ବୈପାରିଗୁଡା: ବ୍ଲକ ଅଧ୍ୟକ୍ଷ ଆସନକୁ ଅଙ୍କକଷା

ବୈପାରିଗୁଡା,୨ା୨ (ଡି.ଏନ୍‌.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ବ୍ଲକ ଅଧ୍ୟକ୍ଷ ଆସନକୁ ନେଇ ବୈପାରିଗୁଡା ବ୍ଲକରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ପାଇଁ କୌଣସି ଦଳୀୟ ଚିହ୍ନରେ ପ୍ରାର୍ଥୀମାନେ ନିର୍ବାଚନ ଲଢିବାର ବ୍ୟବସ୍ଥା ନାହିଁ ା ମାତ୍ର ପରୋକ୍ଷ ଭାବେ ନିଜ ଦଳର ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇ କ୍ଷମତା ଦଖଲ କରିବାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି ା
ଏହି ବ୍ଲକ ଅଧ୍ୟକ୍ଷ ଆସନ ଆଦିବାସୀ ପ୍ରାର୍ଥୀଙ୍କ ପାଇ ସଂରକ୍ଷିତ ରହିଛି ା ବ୍ଲକର ସମୁଦାୟ ୨୦ ପଞ୍ଚାୟତର ନିର୍ବାଚିତ ସମିତି ସଭ୍ୟମାନେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଭୋଟ୍‌ ଦେଇ ଅଧଧ୍ୟକ୍ଷ ଭାବେ ନିର୍ବାଚିତ କରିବେ ା ଅନ୍ୟୁନ ୧୧ ଜଣ ସମିତି ସଭ୍ୟ ଯାହା ସପକ୍ଷରେ ଯିବେ ସେ ଜିତିବେ। ଚଳିତ ନିର୍ବାଚନରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି,ଭାଜପା ଓ କଂଗ୍ରେସ ସମେତ କିଛି ସ୍ବାଧୀନ ପ୍ରାର୍ଥୀ ଦୌଡରେ ସାମଲ୍‌ ଅଛନ୍ତି। ତେବେ ଭାଜପା ଓ ସ୍ବାଧୀନ ପ୍ରାର୍ଥୀ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ବୋଲି ଆକଳନ କରାଯାଉଛି ାସୂଚନାଯୋଗ୍ୟ, ଦଳୀୟ ନେତୃତ୍ବ ପରିବର୍ତ୍ତନ ନେଇ ବିଗତ ଦିନରେ ଏଠାରେ ବିଜେଡି ୨ ଗୋଷ୍ଠୀରେ ଭାଗ ହୋଇଥିଲା। ଦଳିୟ କନ୍ଦଳ ଯୋଗୁ ବ୍ଲକ ସଭାପତି ପଦବୀ ସ୍ଥାନରେ ଏକ ୫ ଜଣିଆ କମିଟିକୁ ପରିଚାଳନା ଦାୟିତ୍ବ ପ୍ରଦାନ କରାଯାଇଥିଲା। ଏବେ ଅନେକ ସ୍ଥାନରେ ଦଳିୟ ପ୍ରାର୍ଥୀଙ୍କ ବିପକ୍ଷରେ ଦଳୀୟ ପ୍ରାର୍ଥୀ ଲଢୁଛନ୍ତି। ଫଳରେ ଦଳରେ ଏବେ ମଧ୍ୟ ଫାଟ ରହିଥିବା ଷ୍ପଷ୍ଟ ହେଉଛି। ଏହାର ଫାଇଦା କଂଗ୍ରେସ ଉଠାଇପାରେ ବୋଲି ଆଲୋଚନା ହେଉଛି। ବ୍ଲକ ଅଧ୍ୟକ୍ଷ ପଦ ପାଇଁ ବିଜେଡିର ୨ ଆଶାୟୀ ପ୍ରାର୍ଥୀ ବର୍ତ୍ତମାନର ବୈପାରୀଗୁଡା ସରପଞ୍ଚ ଭାଗୀରଥି ମୁର୍ଜିଆ ଓ ଜିଲା ପରିଷଦ ସଦସ୍ୟ ପ୍ରଶାନ୍ତ ଗୁପ୍ତା ପୂଜାରୀଗୁଡା ପଞ୍ଚାୟତ ସମିତିସଭ୍ୟ ପାଇଁ ଲଢିବା ଦଳକୁ ଅଡୁଆରେ ପକାଇଛି ା ଯଦି ଦଳ ମଧ୍ୟରେ ସହମତି ନ ହୁଏ ଅଧ୍ୟକ୍ଷ ପଦବୀ ପାଇଁ ତୃତୀୟ ବିକଳ୍ପକୁ ଗ୍ରହଣ କରାଯାଇପାରେ। ତେବେ ୨ ପ୍ରମୁଖ ଦଳ ବିଜେଡି ଓ କଂଗ୍ରେସ ଏକାକି ଆବଶ୍ୟକ ସଂଖ୍ୟା ଯୋଗାଡ କରିବା ମଧ୍ୟ ସେତେଟା ସହଜ ହେବନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ବିଟେକ୍‌ ଛାତ୍ରୀ ସମିତିସଭ୍ୟା ପ୍ରାର୍ଥୀ

ନାକଟିଦେଉଳ,୨୩ା୧(ଡି.ଏନ୍‌.ଏ.)- ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜଣେ ବିଟେକ୍‌ ଛାତ୍ରୀ ସମିତିସଭ୍ୟା ପ୍ରାର୍ଥୀ ହୋଇଛନ୍ତି। ସେ ହେଲେ ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ପାଣିମୁରା ପଞ୍ଚାୟତ...

ସ୍କୁଲ ବସ୍‌କୁ ୪ ଲକ୍ଷ ଫାଇନ୍‌

କୋରାପୁଟ,୨୦ା୪(ସ୍ବ.ପ୍ର.): ଫିଟ୍‌ନେସ୍‌ ଯାଞ୍ଚ ବେଳେ ବୁଧବାର ଏକ ସ୍କୁଲ ବସ୍‌କୁ ଜରିମାନା ହୋଇଛି। ଏହି ବସ୍‌ ଉପରେ ପରିବହନ ବିଭାଗ ୪ ଲକ୍ଷ ଫାଇନ୍‌ କାଟିଛି।...

ବିଜେଡି ବଢିଛି, ଭାଜପା କମିଛି

ଯାଜପୁର ଅଫିସ,୨୮ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଜିଲା ପରିଷଦ ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ଚୂଡ଼ାନ୍ତ ଫଳାଫଳ ଭାଜପା ଓ କଂଗ୍ରେସକୁ ନିରାଶ କରିଛି। ସମସ୍ତ...

ଦାମନଯୋଡିରେ ଦୋଳଉତ୍ସବ ଆରମ୍ଭ

ଦାମନଯୋଡି,୧୪ା୩(ଡି.ଏନ.ଏ.): ରବିବାର ପବିତ୍ର ଫଗୁ ଦଶମୀଠାରୁ ଶ୍ରୀ ରାଧାମାଧବଙ୍କ ଚାଚେରୀ ଯାତ୍ରା ଆରମ୍ଭ ହୋଇଛି। ସନ୍ଧ୍ୟାରେ ସେକ୍ଟର -୧ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଶ୍ରୀ ରାଧାମାଧବଙ୍କୁ ଏକ...

ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ରୁ ଲୁଟିନେଲେ ୩୨ଲକ୍ଷ

ନନ୍ଦପୁର/ କୋରାପୁଟ (ସ୍ବ.ପ୍ର.), ୧୨।୨: କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଶନିବାର ଏକ ବଡ଼ ଧରଣର ଲୁଟ୍‌ ହୋଇଛି। କେତେଜଣ ଦୁର୍ବୃତ୍ତ ବ୍ଲକର ପାଡୁଆ ଥାନା...

ଆଲମାରିରୁ ମିଳିଲା ୯୦ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ,୮ା୮(ସ୍ବ.ପ୍ର.): ଗଞ୍ଜେଇ ଚୋରାଚାଲାଣ କରିବା ଲାଗି ଚାଲାଣକାରୀମାନେ ଭିନ୍ନଭିନ୍ନ ତରିକା ଆପଣାଉଛନ୍ତି। କେତେବେଳେ ମୁଢିବସ୍ତା ଭିତରେ ତ କେବେ ଅଦା, ପଣସ ଅଖା ଭିତରେ ଗଞ୍ଜେଇ...

ଗୁରୁତର ଲକ୍ଷ୍ମଣଙ୍କୁ ୩ କି.ମି. ଭାରରେ ବୋହି ଡାକ୍ତରଖାନା ନେଲେ ନାତି

ଦଶମନ୍ତପୁର,୨ା୩( ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଚଣାବାଡ ପଞ୍ଚାୟତର ଥିବା ସଲପଗୁଡ଼ା ଗ୍ରାମରେ ଜଣେ ଗୁରୁତର ରୋଗୀ ଭାରରେ ବୁହା ହୋଇ ଡାକ୍ତରଖାନା...

୧୬୦ ନମୁନାରୁ ନେଗେଟିଭ ଆସିଛି ୧୯

ସୁନାବେଡ଼ା,୧୬ା୪: କୋରାପୁଟ ଜିଲାରୁ ଏଯାବତ୍‌ ଜଣେ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି। ଏହାସତ୍ତ୍ୱେ ଜିଲା ପ୍ରଶାସନ କୋଭିଡ୍‌-୧୯ ମୁକାବିଲା ପାଇଁ ସଜାଗ ରହିଛି। ଜିଲା...

Advertisement
Archives

Model This Week