ବଜାରରେ ବଜାଜ୍‌ର ଫ୍ରିଡମ୍‌୧୨୫

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ବଜାଜ୍‌ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କମ୍ପ୍ରେସ୍‌ଡ ନ୍ୟାଚୁରାଲ ଗ୍ୟାସ୍‌ ବା ସିଏନ୍‌ଜି ବାଇକ୍‌ ‘ଫ୍ରିଡମ ୧୨୫’ର ଆନୁଷ୍ଠାନିକ ଅନାବରଣ ଶୁକ୍ରବାର ସର୍ବଭାରତୀୟ ସ୍ତରରେ ହୋଇଯାଇଛି। ଏପରିକି ଭାରତ (ଭାରତୀୟ ବଜାର) ରେ ବିଶ୍ୱର ପ୍ରଥମ ସିଏନ୍‌ଜି ବାଇକ୍‌ର ଅଫିସିଆଲ ଶୁଭାରମ୍ଭ ନୂଆଦିଲ୍ଲୀଠାରେ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ ସହ ବଜାର ପ୍ରବେଶ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବଜାଜ ଅଟୋ ଲିମିଟେଡ୍‌ର ଏମ୍‌ଡି ରାଜୀବ ବଜାଜ୍‌ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାକେଶ ଶର୍ମାଙ୍କ ସମେତ କମ୍ପାନୀର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ବଜାଜ୍‌ ଫ୍ରିଡମ ୧୨୫ରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ଅନେକ ଫିଚର ସାମିଲ ରହିଛି। ଏପରିକି ପେଟ୍ରୋଲ ଗାଡ଼ି ତୁଳନାରେ ଗ୍ରାହକ ଫ୍ରିଡମ ୧୨୫ରେ ପ୍ରାୟ ୫୦% ଅର୍ଥର ସଞ୍ଚୟ କରିପାରିବେ। ଏପରିକି ୨କେ.ଜି ସିଏନଜିରେ ଏହି ଗାଡି ପ୍ରାୟ ୨୦୦ କିମିର ଯାତ୍ରା କରିଥାଏ। ଅପରପକ୍ଷରେ ୩ଟି ଭାରିଆଣ୍ଟରେ ଉପଲବ୍ଧ ହେଉଥିବା ଏହି ମଡେଲ ୭ଟି ଆକର୍ଷଣୀୟ ରଙ୍ଗ ଓ ମନଲୋଭା ଡିଜାଇନ ଗ୍ରାହକଙ୍କୁ ବେଶ୍‌ ଆକୃଷ୍ଟ କରିବ ବୋଲି କମ୍ପାନୀ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।
ଏ ସମ୍ପର୍କରେ ବଜାଜ୍‌ ଅଟୋ ଲିମିଟେଡ୍‌ର ଏମ୍‌ଡି ରାଜୀବ ବଜାଜ୍‌ କହିଥିଲେ, ଆମେ ଆମ ବହୁ ପ୍ରତୀକ୍ଷିତ ପ୍ରକଳ୍ପ ତଥା ବିଶ୍ୱର ପ୍ରଥମ ସିଏନ୍‌ଜି ବାଇକ୍‌ ‘ଫ୍ରିଡମ ୧୨୫’କୁ ଆନୁଷ୍ଠାନିକ ଭାବେ ଅନାବରଣ କରାଇ ବେଶ୍‌ ଉତ୍ସାହିତ ଅଛୁ। ସେହିଭଳି ବଜାଜ ଅଟୋ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାକେଶ ଶର୍ମା କହିଥିଲେ, ଆମେ ବଜାର ଚାହିଦା ଓ ଗ୍ରାହକଙ୍କ ମତାମତକୁ ଅଧିକ ଗୁରୁତ୍ୱ ଦେବା ସହିତ ଆମର ମହାରାଷ୍ଟ୍ର ଓ ଗୁଜରାଟ ଉତ୍ପାଦନ ୟୁନିଟ୍‌ରୁ ମାସିକ ୧୦,୦୦୦ ୟୁନିଟ୍‌ ଉତ୍ପାଦନ ସହ ଆଗାମୀ ଦିନରେ ଏହି ସଂଖ୍ୟା ୪୦,୦୦୦ ୟୁନିଟ୍‌ରେ ପହଞ୍ଚାଇବାର ଯୋଜନା ରହିଛି।
ସେହିପରି ଭାରତର ୩୩୫ ସହରରେ ୬୦୦୦ରୁ ଅଧିକ ସିଏନ୍‌ଜି ପଏଣ୍ଟ ରହିଛି। ଏହି ପଏଣ୍ଟଗୁଡିକ ଜରିଆରେ ଗ୍ରାହକ ସେମାନଙ୍କର ଚାହିଦା ଅନୁଯାୟୀ ସିଏନ୍‌ଜି ଭର୍ତ୍ତି କରିବେ। ଏହି ମଡେଲ ‘ଫ୍ରିଡମ ୧୨୫’ର ବଜାର ମୂଲ୍ୟ ୯୫,୦୦୦ରୁ ୧,୧୦,୦୦୦ ଟଙ୍କା ମଧ୍ୟରେ ରହିଛି ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri