୪ ୱାର୍ଡରେ ପାଇପ୍‌ରୁ ବାହାରୁଛି ଗୋଳିଆ ପାଣି

ଚିକିଟି,୧୧ା୫ (ଡି.ଏନ୍‌.ଏ.):ଗଞ୍ଜାମ ଜିଲାର ୧୨ଟି ୱାର୍ଡକୁ ନେଇ ଗଠିତ ଚିକିଟି ବିଜ୍ଞାପିତ ଅଞ୍ଚଳ ଅଧୀନ ୬, ୭, ୮ ଓ ୯ ନମ୍ବର ୱାର୍ଡରେ ଜନସ୍ବାସ୍ଥ୍ୟ ବିଭାଗ ଅଧୀନରେ ଥିବା ପାଇପ୍‌ରୁ ଗୋଳିଆ ପାଣି ବାହାରୁଥିବା ଅଭିଯୋଗ ହେଉଛି। ଚିକିଟି ଏନ୍‌ଏସିର ଉପରୋକ୍ତ ୪ ୱାର୍ଡରେ ପ୍ରାୟ ୧୫ଟି ସାହି ରହିଛି। ଏଠାରେ ଲୋକସଂଖ୍ୟା ୫ ହଜାରରୁ ଊର୍ଦ୍ଧ୍ୱ। ସେଥିମଧ୍ୟରୁ ୩୦% ହେଉଛନ୍ତି ତଫସିଲଭୁକ୍ତ ଉପଜାତିର। ଏହି ସାହିଗୁଡିକ ମଧ୍ୟରେ ରହିଛି ଶାନ୍ତିନଗର ସାହି, ବକ୍ସିସାହି, ଚଉରାସାହି, ବଡ଼ସାହି, ବୈଷ୍ଣବସାହି, ନୂଆସାହି, ମେଦିରିସାହି, ନାଇକସାହି, ଓଡ଼ିଆସାହି, ସିନେମାହଲ୍‌ ସାହି, ସାନଦେବସାହି ଏବଂ ଚିକିଟିପେଣ୍ଠ ମୁଖ୍ୟ ବଜାର। ଉକ୍ତ ୪ ୱାର୍ଡରେ ପାନୀୟଜଳ ମୁଖ୍ୟ ସମସ୍ୟା। କୂଅ, ନଳକୂପରୁ ପାଣିନେବା ପାଇଁ ମହିଳାମାନଙ୍କୁ ଧାଡ଼ିବାନ୍ଧି ଠିଆହେବାକୁ ପଡୁଛି। ଏହି ୧୫ ସାହିରେ ୨୫ରୁ ଊର୍ଦ୍ଧ୍ୱ ନଳକୂପ ଓ ୪୦ରୁ ଊର୍ଦ୍ଧ୍ୱ ପିଏଚ୍‌ଡି ଷ୍ଟାଣ୍ଡପୋଷ୍ଟ ରହିଛି। ତେବେ ଏଗୁଡ଼ିକ ମଧ୍ୟରୁ କେତେକ ନଳକୂପରୁ ବିଳମ୍ବରେ ପାଣି ବାହାରୁଥିବା ବେଳେ ଆଉ କେତୋଟି ଷ୍ଟାଣ୍ଡପୋଷ୍ଟ ଅଚଳ ହୋଇପଡ଼ିଛି। ପିଏଚ୍‌ଡି ପକ୍ଷରୁ ଜେନାପୁର ଓ ଧାନଘରଠାରେ ଓଭରହେଡ୍‌ ଟାଙ୍କିରୁ ଦିନକୁମାତ୍ର ଏକ ଘଣ୍ଟା ପାଣି ଛଡ଼ାଯାଉଛି। ଏତିକି ପାଣି ସମୁଦ୍ରକୁ ଶଙ୍ଖେ ସଦୃଶ। ତେଣୁ ନିକଟରେ ଥିବା ପୋଖରୀ ପାଣିକୁ ସେମାନେ ପାନୀୟଜଳ ରୂପେ ବ୍ୟବହାର କରୁଛନ୍ତି। ଦୀର୍ଘଦିନ ହେଲା ଉକ୍ତ ଅଞ୍ଚଳରେ ପାଇପ୍‌ରୁ ଗୋଳିଆ ପାଣି ବାହାରୁଥିବା ନେଇ ବିଭାଗୀୟଙ୍କ ନିକଟରେ ଏହି ସମସ୍ୟାର ସମାଧାନ ପାଇଁ ଅଭିଯୋଗ କରାଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ସାହିବାସିନ୍ଦା ଅଭିଯୋଗ କରିଛନ୍ତି। ଏ ନେଇ ସମ୍ପୃକ୍ତ ଅଞ୍ଚଳରେ ଜଣ୍ଡିସ୍‌, ଚର୍ମ ଓ ପେଟ ରୋଗରେ ଆକ୍ରାନ୍ତ ହେବା ଆଶଙ୍କା କରାଯାଉଛି। ଅପରପକ୍ଷରେ ଏନ୍‌ଏସି ପକ୍ଷରୁ ଟାଉନପ୍ଲାନିଂ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇନଥିବା ବେଳେ ରାସ୍ତା ଉପରକୁ ମାଡିଆସି ଲୋକମାନେ ଘର କରୁଥିବାରୁ ରାସ୍ତା ସଂକୀର୍ଣ୍ଣ ହୋଇଯାଇଛି। ନର୍ଦ୍ଦମାପାଣି ନିଷ୍କାସନ ପାଇଁ କେତେକ ସାହିରେ ଡ୍ରେନ୍‌ ବ୍ୟବସ୍ଥା ହୋଇଥିଲେ ସୁଦ୍ଧା କିଛି ସ୍ଥାନରେ ଭାଙ୍ଗିରୁଜି ଯାଇଛି। ଫଳରେ ନର୍ଦ୍ଦମା ପାଣି ରାସ୍ତା ଉପରେ ବୋହୁଛି। ସାମାନ୍ୟ ବର୍ଷା ହେଲେ ଏହି ନର୍ଦ୍ଦମାପାଣି ଘର ଭିତରେ ମଧ୍ୟ ପଶିଯାଉଛି। ଅପରପକ୍ଷରେ ଡ୍ରେନ୍‌ପାଣି ଜମି ରହି ପରିବେଶ ପ୍ରଦୂଷିତ ହେବା ସହିତ ମଶାବଂଶ ବୃଦ୍ଧି ପାଉଛି। ଉକ୍ତ ସମସ୍ୟାଗୁଡ଼ିକର ସମସ୍ୟା ସମାଧାନ କରିବା ପାଇଁ ସାହିବାସିନ୍ଧା ପକ୍ଷରୁ ସାଧାରଣରେ ଦାବି ହେଉଛି। ଏ ନେଇ ଚିକିଟି ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠଯନ୍ତ୍ରୀ ବି ଦୁଃଖୀଶ୍ୟାମ ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ଅଭିଯୋଗ ଆସିଛି। ବୁଧବାର ପଦ୍ମନଗରରେ ଥିବା ଗୋଟିଏ ଟାଙ୍କି ସଫା ଚାଲିଛି। ଗୁରୁବାର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri