୩୦୦କୋଟି ବିନିଯୋଗ କରିବ ବଜାଜ ଅଟୋ

ମୁମ୍ବାଇ,୩୦।୧୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ବଜାଜ ଅଟୋ ଲିମିଟେଡ୍‌ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି ଯେ କମ୍ପାନୀ ପୁଣେର ଆର୍କୁଡିଠାରେ ୩୦୦ କୋଟି ଟଙ୍କା ବିନିଯୋଗରେ ଏକ ବୈଦ୍ୟୁତିକ ଯାନ ବା ଇଲେକ୍ଟ୍ରି ଭେଇକଲ (ଇଭି) ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବ। ଏହି ସୁବିଧା ଦେଶବାସୀଙ୍କୁ ଖୁବ୍‌ଶୀଘ୍ର ଉପଲବ୍ଧ ହେବା ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି। କମ୍ପାନୀ ବାର୍ଷିକ ୫ ଲକ୍ଷ ଇଭି ଉତ୍ପାଦନ କରିବାର କ୍ଷମତା ରଖିବ ବୋଲି ଜଣାପଡ଼ିଛି। ଉଭୟ ଘରୋଇ ଏବଂ ରପ୍ତାନି ବଜାରକୁ ଆବଶ୍ୟକ ପରିମାଣର ଗାଡ଼ି କମ୍ପାନୀ ଯୋଗାଇବ ବୋଲି ଏକ ପ୍ରେସ୍‌ ବିଜ୍ଞପ୍ତିରେ କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି। ଏହି ନୂତନ ଯାନ ୨୦୨୨ ଜୁନ୍‌ ସୁଦ୍ଧା ବଜାରକୁ ଆସିବ ବୋଲି ଆଶା କରାଯାଉଛି। ଉକ୍ତ କାରଖାନା ପ୍ରାୟ ୫ଲକ୍ଷ ବର୍ଗଫୁଟ ପରିମିତ ଜମିରେ ନିର୍ମାଣ କରାଯାଇଛି। କମ୍ପାନୀ ଉକ୍ତ ୟୁନିଟରେ ପ୍ରାୟ ୮୦୦ କର୍ମଚାରୀଙ୍କୁ ନିୟୋଜିତ କରିବ ଜଣାପଡିଛି। ଆକୁର୍ଡି ହେଉଛି ମୂଳ ଚେତକ ସ୍କୁଟର କାରଖାନାର ସ୍ଥାନ। ୨୦୦୧ରେ ବଜାଜ୍‌ ୨.୦ ବହୁ ଦମ୍‌ଦାର ପଲ୍‌ସରକୁ ଗ୍ରହଣ କରିଥିଲା। ସେହିଭଳି ୨୦୨୧ରେ ବଜାଜ୍‌ ୩.୦ ଚିତ୍ତାକର୍ଷକ ଚେତକରେ ପହଞ୍ଚତ୍ଛି। ଗୋଟିଏ ଅତ୍ୟାଧୁନିକ ଆଭ୍ୟନ୍ତରୀଣ ଜାଳେଣି ଇଞ୍ଜିନ (ଆଇସିଇ) ବ୍ୟତୀତ ବଜାଜ ପୋର୍ଟଫୋଲିଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ଆଗକୁ ବଢୁଛି। ଏହାର ପ୍ଲାଟ୍‌ଫର୍ମ ବର୍ତ୍ତମାନ ସମୟରେ ବିକାଶ ଦିଗରେ ରହିଛି। କମ୍ପାନୀ ସମସ୍ତ ଉପତ୍ାଦ ଆର୍‌ ଆଣ୍ଡ ଡି ଡ୍ରାଇଭ୍‌ ଟ୍ରେନ୍‌ ଭଳି ଗତି କରୁଛି। ବର୍ତ୍ତମାନ ଲେଜର ଭବିଷ୍ୟତ ପାଇଁ ଇଭି ସମାଧାନ ସୃଷ୍ଟି ଉପରେ କମ୍ପାନୀ ବିଶେଷ ଧ୍ୟାନ ଦେଇଛି। ଏ ସମ୍ପର୍କରେ ବଜାଜ ଅଟୋର ପରିଚାଳନା ନିର୍ଦ୍ଦେଶକ ରାଜୀବ ବଜାଜ କହିଛନ୍ତି , ଆକୁର୍ଡି ପ୍ରକଳ୍ପରେ ବିନିଯୋଗ ପାଇଁ କମ୍ପାନୀ ହାଇ-ଟେକ୍‌ ଓ ଆର୍‌ ଆଣ୍ଡ ଡି ଦକ୍ଷତା, ଉଚ୍ଚକ୍ଷମତା ଇଞ୍ଜିନିୟରିଂ ଦକ୍ଷତା, ବିଶ୍ୱସ୍ତରୀୟ ଯୋଗାଣ ଶୃଙ୍ଖଳା ସମ୍ବନ୍ଧୀୟ ଏବଂ ବିଶ୍ୱସ୍ତରୀୟ ବିତରଣ ନେଟ୍‌ୱାର୍କର ଗୁଣବତ୍ତାଚକ୍ରକୁ ସମ୍ପୂର୍ଣ୍ଣ କରିବ। ଭାରତ ତଥା ବିଦେଶରେ ଇଭି ଯାନର ଏକ ମାର୍କେଟର ଅଗ୍ରଣୀ ସ୍ଥାନକୁ କମ୍ପାନୀକୁ ନେଇ ଯିବାର କ୍ଷମତା ରଖିଛି। କମ୍ପାନୀର ଏହି ନୂତନ ୟୁନିଟ୍‌ରେ ଲଜିଷ୍ଟିକ୍ସ ଏବଂ ସାମଗ୍ରୀ ନିୟନ୍ତ୍ରଣ, ଫ୍ୟାବ୍ରିକେଶନ ଏବଂ ପେଣ୍ଟିଂ, ଆସେମ୍ବ୍ଲି ଏବଂ ଗୁଣବତ୍ତା ନିଶ୍ଚିତତା ସହିତ ପ୍ରତ୍ୟେକ ଜିନିଷ ପାଇଁ ଅତ୍ୟାଧୁନିକ ରୋବୋଟିକ୍‌ ଏବଂ ସ୍ବୟଂଚାଳିତ ଉତ୍ପାଦନ ପ୍ରଣାଳୀ ରହିବ। ଶ୍ରେଷ୍ଠ ଶ୍ରମିକ ଏଗ୍ରୋନୋମିକ୍ସ ଏବଂ ସର୍ବାଧିକ ପ୍ରକ୍ରିୟା ଦକ୍ଷତାକୁ ଧ୍ୟାନରେ ରଖି ଏହି ସିଷ୍ଟମଗୁଡିକ ଫ୍ଲେକ୍ସିବଲ୍‌ ଉତ୍ପାଦ ମିଶ୍ରଣ ପାଇଁ ଡିଜାଇନ କରାଯାଇଛି। ଅକୁର୍ଡିରେ ଥିବା ୟୁନିଟ୍‌ ବଜାଜ୍‌ ଅଟୋର ଅତ୍ୟାଧୁନିକ ଆର୍‌ ଆଣ୍ଡ ଡି କେନ୍ଦ୍ର ସହିତ ମିଳିତ ହୋଇ ଅଧିକ କୋଲ୍‌ ଲାବୋରେଟୋରିକୁ ବଢ଼ାଇଥାଏ। ଏହା କମ୍‌ ସମୟ ବଜାରକୁ ଯାଇଥାଏ ଏବଂ ଡିଜାଇନ୍‌, ବିକାଶ ଏବଂ ନିର୍ମାଣ ପାଇଁ ଏହି ସୁବିଧାକୁ ଏକ ହବ୍‌ରେ ପରିଣତ କରିବା ଉଚିତ। ବୈଦ୍ୟୁତିକ ଯାନର ସମ୍ପୂର୍ଣ୍ଣ ପରିସର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri