମୁକାବିଲା କରିବା ଲାଗି ସେହିଭଳି ଅସ୍ତ୍ର ପ୍ରସ୍ତୁତ ହୋଇଛି। ଉତ୍ତରପ୍ରଦେଶ ନୋଏଡାର ଏକ କମ୍ପାନୀ ପ୍ରସ୍ତୁତ କରିଥିବା ବଜ୍ର, ତ୍ରିଶୂଳ, ଦଣ୍ଡ, ଭଦ୍ରା ଆଦି ଅସ୍ତ୍ର ଦ୍ୱାରା ଭାରତୀୟ ଯବାନ ଚାଇନା ପ୍ରତିପକ୍ଷଙ୍କୁ ଠିକଣା ଜବାବ ଦେଇପାରିବେ। ମେକ୍‌ ଇନ୍‌ ଇଣ୍ଡିଆ ଇନିସିଏଟିଭ୍‌ରେ ନୋଏଡାର ଆପାଷ୍ଟେରନ କମ୍ପାନୀ ସୈନ୍ୟବାହିନୀ ପାଇଁ ଉକ୍ତ ଅସ୍ତ୍ର ପ୍ରସ୍ତୁତ କରିଛି।
ସହାୟତାରେ କାର୍ଯ୍ୟ କରିବାକୁ ଥିବା ତ୍ରିଶୂଳ ପାଇଁ ଯବାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯିବ। ଏଥିରେ ଥିବା ଇଲେକ୍ଟ୍ରିକ୍‌ କରେଣ୍ଟ ସିଷ୍ଟମ ଯୋଗୁ ଶତ୍ରୁ ପକ୍ଷ ସୈନ୍ୟଙ୍କୁ ଶକ୍ତ ବିଦ୍ୟୁତ ଝଟ୍‌କା ଲାଗିବ। ସେହିପରି ବଜ୍ର ହେଉଛି ବ୍ୟାଟେରି ଚାଳିତ ଏକ ଧାତବ ଦଣ୍ଡ। ଏହା ମଧ୍ୟ ଶତ୍ରୁ ପକ୍ଷଙ୍କୁ ବିଦ୍ୟୁତ୍‌ ଝଟ୍‌କା ଦେବ। ଏଥିରେ ରହିଥିବା କଣ୍ଟା ଦ୍ୱାରା ଶତ୍ରୁ ପକ୍ଷର ଗାଡ଼ିକୁ ପଙ୍କ୍‌ଚର କରାଯାଇପାରିବ ଓ ଶତ୍ରୁଙ୍କୁ କିଛି ସମୟ ପାଇଁ ଅଚେତ କରିଦେବ। ସେହିପରି ଅନ୍ୟ ଏକ ଅସ୍ତ୍ର ହେଲା ସାପର୍‌ ପଞ୍ଚ୍‌। ମୁଷ୍ଟିଯୁଦ୍ଧ ବେଳେ ଏହି ବିଦ୍ୟୁତଚାଳିତ ଗ୍ଲୋଭ୍ସକୁ ପିନ୍ଧି ଶତ୍ରୁ ସୈନ୍ୟଙ୍କୁ ଆଘାତ କରାଯାଇପାରିବ। ଅନ୍ୟ ଏକ ଅସ୍ତ୍ର ହେଉଛି ବ୍ୟାଟେରି ଚାଳିତ ଦଣ୍ଡ। ଏହାକୁ ଶତ୍ରୁ ପକ୍ଷ ଛଡ଼ାଇନେଲେ ମଧ୍ୟ ନିରାପତ୍ତା ସୁଇଚ୍‌ ବିନା ବ୍ୟବହାର କରିପାରିବ ନାହିଁ। ସେହିପରି ଭଦ୍ରା ହେଉଛି ସ୍ବତନ୍ତ୍ର ପ୍ରକାର ଢାଲ ଯାହା ଯବାନମାନଙ୍କୁ ପଥର ମାଡ଼ରୁ ରକ୍ଷା କରିପାରିବ। ଏଥିରୁ ବାହାରୁଥିବା ଆଲୋକ ପ୍ରଭାବରେ ଶତ୍ରୁ ସୈନ୍ୟ କିଛି ସମୟ ପାଇଁ ଦୃଷ୍ଟିଶକ୍ତି ହରାଇବେ। ଏଥିରେ ଥିବା ବିଦ୍ୟୁତ୍‌ କରେଣ୍ଟରେ ସେମାନଙ୍କୁ ଆଘାତ ଦିଆଯାଇପାରିବ। ଏହି ଅସ୍ତ୍ରଗୁଡ଼ିକ ଜଳନିରୋଧୀ ଏବଂ ବିଦ୍ୟୁତ୍‌ ଦ୍ୱାରା ଚାର୍ଜ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନରେ ଗୁଳୁଗୁଳି, ଅପରାହ୍ନରେ ଝଡ଼ବର୍ଷା: ୫ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର, ୩୦ା୪(ଅନୁରାଧା ମହାରଣା):ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆସନ୍ତା ୬ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବାକୁ ଥିବାବେଳେ ଅପରାହ୍ନରେ ଝଡ଼ବର୍ଷା…

ଡାଇନୋସର ଯୁଗରୁ ଚାଲିଛି ‘ମେ-ଫ୍ଲାଇ’ର ନୃତ୍ୟ: ରହସ୍ୟ ଉନ୍ମୋଚନକଲେ ଗବେଷକ

ଲଣ୍ଡନ, ୩୦ା୪:ପୃଥିବୀରେ ଡାଇନୋସରଙ୍କ ଆଗମନର ବହୁ କୋଟି ବର୍ଷ ପୂର୍ବର ପୁରୁଣା ହେଉଛି କ୍ଷୁଦ୍ର ପତଙ୍ଗ ‘ମେ-ଫ୍ଲାଇ’। ଏହି ପତଙ୍ଗର ବିଚିତ୍ର ଉଡ଼ାଣ ଶୈଳୀ ବା ‘ନୃତ୍ୟ’…

ଧାନବିକ୍ରି ନ ହେବା ଘଟଣାରେ ଉଚ୍ଚ ନ୍ୟାୟାଳୟର ବଡ଼ ରାୟ: ଯାଞ୍ଚ କରି ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ବରଗଡ,୩୦।୪(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୫-୨୬ ବର୍ଷର ଖରିଫ…

୨୦୩୦ ସୁଦ୍ଧା ଚନ୍ଦ୍ରରେ ବସତି ସ୍ଥାପନ ପ୍ରସ୍ତୁତି: ଫୁଲି ପାରୁଥିବା ଘରେ ରହିବେ ମହାକାଶଚାରୀ

ୱାଶିଂଟନ/ସିଙ୍ଗାପୁର, ୩୦ା୪:ଚନ୍ଦ୍ର ପୃଷ୍ଠରେ ମଣିଷ ରହିବା ଏବେ ଆଉ କେବଳ କଳ୍ପନା ହୋଇ ରହିନାହିଁ। ଆସନ୍ତା ୨୦୩୦ ସୁଦ୍ଧା ଚନ୍ଦ୍ରରେ ଏକ ସ୍ଥାୟୀ ମାନବ ବସତି ସ୍ଥାପନ…

ଆମେରିକା ପାସ୍‌ପୋର୍ଟରେ ଟ୍ରମ୍ପ୍‌ଙ୍କ ଫଟୋ: ବଢୁଛି ଚର୍ଚ୍ଚା

ୱାଶିଂଟନ୍‌, ୩୦ା୪:ଆମେରିକା ପାସ୍‌ପାର୍ଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଫଟୋ ଦେଖିବାକୁ ମିଳିବ ବୋଲି ମଙ୍ଗଳବାର ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି। ସରକାରୀ ଅନୁଷ୍ଠାନଗୁଡ଼ିକ ଉପରେ ନିଜର ବ୍ୟକ୍ତିଗତ…

ଆଜି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ: ମହିଳା ପ୍ରସଙ୍ଗରେ…

ଭୁବନେଶ୍ୱର,୩୦ା୪(ରବିନାରାୟଣ ଜେନା):ବିଧାନସଭାର ଦିନିକିଆ ସ୍ବତନ୍ତ୍ର ଅଧିବେଶନ ଗୁରୁବାର ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ତ୍ରିସ୍ତରୀୟ ସୁରକ୍ଷା…

Exit Poll 2026: ଆସାମରେ ଭାଜପା, ତାମିଲନାଡୁରେ ଡିଏମ୍‌କେ, କେରଳରେ ୟୁଡିଏଫ୍‌ ଆଉ ପଶ୍ଚିମବଙ୍ଗରେ…

ନୂଆଦିଲ୍ଲୀ,୨୯ା୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ବୁଧବାର ସନ୍ଧ୍ୟାରେ ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ (ବୁଥ୍‌ଫେରନ୍ତା ଜନମତ ସର୍ଭେ) ପ୍ରକାଶ ପାଇଛି।…

ମହିଳା ସିଆରସିସିଙ୍କ ଏତଲା ପରେ ବଢ଼ିଲା ଅଡୁଆ: ଥାନାରେ ଶିକ୍ଷା ବିଭାଗର ୨ ଅଧିକାରୀ

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନାରେ ଜିଲା ଶିକ୍ଷା ବିଭାଗରେ କାର୍ଯ୍ୟରତ ୩ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତି ବୁଧବାର ଚର୍ଚ୍ଚାର ବିଷୟ ହୋଇଛି। ସେମାନଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri