ଅନ୍ତୁଡ଼ିଶାଳରେ ଅଣଦେଖା

ଢେଙ୍କାନାଳ ଅଫିସ, ୨୯।୮: ହକିର ହୃତଗୌରବ ଫେରାଇ ଆଣିବାକୁ ଆରମ୍ଭ ହୋଇଛି ପ୍ରୟାସ। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପ୍ରୟାସରେ ଅଲିମ୍ପିକ୍‌ରେ ଦୀର୍ଘବର୍ଷ ପରେ ଭାରତୀୟ ପୁରୁଷ ଦଳ ପଦକ ଜିତିବା ହକିର ସ୍ବର୍ଣ୍ଣିମ ସମ୍ଭାବନାକୁ ଉଜ୍ଜୀବିତ କରିଛି। ଏହି ପୁରାତନ ପ୍ରସିଦ୍ଧ କ୍ରୀଡ଼ାର ବିକାଶ ପାଇଁ କେଉଁଠି ନୂତନ ଷ୍ଟାଡିୟମ ନିର୍ମାଣ କରାଯାଉଛି ତ ଅନ୍ୟ କେଉଁଠି ଖେଳାଳିଙ୍କୁ ଦିଆଯାଉଛି ଉନ୍ନତ ପ୍ରଶିକ୍ଷଣ। ହେଲେ ହକି ପାଇଁ ସ୍ବତନ୍ତ୍ର ପଡ଼ିଆ ନ ଥିବାରୁ ଢେଙ୍କାନାଳର ଖେଳାଳିମାନେ ପାଣିକାଦୁଅରେ ଅଭ୍ୟାସ କରିବା ଜିଲାରେ ଏହି କ୍ରୀଡ଼ାର ଭବିଷ୍ୟତକୁ ସନ୍ଦିହାନ କରିଦେଇଛି।
ଢେଙ୍କାନାଳରେ ଉତ୍ସାହୀ ହକି କ୍ରୀଡ଼ାବିତ୍‌ଙ୍କ ଅଭାବ ନାହିଁ। ବିଶେଷ କରି ଜିଲା ସଦରରେ ଏହାକୁ ନେଇ ଯୁବ ଖେଳାଳିଙ୍କ ମଧ୍ୟରେ ରହିଛି ସ୍ବତନ୍ତ୍ର ଝୁଙ୍କ୍‌। ତେବେ ହକି ପ୍ରଶିକ୍ଷଣ ପାଇଁ ସ୍ବତନ୍ତ୍ର ପଡ଼ିଆର ଅଭାବ ଅନୁଭୂତ ହେଉଛି। ସେହିପରି ଚେଞ୍ଜିଂ ରୁମ୍‌ ନ ଥିବାରୁ ଏହା ଅନ୍ୟ ଏକ ପ୍ରମୁଖ ସମସ୍ୟା ପାଲଟିଛି। ସ୍ଥାନୀୟ ମିନି ଷ୍ଟାଡିୟମଠାରେ ହକି ଖେଳାଳିଙ୍କ ନିୟମିତ ଅଭ୍ୟାସରେ ସାମାଜିକ, ରାଜନୈତିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବାଧକ ସାଜୁଛି। ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ବର୍ଷାଦିନେ ଖେଳାଳିମାନେ ପାଣିକାଦୁଅରେ ଘାଣ୍ଟି ହେଉଛନ୍ତି। ଜିଲାରେ ହାଇସ୍କୁଲ, କଲେଜସ୍ତରରେ ପ୍ରତିଭାବାନ ଖେଳାଳି ସୃଷ୍ଟି ଲାଗି ଯଥେଷ୍ଟ ସୁଯୋଗ ରହିଛି। ଢେଙ୍କାନାଳ ସଦର ସମେତ କାମାକ୍ଷାନଗର ଉପଖଣ୍ଡର ପଣ୍ଡୁଆ, ସଦର ବ୍ଲକର ନାଗିଆପଶି, କନ୍ଧପଡା, ଜଙ୍ଖିରା ଗ୍ରାମରେ ପ୍ରତିଭାବାନ ଖେଳାଳି ସୃଷ୍ଟି ହେଉଛନ୍ତି। ଜିଲାରେ ଏଭଳି ପ୍ରତିଭାଧରଙ୍କ ସଂଖ୍ୟା ପ୍ରାୟ ୨୨୦। ସେମାନଙ୍କୁ ନୂତନ ଟେକ୍‌ନିକ୍‌, ଉନ୍ନତ ପ୍ରଶିକ୍ଷଣ ପ୍ରଦାନ ଲାଗି ଅଷ୍ଟ୍ରୋଟର୍ଫ ଭଳି ପଡ଼ିଆ ଲୋଡ଼ା। ବାରମ୍ବାର ଦାବି ସତ୍ତ୍ୱେ ଏ ଦିଗରେ ଦୃଷ୍ଟି ପ୍ରଦାନ କରାଯାଉ ନ ଥିବାରୁ ନିୟମିତ ପ୍ରଶିକ୍ଷଣରେ ବାଧା ଉପୁଜୁଛି, ଯାହା ହକିପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଉଛି।
ଢେଙ୍କାନାଳ ମାଟିରେ ଜନ୍ମିତ ଜାତୀୟସ୍ତରୀୟ ବରିଷ୍ଠ କୋଚ ଗିରିଧାରୀ ସାମଲ, ଅମୂଲ୍ୟାନନ୍ଦ ବିହାରୀ, ପ୍ରଦୀପ ଷଡ଼ଙ୍ଗୀ, ବିଶ୍ୱେଶ୍ୱର ମହାପାତ୍ରଙ୍କ ଭଳି ବ୍ୟକ୍ତିତ୍ୱ ହକିକୁ ଗୌରବାନ୍ବିତ କରିଥିବାବେଳେ ଜିଲାରେ ହକିକୁ ପୁନର୍ଜୀବିତ କରାଇବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ନିକଟରେ ଜାତୀୟସ୍ତରୀୟ ମହିଳା ହକି ଖେଳାଳି ଫ୍ଲୋରେନ୍ସିଆ ଏକ୍କାଙ୍କୁ କୋଚ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଜିଲାର ଗଁଦିଆ ବ୍ଲକ ଦେଓଗଁାସ୍ଥିତ କପିଳାସ ଆବାସିକ ମହିଳା ଉଚ୍ଚ ବିଦ୍ୟାଳୟର ମହିଳା କ୍ରୀଡ଼ାବିତ୍‌ଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ୨୦୨୧ ନାଭାଲ ଟାଟା ପକ୍ଷରୁ ହକି ଖେଳାଳିଙ୍କୁ ତୃଣମୂଳସ୍ତରରୁ ପ୍ରୋତ୍ସାହନ ଦିଆଯାଉଛି। ଦିନକୁ ଦିନ ଜିଲାରେ ହକି କ୍ରେଜ୍‌ ବଢୁଥିବାବେଳେ ସ୍ବତନ୍ତ୍ର ପଡ଼ିଆ ନିର୍ମାଣ ପାଇଁ କୋଚ୍‌ ସାଇ ପ୍ରସାଦ ଦଳେଇ, ବାବୁଲା ମହାନ୍ତି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri