ବାହୁଡ଼ିଲେ ଶ୍ରୀ ବଳଦେବଜୀଉ

କେନ୍ଦୁଝର,୯ା୭(ସ୍ବ.ପ୍ର.): ବିଶ୍ୱର ସର୍ବୋଚ୍ଚ ମାନ୍ୟତା ପାଇଥିବା କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ବାହୁଡ଼ା ଯାତ୍ରା ଶନିବାର ଶାନ୍ତିପୂର୍ଣ୍ଣ ଭାବରେ ସରିଛି। ଲକ୍ଷାଧିକ ଭକ୍ତ ଶ୍ରୀଜିଉଙ୍କ ରଥକୁ ଶ୍ରୀ ଗୁଣ୍ଡିଚା ମନ୍ଦିରରୁ ବଡ଼ଦାଣ୍ଡରେ ଟାଣି ଟାଣି ନେଇ ଶ୍ରୀ ବଳଦେବଜୀଉ ମନ୍ଦିର ନିକଟରେ ପହଞ୍ଚାଇଛନ୍ତି। ପାଗ ଅନୁକୂଳ ହୋଇଥିବାରୁ ଜିଲା ଓ ବାହାରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା।

ଏହି ଅବସରରେ ଭକ୍ତମାନଙ୍କ ସୁବିଧା ପାଇଁ ଟ୍ରାଫିକ୍‌ ବ୍ୟବସ୍ଥା, ଆଇନ ଶୃଙ୍ଖଳା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଜିଲାପାଳ ଆଶିଷ ଠାକ୍‌ରେ, ଏସ୍‌ପି ମିତ୍ରଭାନୁ ମହାପାତ୍ର, ଉପଜିଲାପାଳ ରାମଚନ୍ଦ୍ର କିସ୍କୁ, ଏସ୍‌ଡିପିଓ କେନ୍ଦୁଝର ପି.ଜେ. ଟପୋ, ଟାଉନ ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁ , ତହସିଲଦାର ଆଶିଷ ମହାପାତ୍ର, ଅଶ୍ୱିନୀ ନାୟକ, ବିଡିଓ ଉଗ୍ରସେନ ଓରାମ, ସୂଚନା ଲୋକ ସମ୍ପର୍କର ଉପନିର୍ଦ୍ଦେଶକ ସଞ୍ଜୀବ ବାରିକଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଆସନ୍ତାକାଲି ରଥରେ ଶ୍ରୀଜିଉ ସୁନାବେଶରେ ଦର୍ଶନ ଦେବା ପରେ ପହଣ୍ଡି ହୋଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଦିବସରେ ସଦ୍ୟ ଶିଶୁକନ୍ୟାକୁ ଡ୍ରେନ୍‌ରେ ଫିଙ୍ଗିଦେଲେ

ବଲାଙ୍ଗୀର ଅଫିସ,୮ା୩: ଅନ୍ତର୍ଜାତୀୟ ମହିଳା ଦିବସରେ ବଲାଙ୍ଗୀରରେ ଏକ ଅଭାବନୀୟ ଘଟଣା ଘଟିଛି । ସଦ୍ୟଜାତ ଏକ ଶିଶୁକନ୍ୟାକୁ କେହି ତୁଳସୀନଗରର ଏକ ଡ୍ରେନ୍‌ରେ ଫିଙ୍ଗିଦେଇଥିବା...

ନୂଆ ବର୍ଷ ଲାଗି ଶ୍ରୀମନ୍ଦିର ଚଳଚଞ୍ଚଳ -ଜୋରସୋରରେ ଚାଲିଛି ପ୍ରସ୍ତୁତି

ପୁରୀ ଅଫିସ,୩୧ା୧୨- ଆଉ ଦୁଇ ଦିନ ପରେ ହେବ ନୂଆବର୍ଷ। ଏଥିପାଇଁ ଶ୍ରୀମନ୍ଦିର ଚଳଚଞ୍ଚଳ ହୋଇପଡିଛି। ନୂତନ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କ...

ନୂଆ ଆଇନ ଲାଗୁ ପରେ ଦୁର୍ଘଟଣା କମିଛି

ଭଞ୍ଜନଗର,୧୩।୯(ଡି.ଏନ.ଏ.)- ନୂଆ ମୋଟର ଯାନ ଆଇନକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କିନ୍ତୁ ଏହାଦ୍ୱାରା ଦୁର୍ଘଟଣା ଜନିତ ମୃତ୍ୟୁହାର ବହୁତ କମିଛି। ମୁଖ୍ୟମନ୍ତ୍ରୀଙ୍କ...

ସାଲିଆସାହିରେ କମିଶନରେଟ୍‌ ପୋଲିସର ଚଢାଉ

ଭୁବନେଶ୍ବର,୨୦।୯(ବ୍ୟୁରୋ):ଭୁବନେଶ୍ବର ସାଲିଆସାହିରେ ମଙ୍ଗଳବାର କମିଶନରେଟ୍‌ ପୋଲିସ ଚଢାଉ କରିଛି। ଏହି ଚଢାଉରେ ବିପୁଳ ପରିମାଣରେ ଦେଶୀ ମଦ ସହ ପ୍ରସ୍ତୁତ ସାମଗ୍ରୀ ପୋଲିସ ଜବତ କରିଛି...

ତନ୍ତ୍ରସାଧକ ଭାଇର ନାରକୀୟ କାଣ୍ଡ ଘଟଣାର ପର୍ଦ୍ଦାଫାଶ : ଭଉଣୀର ତଣ୍ଟି କାଟି ବଳି ଦେଇଥିଲେ

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା, ୭ା୧ (ଡି.ଏନ୍‌.ଏ.): ନିଜ ମାମୁପୁଅ ଭାଇକୁ ଅପହରଣ କରି ତଣ୍ଟି କାଟି ବଳି ଦେବାର ୧୪ ମାସ ପରେ ଅଭିଯୁକ୍ତ ତନ୍ତ୍ରସାଧକ ଜେଲରୁ...

‘ମଙ୍କିପକ୍ସ’ ପାଇଁ ଏସ୍‌ସିବିରେ ସ୍ବତନ୍ତ୍ର ବ୍ୟବସ୍ଥା

କଟକ ଅଫିସ,୨୯।୭: ଦେଶରେ ‘ମଙ୍କିପକ୍ସ’ମାମଲା ଚିହ୍ନଟ ହେବା ପରେ ଆହୁରି ଚିନ୍ତା ବଢାଇଦେଇଛି। ଏହାକୁ ନିୟନ୍ତ୍ରଣରେ ରଖିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଥିବା...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ବାଲେଶ୍ୱର ଅଫିସ, ୧୪।୪- କରୋନା ସଂକ୍ରମଣଜନିତ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମଙ୍ଗଳବାର ସହାୟତା ରାଶି...

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାୟଗଡ଼ା ଅଫିସ,୧୮।୩: ରାୟଗଡ଼ା ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି...

Advertisement
Archives

Model This Week