ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ୍ ସୋସାଇଟି ଅଫ୍ ହିଟିଂ, ରେଫ୍ରିଜରେଟିଂ ଆଣ୍ଡ ଏୟାର କଣ୍ଡିସ୍ନିଂ ଇଞ୍ଜିନିୟର୍ସ (ଆଇଏସ୍ଏଚ୍ଏଆର୍ଏଇ ବା ଇସ୍ରାଏ)ର ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଶୁକ୍ରବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଚାର୍ଟରିଂ ସେରିମନି’ର ଆୟୋଜନ ଭୁବନେଶ୍ୱରର ଏକ ୫ ତାରକା ହୋଟେଲଠାରେ କରାଯାଇଥିଲା। ରାଜ୍ୟରେ ଇସ୍ରାଏର ଅଭିନବ ଓ ଉଲ୍ଲେଖନୀୟ ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଚିହ୍ନିତ କରୁଛି। ଏହି କାର୍ଯ୍ୟକ୍ରମରେ ଆସୋସିଏଶନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି ସେରିମନିରେ ଗଭର୍ନର ବୋର୍ଡ ପାଇଁ ଏକ ଶପଥ ଗ୍ରହଣ ସମାରୋହର ଆୟୋଜନ କରାଯାଇଥିଲା, ଯେଉଁଥିରେ ଇସ୍ରାଏ ଭୁବନେଶ୍ୱର ଚାପ୍ଟରର ତତ୍କାଳ ପୂର୍ବତନ ଅଧ୍ୟକ୍ଷ ବାଲାଜୀ କୁମାର ଚୌଧୁରୀ, ଅଧ୍ୟକ୍ଷ ନୀଳାଚଳ କାଶୀନାଥ ଗୌଡ, ନିର୍ବାଚିତ ଅଧ୍ୟକ୍ଷ ସଚିନ୍ଦ୍ର କୁମାର ରାଉତ, ସଚିବ ସଞ୍ଜିତ କୁମାର ଆଚାର୍ଯ୍ୟ, ଟ୍ରେଜରର ନିଳୋପତ୍ଳା ବେଜ୍ ପ୍ରମୁଖ ସାମିଲ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସୋସାଇଟି ନିୟମ ଅନୁଯାୟୀ ପାଳନ କରାଯାଇଥିଲା। ଏହି ଅବସରରେ ସି. ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟିର ଅଧ୍ୟକ୍ଷ ଡ.ସଞ୍ଜୀବ କୁମାର ରାଉତ କହିଛନ୍ତି, ଇସ୍ରାଏ ଭୁବନେଶ୍ୱରର ଉଭୟ ବୈଜ୍ଞାନିକ ଓ ବୈଷୟିକ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ସୃଷ୍ଟିକରି ଏହି ବର୍ଦ୍ଧିତ ଶିଳ୍ପକୁ ସହଯୋଗ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶିକ୍ଷାନୁଷ୍ଠାନ, ଆଇଟିଆଇ, ୟୁନିଭର୍ସିଟିଗୁଡିକ ସହଯୋଗରେ ଏହା ଶିଳ୍ପ ପାଇଁ ପ୍ରଶିକ୍ଷିତ ବ୍ୟକ୍ତି ସୃଷ୍ଟି କରିପାରିବ ଏବଂ ଅଣସଂଗଠିତ କ୍ଷେତ୍ରରେ ବିଦ୍ୟମାନ ବୈଷୟିକ କର୍ମଚାରୀମାନଙ୍କୁ ଅପ୍ଗ୍ରେଡ୍ କରିପାରିବ। ମୁଁ ଏହା ଜାଣି ଖୁବ୍ ଖୁସି ଅନୁଭବ କରୁଛି ଯେ ୭ବର୍ଷ ପୂର୍ବେ ଆମେ ସୃଷ୍ଟି କରିଥିବା କ୍ଷୁଦ୍ର ସଂଗଠନଗୁଡିକ ଏବେ ଶିଳ୍ପ ଓ ବ୍ୟବସାୟଗୁଡିକ ସହ ସମନ୍ବୟ ରକ୍ଷାକରି ବିକଶିତ ସହ ବୃଦ୍ଧି ପାଉଛନ୍ତି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

