କ୍ଷତିଗ୍ରସ୍ତଙ୍କୁ ବଗଲା ଧର୍ମଶାଳା ଜମି ବିକ୍ରି

ପୁରୀ ଅଫିସ,୧୯ା୮: ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟବସାୟ ପ୍ରତିଷ୍ଠାନ ହରାଇଥିବା କ୍ଷତିଗ୍ରସ୍ତଙ୍କୁ ବଡ଼ଦାଣ୍ଡରେ ଥିବା ବଗଲା ଧର୍ମଶାଳା ଜମି ବିକ୍ରି କରାଯାଇଛି। ୬ଜଣ ଲଜିଂ ମାଲିକଙ୍କୁ ଜିଲା ପ୍ରଶାସନ ୩୪୦ ଡେସିମିଲ ଜମି ବିକ୍ରି କରିଛି। ଜିଲା ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଏନେଇ ୬ଟି ବିକ୍ରି କବଲା କରାଯାଇଥିବା ଜଣାପଡିଛି। ତେବେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ବିଚାରାଧୀନ ଥିବାବେଳେ ଧର୍ମଶାଳାର କିଛି ଅଂଶ କିପରି ବିକ୍ରି କରାଗଲା ସେନେଇ ଅନେକ ଭକ୍ତ ଓ ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ସରକାରଙ୍କ ପ୍ରତିଶ୍ରୁତି ବାସ୍ତବତାର ରୂପ ନେଇଛି ବୋଲି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି।
ବଡ଼ଦାଣ୍ଡକୁ ଲାଗି ବଳଗଣ୍ଡି ମୌଜାର ଖାତା ନଂ. ୨୪୨ରେ ରହିଛି ବଗଲା ଧର୍ମଶାଳା। ୫ଟି ପ୍ଲଟରେ ୨ ଏକର ୫୭୪ ଡେସିମିଲ ଜମି ରହିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବା ତୀର୍ଥଯାତ୍ରୀଙ୍କ ନିମନ୍ତେ ବାବୁ କହ୍ନେୟାଲାଲ ବଗଲା ନାମକ ଜଣେ ବ୍ୟକ୍ତି ୧୮୯୯ରେ ଏହି ଜମି ବଙ୍ଗଳା ସରକାରଙ୍କଠାରୁ କିଣି ସେଠାରେ ଏକ ଧର୍ମଶାଳା ନିର୍ମାଣ କରିଥିଲେ। ୧୯୦୫ରେ ଏହି ଜମି ସମେତ ଧର୍ମଶାଳାକୁ ତତ୍କାଳୀନ ପୁରୀ ଜିଲାପାଳ ତଥା ଲଜିଂ ହାଉସ୍‌ ଫଣ୍ଡ ସଭାପତିଙ୍କୁ ଦାନ ଆକାରରେ ହସ୍ତାନ୍ତର କରିଥିଲେ। ପୁରୀ ଆସୁଥିବା ଗରିବ ଓ ମଧ୍ୟବିତ୍ତ ବ୍ୟକ୍ତିମାନେ ଖୁବ୍‌ କମ୍‌ ଟଙ୍କା କୋଠରି ଭଡ଼ା ଦେଇ ଏଠାରେ ରହିପାରୁଥିଲେ। ହେଲେ ଧର୍ମଶାଳାର ଦୁଇଟି କୋଠା ମଧ୍ୟରୁ ପୁରୁଣା କୋଠାକୁ ପୁନଃ ନିର୍ମାଣ ପାଇଁ ୩ବର୍ଷ ତଳେ ପ୍ରଶାସନ ଭାଙ୍ଗି ଦେଇଥିଲା। ସେଠାରେ ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମାଣ ପାଇଁ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମକୁ ଦାୟିତ୍ୱ ଦିଆଯାଇଥିଲା। ସମ୍ପୃକ୍ତ ସଂସ୍ଥା ପ୍ରାୟ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଥିବାବେଳେ ହଠାତ୍‌ ଏହାକୁ କୌଣସି କାରଣରୁ ବନ୍ଦ କରାଯାଇଥିଲା। ହେଲେ ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ହୋଇଥିବା କେତେକ ଲଜିଂ ମାଲିକ ଏବଂ ଆଉ କିଛି କ୍ଷତିଗ୍ରସ୍ତଙ୍କୁ ବଗଲା ଧର୍ମଶାଳା ଜମି ଆବଣ୍ଟନ ପାଇଁ ନିଷ୍ପତ୍ତି ହୋଇଥିଲା। ଗତବର୍ଷ ଅକ୍ଟୋବରରେ ଏହି ଜମିର ପ୍ଲଟିଂ ନକ୍ସା କରାଯାଇଥିବା ଜଣାପଡ଼ିବାପରେ ଏହାକୁନେଇ ଭକ୍ତ ଓ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ନେଇ ଡିସେମ୍ବର ୨ତାରିଖରେ ସାମାଜିକ କର୍ମୀ ଜଗନ୍ନାଥ ବସ୍ତିଆ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ମଧ୍ୟ ଦାଖଲ କରାଯାଇଥିଲା। ତେବେ ଏହା ବିଚାରାଧୀନ ଥିବାବେଳେ ଜିଲାପାଳ ଶ୍ରୀମନ୍ଦିର ଚୌହଦୀରୁ ଉଚ୍ଛେଦ ହୋଇଥିବା ଲଜିଂ ମାଲିକଙ୍କୁ ୩୪୦ ଡେସିମିଲ ଜମି ବିକ୍ରି କରିଛନ୍ତି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସେମାନଙ୍କୁ ଅନ୍ୟତ୍ର ଜମି ଦେବାକୁ ଦାବି ଉଠିଛି। ଭକ୍ତ ମହେଶ୍ୱର ବେହେରା କହିଛନ୍ତି, ପୁରୀ ବୁଲିବାକୁ ଆସୁଥିବା ୬୦ହଜାର ଭକ୍ତଙ୍କ ରହଣି ପାଇଁ ବ୍ୟବସ୍ଥା କରିବା ଲାଗି ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ବଗଲା ଧର୍ମଶାଳା ଜମିରେ ଭକ୍ତଙ୍କ ଲାଗି ରହଣି ବ୍ୟବସ୍ଥା କରାଯିବା ପ୍ରାସଙ୍ଗିକତା ରହିଛି। ପ୍ରଶାସନ ଲଜିଂ ମାଲିକଙ୍କୁ ଜମି ବିକ୍ରି କରିବା ନିଷ୍ପତ୍ତିରୁ ଓହରିଯିବା ଦରକାର। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ଏହି ଜମିକୁ ଭକ୍ତଙ୍କ ପାଇଁ ଛାଡ଼ି ଦିଆଯିବା ଦରକାର ବୋଲି ଗଣମାଧ୍ୟମକୁ କହିଛନ୍ତି।
ଏସମ୍ପର୍କରେ ଉପଜିଲାପାଳ ସାହୁ କହିଛନ୍ତି, ଶ୍ରୀମନ୍ଦିରର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ତ୍ୟାଗର ଆହ୍ବାନକୁ ଲୋକେ ସମ୍ମାନ ଦେଇଛନ୍ତି। ସେମାନେ ତାଙ୍କ ଭିଟାମାଟିକୁ ମହାପ୍ରଭୁଙ୍କ ପାଇଁ ଛାଡ଼ି ଦେଇଛନ୍ତି। ଏହା ହିିଁ ହେଉଛି ପୁରୀବାସୀଙ୍କ ବଡ଼ପଣ। ରାଜ୍ୟ ସରକାର ସେମାନଙ୍କୁ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଜମି ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସରକାରଙ୍କ ସେହି ପ୍ରତିଶ୍ର୍ରୁତି ଆଜି ବାସ୍ତବତାର ରୂପ ନେଇଛି ବୋଲି ଉପଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri