ଗରିମା ହରାଇଲାଣି ବୈତରଣୀ

ଆନନ୍ଦପୁର,୯ା୬(ସ୍ବ.ପ୍ର.): ଉତ୍କଳର ପ୍ରାଚୀନ ଗଙ୍ଗା ପୁଣ୍ୟତୋୟା ବୈତରଣୀ। କେନ୍ଦୁଝର ଜିଲାର ଗୋନାସିକା ଗୀରି କନ୍ଦରରୁ ଜନ୍ମ ଲାଭ କରି ନିମ୍ନ ଶଯ୍ୟାକୁ ବୋହିଯାଇ ତା’ର ସୁଶୀତଳ ଜଳ ଧାରାରେ କେତେ ପ୍ରାଣୀଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରିଛି। ବନଭୂମୀ ଦେଇ ବହି ଆସିଥିବାରୁ ଏହାର ଜଳକୁ ଔଷଧୀୟ ଜଳ ବୋଲି ବିବେଚନା କରାଯାଇଥାଏ। ରାଜରାଜୁଡା ଅମଳରୁ ଏହାର କୂଳରେ ବହୁ ଶୈବପୀଠ ବିରାଜମାନ କରି ଜନମାନସରେ ଭକ୍ତି ଭାବାତ୍ମକ ମନୋଭାବ ସୃଷ୍ଟି କରିଛି। ଶାସ୍ତ୍ରୀୟ ମତରେ ଗଙ୍ଗାଠାରୁ ପ୍ରାଚୀନ ଏହି ନଦୀ ଗୋ ମାତାଙ୍କ ନାସିକାରୁ ସୃଷ୍ଟି ହୋଇଥିବାରୁ ଏହା ପୁଣ୍ୟତମ ବୋଲି ମଧ୍ୟ ବିବେଚନା କରାଯାଇଥାଏ। ବର୍ଷର ବିଭିନ୍ନ ସମୟରେ ଏହି ନଦୀର ଜଳରାଶିରେ ସ୍ନାନ ତର୍ପଣ କରି ପାପକ୍ଷୟ ହୋଇଥାଏ ବୋଲି ଲୋକମତ ରହିଛି।
ବୈତରଣୀ କଳ କଳ ଜଳରବରେ ବହି ଚାଲିଥିଲା। ଏହାର ଶୋଭାରାଶି କେନ୍ଦୁଝର ବନଭୂମିକୁ ଶୋଭାମୟ କରୁଥିଲା। ଏହାର କୂଳର ଚାଷବାସ ସବୁଜିମାମୟ ପରିବେଶ ସୃଷ୍ଟି କରୁଥିଲା। ମନ୍ତ୍ର ଧ୍ୱନୀରେ ଏହାର ତଟଦେଶ ମୁଖରିତ ହେଉଥିଲା। ହେଲେ ଏହି ବୈତରଣୀ ଆଜିକା ଦିନରେ ବହୁ ସମସ୍ୟା ଦେଇ ଗତି କରୁଥିବାରୁ ଜନମାନସରେ ଆଲୋଡନ ସୃଷ୍ଟି କରିଛି। ସେହି ପୂର୍ଣ୍ଣଗର୍ଭା ବୈତରଣୀର ଗର୍ଭ ଶୁଷ୍କମୟ ହୋଇପଡିଛି। ବାଲୁକାରାଶିରେ ପରିପୂର୍ଣ୍ଣ ଏହାର ଗର୍ଭରେ ସଂକୀର୍ଣ୍ଣ ପଥରେ ଜଳ ପ୍ରବାହିତ ହେବାରେ ଲାଗିଛି। ଲୋକଙ୍କର ଚାଷ ବାସ, ସ୍ନାନ ତର୍ପଣ ଅଭାବ ପୂରଣ କରିଆସୁଥିବା ଏହି ଜଳରାଶି ଏବେ ଲୋକଙ୍କ ଅଭାବ ପୂରଣ କରିବାରେ ଅକ୍ଷମ। ନଦୀ କୂଳରେ ଗଢିଉଠିଥିବା ବଜାର ଘାଟ ପାଇଁ ଚିନ୍ତାଜନକ ସ୍ଥିତି ସୃଷ୍ଟି କରୁଥିବା ମଧ୍ୟ ପରିଲକ୍ଷିତ ହୋଇଛି। ଚା’ ଜଳଖିଆ ଠାରୁ ଆରମ୍ଭ କରି ମାଛ ମାଂସ ଦୋକାନ ଗୁଡିକର ଅଳିଆ ଆବର୍ଜନା ସବୁ ସିଧାସଳଖ ନଦୀ ଗର୍ଭକୁ ଯାଇ ଏହାର ସୁମଧୁର ଜଳରାଶିକୁ ଦୂଷିତ କରିବାରେ ଲାଗିପଡିଛି। ସ୍ଥାନୀୟ ପ୍ରଶାସନିକ ସ୍ତରରେ ଏସବୁ ପ୍ରତି ଦୃଷ୍ଟି ଦିଆଯାଇ କିଛି ଗୋଟେ ମାଷ୍ଟର ପ୍ଲାନ୍‌ କରାଗଲେ ହୁଏତ ନଦୀ ଜଳର ପ୍ରଦୂଷଣ ରୋକି ହୁଅନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ସେହିପରି ନଦୀଶଯ୍ୟା ଏବେ ବାଲିରେ ପରିପୂର୍ଣ୍ଣ ହେବାକୁ ଲାଗିଲାଣି। ଫଳରେ ନଦୀର ଜଳ ଧାରଣର କ୍ଷମତା ଧୀରେ ଧୀରେ କମିବାରେ ଲାଗିଛି। ନଦୀବଢି ସମୟରେ ଜଳରାଶି ସହଜରେ ନିଷ୍କାସିତ ହୋଇ ନ ପାରି ନଦୀବନ୍ଧ ପ୍ରତି ଯଥେଷ୍ଟ ବିପଦ ସୃଷ୍ଟି କରୁଛି। ଯେଉଁ କେତେକ ସ୍ଥାନରେ ଟେଣ୍ଡର ମାଧ୍ୟମରେ ବାଲି ଉତ୍ତୋଳନ କରିବାକୁ ଅନୁମତି ମିଳୁଛି ସେସବୁ ସ୍ଥାନରେ ନଦୀର ପତ୍ତନ ସନ୍ତୋଷ ଜନକ ରହୁଥିବାବେଳେ ଅନ୍ୟସ୍ଥାନ ଗୁଡିକରେ ବାଲୁକା ଶଯ୍ୟା ନଦୀ ପତ୍ତନକୁ ହ୍ରାସ କରୁଛି। ପ୍ରଶାସନିକ ସ୍ତରରେ ଉଦ୍ୟମ ହେଲେ ବାଲି ଶଯ୍ୟାକୁ ଉଠାଯାଇ ନଦୀର ପତ୍ତନକୁ ନିୟନ୍ତ୍ରଣକୁ ଅଣାଯାଇପାରନ୍ତା ବୋଲି ମତ ପ୍ରକାଶ ପାଉଛି।
ଏକ ଚିନ୍ତା ଜନକ ବିଷୟ ସାଜିଛି ବୈତରଣୀ ନଦୀର ସୁମଧୁର ଜଳକୁ ପାଇପ୍‌ ମାଧ୍ୟମରେ ଆଇରନ ଯୋଗାଣ କାର୍ଯ୍ୟରେ ବ୍ୟବହାର କରାଯିବା। ପାଇପ୍‌ ମାଧ୍ୟମରେ ବୈତରଣୀ ଜଳକୁ ବ୍ୟବହାର କରାଯାଇ ଲୁହା ଗୁଣ୍ଡ ପରିବହନ କରିବା ଦ୍ୱାରା ଏହାର ଜଳସ୍ତର ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଅନ୍ୟପକ୍ଷରେ ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳକୁ ସଂରକ୍ଷଣ କରାଯାଇ ବିଭିନ୍ନ କାର୍ଯ୍ୟରେ ବ୍ୟବହାର ଉପଯୋଗୀ କରିବାର ବ୍ୟବସ୍ଥା ହୋଇଥିଲେ ବି ବ୍ୟାରେଜ ତା’ର ଲକ୍ଷ୍ୟ ଠାରୁ ବହୁ ଦୂରରେ ଥିବା ଭଳି ପରିଲକ୍ଷିତ ହୋଇଛି। ବହୁବିଧ ସମସ୍ୟାକୁ ନେଇ ବୈତରଣୀ ତା’ର ପୂର୍ବ ଗରିମାକୁ ଭୂଲିବାକୁ ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

ହଷ୍ଟେଲରେ ଭୂତ, ଘରକୁ ଫେରିଗଲେ ଛାତ୍ରୀ

ଯୋଡ଼ା,୨୨ା୮(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଭୂୟଁା ରୋଇଡା ପଞ୍ଚାୟତରେ ଥିବା ଭୂୟଁା ରୋଇଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ନିବାସରେ ଭୂତ ଭୟ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ସାତକୋଶିଆ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା; ଅଟୋକୁ ଧକ୍କା ଦେଲା ଥାର୍, ୧୦…

ଆନନ୍ଦପୁର,୨୦।୮((ସୁଶାନ୍ତ କୁମାର ସାହୁ ): ଆନନ୍ଦପୁର ସାତକୋଶିଆ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଥାର୍ ଗାଡିର ଜୋରଦାର ଧକ୍କାରେ ଅଟୋ ଚୁରମାର ହୋଇଯାଇଛି। ଘଟଣାରେ…

‘ଯୁବବର୍ଗ ୧୮ ବର୍ଷରେ ଭୋଟ୍‌ ଦେବା ଅଧିକାର ହେଉଛି ରାଜୀବଙ୍କ ଅବଦାନ’

କେନ୍ଦୁଝର,୨୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଧୁନିକ ଭାରତର ନିର୍ମାତା, ଯୁବ ମାନସର ପ୍ରତୀକ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କର ୮୦ ତମ ଜନ୍ମଜୟନ୍ତୀ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri