Posted inଖେଳ

ମୁଖ୍ୟ କୋଚ୍‌ ପଦବୀରୁ ଅବ୍ୟାହତି ନେଲେ ବାହାଦୁର ସିଂ

ନୂଆଦିଲ୍ଲୀ, ୮ା୭ (ପି.ଟି.)-ଭାରତୀୟ ଆଥଲେଟିକ୍ସ କୋଚ୍‌ ପଦବୀରୁ ବାହାଦୁୁର ସିଂ ଅବ୍ୟାହତି ନେଇଛନ୍ତି। ସେ ଦୀର୍ଘ ୨୫ବର୍ଷ ଧରି ଏହି ପଦବୀରେ ଥିଲେ। ଭାରତରେ କୌଣସି କୋଚ୍‌ ଏତେ ଦିନ ଧରି କାର୍ଯ୍ୟକରି ନାହାନ୍ତି। ବୟସ କଟକଣା ଯୋଗୁ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ତାଙ୍କ କାର୍ଯ୍ୟକାଳ ମିଆଦ ବୃଦ୍ଧି କରି ନ ଥିଲା। ୭୪ ବର୍ଷୀୟ ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା (୧୯୭୮ ଓ ୧୯୮୨) ଏହି ଶଟ୍‌ପୁଟର କାର୍ଯ୍ୟକାଳ ଜୁନ୍‌ ୩୦ରେ ଶେଷ ହୋଇଥିଲା। ସ୍ପୋଟର୍‌ସ ଗାଇଡ୍‌ଲାଇନ୍‌ ଅନୁସାରେ ଜାତୀୟ କ୍ୟାମ୍ପଗୁଡ଼ିକରେ କୋଚ୍‌ମାନଙ୍କ ସର୍ବାଧିକ ବୟସ ସୀମା ୭୦ବର୍ଷ ରଖାଯାଇଛି। ସିଂ ୧୯୯୫ ଫେବୃୟାରୀରେ ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରଥମେ ଜଣେ ଅନ୍ତର୍ଜାତୀୟ ପଦକ ବିଜେତା ଏବଂ ପରେ ମୁଖ୍ୟ କୋଚ୍‌୍‌ ଭାବେ ଭାରତୀୟ ଆଥଲେଟିକ୍ସ ପ୍ରତି ବାହାଦୁରଙ୍କ ଅବଦାନ ଉଲ୍ଲେଖନୀୟ ବୋଲି ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ(ଏଏଫ୍‌ଆଇ) ସଭାପତି ଆଡିଲ ସୁମାରିଓ୍ବାଲ କହିଛନ୍ତି। କୋଭିଡ୍‌ ୧୯ ଯୋଗୁ ବରିଷ୍ଠ ନାଗରିକମାନଙ୍କ ଆତଯାତ ଉପରେ ଗୃହ ମନ୍ତ୍ରଣାଳୟ କଟକଣା ଲଗାଇଛନ୍ତି। ଏହି ଦୃଷ୍ଟିରୁ ବାହାଦୁର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଟୋକିଓ ୨୦୨୦ ଗେମ୍ସ ଯଦି ସ୍ଥଗିତ ହୋଇ ନ ଥାନ୍ତା ତେବେ ତାଙ୍କୁ ଭାରତୀୟ ଅଲିମ୍ପିକ୍ସ ଦଳରେ ଦେଖିବାକୁ ମିଳିଥାନ୍ତା। ବାହାଦୁରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭାରତ ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆଥଲେଟିକ୍ସରେ ୨ ସ୍ବର୍ଣ୍ଣ ସହ ୧୨ ପଦକ ହାସଲ କରିଥିଲା। ଜାକର୍ତ୍ତାରେ ୨୦୧୮ ଏସିଆନ ଗେମ୍ସରେ ଶ୍ରେଷ୍ଠ ପ୍ରଦର୍ଶନ ସହ ଭାରତ ଦୌଡ଼କୁଦ ପ୍ରତିଯୋଗିତାରେ ୮ ସ୍ବର୍ଣ୍ଣ ଓ ୯ ରୌପ୍ୟ ସହ ମୋଟ ୨୦ଟି ପଦକ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri