କ୍ଷତିଗ୍ରସ୍ତଙ୍କୁ ବଗଲା ଧର୍ମଶାଳା ଜମି ବିକ୍ରି

ପୁରୀ ଅଫିସ,୧୯ା୮: ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟବସାୟ ପ୍ରତିଷ୍ଠାନ ହରାଇଥିବା କ୍ଷତିଗ୍ରସ୍ତଙ୍କୁ ବଡ଼ଦାଣ୍ଡରେ ଥିବା ବଗଲା ଧର୍ମଶାଳା ଜମି ବିକ୍ରି କରାଯାଇଛି। ୬ଜଣ ଲଜିଂ ମାଲିକଙ୍କୁ ଜିଲା ପ୍ରଶାସନ ୩୪୦ ଡେସିମିଲ ଜମି ବିକ୍ରି କରିଛି। ଜିଲା ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଏନେଇ ୬ଟି ବିକ୍ରି କବଲା କରାଯାଇଥିବା ଜଣାପଡିଛି। ତେବେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ବିଚାରାଧୀନ ଥିବାବେଳେ ଧର୍ମଶାଳାର କିଛି ଅଂଶ କିପରି ବିକ୍ରି କରାଗଲା ସେନେଇ ଅନେକ ଭକ୍ତ ଓ ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ସରକାରଙ୍କ ପ୍ରତିଶ୍ରୁତି ବାସ୍ତବତାର ରୂପ ନେଇଛି ବୋଲି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି।
ବଡ଼ଦାଣ୍ଡକୁ ଲାଗି ବଳଗଣ୍ଡି ମୌଜାର ଖାତା ନଂ. ୨୪୨ରେ ରହିଛି ବଗଲା ଧର୍ମଶାଳା। ୫ଟି ପ୍ଲଟରେ ୨ ଏକର ୫୭୪ ଡେସିମିଲ ଜମି ରହିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବା ତୀର୍ଥଯାତ୍ରୀଙ୍କ ନିମନ୍ତେ ବାବୁ କହ୍ନେୟାଲାଲ ବଗଲା ନାମକ ଜଣେ ବ୍ୟକ୍ତି ୧୮୯୯ରେ ଏହି ଜମି ବଙ୍ଗଳା ସରକାରଙ୍କଠାରୁ କିଣି ସେଠାରେ ଏକ ଧର୍ମଶାଳା ନିର୍ମାଣ କରିଥିଲେ। ୧୯୦୫ରେ ଏହି ଜମି ସମେତ ଧର୍ମଶାଳାକୁ ତତ୍କାଳୀନ ପୁରୀ ଜିଲାପାଳ ତଥା ଲଜିଂ ହାଉସ୍‌ ଫଣ୍ଡ ସଭାପତିଙ୍କୁ ଦାନ ଆକାରରେ ହସ୍ତାନ୍ତର କରିଥିଲେ। ପୁରୀ ଆସୁଥିବା ଗରିବ ଓ ମଧ୍ୟବିତ୍ତ ବ୍ୟକ୍ତିମାନେ ଖୁବ୍‌ କମ୍‌ ଟଙ୍କା କୋଠରି ଭଡ଼ା ଦେଇ ଏଠାରେ ରହିପାରୁଥିଲେ। ହେଲେ ଧର୍ମଶାଳାର ଦୁଇଟି କୋଠା ମଧ୍ୟରୁ ପୁରୁଣା କୋଠାକୁ ପୁନଃ ନିର୍ମାଣ ପାଇଁ ୩ବର୍ଷ ତଳେ ପ୍ରଶାସନ ଭାଙ୍ଗି ଦେଇଥିଲା। ସେଠାରେ ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମାଣ ପାଇଁ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମକୁ ଦାୟିତ୍ୱ ଦିଆଯାଇଥିଲା। ସମ୍ପୃକ୍ତ ସଂସ୍ଥା ପ୍ରାୟ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଥିବାବେଳେ ହଠାତ୍‌ ଏହାକୁ କୌଣସି କାରଣରୁ ବନ୍ଦ କରାଯାଇଥିଲା। ହେଲେ ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ହୋଇଥିବା କେତେକ ଲଜିଂ ମାଲିକ ଏବଂ ଆଉ କିଛି କ୍ଷତିଗ୍ରସ୍ତଙ୍କୁ ବଗଲା ଧର୍ମଶାଳା ଜମି ଆବଣ୍ଟନ ପାଇଁ ନିଷ୍ପତ୍ତି ହୋଇଥିଲା। ଗତବର୍ଷ ଅକ୍ଟୋବରରେ ଏହି ଜମିର ପ୍ଲଟିଂ ନକ୍ସା କରାଯାଇଥିବା ଜଣାପଡ଼ିବାପରେ ଏହାକୁନେଇ ଭକ୍ତ ଓ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ନେଇ ଡିସେମ୍ବର ୨ତାରିଖରେ ସାମାଜିକ କର୍ମୀ ଜଗନ୍ନାଥ ବସ୍ତିଆ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ମଧ୍ୟ ଦାଖଲ କରାଯାଇଥିଲା। ତେବେ ଏହା ବିଚାରାଧୀନ ଥିବାବେଳେ ଜିଲାପାଳ ଶ୍ରୀମନ୍ଦିର ଚୌହଦୀରୁ ଉଚ୍ଛେଦ ହୋଇଥିବା ଲଜିଂ ମାଲିକଙ୍କୁ ୩୪୦ ଡେସିମିଲ ଜମି ବିକ୍ରି କରିଛନ୍ତି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସେମାନଙ୍କୁ ଅନ୍ୟତ୍ର ଜମି ଦେବାକୁ ଦାବି ଉଠିଛି। ଭକ୍ତ ମହେଶ୍ୱର ବେହେରା କହିଛନ୍ତି, ପୁରୀ ବୁଲିବାକୁ ଆସୁଥିବା ୬୦ହଜାର ଭକ୍ତଙ୍କ ରହଣି ପାଇଁ ବ୍ୟବସ୍ଥା କରିବା ଲାଗି ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ବଗଲା ଧର୍ମଶାଳା ଜମିରେ ଭକ୍ତଙ୍କ ଲାଗି ରହଣି ବ୍ୟବସ୍ଥା କରାଯିବା ପ୍ରାସଙ୍ଗିକତା ରହିଛି। ପ୍ରଶାସନ ଲଜିଂ ମାଲିକଙ୍କୁ ଜମି ବିକ୍ରି କରିବା ନିଷ୍ପତ୍ତିରୁ ଓହରିଯିବା ଦରକାର। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ଏହି ଜମିକୁ ଭକ୍ତଙ୍କ ପାଇଁ ଛାଡ଼ି ଦିଆଯିବା ଦରକାର ବୋଲି ଗଣମାଧ୍ୟମକୁ କହିଛନ୍ତି।
ଏସମ୍ପର୍କରେ ଉପଜିଲାପାଳ ସାହୁ କହିଛନ୍ତି, ଶ୍ରୀମନ୍ଦିରର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ତ୍ୟାଗର ଆହ୍ବାନକୁ ଲୋକେ ସମ୍ମାନ ଦେଇଛନ୍ତି। ସେମାନେ ତାଙ୍କ ଭିଟାମାଟିକୁ ମହାପ୍ରଭୁଙ୍କ ପାଇଁ ଛାଡ଼ି ଦେଇଛନ୍ତି। ଏହା ହିିଁ ହେଉଛି ପୁରୀବାସୀଙ୍କ ବଡ଼ପଣ। ରାଜ୍ୟ ସରକାର ସେମାନଙ୍କୁ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଜମି ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସରକାରଙ୍କ ସେହି ପ୍ରତିଶ୍ର୍ରୁତି ଆଜି ବାସ୍ତବତାର ରୂପ ନେଇଛି ବୋଲି ଉପଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ଓଡ଼ିଶା ଲିଲି କପ୍‌ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ: ଏମ୍‌-୩ ପାନ୍ଥର୍ସ କଟକ ଚମ୍ପିୟାନ

କଟକ ସଦର,୨୭।୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଲିଲି ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ‘ଅଲ ଓଡ଼ିଶା ଲିଲି କପ୍‌’ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ…

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

ଉଡନ୍ତା ପାଉଁଶ ଗଦା ଉପରେ ବଡ଼ ଧରଣର ଚଢ଼ାଉ

କୁଆଁରମୁଣ୍ଡା,୨୭।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଉଡ଼ନ୍ତା ପାଉଁଶ ଗଦା କରାଯାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

ନିଆରା ରାକ୍ଷୀପୂର୍ଣ୍ଣିମା: ଗଛକୁ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ଛାତ୍ରୀଛାତ୍ର

ଭଞ୍ଜନଗର, ୨୭।୮(ବାବୁଲା ପ୍ରଧାନ): ଗଛ ଓ ମଣିଷର ସମ୍ପର୍କକୁ ଦୃଢ଼ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଲକ୍ଷ୍ୟରେ ରାକ୍ଷୀପୂର୍ଣ୍ଣିମା ଅବସରରେ ଭଞ୍ଜନଗର କବି ସମ୍ରାଟ…

ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି କରିବାକୁ ଚାଷୀଙ୍କ ଦାବି, ବାକି ଅଛନ୍ତି…

ବଡ଼ଗାଁ,୨୭।୮(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକରେ ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ପ୍ରକ୍ରିୟାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ…

ପୁଣି ବନ୍ଦ ହେଲା ୪ ସ୍ଲୁଇସ ଗେଟ: ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରବାର ୍ଯଯଯାହ୍ନରେ ପୁଣି ୪ଟି ସ୍ଲୁଇସ ଗେଟକୁ ବନ୍ଦ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri