ଭୁଲ୍‌ ଔଷଧ ନେଲା ଶିଶୁର ଜୀବନ

ଟିକିରି,୨୩ା୧୦(ଡି.ଏନ୍‌.ଏ.): ଭୁଲ୍‌ ଔଷଧ ଦେବାରୁ ୧୪ ମାସର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଥିପାଇଁ ଏଏନ୍‌ଏମ୍‌ କର୍ମୀଙ୍କ ଦାୟିତ୍ୱହୀନତାକୁ ଦାୟୀ କରାଯାଇଛି। ରାୟଗଡ଼ା ଜିଲା କାଶୀପୁର ବ୍ଲକ କୋଡ଼ିପାରି ପଞ୍ଚାୟତ ଅନ୍ତର୍ଗତ ସାନକୁମୁଲି ଧାଙ୍ଗଡ଼ିସିଲ ଗ୍ରାମର ମହାନନ୍ଦ ନାୟକ ଏଭଳି ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ପୁଅ ରସିତକୁ ଜ୍ୱର ହେବାରୁ ମହାନନ୍ଦ ଏବଂ ସ୍ତ୍ରୀ ଲଳିତା ତାକୁ ନେଇ ସମ୍ପର୍କୀୟ ଘର ବଦଳିଝରଣ ଗାଁକୁ ଯାଇଥିଲେ। ସେଠାରେ ପଡ଼ୋଶୀ ପାଟିଆସିଲ ଗ୍ରାମରେ ରହୁଥିବା ଏଏନ୍‌ଏମ୍‌ ସାରାଣୀ ପଣ୍ଡାଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ। ଏଏନ୍‌ଏମ୍‌ କର୍ମୀ ମ୍ୟାଲେରିଆ କିଟ୍‌ ଦ୍ୱାରା ଶିଶୁଟିର ରକ୍ତ ପରୀକ୍ଷା କରାଇଥିଲେ। ମ୍ୟାଲେରିଆ ନେଗେଟିଭ ଥିବା କହି ସେ ଶିଶୁଟିକୁ ବିନା ପାଣିରେ ୨ଟି ବଟିକା ଏକାଥରକେ ଖୁଆଇଥିଲେ। ଏହାପରେ ହଠାତ୍‌ ଶିଶୁଟି ପାଟି କରିବା ସହ ନିଃଶ୍ୱାସ ବନ୍ଦ ହୋଇଯାଇଥିଲା। କ’ଣ ହେଲା ବୋଲି ଏଏନ୍‌ଏମ୍‌ଙ୍କୁ ପଚାରିବାରୁ ଅଳ୍ପ ସମୟ ପରେ ଠିକ୍‌ ହୋଇଯିବ ବୋଲି କହିଥିଲେ। ହେଲେ ସ୍ବାସ୍ଥ୍ୟରେ ପରିବର୍ତ୍ତନ ନ ଆସିବାରୁ ପୁଅକୁ ଅଟୋ ଯୋଗେ ଡଙ୍ଗାସିଲ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ନିରଞ୍ଜନ ରଇତ ଶିଶୁଟିକୁ ମୃତ ଘୋଷଣା କରିବା ସହ ଡଙ୍ଗାସିଲ ଫାଣ୍ଡିକୁ ସୂଚନା ଦେଇଥିଲେ। କିନ୍ତୁ ମୃତ୍ୟୁର କାରଣ ସେ କହିପାରିନାହାନ୍ତି। ତେବେ ପୁଅର ମୃତ୍ୟୁ ପାଇଁ ଏଏନ୍‌ଏମ୍‌ କର୍ମୀ ସନ୍ଧ୍ୟାରାଣୀ ହିଁ ଦାୟୀ ବୋଲି ମହାନନ୍ଦ କହିଛନ୍ତି। ଘଟଣାର ତଦନ୍ତକରି ଏଏନ୍‌ଏମ୍‌ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ନିମନ୍ତେ ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଘଟଣାକୁ ନେଇ ସନ୍ଧ୍ୟାରାଣୀଙ୍କ ପ୍ରତିକ୍ରିୟା ନେବାରୁ, ରକ୍ତ ପରୀକ୍ଷା କରି ଦୁଇଟି ବଟିକା ଦେଇଥିବା ଗଣମାଧ୍ୟମ ନିକଟରେ ସ୍ବୀକାର କରିଛନ୍ତି। କିନ୍ତୁ ଉକ୍ତ ବଟିକା କ୍ଷତିକାରକ ନୁହେଁ ବୋଲି ସେ କହିଛନ୍ତି। ତେବେ ସେ କେଉଁ ବଟିକା ଦେଇଥିଲେ ଏବଂ ଶିଶୁଟିର ମୃତ୍ୟୁର କାରଣ କ’ଣ ତାହାର ତଦନ୍ତ ନିମନ୍ତେ ଦାବି ହୋଇଛି। ଡଙ୍ଗାସିଲ ଫାଣ୍ଡି ପୋଲିସ ଶିଶୁଟିର ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri