ଗୋଠରେ ଜନ୍ମ ହେଲା ହାତୀଛୁଆ

ବରଗଡ଼/ସୋହେଲା,୩୦।୧୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ ପାତ୍ର): ଛତିଶଗଡ଼ରୁ ଆସି ବରଗଡ଼ ଜିଲା ସୋହେଲା ବ୍ଲକ ଘେଁସ୍‌ ଫରେଷ୍ଟ ରେଞ୍ଜ୍‌ ଅଞ୍ଚଳରେ ବୁଲାବୁଲି କରୁଥିବା ହାତୀପଲରେ ଏକ ହାତୀଛୁଆ ଜନ୍ମ ହୋଇଥିବା ସୂଚନା ମିଳିଛି। ଗତ ଗୁରୁବାର ହାତୀଛୁଆଟି ଜନ୍ମ ହୋଇଛି। ମାତ୍ର ତାହା ମାଈ ନା ଅଣ୍ଡିରା ଜଣାପଡ଼ିନାହିଁ ବୋଲି ଘେଁସ୍‌ ରେଞ୍ଜର ବିଜୟଲକ୍ଷ୍ମୀ ପଟେଲ କହିଛନ୍ତି। ହାତୀଛୁଆ ଜନ୍ମ ନେଇ ଡ୍ରୋନ ସାହାଯ୍ୟରେ ଜଣାପଡିଛି ଏବଂ ଏହି ହାତୀପଲରେ ବର୍ତ୍ତମାନ ସମୁଦାୟ ୨୯ ହାତୀ ରହିଛନ୍ତି ବୋଲି ରେଞ୍ଜର ପଟେଲ ସୂଚନା ଦେଇଛନ୍ତି।

ପ୍ରକାଶଥାଉକି, ଗତ ୫ଦିନ ତଳେ ୨୮ଟିକିଆ ଏକ ହାତୀପଲ ଘେଁସ୍‌ ରେଞ୍ଜ ଅଞ୍ଚଳକୁ ଚାଲି ଆସିଥିବା ଜଣାପଡ଼ିଥିଲା। ସେମାନେ ଏହି ରେଞ୍ଜ୍‌ର ସୁକଲତେରମା, ଶନିମାଲ, ଜ୍ଞାନ ଆଦି ଅଞ୍ଚଳରେ ଧାନ, ପରିବା ଫସଲ ନଷ୍ଟ କରିଛନ୍ତି। ବର୍ତ୍ତମାନ ମଧ୍ୟ ହାତୀପଲ ଘେଁସ୍‌ ରେଞ୍ଜ୍‌ରେ ଅଛନ୍ତି। ସେମାନେ ୨ଭାଗ ହୋଇ ରହିଥିବାବେଳେ କିଛି ହାତୀ ଉକ୍ତ ରେଞ୍ଜ ଅନ୍ତର୍ଗତ କାଲିଡୁଙ୍ଗୁରୀ ଏବଂ ବାକିହାତୀ ଖୁଜେନଡୁଙ୍ଗୁରି ଅଞ୍ଚଳରେ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ହାତୀପଲ ଫସଲକ୍ଷତି କରିଥିବାବେଳେ ବର୍ତ୍ତମାନ ସୁଦ୍ଧା କାହାର ଜୀବନହାନି କରିନାହାନ୍ତି। ହାତୀପଲ ବୁଲୁଥିବା ଅଞ୍ଚଳରେ ବିଦ୍ୟୁତ ସରବରାହକୁ ବନ୍ଦ କରି ଦିଆଯାଇଛି। ହାତୀପଲ ଜନବସତିଠାରୁ ବର୍ତ୍ତମାନ ଦୂରରେ ଥିଲେ ମଧ୍ୟ ସେମାନଙ୍କ ଗତିବିଧି ଉପରେ ବନ ବିଭାଗ ସତର୍କ ଦୃଷ୍ଟି ରଖିଛି ବୋଲି ଘେଁସ୍‌ ରେଞ୍ଜର ପଟେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟାପରେ, ସ୍ୱାମୀଙ୍କ ଆତ୍ମହତ୍ୟା

ପରଜଙ୍ଗ, ୨୦/୯ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ଦଦରାଘାଟି ଫାଣ୍ଡି ଅଞ୍ଚଳର ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ୩ ନମ୍ବର କଲୋନୀରେ ପାରିବାରିକ କଳହକୁ…

ପେନଶନଭୋଗୀଙ୍କ ପାଇଁ ବଡ଼ ଖବର, UPI ରେ ଟଙ୍କା ଖର୍ଚ୍ଚ କରୁଥିଲେ…

ନୂଆଦିଲ୍‌ଲୀ,୨୦।୯: ପେନଶନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) କହିଛି ଯେ, ଇ-ଶ୍ରମ (e-Shram) ଡାଟାବେସରେ ପଞ୍ଜୀକୃତ ହୋଇଥିବା ଅସଂଗଠିତ କ୍ଷେତ୍ରର କର୍ମଚାରୀମାନେ ଖୁବ ଶୀଘ୍ର…

ରେଙ୍ଗାଲିରେ ଏନକାଉଣ୍ଟର: କୋଡିନ୍‌ କଫ୍‌ସିରପ୍‌ ଚାଲାଣକାରୀଙ୍କୁ….

ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା…

ଏହି ୭ ପ୍ରକାରର UPI ପେମେଣ୍ଟ୍‌ ଉପରେ କୌଣସି ଚାର୍ଜ ଲାଗିବ ନାହିଁ; ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ,୨୦ା୯: UPI ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ୧୫ ଅକ୍ଟୋବର, ୨୦୨୬ ଠାରୁ, ଏକ ନୂତନ ବାଣିଜ୍ୟ ରିହାତି ହାର (MDR) ଢାଞ୍ଚା କିଛି…

ସିମନବାଡ଼ି ସବ୍‌ଷ୍ଟେସନ କାର୍ଯ୍ୟ ଶେଷକୁ ବିତିଲା ଦୀର୍ଘଦିନ : ଲୋକଙ୍କୁ ମିଳୁନି ସେବା, ବିଭାଗର ଅହେତୁକ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି, ୨୦/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦୀର୍ଘଦିନ ହେଲା ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ସ୍ଥାପନ କାର୍ଯ୍ୟ ଶେଷ ହୋଇସାରିଛି। ହେଲେ…

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?