Posted inଜାତୀୟ

ଶାହରୁଖ ଖାନ୍‌ଙ୍କ ପୁଅ ପାଇଁ ସୁପ୍ରିମକୋର୍ଟ ଗଲା ଶିବସେନା

ମୁମ୍ବାଇ,୧୯।୧୦: କ୍ରୁଜ ଡ୍ରଗ୍ସ ପାର୍ଟିରେ ଗିରଫ ହୋଇଥିବା ଅଭିନେତା ଶାହରୁଖ ଖାନଙ୍କ ଆର୍ଯ୍ୟନଙ୍କ ମୌଳିକ ଅଧିକାରର ସୁରକ୍ଷା ଦାବିରେ ଶିବସେନା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛି। ଏହା ସହିତ ମୁମ୍ବାଇରେ ଏନସିବିର ଭୂମିକା ସମ୍ପର୍କରେ ତଦନ୍ତ ପାଇଁ ଦାବି ମଧ୍ୟ ହୋଇଛି।
ସମ୍ବିଧାନର ଧାରା ୩୨ ଅନୁଯାୟୀ ଏକ ପିଟିସନ ପ୍ରଦାନ କରି ରାଜ୍ୟ ମନ୍ତ୍ରୀ ପଦବୀରେ ଥିବା କିଶୋର ତିୱାରୀ ସିଜେଆଇ ଏନ୍‌ଭି ରମଣଙ୍କୁ ଏହି ମାମଲାରେ ଉଚ୍ଚ ପ୍ରାଥମିକତା ଭିତ୍ତିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଗତ ଦୁଇ ବର୍ଷ ଧରି ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସହିତ ଏନସିବି ପକ୍ଷପାତିତା ଗ୍ରହଣ କର ଫିଲ୍ମ ବ୍ୟକ୍ତିତ୍ୱ, ମଡେଲ ଏବଂ ଅନ୍ୟ ସେଲିବ୍ରିଟିମାନଙ୍କୁ ହଇରାଣ କରୁଛି। ସେ କହିଛନ୍ତି ଯେ ସାଧାରଣ ଏନଡିପିଏସ କୋର୍ଟ (ମୁମ୍ବାଇ) ଆର୍ଯ୍ୟନ ଖାନ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ସ୍ଥଗିତ ରଖି ଅଭିଯୁକ୍ତଙ୍କୁ ଅପମାନ ଦେଇଛି। ଆର୍ଯ୍ୟନଙ୍କୁ ୧୭ ରାତି ଅଗଣତାନ୍ତ୍ରିକ ତଥା ବେଆଇନ ଜେଲରେ ରଖାଯାଇଛି। ଏହା ହେଉଛି ମୌଳିକ ଅଧିକାରର ସମ୍ପୂର୍ଣ୍ଣ ଉଲ୍ଲଂଘନ ବୋଲି କିଶୋର କହିଛନ୍ତି।
ଧାରା ୩୨ଅନୁଯାୟୀ, ସୁପ୍ରିମକୋର୍ଟ ଏବଂ ସିଜେଆଇ ମୌଳିକ ଅଧିକାରର ଉଲ୍ଲଂଘନ ସହ ଜଡିତ ପ୍ରତ୍ୟେକ ବିଷୟର ଯାଞ୍ଚ୍‌ କରିବାକୁ ବାଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri