ମଧ୍ୟପ୍ରଦେଶ ଅଭିମୁଖେ ବାଘୁଣୀ ସୁନ୍ଦରୀ

ବନ୍ତଳା,୨୪ା୩(ଡି.ଏନ.ଏ.): ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ରାଇଗୁଡ଼ା ଏନ୍‌କ୍ଲୋଜର ମଧ୍ୟରେ ୨୦୧୮ ନଭେମ୍ବର ୬ରୁ ବନ୍ଦୀ ଜୀବନ କାଟୁଥିବା ବାଘୁଣୀ ସୁନ୍ଦରୀକୁ ମଙ୍ଗଳବାର ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରାଇ ନିଆଯାଉଛି। ଟ୍ରାଙ୍କୁଲାଇଜ୍‌ ଦ୍ୱାରା ନିସ୍ତେଜ କରାଯିବା ପରେ କାହ୍ନାରୁ ଆସିଥିବା ସ୍ବତନ୍ତ୍ର ଗାଡ଼ିରେ ବାଘୁଣୀକୁ ଭର୍ତ୍ତି କରାଯାଇଥିଲା। ସାତକୋଶିଆରୁ ଏକ ଟିମ୍‌ ସୁନ୍ଦରୀକୁ ଛାଡ଼ିବାକୁ ମଧ୍ୟପ୍ରଦେଶ ଯାଉଥିବା ସୂଚନା ମିଳିଛି।
ମଧ୍ୟପ୍ରଦେଶରୁ ଆସିଥିବା ୭ଜଣିଆ ଟିମ୍‌ ଦୁଇଦିନ ଧରି ସୁନ୍ଦରୀର ସ୍ବାସ୍ଥ୍ୟାବସ୍ଥା, ଗତିବିଧି ଅନୁଧ୍ୟାନ କରିବା ପରେ ଅପରାହ୍ନ ୩ଟା ୨୫ରେ ଟ୍ରାଙ୍କୁଲାଇଜ କରିଥିଲା। ପ୍ରାଣୀ ବିଶେଷଜ୍ଞ ତଥା ଡାକ୍ତର ସନ୍ଦୀପ ଅଗ୍ରୱାଲା ଓ ଡାକ୍ତର କିଶୋର ସାହୁଙ୍କ ମିଳିତ ଉଦ୍ୟମରେ ଟ୍ରାଙ୍କୁଲାଇଜ କରାଯାଇଥିଲା। ଅନୁଗୋଳ ସର୍କଲ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ (ଆର୍‌ସିସିଏଫ୍‌) ପ୍ରଦୀପ ରାଜ କରାଟେ, କାହ୍ନାର ଅତିରିକ୍ତ ଆଞ୍ଚଳିକ ବନ ସଂରକ୍ଷକ ଏସ୍‌.କେ. ସିହ୍ନା, ସାତକୋଶିଆ ଡିଏଫଓ ରବି ମୀନା, ଏସିଏଫ୍‌ ସରାଜ ପଣ୍ଡା, ଶୁଭେନ୍ଦୁ ବେହେରା, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ କାର୍ଯ୍ୟାଳୟର ପ୍ରାଣୀ ବିଶେଷଜ୍ଞ ରୁଦ୍ର ନାରାୟଣ ପ୍ରଧାନ, ରାଇଗୁଡା ରେଞ୍ଜ ଅଧିକାରୀ ପ୍ରମୁଖଙ୍କ ଉପସ୍ଥିତରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯାଇଥିଲା। ମାତ୍ର ୨୦ ମିନିଟ ମଧ୍ୟରେ ଏ ନେଇ ସମସ୍ତ ପ୍ରକ୍ରିୟା ଶେଷ କରାଯାଇ ନିସ୍ତେଜ ବାଘୁଣୀକୁ କାହ୍ନାରୁ ଆସିଥିବା ସ୍ବତନ୍ତ୍ର ଗାଡ଼ିରେ ଭର୍ତ୍ତି କରାଯାଇଥିଲା। ସନ୍ଧ୍ୟା ୬ଟାରେ ଉକ୍ତ ଗାଡ଼ି ସହ ମଧ୍ୟପ୍ରଦେଶ ଟିମ୍‌ ଓ ସାତକୋଶିଆରୁ ଏସିଏଫ୍‌ ସରୋଜ ପଣ୍ଡା, ଡାକ୍ତର କିଶୋର ସାହୁଙ୍କ ସହ ୪ ଜଣିଆ ଟିମ୍‌ କାହ୍ନା ଅଭୟାରଣ୍ୟ ଅଭିମୁଖେ ବାହାରିଥିବା ଜଣାପଡ଼ିଛି। କାହ୍ନା ବ୍ୟାଘ୍ର ପ୍ରକଳ୍ପର ଘୋରେଲା ସ୍ଥିତ ସ୍ବତନ୍ତ୍ର ଏନ୍‌କ୍ଲୋଜରରେ ରଖାଯାଇ ସୁନ୍ଦରୀର ହିଂସ୍ର ପ୍ରବୃତ୍ତି ଫେରାଇ ଆଣିବାର ଉଦ୍ୟମ କରାଯିବ। ଏହାପରେ ବ୍ୟାଘ୍ର ଅଭୟାରଣ୍ୟରେ ଛାଡ଼ିଦିଆଯିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ବାଘ ବଂଶବୃଦ୍ଧିକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶରୁ ୬ଟି ବାଘ ବାଘୁଣୀ ଅଣାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ମଧ୍ୟପ୍ରଦେଶସ୍ଥିତ କାହ୍ନା ଜାତୀୟ ବ୍ୟାଘ୍ର ପ୍ରକଳ୍ପରୁ ୨୦୧୮ ଜୁନ ୨୧ରେ ମହାବଳ ‘ମହାବୀର’ ଓ ସେହି ମାସ ୨୮ରେ ବାନ୍ଧବଗଡ଼ରୁ ବାଘୁଣୀ ‘ସୁନ୍ଦରୀ’କୁ ଅଣାଯାଇଥିଲା। ଅଗଷ୍ଟ ୧୭ରେ ଜଙ୍ଗଲ ମଧ୍ୟକୁ ଛଡ଼ାଯିବା ପରେ ବାଘୁଣୀ ସେପ୍ଟେମ୍ବର ୧୨ରେ ହାତୀବାରି ଗ୍ରାମର କୈଳାସ ସାଇଅଙ୍କ ଜୀବନ ନେଇଥିଲା। ପ୍ରତିବାଦରେ ଲୋକେ ପୂରା ରେଞ୍ଜରେ ଲଙ୍କାକାଣ୍ଡ ଘଟାଇଥିଲେ। ଏହାପରେ ଅକ୍ଟୋବର ୨୧ରେ ଟାଇଁସି ଗ୍ରାମର ତ୍ରିନାଥ ସାହୁଙ୍କୁ ମଧ୍ୟ ଆକ୍ରମଣ କରି ମାରିଦେଇଥିଲା। ଘଟଣାକୁ ନେଇ ପୋଲିସ ସହ ଜନତାଙ୍କ ଖଣ୍ଡଯୁଦ୍ଧ ହୋଇଥିଲା। ତେବେ କିଛି ଦିନର ଲୁଚକାଳି ଖେଳ ପରେ ୨୦୧୮ ନଭେମ୍ବର ୬ରେ ବାଘୁଣୀ ସୁନ୍ଦରୀକୁ କାବୁ କରାଯାଇ ରାଇଗୁଡ଼ା ଏନ୍‌କ୍ଲୋଜରରେ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri