ଗରିମା ହରାଇଲାଣି ବୈତରଣୀ

ଆନନ୍ଦପୁର,୯ା୬(ସ୍ବ.ପ୍ର.): ଉତ୍କଳର ପ୍ରାଚୀନ ଗଙ୍ଗା ପୁଣ୍ୟତୋୟା ବୈତରଣୀ। କେନ୍ଦୁଝର ଜିଲାର ଗୋନାସିକା ଗୀରି କନ୍ଦରରୁ ଜନ୍ମ ଲାଭ କରି ନିମ୍ନ ଶଯ୍ୟାକୁ ବୋହିଯାଇ ତା’ର ସୁଶୀତଳ ଜଳ ଧାରାରେ କେତେ ପ୍ରାଣୀଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରିଛି। ବନଭୂମୀ ଦେଇ ବହି ଆସିଥିବାରୁ ଏହାର ଜଳକୁ ଔଷଧୀୟ ଜଳ ବୋଲି ବିବେଚନା କରାଯାଇଥାଏ। ରାଜରାଜୁଡା ଅମଳରୁ ଏହାର କୂଳରେ ବହୁ ଶୈବପୀଠ ବିରାଜମାନ କରି ଜନମାନସରେ ଭକ୍ତି ଭାବାତ୍ମକ ମନୋଭାବ ସୃଷ୍ଟି କରିଛି। ଶାସ୍ତ୍ରୀୟ ମତରେ ଗଙ୍ଗାଠାରୁ ପ୍ରାଚୀନ ଏହି ନଦୀ ଗୋ ମାତାଙ୍କ ନାସିକାରୁ ସୃଷ୍ଟି ହୋଇଥିବାରୁ ଏହା ପୁଣ୍ୟତମ ବୋଲି ମଧ୍ୟ ବିବେଚନା କରାଯାଇଥାଏ। ବର୍ଷର ବିଭିନ୍ନ ସମୟରେ ଏହି ନଦୀର ଜଳରାଶିରେ ସ୍ନାନ ତର୍ପଣ କରି ପାପକ୍ଷୟ ହୋଇଥାଏ ବୋଲି ଲୋକମତ ରହିଛି।
ବୈତରଣୀ କଳ କଳ ଜଳରବରେ ବହି ଚାଲିଥିଲା। ଏହାର ଶୋଭାରାଶି କେନ୍ଦୁଝର ବନଭୂମିକୁ ଶୋଭାମୟ କରୁଥିଲା। ଏହାର କୂଳର ଚାଷବାସ ସବୁଜିମାମୟ ପରିବେଶ ସୃଷ୍ଟି କରୁଥିଲା। ମନ୍ତ୍ର ଧ୍ୱନୀରେ ଏହାର ତଟଦେଶ ମୁଖରିତ ହେଉଥିଲା। ହେଲେ ଏହି ବୈତରଣୀ ଆଜିକା ଦିନରେ ବହୁ ସମସ୍ୟା ଦେଇ ଗତି କରୁଥିବାରୁ ଜନମାନସରେ ଆଲୋଡନ ସୃଷ୍ଟି କରିଛି। ସେହି ପୂର୍ଣ୍ଣଗର୍ଭା ବୈତରଣୀର ଗର୍ଭ ଶୁଷ୍କମୟ ହୋଇପଡିଛି। ବାଲୁକାରାଶିରେ ପରିପୂର୍ଣ୍ଣ ଏହାର ଗର୍ଭରେ ସଂକୀର୍ଣ୍ଣ ପଥରେ ଜଳ ପ୍ରବାହିତ ହେବାରେ ଲାଗିଛି। ଲୋକଙ୍କର ଚାଷ ବାସ, ସ୍ନାନ ତର୍ପଣ ଅଭାବ ପୂରଣ କରିଆସୁଥିବା ଏହି ଜଳରାଶି ଏବେ ଲୋକଙ୍କ ଅଭାବ ପୂରଣ କରିବାରେ ଅକ୍ଷମ। ନଦୀ କୂଳରେ ଗଢିଉଠିଥିବା ବଜାର ଘାଟ ପାଇଁ ଚିନ୍ତାଜନକ ସ୍ଥିତି ସୃଷ୍ଟି କରୁଥିବା ମଧ୍ୟ ପରିଲକ୍ଷିତ ହୋଇଛି। ଚା’ ଜଳଖିଆ ଠାରୁ ଆରମ୍ଭ କରି ମାଛ ମାଂସ ଦୋକାନ ଗୁଡିକର ଅଳିଆ ଆବର୍ଜନା ସବୁ ସିଧାସଳଖ ନଦୀ ଗର୍ଭକୁ ଯାଇ ଏହାର ସୁମଧୁର ଜଳରାଶିକୁ ଦୂଷିତ କରିବାରେ ଲାଗିପଡିଛି। ସ୍ଥାନୀୟ ପ୍ରଶାସନିକ ସ୍ତରରେ ଏସବୁ ପ୍ରତି ଦୃଷ୍ଟି ଦିଆଯାଇ କିଛି ଗୋଟେ ମାଷ୍ଟର ପ୍ଲାନ୍‌ କରାଗଲେ ହୁଏତ ନଦୀ ଜଳର ପ୍ରଦୂଷଣ ରୋକି ହୁଅନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ସେହିପରି ନଦୀଶଯ୍ୟା ଏବେ ବାଲିରେ ପରିପୂର୍ଣ୍ଣ ହେବାକୁ ଲାଗିଲାଣି। ଫଳରେ ନଦୀର ଜଳ ଧାରଣର କ୍ଷମତା ଧୀରେ ଧୀରେ କମିବାରେ ଲାଗିଛି। ନଦୀବଢି ସମୟରେ ଜଳରାଶି ସହଜରେ ନିଷ୍କାସିତ ହୋଇ ନ ପାରି ନଦୀବନ୍ଧ ପ୍ରତି ଯଥେଷ୍ଟ ବିପଦ ସୃଷ୍ଟି କରୁଛି। ଯେଉଁ କେତେକ ସ୍ଥାନରେ ଟେଣ୍ଡର ମାଧ୍ୟମରେ ବାଲି ଉତ୍ତୋଳନ କରିବାକୁ ଅନୁମତି ମିଳୁଛି ସେସବୁ ସ୍ଥାନରେ ନଦୀର ପତ୍ତନ ସନ୍ତୋଷ ଜନକ ରହୁଥିବାବେଳେ ଅନ୍ୟସ୍ଥାନ ଗୁଡିକରେ ବାଲୁକା ଶଯ୍ୟା ନଦୀ ପତ୍ତନକୁ ହ୍ରାସ କରୁଛି। ପ୍ରଶାସନିକ ସ୍ତରରେ ଉଦ୍ୟମ ହେଲେ ବାଲି ଶଯ୍ୟାକୁ ଉଠାଯାଇ ନଦୀର ପତ୍ତନକୁ ନିୟନ୍ତ୍ରଣକୁ ଅଣାଯାଇପାରନ୍ତା ବୋଲି ମତ ପ୍ରକାଶ ପାଉଛି।
ଏକ ଚିନ୍ତା ଜନକ ବିଷୟ ସାଜିଛି ବୈତରଣୀ ନଦୀର ସୁମଧୁର ଜଳକୁ ପାଇପ୍‌ ମାଧ୍ୟମରେ ଆଇରନ ଯୋଗାଣ କାର୍ଯ୍ୟରେ ବ୍ୟବହାର କରାଯିବା। ପାଇପ୍‌ ମାଧ୍ୟମରେ ବୈତରଣୀ ଜଳକୁ ବ୍ୟବହାର କରାଯାଇ ଲୁହା ଗୁଣ୍ଡ ପରିବହନ କରିବା ଦ୍ୱାରା ଏହାର ଜଳସ୍ତର ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଅନ୍ୟପକ୍ଷରେ ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳକୁ ସଂରକ୍ଷଣ କରାଯାଇ ବିଭିନ୍ନ କାର୍ଯ୍ୟରେ ବ୍ୟବହାର ଉପଯୋଗୀ କରିବାର ବ୍ୟବସ୍ଥା ହୋଇଥିଲେ ବି ବ୍ୟାରେଜ ତା’ର ଲକ୍ଷ୍ୟ ଠାରୁ ବହୁ ଦୂରରେ ଥିବା ଭଳି ପରିଲକ୍ଷିତ ହୋଇଛି। ବହୁବିଧ ସମସ୍ୟାକୁ ନେଇ ବୈତରଣୀ ତା’ର ପୂର୍ବ ଗରିମାକୁ ଭୂଲିବାକୁ ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…

ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ଲୋକଙ୍କ ଅଭିଯୋଗ ଶୁଣିଲେ ବିଧାୟକ

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତରେ ଗୁରୁବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ…

କଂଗ୍ରେସର ବନ୍ଦ ଡାକରା: ରାଜ୍ୟ ରାଜପଥ ଅବରୋଧ କଲେ ବିକ୍ଷୋଭକାରୀ

ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ…

ଇଣ୍ଡି ମେଣ୍ଟର ବନ୍ଦ ଡାକରା: ଗାଡ଼ିମୋଟର ଫେରାଇଦେଲେ ବିକ୍ଷୋଭକାରୀ

ପାଟଣା,୮ା୧୦(ବୀର କିଶୋର ଦାଶ): ଇଣ୍ଡିମେଣ୍ଟର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣା ଓ ସାହାର ପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ…

ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌ ମୁଖ୍ୟ ପ୍ରସଙ୍ଗ ନେଇ କଂଗ୍ରେସର ବନ୍ଦ ଡାକରା

କେନ୍ଦୁଝର,୮ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌-୨୦୨୬, ପାଠ୍ୟପୁସ୍ତକ ତ୍ରୁଟି ଏବଂ ବନ୍ୟା ସମସ୍ୟା ପ୍ରସଙ୍ଗକୁ ନେଇ ବୁଧବାର ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ କେନ୍ଦୁଝରରେ ବନ୍ଦ ପାଳନ…

ଆନନ୍ଦପୁର କଲେଜ ନିର୍ବାଚନ ପାଇଁ ପୋଲିସ-ପ୍ରଶାସନର ସମନ୍ୱୟ ବୈଠକ: ପଡ଼ୁଛି ଉଠୁଛି କଲେଜ କ୍ୟାମ୍ପସ

ବଞ୍ଚୋ, ୭।୧୦ (ପ୍ରଦୋଷ ବିଶ୍ୱାଳ): ଓଡ଼ିଶା ସରକାରଙ୍କ ନିର୍ଦ୍ଧାରିତ କଲେଜ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଆନନ୍ଦପୁର ପୁଲିସ ଓ ଜିଲା…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?