ଚିନ୍ତାରେ ବାବୁ

Dillip Cherian

ଉତ୍ତର ପୂର୍ବାଞ୍ଚଳରେ ନିଯୁକ୍ତ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀମାନଙ୍କୁ ପ୍ରଦାନ କରାଯାଉଥିବା ପ୍ରୋତ୍ସାହନ ଓ ଭତ୍ତାଗୁଡ଼ିକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେଇଛନ୍ତି। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) ଏ ସଂକ୍ରାନ୍ତରେ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କ ନିକଟକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଉତ୍ତର ପୂର୍ବାଞ୍ଚଳରେ ନିଯୁକ୍ତ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନଙ୍କୁ ଦିଆଯାଇଥିବା ଅତିରିକ୍ତ ୨୫% ବେସିକ୍‌ ପେ ସହିତ ଅନ୍ୟସବୁ ପ୍ରୋତ୍ସାହନ ପ୍ରତ୍ୟାହାର ହେବ ଓ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ଉକ୍ତ ନିର୍ଦ୍ଦେଶରେ ସୂଚିତ କରାଯାଇଛି। ଜଣାପଡ଼ିଛି ଯେ, ଆସାମ-ମେଘାଳୟ ଜଏଣ୍ଟ କ୍ୟାଡର, ସିକିମ, ନାଗାଲାଣ୍ଡ, ତ୍ରିପୁରା ଏବଂ ମଣିପୁର କ୍ୟାଡର ଅଧୀନରେ ରହିଥିବା ଆଇଏଏସ୍‌ ,ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ (ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌) ଅଧିକାରୀମାନଙ୍କ ପାଇଁ ୨୦୦୯ରେ ୟୁପିଏ ସରକାରଙ୍କ ଦ୍ୱାରା ଅତିରିକ୍ତ ଆର୍ଥିକ ଭତ୍ତା ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ପୁନଶ୍ଚ ନର୍ଥଇଷ୍ଟ କ୍ୟାଡର ଅଧୀନରେ ଥିବା ଟ୍ରାଇବାଲ ଅଲ୍‌ ଇଣ୍ଡିଆ ସର୍ଭିସ ଅଧିକାରୀମାନେ କେନ୍ଦ୍ରୀୟ ପ୍ରତିନିଯୁକ୍ତିରେ ଥିବାବେଳେ ସେମାନଙ୍କୁ ପ୍ରଦାନ କରାଯାଉଥିବା ଦେୟଯୋଗ୍ୟ ଆୟକରର ପ୍ରତିପୂର୍ତ୍ତି ପ୍ରୋତ୍ସାହନକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି। ଏହା ସହ ୨୦୦୭ରେ ଅବସର ପରେ ସେମାନଙ୍କ ପାଇଁ ଆରମ୍ଭ କରାଯାଇଥିବା ଗୃହ ସୁବିଧାକୁ ବି ପ୍ରତ୍ୟାହାର କରାଯାଇଛି। ଏହି ନିର୍ଦ୍ଦେଶରେ ପ୍ରଭାବିତ ବାବୁମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ସେମାନେ କହିଛନ୍ତି ଯେ,ଏହି ଅଞ୍ଚଳରେ ଅଧିକାରୀମାନେ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକୁ ବିଚାରକୁ ନ ନେଇ ସରକାର ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି। ମେଘାଳୟ ମୁଖ୍ୟମନ୍ତ୍ରୀ କନ୍‌ରାଡ ସାଙ୍ଗମା କେନ୍ଦ୍ର ସରକାରଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବା ଲାଗି କହିବେ ବୋଲି କହିିଛନ୍ତି। ବାବୁମାନେ ମଧ୍ୟ ସେମାନଙ୍କ ତରଫରୁ ପ୍ରତିନିଧିମାନଙ୍କୁ କେନ୍ଦ୍ରକୁ ପଠାଇ ଉକ୍ତ ନିର୍ଦ୍ଦେଶକୁ ରଦ୍ଦ କରିବାକୁ ଦାବି କରିବା ଲାଗି ଯୋଜନା କରୁଛନ୍ତି।
ବିବାଦୀୟ ପଦୋନ୍ନତି
ହରିୟାଣାରେ ଆଇପିଏସ୍‌ ଅଧିକାରୀମାନଙ୍କ ପଦୋନ୍ନତିକୁ ନେଇ କଡ଼ା ସମାଲୋଚନାର ସ୍ବର ଉଠିଛି। ଏହି ସ୍ଥିତିରେ ମନୋହରଲାଲ ଖଟ୍ଟର ସରକାର ରାଜ୍ୟରେ ଆଇପିଏସ୍‌ ଅଧିକାରୀଙ୍କ କ୍ୟାଡର ମ୍ୟାନେଜ୍‌ମେଣ୍ଟର ସମୀକ୍ଷା କରିବା ପାଇଁ ଏକ କମିଟି ଗଠନ କରିଛନ୍ତି। ଗୃହ ସଚିବ ବିନୟ ସିଂଙ୍କ ନେତୃତ୍ୱରେ ଗଠିତ ଉକ୍ତ କମିଟିରେ ରାଜ୍ୟ ଆଇନ ବିଭାଗର ଦୁଇ ଜଣ ଅଧିକାରୀ ସାମିଲ ହୋଇଛନ୍ତି। ମେ’ପ୍ରାରମ୍ଭରେ ଯେତେବେଳେ ୪ ଜଣ ଆଇଜିପି ର଼୍ୟାଙ୍କ ଅଧିକାରୀଙ୍କୁ ଅତିରିକ୍ତ ଡିଜିପି ର଼୍ୟାଙ୍କକୁ ପଦୋନ୍ନତି ଦିଆଗଲା ସେତେବେଳେ ଭିତରେ କୁହୁଳୁଥିବା ପ୍ରସଙ୍ଗଟି ସମ୍ପୂର୍ଣ୍ଣ ଲୋକଲୋଚନକୁ ଆସିଗଲା। ରାଜ୍ୟରେ କେବଳ ୧୪ଟି ପଦବୀ ଏଡିଜିପି ର଼୍ୟାଙ୍କ ଲାଗି ଉଦ୍ଦିଷ୍ଟ ଥିବାବେଳେ ଉକ୍ତ ପଦୋନ୍ନତିି ଯୋଗୁ ଏଡିଜିପିଙ୍କ ସଂଖ୍ୟା ୧୭କୁ ବୃଦ୍ଧିପାଇଲା। ଉଦ୍ଦିଷ୍ଟ ୧୪ଟି ପଦବୀ ମଧ୍ୟରୁ ୬ଟି ହେଉଛି କ୍ୟାଡର ପଦବୀ ଓ ଅନ୍ୟସବୁ ଅଣ କ୍ୟାଡରର। ଏଣୁ ଅଭାବ ପୂରଣ କରିବା ଲାଗି ୪ଟି ଅଣ କ୍ୟାଡର ଡିଜିପି ପଦବୀକୁ ଏଡିଜିପିକୁ ପରିବର୍ତ୍ତନ କରିବା ପାଇଁ ହରିୟାଣା ପୋଲିସ ଜୋର୍‌ ଦେଇଛି। ସୂତ୍ରରୁ ପ୍ରକାଶ, ଭବିଷ୍ୟତରେ ଉଭୟ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀମାନଙ୍କ ପଦୋନ୍ନତି ସକାଶେ ଏକ ନ୍ୟାୟସଙ୍ଗତ ପଦକ୍ଷେପ ଗ୍ରହଣ କରିବାକୁ ଖଟ୍ଟର ଚାହଁିଛନ୍ତି। ଏବେ ରାଜ୍ୟ ସରକାର ୧୯୯୨ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଅରୁଣ କୁମାର ଗୁପ୍ତାଙ୍କୁ ପ୍ରମୁଖ ସଚିବ ପଦବୀରୁ ଅତିରିକ୍ତ ମୁଖ୍ୟ ସଚିବକୁ ପଦୋନ୍ନତି ଦେଇଛନ୍ତି। ଏହାପରେ ପୋଲିସ ଅଧିକାରୀମାନେ ବର୍ତ୍ତମାନ ୧୯୯୧ ବ୍ୟାଚ୍‌ ଅଧିକାରୀମାନଙ୍କୁ ଡିଜିପି ର଼୍ୟାଙ୍କକୁ ପଦୋନ୍ନତି ଦେବା ଲାଗି ଦାବି କରୁଛନ୍ତି। ବିନୟ ସିଂ କମିଟି ଏହି ସବୁ ପ୍ରସଙ୍ଗ ଅନୁଧ୍ୟାନ କରି ଉକ୍ତ ବିବାଦୀୟ ସମସ୍ୟାର ସମାଧାନର ବାଟ ବତାଇବ।
ନୂଆ ସିଡିଏସ୍‌, ନୂଆ ଆହ୍ବାନ
ଗତବର୍ଷ ହେଲିକପ୍ଟର ଦୁର୍ଘଟଣାରେ ପୂର୍ବତନ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ବତଙ୍କ ମୃତ୍ୟୁ ହୋଇଥିଲା। ଏହି ପଦବୀ ୯ମାସରୁ ଊର୍ଦ୍ଧ୍ୱ ହେବ ଖାଲି ରହିବା ପରେ ମୋଦି ସରକାର ଭାରତର ଦ୍ୱିତୀୟ ସିଡିଏସ୍‌ ଭାବେ ଜେନେରାଲ ଅନିଲ ଚୌହାନଙ୍କୁ ନିଯୁକ୍ତ କରିଛନ୍ତି। ସରକାରଙ୍କ ତତ୍‌କ୍ଷଣାତ ଘୋଷଣା ଦ୍ୱାରା ରାଓ୍ବତଙ୍କ ପରେ ଏହି ପଦବୀର ଉତ୍ତରାଧିକାରୀକୁ ନେଇ ଉଠିଥିବା ଗୁଞ୍ଜରଣ ଥମିଯାଇଛି। ଚୌହାନ ମିଲିଟାରି ବ୍ୟାପାର ବିଭାଗର ସଚିବ ଏବଂ ଚିଫ୍‌ ଅଫ ଷ୍ଟାଫ କମିଟିର ସ୍ଥାୟୀ ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିବେ। ସମ୍ଭବତଃ ଏହା ଏକ ସଂଯୋଗ ଯେ, ଜେନେରାଲ ଚୌହାନ ଜେନେରାଲ ରାଓ୍ବତଙ୍କ ୟୁନିଟ୍‌ରୁ ଆସିଛନ୍ତି ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଘନିଷ୍ଟ ବୋଲି କୁହାଯାଉଛି। ଏହା ବ୍ୟତୀତ ଚୌହାନ, ରାଓ୍ବତ ଓ ଡୋଭାଲ ତିନିହେଁ ଗଡଓ୍ବାଲ ଅଞ୍ଚଳରୁ ଆସିଛନ୍ତି। ଏହା ପୂର୍ବରୁ ଡାଇରେକ୍ଟର ଜେନେରାଲ ଅଫ୍‌ ମିଲିଟାରି ଅପରେଶନ(ଡିଜିଏମ୍‌ଓ) ଏବଂ ଆର୍ମି କମାଣ୍ଡର, ଇଷ୍ଟର୍ନ କମାଣ୍ଡ ଭାବେ ଚୌହାନଙ୍କ ଭୂମିକାରେ ସରକାରଙ୍କ ରାଜନୈତିକ ଦୃଷ୍ଟିକୋଣ ପ୍ରତିଫଳିତ ହୋଇଥିବା କୁହାଯାଏ। ଏବେ ସେ ତିନି ସେନାରେ ସୈନ୍ୟ ଭର୍ତ୍ତି କରିବା ପାଇଁ ସରକାରଙ୍କ ବିବାଦୀୟ ଅଗ୍ନିପଥ ନୀତିକୁ ଲାଗୁ କରିବା ଲାଗି ସୁଯୋଗ ପାଇଛନ୍ତି। ଏହି ଗୋଟିଏ ନୁହେଁ, ଆଗକୁ ଅନେକ ଆହ୍ବାନ ତାଙ୍କୁ ସାମ୍ନା କରିବାକୁ ପଡ଼ିବ। ସବୁଠୁ ବଡ଼ ପ୍ରଶ୍ନ ହେଉଛି, ପୂର୍ବବର୍ତ୍ତୀ ସୁଧାର ପ୍ରତି ସେ କେତେ ଗୁରୁତ୍ୱ ଦେବେ ଏବଂ କ’ଣ ସବୁ ନୂଆ କରିବେ ତାହା ଆମେ ଖୁବ୍‌ ଶୀଘ୍ର ଜାଣିପାରିବା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri