ଭୁଲ୍‌ ଔଷଧ ନେଲା ଶିଶୁର ଜୀବନ

ଟିକିରି,୨୩ା୧୦(ଡି.ଏନ୍‌.ଏ.): ଭୁଲ୍‌ ଔଷଧ ଦେବାରୁ ୧୪ ମାସର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଥିପାଇଁ ଏଏନ୍‌ଏମ୍‌ କର୍ମୀଙ୍କ ଦାୟିତ୍ୱହୀନତାକୁ ଦାୟୀ କରାଯାଇଛି। ରାୟଗଡ଼ା ଜିଲା କାଶୀପୁର ବ୍ଲକ କୋଡ଼ିପାରି ପଞ୍ଚାୟତ ଅନ୍ତର୍ଗତ ସାନକୁମୁଲି ଧାଙ୍ଗଡ଼ିସିଲ ଗ୍ରାମର ମହାନନ୍ଦ ନାୟକ ଏଭଳି ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ପୁଅ ରସିତକୁ ଜ୍ୱର ହେବାରୁ ମହାନନ୍ଦ ଏବଂ ସ୍ତ୍ରୀ ଲଳିତା ତାକୁ ନେଇ ସମ୍ପର୍କୀୟ ଘର ବଦଳିଝରଣ ଗାଁକୁ ଯାଇଥିଲେ। ସେଠାରେ ପଡ଼ୋଶୀ ପାଟିଆସିଲ ଗ୍ରାମରେ ରହୁଥିବା ଏଏନ୍‌ଏମ୍‌ ସାରାଣୀ ପଣ୍ଡାଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ। ଏଏନ୍‌ଏମ୍‌ କର୍ମୀ ମ୍ୟାଲେରିଆ କିଟ୍‌ ଦ୍ୱାରା ଶିଶୁଟିର ରକ୍ତ ପରୀକ୍ଷା କରାଇଥିଲେ। ମ୍ୟାଲେରିଆ ନେଗେଟିଭ ଥିବା କହି ସେ ଶିଶୁଟିକୁ ବିନା ପାଣିରେ ୨ଟି ବଟିକା ଏକାଥରକେ ଖୁଆଇଥିଲେ। ଏହାପରେ ହଠାତ୍‌ ଶିଶୁଟି ପାଟି କରିବା ସହ ନିଃଶ୍ୱାସ ବନ୍ଦ ହୋଇଯାଇଥିଲା। କ’ଣ ହେଲା ବୋଲି ଏଏନ୍‌ଏମ୍‌ଙ୍କୁ ପଚାରିବାରୁ ଅଳ୍ପ ସମୟ ପରେ ଠିକ୍‌ ହୋଇଯିବ ବୋଲି କହିଥିଲେ। ହେଲେ ସ୍ବାସ୍ଥ୍ୟରେ ପରିବର୍ତ୍ତନ ନ ଆସିବାରୁ ପୁଅକୁ ଅଟୋ ଯୋଗେ ଡଙ୍ଗାସିଲ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ନିରଞ୍ଜନ ରଇତ ଶିଶୁଟିକୁ ମୃତ ଘୋଷଣା କରିବା ସହ ଡଙ୍ଗାସିଲ ଫାଣ୍ଡିକୁ ସୂଚନା ଦେଇଥିଲେ। କିନ୍ତୁ ମୃତ୍ୟୁର କାରଣ ସେ କହିପାରିନାହାନ୍ତି। ତେବେ ପୁଅର ମୃତ୍ୟୁ ପାଇଁ ଏଏନ୍‌ଏମ୍‌ କର୍ମୀ ସନ୍ଧ୍ୟାରାଣୀ ହିଁ ଦାୟୀ ବୋଲି ମହାନନ୍ଦ କହିଛନ୍ତି। ଘଟଣାର ତଦନ୍ତକରି ଏଏନ୍‌ଏମ୍‌ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ନିମନ୍ତେ ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଘଟଣାକୁ ନେଇ ସନ୍ଧ୍ୟାରାଣୀଙ୍କ ପ୍ରତିକ୍ରିୟା ନେବାରୁ, ରକ୍ତ ପରୀକ୍ଷା କରି ଦୁଇଟି ବଟିକା ଦେଇଥିବା ଗଣମାଧ୍ୟମ ନିକଟରେ ସ୍ବୀକାର କରିଛନ୍ତି। କିନ୍ତୁ ଉକ୍ତ ବଟିକା କ୍ଷତିକାରକ ନୁହେଁ ବୋଲି ସେ କହିଛନ୍ତି। ତେବେ ସେ କେଉଁ ବଟିକା ଦେଇଥିଲେ ଏବଂ ଶିଶୁଟିର ମୃତ୍ୟୁର କାରଣ କ’ଣ ତାହାର ତଦନ୍ତ ନିମନ୍ତେ ଦାବି ହୋଇଛି। ଡଙ୍ଗାସିଲ ଫାଣ୍ଡି ପୋଲିସ ଶିଶୁଟିର ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ବଚ୍ଛତାକୁ ଜଳସମ୍ପଦ ବିଭାଗର ଗୁରୁତ୍ୱ, ପ୍ରକଳ୍ପର ବାସ୍ତବତା ନିରୀକ୍ଷଣ କରିବ ‘ଡ୍ରୋନ୍‌’

ଭୁବନେଶ୍ୱର,୧୩।୧୦(ରବିନାରାୟଣ ଜେନା): ଜଳସେଚନ ପ୍ରକଳ୍ପର କାର୍ଯ୍ୟାନ୍ବୟନରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ସହ କାମର ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଆଗାମୀ ଦିନରେ ଡ୍ରୋନ୍‌…

ନିର୍ମାଣ ହୋଇ ୭ବର୍ଷ ବିତିଗଲାଣି, କାର୍ଯ୍ୟକ୍ଷମ ହୋଇପାରୁନି ଆଦିବାସୀ ହଷ୍ଟେଲ

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): ଗରିବ ଆଦିବାସୀ ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବା ଠାରୁ ମାଗଣାରେ ପାଠ ପଢିବା ପାଇଁ ପୂର୍ବର ବିଜେଡି ସରକାର କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର…

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?