Posted inଜାତୀୟ

ଭାଜପାର ସୁଫି ଅଭିଯାନ ବୁଧବାରଠାରୁ: ୨୦୨୪ ନିର୍ବାଚନରେ ସଫଳ ହେବା ଯୋଜନା…

ନୂଆଦିଲ୍ଲୀ,୧୪।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୪ ଲୋକସଭା ନିର୍ବାଚନରେ ସଫଳ ହେବା ସ୍ବପ୍ନକୁ ସାକାର କରିବା ପାଇଁ ସୁଫି ସନ୍ଥମାନେ ବର୍ତ୍ତମାନ କାର୍ଯ୍ୟ କରିବେ। ମାର୍ଚ୍ଚ ୧୫ ବୁଧବାରଠାରୁ ଭାଜପାର ସଂଖ୍ୟାଲଘୁ ମୋର୍ଚ୍ଚା ସୁଫି ସମ୍ବାଦ ମହା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି।

ଏହି ଅଭିଯାନକୁ ସଫଳ କରିବା ପାଇଁ ସୁଫି ସମ୍ପ୍ରଦାୟର ୧୫୦’ଅଣ-ରାଜନୈତିକ ଲୋକଙ୍କର ଏକ ଟିମ ଗଠନ କରାଯାଇଛି, ଯେଉଁମାନେ ଦେଶର ବିଭିନ୍ନ ସ୍ଥାନକୁ ଯାଇ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଭାଜପାର ଆଦର୍ଶ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା ବିସ୍ତାର କରିବେ। କର ଏହକାର୍ଯ୍ୟକ୍ରମ ପ୍ରାୟ ଏକ ବର୍ଷ ଚାଲିବ। ବର୍ଷ ଶେଷରେ ଦିଲ୍ଲୀରେ ଏକ ବଡ ସୁଫି ସଂଳାପ କାର୍ଯ୍ୟକ୍ରମ ଆୟୋଜିତ ହେବ ଯାହାକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ।

ଏହି ଦଳ ଦେଶର ସେହି ଲୋକସଭା ନିର୍ବାଚନମଣ୍ଡଳୀରେ ସ୍ବତନ୍ତ୍ର ଭାବରେ କାର୍ଯ୍ୟ କରିବ, ଯେଉଁଠାରେ ମୁସଲମାନ ସମ୍ପ୍ରଦାୟର ଜନସଂଖ୍ୟା ୨୦ ପ୍ରତିଶତ କିମ୍ବା ଅଧିକ। ସୁଫି ସଂଳାପର କାର୍ଯ୍ୟକ୍ରମ ଦେଶର ପ୍ରତ୍ୟେକ ରାଜ୍ୟରେ ଚାଲିବ, କିନ୍ତୁ ଉତ୍ତରପ୍ରଦେଶ ଏଥିରେ ସବୁଠାରୁ ପ୍ରମୁଖ ସ୍ଥାନ ପାଇବ, ଯେଉଁଠାରୁ ୮୦ ଲୋକସଭା ଆସନ ରହିଛି। ୟୁପିରେ, ସାହାରନପୁର, ମିରଟ, ରାମପୁର, ଆଜାମଗଡ ଏବଂ ଅନ୍ୟାନ୍ୟ ଅଞ୍ଚଳର ମୁସଲିମ ପ୍ରାଧାନ୍ୟ ଅଞ୍ଚଳରେ ସୁଫି ସଂଳାପର ୨୦ ଟି ବଡ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହା ବ୍ୟତୀତ କେରଳ ଏବଂ ଉତ୍ତର ପୂର୍ବରେ ସୁଫି ସଂଳାପ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ।

ସୁଫି ସମ୍ବାଦ ମହା ଅଭିଯାନ ଦାୟିତ୍ୱରେ ଥିବା ମୌଲାନା ସୁହେବ କାସମି କହିଛନ୍ତି ଯେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରାକୁ ମୁସଲମାନ ସମ୍ପ୍ରଦାୟଙ୍କ ନିକଟରେ ପହଞ୍ଚାଇବା। ଗତ କିଛି ଦିନ ଧରି ଦେଖାଯାଉଛି ଯେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଖୋଲାଖୋଲି ଭାବେ ଭାଜପାକୁ ସମର୍ଥନ କରିବା ଆରମ୍ଭ କରିଛନ୍ତି। ଫଳାଫଳ ହେଉଛି ଯେ ଭାଜପା ଏଭଳି ଆସନ ଜିତୁଛି, ଯେଉଁଠାରେ ମୁସଲମାନ ଭୋଟରଙ୍କ ସମର୍ଥନ ବିନା ଜିତିବା ସମ୍ଭବ ନୁହେଁ। ଏଭଳି ଭୋଟରଙ୍କ ସଂଖ୍ୟା ବୃଦ୍ଧି କରିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ହେବ। କିନ୍ତୁ ତାଙ୍କର ଉଦ୍ଦେଶ୍ୟ ହେଉଛି ଯେଉଁମାନେ ଭାଜପାକୁ ଭୋଟ ଦିଅନ୍ତି ନାହିଁ ସେମାନଭ୍କ ପାଖରେ ସରକାରଙ୍କ ବାର୍ତ୍ତା ପହଞ୍ଚାଇବା।

୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ‘ମିଶନ ୮୦’ ର ଲକ୍ଷ୍ୟ ସ୍ଥିର କରିଛି। ଏହା ଅଧୀନରେ ସେ ଉତ୍ତରପ୍ରଦେଶର ସମସ୍ତ ଲୋକସଭା ଆସନ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ମୁସଲମାନ ଭୋଟରଙ୍କ ସହଯୋଗ ବିନା ମୁସଲିମ ପ୍ରାଧାନ୍ୟ ଆସନରେ ଭାଜପାର ବିଜୟ ସମ୍ଭବ ନୁହେଁ। ଏହି କାରଣ ହେଉଛି ବେଳେବେଳେ ପସମାନନ୍ଦ ମୁସଲମାନମାନ ଏବଂ ସୁଫି ସମ୍ପ୍ରଦାୟର ଲୋକମାନେ ମୁସଲମାନ ଭୋଟରଙ୍କ ମଧ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି।

ଏହି ଅଭିଯାନ ଅଧୀନରେ ଶିଖ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କ ସହ ମୁସଲମାନମାନଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ କରାଯିବ। ସୁଫି ଆଦର୍ଶ ସହିତ ଜଡିତ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଭେଟିବା ଏବଂ ସେମାନଙ୍କୁ ରାଷ୍ଟ୍ର ନିର୍ମାଣରେ ଯୋଡିବା ପାଇଁ ମଧ୍ୟ ଉଦ୍ୟମ କରାଯିବ। ଏଥିପାଇଁ ଗୁରୁଦ୍ୱାର ଏବଂ ଚର୍ଚ୍ଚ ପରିଦର୍ଶନ ପାଇଁ ଯୋଜନା ମଧ୍ୟ କରାଯାଇଛି।

କାର୍ଯ୍ୟକ୍ରମର ରଣନୀତିରେ ପ୍ରଥମେ ଜିଲା ସ୍ତର ପର୍ଯ୍ୟନ୍ତ ଏବଂ ପରେ ବ୍ଲକ ସ୍ତର ପର୍ଯ୍ୟନ୍ତ ଦଳ ଗଠନ କରାଯିବ। ବ୍ଲକ ସ୍ତର ପରେ ନିମ୍ନ ସ୍ତରରେ ପହଞ୍ଚିବା ପାଇଁ ପ୍ରୟାସ କରାଯିବ। ପ୍ରତ୍ୟେକ ସକ୍ରିୟ କର୍ମୀଙ୍କୁ ମୁସଲମାନ ସମ୍ପ୍ରଦାୟର ୧୦ ଟି ଭୋଟ ଆଣିବାକୁ ଏକ ଅପିଲ କରାଯିବ।

ଭାଜପାର ଜାତୀୟ ମୁଖ୍ୟାଳୟରେ ସୁଫି ଆଦର୍ଶ ସହ ଜଡିତ ନେତାମାନେ ସୁଫି ମହା ଅଭିୟାନ ଦଳକୁ ଦଳର ଯୋଜନା ଏବଂ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇବେ, ଯାହାକୁ ଏହି ଲୋକମାନେ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ନେଇଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

ମନିଷ ସିସୋଡିଆଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀ ଲିକର୍‌ ପଲିସି ସହ ଜଡିତ ସିବିଆଇ ମାମଲାରେ ବର୍ତ୍ତମାନ ଚାର୍ଜସିଟ ନକରିବାକୁ ଦାବି କରି ରାଉଜ ଆଭେନ୍ୟୁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri