ବାହାନା ନାଳ ସ୍ଥିତି ସଙ୍ଗିନ, ବଢ଼ିଲା ଚିନ୍ତା

ବ୍ରହ୍ମପୁର,୧୭।୭(ଅଶୋକ କୁମାର ସାହୁ): ବ୍ରହ୍ମପୁର ସହର ଭିତର ଦେଇ ଯାଇଥିବା ବାହାନା ନାଳର ସ୍ଥିତି ସଙ୍ଗିନ ହୋଇପଡ଼ିଛି। ନାଳର ବିଭିନ୍ନ ସ୍ଥାନରେ ଆବର୍ଜନା ପଡୁଥିବା ଓ ଅନେକ ସ୍ଥାନରେ ଦଳ ଭର୍ତ୍ତି ହୋଇଯାଇଥିବାରୁ ନର୍ଦ୍ଦମାଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ଏପଟେ ବର୍ଷା ଆରମ୍ଭ ହୋଇଯାଇଥିବାରୁ ବାହାନା ଉଛୁଳିବ ଓ ଘରେ ପାଣି ପଶିବା ଆଶଙ୍କାରେ ନାଳ କୂଳେ କୂଳେ ଥିବା ବାସିନ୍ଦାଙ୍କ ଚିନ୍ତା ବଢ଼ିଯାଇଛି। ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ଓ ଜଳ ନିକାଶ ବିଭାଜନ ପକ୍ଷରୁ ପ୍ରତିବର୍ଷ ବହୁ ଅର୍ଥ ଖର୍ଚ୍ଚ କରାଯାଉଥିଲେ ବି ସ୍ଥାୟୀ ପ୍ରତିକାର କାହିଁକି ହୋଇପାରୁନାହିଁ ଏ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି।
ସାପୁଆ ନଦୀର ଶାଖା ବାହାନା ଏକ କୃଷିଭିତ୍ତିକ ନାଳ ଥିଲା। ଏହି ନାଳ ଦ୍ୱାରା ସହର ନିକଟ ଜମି ଜଳସେଚିତ ହେଉଥିଲା। କିନ୍ତୁ ବାହାନା କଡ଼େ କଡ଼େ ଜନବସତି ଗଢ଼ି ଉଠିବାରୁ ତାହା ସହର ଭିତରେ ରହିଗଲା। ସହରର ଆବର୍ଜନା ପାଣି ନାଳକୁ ଛଡ଼ାଗଲା। ଏବେ ଏହା ସମ୍ପୂର୍ଣ୍ଣ ପ୍ରଦୂଷିତ। ଫାଷ୍ଟଗେଟ୍‌ ନିକଟରୁ ବାହାରିଥିବା ବାହାନା ନାଳ ଗୋପାଳପୁର ଜଙ୍କଶନ ନିକଟରେ ପ୍ରଶସ୍ତ ହୋଇଯାଇଛି। ପ୍ରତିବର୍ଷ ଏହି ନାଳ ସଫେଇ ପାଇଁ ଜଳ ନିକାଶ ବିଭାଜନ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରୁଛି। ନାଳର ଯେଉଁଠି ମରାମତି କାର୍ଯ୍ୟ ହେଉଛି ତାହା ବି କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ମିଳୁଛି। ହେଲେ ନାଳର ବିଭିନ୍ନ ସ୍ଥାନରେ ଜବରଦଖଲ ହୋଇଥିବାରୁ ଏହା ସଂକୀର୍ଣ୍ଣ ହୋଇଯାଇଛି। କେତେକ ସ୍ଥାନରେ ନାଳ ଉଚ୍ଚରେ ଥିବାବେଳେ ଜନବସତି ନୀଚ ସ୍ଥାନରେ ରହିଛି। ଏବେ ଜବରଦଖଲକାରୀଙ୍କୁ ଚିହ୍ନଟ କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ୩୪.୮ କି.ମି. ଦୈର୍ଘ୍ୟ ବିଶିଷ୍ଟ ଏହି ନାଳର ପ୍ରାୟ ୧୧ କି.ମି. ସହରର ୧୮ଟି ୱାର୍ଡ ଭିତରେ ରହିଛି। ତେଣୁ ବାହାନା ପାଇଁ ବିଇଏମ୍‌ସିର ଗୁରୁଦାୟିତ୍ୱ ରହିଛି। ଏହି ୨ ବିଭାଗ ପକ୍ଷରୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଦିନକୁ ଦିନ ସ୍ଥିତି ସଙ୍ଗିନ ହେବାରେ ଲାଗିଛି ବୋଲି ୧୮ନଂ. ୱାର୍ଡ ତ୍ରିବେଣୀନଗରର ସାମାଜିକ କର୍ମୀ ବସନ୍ତ ବେହେରା, ମୁରଲୀଧର ପଣ୍ଡା, ସନ୍ତୋଷ ପାଢ଼ୀ ପ୍ରମୁଖ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି, ଦ୍ୱିତୀୟ ଗୌଡ଼ସାହି, ରାଉତପେଟା ସାହ, ଗଙ୍ଗାଧର ନଗର, ହନୁମାନ ନଗର, ମଥୁରା ନଗର, ବାଲାଜୀ ପେଣ୍ଠ ସାହି (ଗୁଲା ସାହି), ଗେଟ୍‌ ବଜାର ଧୋବାନାଳରେ ମିଶି ନୀଳାଞ୍ଚଳନଗର, ଗଜପତିନଗର ଆଦି ଦେଇ ବାହାନା ନାଳ ଯାଇଛି। ଓଡିଆର୍‌ପି ପାଣ୍ଠିରୁ ବନ୍ୟାଜଳ ନିଷ୍କାସନ ପାଇଁ ପର୍ଯ୍ୟାପ୍ତ ଅନୁଦାନ ଆସିଥିଲା। କିନ୍ତୁ କାମ କିଛି କରିଦେଇ ବନ୍ଦ ହୋଇଯାଇଛି। ସେହି ଅନୁଦାନ କେମିତି ଖର୍ଚ୍ଚ ହୋଇଛି ତାହା ଜଣାପଡୁନାହିଁ ବୋଲି ସେମାନେ କହିଛନ୍ତି। ଜଳ ନିକାଶ ବିଭାଜନ ପକ୍ଷରୁ ପ୍ରତିବର୍ଷ ପର୍ଯ୍ୟାପ୍ତ ଅନୁଦାନ ଖର୍ଚ୍ଚ କରାଯାଉଛି ବୋଲି କୁହାଯାଉଛି। କିନ୍ତୁ କେବଳ ଗୋଟିଏ ସ୍ଥାନରୁ କିଛି ଆବର୍ଜନା ବାହାର କରିଦେଇ ଠିକାଦାର ଚାଲିଯାଉଛନ୍ତି। ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଉ ନ ଥିବାରୁ ଅର୍ଥ ବାଟମାରଣା ହେଉଥିବା ସନ୍ଦେହ ହେଉଥିବା ପ୍ରକାଶ କରିଛନ୍ତି। ଗତ କିଛିଦିନ ତଳେ ହୋଇଥିବା ବିଇଏମ୍‌ସି ସାଧାରଣ ବୈଠକରେ ୩୫ ନଂ. ୱାର୍ଡର କର୍ପୋରେଟର ସମୀର କୁମାର ମିଶ୍ର ବାହାନା ନାଳ ପ୍ରସଙ୍ଗ ଉଠାଇ ସଫେଇ କରିବାକୁ ଦାବି କରିଥିଲେ। ବ୍ରହ୍ମପୁର ଜଳ ନିକାଶ ବିଭାଜନର ନିର୍ବାହୀ ଯନ୍ତ୍ରୀ ବିଷ୍ଣୁପ୍ରସାଦ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଛନ୍ତି, ବାହାନା ନାଳ ସଫେଇ ପାଇଁ ପ୍ରତିବର୍ଷ ଅର୍ଥ ଖର୍ଚ୍ଚ କରାଯାଉଛି। ଚଳିତବର୍ଷ ମଧ୍ୟ ୧୫ ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିବା ସୂଚନା ଦେଇଛନ୍ତି। ଗଜପତିନଗର ଉନ୍ନୟନ କମିଟିର ଜଣେ ସଦସ୍ୟ ଅଭିଯୋଗ କରିଛନ୍ତି, ବର୍ଷାଦିନେ ନାଳ ସଫେଇ କରୁଛନ୍ତି। ଆବର୍ଜନା ସବୁ ନାଳ କଡ଼େ ପକାଇ ଦିଆଯାଉଥିବାରୁ ବର୍ଷା ହେଲେ ପୁଣି ତାହା ନାଳକୁ ଯିବ। ସଫେଇ ଧର୍ମକୁ ଆଖିଠାର ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri