ବୈପାରିଗୁଡା: ବ୍ଲକ ଅଧ୍ୟକ୍ଷ ଆସନକୁ ଅଙ୍କକଷା

ବୈପାରିଗୁଡା,୨ା୨ (ଡି.ଏନ୍‌.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ବ୍ଲକ ଅଧ୍ୟକ୍ଷ ଆସନକୁ ନେଇ ବୈପାରିଗୁଡା ବ୍ଲକରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ପାଇଁ କୌଣସି ଦଳୀୟ ଚିହ୍ନରେ ପ୍ରାର୍ଥୀମାନେ ନିର୍ବାଚନ ଲଢିବାର ବ୍ୟବସ୍ଥା ନାହିଁ ା ମାତ୍ର ପରୋକ୍ଷ ଭାବେ ନିଜ ଦଳର ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇ କ୍ଷମତା ଦଖଲ କରିବାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି ା
ଏହି ବ୍ଲକ ଅଧ୍ୟକ୍ଷ ଆସନ ଆଦିବାସୀ ପ୍ରାର୍ଥୀଙ୍କ ପାଇ ସଂରକ୍ଷିତ ରହିଛି ା ବ୍ଲକର ସମୁଦାୟ ୨୦ ପଞ୍ଚାୟତର ନିର୍ବାଚିତ ସମିତି ସଭ୍ୟମାନେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଭୋଟ୍‌ ଦେଇ ଅଧଧ୍ୟକ୍ଷ ଭାବେ ନିର୍ବାଚିତ କରିବେ ା ଅନ୍ୟୁନ ୧୧ ଜଣ ସମିତି ସଭ୍ୟ ଯାହା ସପକ୍ଷରେ ଯିବେ ସେ ଜିତିବେ। ଚଳିତ ନିର୍ବାଚନରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି,ଭାଜପା ଓ କଂଗ୍ରେସ ସମେତ କିଛି ସ୍ବାଧୀନ ପ୍ରାର୍ଥୀ ଦୌଡରେ ସାମଲ୍‌ ଅଛନ୍ତି। ତେବେ ଭାଜପା ଓ ସ୍ବାଧୀନ ପ୍ରାର୍ଥୀ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ବୋଲି ଆକଳନ କରାଯାଉଛି ାସୂଚନାଯୋଗ୍ୟ, ଦଳୀୟ ନେତୃତ୍ବ ପରିବର୍ତ୍ତନ ନେଇ ବିଗତ ଦିନରେ ଏଠାରେ ବିଜେଡି ୨ ଗୋଷ୍ଠୀରେ ଭାଗ ହୋଇଥିଲା। ଦଳିୟ କନ୍ଦଳ ଯୋଗୁ ବ୍ଲକ ସଭାପତି ପଦବୀ ସ୍ଥାନରେ ଏକ ୫ ଜଣିଆ କମିଟିକୁ ପରିଚାଳନା ଦାୟିତ୍ବ ପ୍ରଦାନ କରାଯାଇଥିଲା। ଏବେ ଅନେକ ସ୍ଥାନରେ ଦଳିୟ ପ୍ରାର୍ଥୀଙ୍କ ବିପକ୍ଷରେ ଦଳୀୟ ପ୍ରାର୍ଥୀ ଲଢୁଛନ୍ତି। ଫଳରେ ଦଳରେ ଏବେ ମଧ୍ୟ ଫାଟ ରହିଥିବା ଷ୍ପଷ୍ଟ ହେଉଛି। ଏହାର ଫାଇଦା କଂଗ୍ରେସ ଉଠାଇପାରେ ବୋଲି ଆଲୋଚନା ହେଉଛି। ବ୍ଲକ ଅଧ୍ୟକ୍ଷ ପଦ ପାଇଁ ବିଜେଡିର ୨ ଆଶାୟୀ ପ୍ରାର୍ଥୀ ବର୍ତ୍ତମାନର ବୈପାରୀଗୁଡା ସରପଞ୍ଚ ଭାଗୀରଥି ମୁର୍ଜିଆ ଓ ଜିଲା ପରିଷଦ ସଦସ୍ୟ ପ୍ରଶାନ୍ତ ଗୁପ୍ତା ପୂଜାରୀଗୁଡା ପଞ୍ଚାୟତ ସମିତିସଭ୍ୟ ପାଇଁ ଲଢିବା ଦଳକୁ ଅଡୁଆରେ ପକାଇଛି ା ଯଦି ଦଳ ମଧ୍ୟରେ ସହମତି ନ ହୁଏ ଅଧ୍ୟକ୍ଷ ପଦବୀ ପାଇଁ ତୃତୀୟ ବିକଳ୍ପକୁ ଗ୍ରହଣ କରାଯାଇପାରେ। ତେବେ ୨ ପ୍ରମୁଖ ଦଳ ବିଜେଡି ଓ କଂଗ୍ରେସ ଏକାକି ଆବଶ୍ୟକ ସଂଖ୍ୟା ଯୋଗାଡ କରିବା ମଧ୍ୟ ସେତେଟା ସହଜ ହେବନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଶହୀଦ ଗ୍ରାମରକ୍ଷୀଙ୍କ ପରିବାରକୁ ଭେଟି ସମ୍ବର୍ଦ୍ଧିତ ଜଣାଇଲେ ଏସଡିପିଓ, ଝିଅର ପାଠପଢାକୁ ନେଇ ଦେଲେ ଏମିତି ପ୍ରତିଶ୍ରୁତି

ପଟ୍ଟାଙ୍ଗି, ୩୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନରେ କାର୍ଯ୍ୟ କରୁଥିବା ସ୍ବର୍ଗତ ଗ୍ରାମରକ୍ଷୀ ଜଗା ଖିଲଙ୍କ ମା , ଝିଅ ଏବଂ ସ୍ତ୍ରୀଙ୍କୁ…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ: ପ୍ରଭାତ ସଭାପତି ଓ ନିତ୍ୟାନନ୍ଦ ଉପ ସଭାପତି ନିର୍ବାଚିତ:

କୋରାପୁଟ ୨୮।୩,(ଅମିତାଭ ବେହେରା ): କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ ଶେଷ ହୋଇଛି । ଲଗାତାର ଚତୁର୍ଥ ଥର ପାଇଁ କୋରାପୁଟ ବାର୍ ଆସୋସିଏଶନର ସଭାପତି ଭାବେ…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri