ଭୂତକୋଠି ପାଲଟିଛି ବଡ଼ଖଣ୍ଡାଏତା ରେଳଷ୍ଟେଶନ

ବାଲିଆ,୫।୧୦: ୧୯୭୪ରେ ଜଗତ୍‌ସିଂହୁର ଜିଲାର ବରିଡ଼ି ତହସିଲ ଅଧୀନ ବଡ଼ଖଣ୍ଡାଏତା ରେଳଷ୍ଟେଶନ ନିର୍ମାଣ ହୋଇଥିଲା। ଏହା କଟକ-ପାରାଦୀପ ରେଳପଥର ସର୍ବପୁରାତନ ଷ୍ଟେଶନ ଥିଲା। ଏହି ଷ୍ଟେସନ ଦେଇ ଜଗତ୍‌ସିଂହପୁର ଏବଂ କଟକ ଜିଲା ଅଧୀନ ୩ଟି ବ୍ଲକର ପ୍ରାୟ ୧୦ଟି ପଞ୍ଚାୟତ ଜନସାଧାରଣ ଯାତାୟାତ କରିଥାନ୍ତି। ମାତ୍ର ଫେବୃୟାରୀ ୨୦୦୬ରେ ହଠାତ ଷ୍ଟେଶନକୁ ଉଠାଇ ଦିଆଯାଇ ପବ୍ଲିକ ହଲଟ୍‌ କରିଦିଆଗଲା। ସେଠାରୁ ବୈଷୟିକ ଯନ୍ତ୍ରପାତି ଓ କର୍ମଚାରୀଙ୍କୁ ଅପସାରଣ କରିନିଆଗଲା। ବର୍ତ୍ତମାନ ଏହି ପବ୍ଲିକ ହଲଟ ଭୂତକୋଠିରେ ପରିଣତ ହୋଇଛି। ବିଭାଗୀୟ କର୍ମଚାରୀ ରହୁ ନ ଥିବାରୁ ଦୁର୍ବୃତ୍ତ କବାଟ ଝରକା ଏବଂ ଅନ୍ୟ ଆସବାବପତ୍ର ଚୋରାଇ ନେଲେଣି। ଷ୍ଟେଶନରେ ଥିବା ଘରେ କେହି ରହୁ ନ ଥିବାରୁ ଘରଗୁଡ଼ିକୁ ଗଛଲତା ମାଡି ଜଙ୍ଗଲ ସୃଷ୍ଟି ହେଲାଣି। ବିଦ୍ୟୁତ୍‌ ନ ଥିବାରୁ ଏଠାରେ ଅସାମାଜିକମାନେ ଆଡ୍ଡା ଜମାଉଛନ୍ତି। ତେଣୁ ଏହାର ପୁନରୁଦ୍ଧାର ଦିଗରେ ଜଗତ୍‌ସିଂହପୁର ଜିଲାପାଳ, ରେଳମନ୍ତ୍ରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ, ପୂର୍ବତଟ ଜି.ଏମ୍‌. ଖୋର୍ଦ୍ଧ ଡି.ଆର.ଏମ୍‌. ଦୃଷ୍ଟିଦେବାକୁ ଅଞ୍ଚଳର କୈଳାସ ଚନ୍ଦ୍ର ବେହେରା, ବିଜୟ ଦଳାଇ, ପ୍ରକାଶ ଚନ୍ଦ୍ର ଦାସ, ଅଜୟ ଖୁଣ୍ଟିଆ, ନୃସିଂହ ପ୍ରସାଦ ମହାନ୍ତି, ଅଶୋକ ମହାନ୍ତି, ନାରାୟଣ ବିଶୋଇ, ଶନାତନ ଦାସ ପ୍ରମୁଖ ଦାବି କରିଛନ୍ତି।
୨୦୧୧ ଜାନୁୟାରୀ ୧୨ରେ ଜଗତ୍‌ସିଂହପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପୁନଃ ଷ୍ଟେଶନ ଦାବିରେ ଅଞ୍ଚଳବାସୀ ଧାରଣା ଦେଇଥିଲେ। ୨୦୧୧ ଏପ୍ରିଲ ୬ରେ ବଡଖଣ୍ଡାଏତା ଷ୍ଟେଶନରେ ଗଣବିକ୍ଷୋଭ କରାଯାଇଥିଲା। ମାତ୍ର କିଛି ଫରକ ପଡ଼ି ନ ଥିଲା। ଫଳରେ ପ୍ରାୟ ୧୫ଟି ଗ୍ରାମର ୫ ଶହରୁ ଊର୍ଦ୍ଧ୍ୱ ଜନସାଧାରଣ ଏକତ୍ରିତ ହୋଇ ୨୭ ଫେବୃୟାରୀ ୨୦୧୨ରେ ୩୩ ଘଣ୍ଟା ରେଳରୋକୋ କରିଥିଲେ। ଜଗତ୍‌ସିଂହପୁର ତତ୍କାଳୀନ ଉପଜିଲାପାଳ ବ୍ରଜବନ୍ଧୁ ଭୋଳ ପହଞ୍ଚତ୍ ଆଲୋଚନା ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା। ଆଲୋଚନା ପରେ ଉପଜିଲାପାଳ ଚିଠି ନଂ-୧୧୯/୨୯ ମାର୍ଚ୍ଚ ୨୦୧୨ରେ ଖୋର୍ଦ୍ଧା ଡିଭିଜନାଲ ମ୍ୟାନେଜର ତ୍ରିବିକ୍ରମ ମିଶ୍ରଙ୍କୁ ଦାବି ସମ୍ପର୍କରେ ସୁପାରିସ କରିଥିଲେ। ଏହାପରେ ବିଭିନ୍ନ ସମୟରେ ରେଳ କର୍ତ୍ତୃପକ୍ଷ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ବାରମ୍ବାର ଦାବିପତ୍ର ଦିଆଯାଇଛି। କିନ୍ତୁ ଏହାକୁ କେହି କର୍ଣ୍ଣପାତ କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri